Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୩ ବର୍ଷରେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ପହଁଚିବ: ବର୍ଣ୍ଣଷ୍ଟିନ୍ ରିପୋର୍ଟ

ଭୁବନେଶ୍ୱର/ ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୨୦୨୬ ସୁଦ୍ଧା ୫୦ କୋଟି ହୋଇଯିବ ବୋଲି ବ୍ରୋକରେଜ୍ ସଂସ୍ଥା ବର୍ଣ୍ଣଷ୍ଟିନ୍ ଏହାର ରିପୋର୍ଟରେ ଆକଳନ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ହେବା ସହ ଗ୍ରାହକ କ୍ଷେତ୍ରରେ ଏହାର ବଜାର ଅଂଶ ବୃଦ୍ଧି ପାଇ ୪୮ ପ୍ରତିଶତ ଏବଂ ରାଜସ୍ୱ ବଜାର ଅଂଶ ପାଖାପାଖି ୪୭ ପ୍ରତିଶତ ହେବାର ସମ୍ଭାବନା ରହିଛି। ରିଲାଏନ୍ସ ଜିଓର ବର୍ତମାନ ଗ୍ରାହକ ସଂଖ୍ୟା ହେଉଛି ୪୩ କୋଟି ୩୦ ଲକ୍ଷ। ୫୦ କୋଟି ସଂଖ୍ୟାରେ ପହଁଚିବା ଲାଗି ଜିଓକୁ ଆସନ୍ତା ୩ ବର୍ଷରେ ପ୍ରାୟ ୬ କୋଟି ୭୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବାକୁ ପଡ଼ିବ।

ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ମୋବାଇଲ୍ ଟାରିଫ୍‌ରେ ସେଭଳି କୌଣସି ବୃଦ୍ଧି ହେବନାହିଁ। ୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ବେଳେ ଟାରିଫ୍ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା। ଟେଲିକମ୍ କଂପାନିଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟାରିଫ୍ ମୂଲ୍ୟ ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୬ ସୁଦ୍ଧା ଜିଓର ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଆର୍‌ପୁ) ୨୨୫ ଟଙ୍କାରେ ପହଁଚିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ଣ୍ଣଷ୍ଟିନ୍ ଆକଳନ କରିଛି ଯେ ୫ଜି ଯୋଗୁଁ ଜିଓ ଲାଗି ରାଜସ୍ୱର ନୂଆ ରାସ୍ତା ଖୋଲିବ ଏବଂ ଏହିଭଳି ଭାବେ ଆର୍‌ପୁରେ ମଧ୍ୟ ବୃଦ୍ଧି ଘଟିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା।

ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ  ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା।

ଦେଶର ୨୩୦୦ରୁ ଅଧିକ ସହର ଓ ନଗରକୁ ଜିଓ ଟ୍ରୁ ୫ଜି ସେବା ସମ୍ପ୍ରସାରିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ସମ୍ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓର ହାରାହାରି ପ୍ରତି ଗ୍ରାହକ ପ୍ରତି ମାସ ରାଜସ୍ୱ  ୬.୭% ବୃଦ୍ଧି ସହିତ ୧୭୮.୮ ଟଙ୍କାରେ ପହଂଚିଛି। ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ ମାସିକ ୧୦ ଏକସାବାଇଟ ରହିଥିବା ବେଳେ କମ୍ପାନୀ ୯୦ ଲକ୍ଷରୁ ଅଧିକ ଫିକ୍ସଡ଼ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ହାସଲ ସହିତ ଏକ ନମ୍ବର ସ୍ଥାନରେ ରହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ସହର ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଂଚାଇଛି।

ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଏକ ସହରରେ ଟ୍ରୁ-୫ଜି ନେଟ୍‌ୱର୍କକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯିବା ପରେ ସେହି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଶତାଧିକ ସହରରେ ନିୟୁତାଧିକ ଗ୍ରାହକ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲକରିସାରିଲେଣି ଏବଂ ସେମାନଙ୍କ ଉତ୍ସାହ ଏକ ବିଶ୍ୱସ୍ତରୀୟ ମାଇଲଖୁଂଟରେ ପରିଣତ ହୋଇସାରିଛି। ଗ୍ରାହକମାନଙ୍କ ଅନ୍ତର୍ଦୃଷ୍ଟି ଓ ମତାମତ ଜିଓ ପାଇଁ ଆଜିର ଦିନର ତଥା ଭବିଷ୍ୟତର ବିଶ୍ୱସ୍ତରର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବାରେ ସହାୟକ ହୋଇଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଦେଶରେ ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ରୋମାଂଚିତ ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନେଟୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ୍ ଟଚ୍‌ପଏଂଟ୍ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ। ଜିଓ ପକ୍ଷରୁ ଟୁ-୫ଜିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ଏବଂ ଯୋଜନା ଅନୁସାରେ ଦେଶର ଏକ ବଡ଼ ଭାଗରେ ଟ୍ରୁ-୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇସାରିଲାଣି। ଦେଶର ଅଧିକାଂଶ ସ୍ଥାନରେ ପହଂଚିବା ଆମ ପାଇଁ ଗର୍ବର ବିଷୟ।

ଆମେ ଚାହୁଁଛୁ ୨୦୨୩ରେ ପ୍ରତିଟି ଭାରତୀୟ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ରୂପାନ୍ତରୀତ ଲାଭକୁ ଉପଭୋଗ କରନ୍ତୁ। ନିଜ ଅଂଚଳକୁ ଡିଜିଟାଇଜ୍ କରିବାରେ ସମର୍ଥନ ପ୍ରଦାନ କରିଥିବାରୁ ସମସ୍ତ ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ଆମେ କୃତଜ୍ଞ ହୋଇରହିବୁ।’’
ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୨୧ଠାରୁ ଏହି ୪୧ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ଅଧିକ ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ଯେଉଁଥିରେ ସାମିଲ ରହିଛି ଆନ୍ଧ୍ରପ୍ରଦେଶର ଆଡୋନି, ବଡଭେଲ, ଚିଲାକାଲୁରିପେଟ୍‌, ଗୁଡିବଡ଼ା, କାଦିରି, ନର୍ସାପୁର, ରାୟାଚୋଟି, ଶ୍ରୀକଲାହସ୍ତି, ତାଡେପାଲିଗେଡେମ୍‌, ଗୋଆର ମାର୍ଗାଓ, ହରିୟାଣାର ଫତେହାବାଦ, ଗୋହାନା, ହାନ୍‌ସି, ନାର୍ନାଉଲ୍‌, ପାଲୱାଲ. ହିମାଚଳପ୍ରଦେଶର ପାଓନ୍ତା ସାହିବ, ଜାମ୍ମୁ ଓ କାଶ୍ମୀରର ରଜୌରୀ, ଝାଡ଼ଖଣ୍ଡର ଡୁମ୍‌କା, କର୍ଣ୍ଣାଟକର ରବର୍ଟସାନପେଟ୍‌, କେରଳର କାନନଗଡ଼, ନେଡୁମାଙ୍ଗଡ, ତାଲିପରମ୍ବା, ଥାଲାସେରି, ଥିରୁଭାଲ୍ଲା, ଓଡ଼ିଶାର ବ୍ୟାସନଗର ଓ ରାୟଗଡ଼ା, ପଞ୍ଜାବର ହୋସିଆରପୁର, ରାଜସ୍ଥାନର ଟୋଙ୍କ୍‌, ତାମିଲନାଡୁର କରାଇକୁଡ଼ି, କ୍ରିଷ୍ଣଗିରି, ରାଣୀପେଟ୍‌, ଥେଲି ଆଲିନାଗରମ, ଉଢାଗମଡଳମ୍ ଓ ତ୍ରିପୁରାର କୁମାରହାଟ୍।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି। ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ। ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ। ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ। ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି। ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଓଡିଶାର ସହରଗୁଡ଼ିକର ତାଲିକା:

୧- ଭବାନୀପାଟଣା

୨- ଜଟଣୀ

୩- ଖୋର୍ଦ୍ଧା

୪- ସୁନ୍ଦରଗଡ

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ। ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ।

ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇପାରିବେ। ଏହି ପ୍ଲାନ୍‌ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆଯାଇପାରିବ। ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ।

ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍‌କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ। ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଧାରଣ କରାଯାଇନାହିଁ। ଏହାର ଅର୍ଥ ହେଉଛି ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ। ଏକକ ବିଲିଂ, ଡାଟା ସେୟାରିଂ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ, ଜିଓ ଟିଭି ଓ ଜିଓ ସିନେମା ଭଳି ମନୋରଞ୍ଜନକାରୀ ପ୍ରିମିୟମ୍ କଂଟେଟ୍ ଆପ୍ ବି ମିଳିବ।

ଜିଓ ଫାଇବର ବ୍ୟବହାରକାରୀ, କର୍ପୋରେଟ୍ କର୍ମଚାରୀ, ଅନ୍ୟ ଟେଲିକମ୍ ଅପରେଟରଙ୍କ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ସମେତ ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏସ୍‌ବିଆଇର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ କୌଣସି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ନାହିଁ।
ଏହି ଅବସରରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଜିଓ ପ୍ଲସ୍ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀମାନଙ୍କୁ ନୂଆ ଲାଭ ଓ ଅନୁଭବ ପ୍ରଦାନ କରିବା। ଜିଓ ଦେଶର ୩୩୧ ସହରରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରି ନିଜ ନେଟ୍‌ୱର୍କକୁ ଆହୁରି ସୁଦୃଢ଼ କରିପାରିଛି। ନିୟୁତାଧିକ ସନ୍ତୁଷ୍ଟ ପୋଷ୍ଟପେଡ୍ ଗ୍ରାହକଙ୍କ ସମେତ ୪୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଆସୁଥିବା ଜିଓ ପାଇଁ ଏବେ ନିୟୁତାଧିକ ନୂଆ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କୁ ସ୍ୱାଗତ କରିବାର ଉପଯୁକ୍ତ ସମୟ। ଅନ୍ୟ ସେବା ବ୍ୟବହାର କରୁଥିବା ବହୁ ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ ସେବା ପ୍ରଦାନକାରୀ ବଦଳାଇବା ଲାଗି ସୁବିଧା ବାଟ ଖୋଜୁଛନ୍ତି। ଜିଓ ପ୍ଲସ୍ ପ୍ଲାନ୍‌ର ମାଗଣା ଟ୍ରାଏଲ୍‌ରେ ସେମାନଙ୍କୁ ନିଜ ସମସ୍ୟାର ସମାଧାନ ମିଳିଯିବ।

ଜିଓ ପ୍ଲସ୍‌ରେ ଉତମ ଗୁଣବତା ସାଙ୍ଗକୁ ରହିଛି ଟ୍ରୁ ୫ଜି ପରିଚାଳିତ ଅସୀମିତ ସଂଯୋଗ, ପ୍ରିମିୟମ୍ ଏଂଟରଟେନ୍‌ମେଂଟ୍‌, ଲାଭ ଆଦାନପ୍ରଦାନ କରାଯାଇପାରୁଥିବା ଫାମିଲି ପ୍ଲାନ୍‌, ସୁଲଭ ଆନ୍ତର୍ଜାତିକ ରୋମିଂ ସୁବିଧା, ଅତ୍ୟାଧୁନିକ ଫିଚର ଏବଂ ସବୁଠାରୁ ଭଲ ଗ୍ରାହକ ଅନୁଭୂତି। ଆମେ ଏକ ସର୍ବୋତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରସ୍ତୁତ କରିବା ପ୍ରଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଭାରତର ପ୍ରତ୍ୟେକ ପୋଷ୍ଟ୍‌ପେଡ୍ ଗ୍ରାହକ ଏହାର ଲାଭ ନେବେ।’’
ଜିଓ ପ୍ଲସ୍ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍‌ଗୁଡ଼ିକ ୨୨ ମାର୍ଚ୍ଚ ୨୦୨୩ଠାରୁ ସମସ୍ତ ଜିଓ ଷ୍ଟୋର୍ ଏବଂ ହୋମ୍ ଡେଲିଭରି ବିକଳ୍ପରେ ଉପଲବ୍ଧ ହେବ।

ଜିଓ ପକ୍ଷରୁ କୁହାଯାଇଛି ଯେ ଯଦି ମାଗଣା ଟ୍ରାଏଲ୍ ସେବା ଲାଭ କରିବା ପରେ କୌଣସି ଗ୍ରାହକ ସେବା ଓ ସୁବିଧାଗୁଡ଼ିକରେ ସନ୍ତୁଷ୍ଟ ନହୁଅନ୍ତି ତେବେ ସେ ନିଜ କନେକ୍ସନକୁ ବାତିଲ କରିପାରିବେ ଏବଂ ତାଙ୍କୁ ସେଥିପାଇଁ କୌଣସି ପ୍ରଶ୍ନ କରାଯିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଏହାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଓ ସାରା ରାଜ୍ୟରେ ରହିଥିବା ବିଭିନ୍ନ କାର୍ଯ୍ୟ କ୍ଷେତ୍ରଗୁଡ଼ିକରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ମାର୍ଚ୍ଚ ୪ ତାରିଖରେ ଜାତୀୟ ସୁରକ୍ଷା ଦିବସ ପାଳନ ସହ ଏହି ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଛି ଏବଂ ଏହା ୧୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଚାଲିବ।

ଜିଓ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିମ୍ ସଦସ୍ୟ ଓ ସେବା ପ୍ରଦାନକାରୀ ସହଯୋଗୀମାନଙ୍କ ସମେତ ଜିଓର ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି ସୁରକ୍ଷା ସଂସ୍କୃତିରେ ଉନ୍ନତି ଆଣିବା ଓ ତାହାର ପ୍ରସାର କରିବା। ଶୂନ ଆଘାତ (ଜିରୋ ହାର୍ମ) ଲକ୍ଷ୍ୟକୁ ହାସଲ କରିବା ଲାଗି ଜିଓ ପାଇଁ ଏହା ସହାୟକ ହେବ।

ଜାତୀୟ ସୁରକ୍ଷା ଦିବସ ପତାକା ଉତ୍ତୋଳନ ସହ ଜାତୀୟ ସୁରକ୍ଷା ସପ୍ତାହ ପାଳନର ଶୁଭାରମ୍ଭ ହୋଇଥିବା ବେଳେ ଜିଓ କର୍ମଚାରୀ ଓ ଏହାର ସେବା ପ୍ରଦାନକାରୀ ସହଯୋଗୀମାନେ ସୁରକ୍ଷା ଶପଥ ପାଠ କରିଥିଲେ ଏବଂ ସମେସ୍ତ ସୁରକ୍ଷା ବ୍ୟାଜ୍ ପରିଧାନ କରିଥିଲେ। ସାରା ଓଡ଼ିଶାରେ ଆୟୋଜନ କରାଯାଇଥିବା ସୁରକ୍ଷା ସଚେତନତା ଓ ତାଲିମ ଅଧିବେଶନରେ ପ୍ରମୁଖ ସୁରକ୍ଷା ପଦକ୍ଷେପର ଗୁରୁତ୍ୱ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ରହିଛି ସଡ଼କ ସୁରକ୍ଷା ସୋ’ ଆୟୋଜନ, ଚିତ୍ରାଙ୍କନ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସୁରକ୍ଷା ତାଲିମ ଅଧିବେଶନ ଏବଂ ସୁରକ୍ଷା ବିଷୟ ଉପରେ ନାଟକ ପରିବେଷଣ।

ଜିରୋ ହାର୍ମ (ଶୂନ ଆଘାତ) ପାଇଁ ସୁରକ୍ଷା ସଂସ୍କୃତିର ପ୍ରସାର ଓ ସେଥିରେ ଉନ୍ନତି ଆଣିବା ଲାଗି ଜିଓରେ ସୁରକ୍ଷା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି। ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି। ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି। ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି। ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ।

ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ। ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଏବଂ ଜିଏସଏମ୍‍ଏ ପକ୍ଷରୁ ଦେଶବ୍ୟାପୀ ଡିଜିଟାଲ କୁଶଳତା କାର୍ଯ୍ୟକ୍ରମ ଆରମ୍ଭ

ମୁମ୍ବଇ: ରିଲାଏନ୍ସ ଜିଓ ଏବଂ ଜିଏସଏମ୍‍ଏ ଦେଶବ୍ୟାପୀ ଏକ ବିସ୍ତାରିତ ଜିଏସଏମ୍‍ଏ କନେକ୍ଟେଡ ଓମେନ୍‍ କମିଟ୍‍ମେଣ୍ଟ ଇନିସିଏଟିଭ ଅଧୀନରେ ଏକ ମିଳିତ ପ୍ରୟାସ ସ୍ୱରୂପ ସେମାନଙ୍କର ଡିଜିଟାଲ କୁଶଳତା କାର୍ଯ୍ୟକ୍ରମ ପ୍ରଚଳନ ସମ୍ପର୍କରେ ଗର୍ବର ସହିତ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଏବଂ ଉପେକ୍ଷିତ / ନିମ୍ନ ଆୟକାରୀ ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକତା ଭିତ୍ତିକ ତାଲିମ ଯୋଗାଇଦେଇ ସେମାନଙ୍କୁ ଡିଜିଟାଲ ସୁଯୋଗର ଅର୍ଥପୂର୍ଣ୍ଣ ଉପଯୋଗ କରିବା ଦିଗରେ ସହାୟତା ଯୋଗାଇଦେବା ଲକ୍ଷ୍ୟ ରଖିଛି।

ଜିଏସଏମ୍‍ଏର ମୋବାଇଲ ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟ ୨୦୨୨ ଅନୁଯାୟୀ ଭାରତରେ ମହିଳାମାନେ ପୁରୁଷଙ୍କ ଦ୍ୱାରା ମୋବାଇଲ ଇଣ୍ଟରନେଟ ବ୍ୟବହାର ତୁଳନାରେ ୪୧% କମ୍‍ ମୋବାଇଲ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଭାରତରେ ମୋଟ ୩୩୦ ନିୟୁତ ମହିଳା ଏପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ବ୍ୟବହାର କରୁନାହାନ୍ତି, ଯେଉଁ ସଂଖ୍ୟା ପୁରୁଷଙ୍କ କ୍ଷେତ୍ରରେ ୨୪୮ ନିୟୁତ ରହିଛି। ସାକ୍ଷରତା ଏବଂ ଡିଜିଟାଲ କୁଶଳତାର ଅଭାବ ମୋବାଇଲ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଅନ୍ୟତମ ଶୀର୍ଷ ପ୍ରତିବନ୍ଧକ ହୋଇଥିବା ଜଣାଯାଇଛି।

ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଜିଏସଏମ୍‍ଏ ଏବଂ ଜିଓ ଟିମ୍‍ଗୁଡିକ ପ୍ରଚଳିତ ଥିବା ଡିଜିଟାଲ କୁଶଳତା ତାରତମ୍ୟ ସମ୍ପର୍କରେ ଆକଳନ କରିବା ଏବଂ ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ଉଦ୍ଦିଷ୍ଟ ଆବଶ୍ୟକତା ଭିତ୍ତିକ ଡିଜିଟାଲ କୁଶଳତା ତାଲିମ ଟୁଲ୍‍କିଟ୍‍ ବିକାଶ ଦିଗରେ ଏକତ୍ର କାର୍ଯ୍ୟ କରିଥିଲେ। ବ୍ୟାପକ କ୍ଷେତ୍ରସ୍ତରୀୟ ଗବେଷଣା ଏବଂ ବ୍ୟବହାରକାରୀଙ୍କ ସୂଚନା ଆଧାରରେ ଟୁଲ୍‍କିଟ୍‍ ଡିଜାଇନ କରାଯାଇଥିଲା। ଉତ୍ତର ପ୍ରଦେଶ ଓ ତାମିଲନାଡୁରୁ ୧୦୦୦ରୁ ଅଧିକ ଗ୍ରାମୀଣ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ପରୀକ୍ଷଣ ପର୍ଯ୍ୟାୟରେ ଡିଜିଟାଲ ତାଲିମ ଟୁଲ୍‍କିଟ୍‍କୁ ଅଧିକ ମାର୍ଜିତ କରିବା ନିମନ୍ତେ ଆବଶ୍ୟକ ଉପାଦାନ ଯୋଗାଇ ଦେଇଥିଲେ।

ଜାତୀୟସ୍ତରରେ ପ୍ରଚଳନ ପର୍ଯ୍ୟାୟ ସମ୍ପ୍ରତି ଆଗେଇଚାଲିଛି ଏବଂ ଏହି କାର୍ଯ୍ୟକ୍ରମ ୧୦ଟି ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି, ଯେଉଁଥିରେ ମହିଳା ଏବଂ ଉପେକ୍ଷିତ ବର୍ଗଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଉଛି। ରିଲାଏନ୍ସ ଫାଉଣ୍ଡେସନ ନିଜର ବିଶାଳ ନେଟୱର୍କ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଜରିଆରେ ବିଶେଷକରି ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସମର୍ଥନ ଯୋଗାଇଦେବ।

ଏହି ଅବସରରେ ପ୍ରକାଶ କରି ଶ୍ରୀମତୀ ଇଶା ଅମ୍ବାନି, ଡାଇରେକ୍ଟର, ରିଲାଏନ୍ସ ଜିଓ କହିଛନ୍ତି, “ମହିଳାଙ୍କୁ ସଶକ୍ତ କରିବା, ସେମାନଙ୍କୁ ଅଧିକ ସଂଯୁକ୍ତ ହେବା, ସ୍ୱାଧୀନ ଏବଂ ସୁରକ୍ଷିତ ରହିବାର ଅନୁଭୂତି ପ୍ରଦାନ କରିବା ଏବଂ ସେମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ସହାୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରାପ୍ତି ସୁଯୋଗ ଦେବାର କ୍ଷମତା ମୋବାଇଲ ପ୍ରଯୁକ୍ତିର ରହିଛି। ସମଗ୍ର ଭାରତରେ ମହିଳାମାନଙ୍କ ନିକଟରେ ଡିଜିଟାଲ କୁଶଳତା ତାଲିମ ପହଞ୍ଚାଇବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଜିଏସଏମ୍‍ଏ ସହିତ ସହଭାଗିତା କରିବା ନେଇ ଆମେ ଗର୍ବିତ ଏବଂ ଏହାର ସର୍ବାଙ୍ଗୀନ ସଫଳତା କାମନା କରୁଛୁ।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପୁଣି ଓଡ଼ିଶାରେ ଏକ ନମ୍ବର ହେଲା ରିଲାଏନ୍ସ ଜିଓ, ନଭେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶାରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ନଭେମ୍ବର ମାସରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ସମେତ ସର୍ବାଧିକ ଫିକ୍ସଡ୍‌-ଲାଇନ୍ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁସାରେ ୨୦୨୨ ନଭେମ୍ବର ମାସରେ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ୫୪,୧୯୪ ମୋବାଇଲ୍ ଗ୍ରାହକ ଏବଂ ସର୍ବାଧିକ ସଂଖ୍ୟକ ପାଖାପାଖି ୬୦୦୦ ଓୟାରଲାଇନ୍ ବା  ଜିଓଫାଇବର୍ ଗ୍ରାହକ ଯୋଡ଼ିଛି। ଏହା ସହିତ ୨୦୨୨ ନଭେମ୍ବର ୩୦ ସୁଦ୍ଧା ସର୍ବାଧିକ ୧.୩୮ କୋଟି ମୋବାଇଲ୍ ଗ୍ରାହକ ଏବଂ ସର୍ବାଧିକ ୧.୮୩ ଲକ୍ଷ ଫିକ୍ସଡ୍‌ଲାଇନ୍ ବା ଜିଓଫାଇବର ଗ୍ରାହକଙ୍କୁ ନେଇ ଜିଓ ଓଡ଼ିଶାରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୦୦ରୁ ଉର୍ଦ୍ଧ୍ୱ ବୃଦ୍ଧି ହୋଇଥିବା ବେଳେ ଓୟାରଲାଇନ୍ ଗ୍ରାହକ ସଂଖ୍ୟାରେ ୬୧୬୭ ବୃଦ୍ଧି ହୋଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ନଭେମ୍ବର ମାସରେ ସର୍ବାଧିକ ୧୪ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏହି ମାସରେ ୨.୧ ଲକ୍ଷରୁ ଅଧିକ ଓୟାରଲାଇନ୍ ଗ୍ରାହକ ଯୋଡ଼ି ଦେଶର ସର୍ବବୃହତ ଓୟାରଲାଇନ୍ ସେବା ପ୍ରଦାନକାରୀ ଭାବେ ନିଜ ଅଗ୍ରଣୀ ସ୍ଥିତିକୁ ଆହୁରି ମଜଭୁତ କରିଛି ।

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକଙ୍କୁ ନେଇ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ୨୦୨୩ ଅକ୍ଟୋବରରେ ବିଏସ୍‌ଏନ୍‌ଏଲ୍‌କୁ ପଦଚ୍ୟୁତ କରି ଏହା ଓୟାରଲାଇନ୍ ବର୍ଗରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ହୋଇଥିଲା। ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ କରି ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଭୟ ଗ୍ରାହକ ବଜାର ଅଂଶ ଏବଂ ରାଜସ୍ୱ ବଜାର ଅଂଶରେ ସର୍ବାଧିକ ବଜାର ଅଂଶ ସହ ଓଡ଼ିଶାରେ ଜିଓ ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ବଜାରର ଅଗ୍ରଣୀ ଏବଂ ସବୁଠୁ ପସନ୍ଦର ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓ ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଉପସ୍ଥିତିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରିଛି। ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ରାଇରଙ୍ଗପୁର, ପାରଳାଖେମୁଣ୍ଡି ଭଳି ଓଡ଼ିଶାର ୩୭ଟି ପ୍ରମୁଖ ସହର ଓ ନଗରରେ ଜିଓଫାଇବର ସେବା ଏବେ ଉପଲବ୍ଧ ହୋଇଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହି ସେବାର ଦ୍ରୁତ ସମ୍ପ୍ରସାରଣ କରାଯାଉଛି।

ଜିଓ ପକ୍ଷରୁ ସାରା ରାଜ୍ୟରେ ଦ୍ରୁତ ଗତିରେ ଏହାର ଟ୍ରୁ-୫ଜି ସେବାକୁ ସମ୍ପ୍ରସାରଣ କରାଯାଉଛି। ଏବେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା, ଭଦ୍ରକ ଓ ଝାରସୁଗୁଡ଼ାରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ରହିଛି

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ଟ୍ରୁ ୫ଜି ସେବା ଏବେ ଓଡ଼ିଶାର ୧୦ଟି ସହରରେ ଉପଲବ୍ଧ

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି।

ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି। ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ, ଯାହା ଆଜିଠାରୁ ଆରମ୍ଭ ହେଉଛି।

ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି। ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି। ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି।

ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ଟି ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି। ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି।

ସମଗ୍ର ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ। ଜିଓ ଟ୍ରୁ ୫ଜି ସେବାରୁ ସମଗ୍ର ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ।”

ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:

୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ।

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ।

୩. କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ୍ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୮.୩ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟିରେ ପହଂଚିଛି। ଗତ ବର୍ଷ ସମାନ ତ୍ରୟ ମାସରେ କମ୍ପାନୀର ନେଟ୍ ଲାଭ ୩୬୧୫କୋଟି ଟଙ୍କା ରହିଥିଲା। ସେହିଭଳି ଗତବର୍ଷର ତୃତୀୟ ତ୍ରୟ ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ୱ ଆୟ ୨୨୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଏହି ତ୍ରୟମାସରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩.୨୯ କୋଟିରେ ପହଞ୍ଚିଥିବା ବେଳେ ଗ୍ରାହକ ପିଛା ପ୍ରତିମାସ ରାଜସ୍ୱ(ଆର୍ପୁ) ୧୭୮.୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଏହି ତ୍ରୟ ମାସରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ ୨୯ ବିଲିଅନ ଜିବିକୁ ବୃଦ୍ଧି ପାଇଥିବା ବେଳେ ଭଏସ୍ ଟ୍ରାଫିକ ୧.୨୭ ଟ୍ରିଲିଅନ ମିନିଟ୍ କୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ‘ଭାରତ ଭଳି ବିଶାଳ ଦେଶରେ ଦ୍ରୁତ ୫ଜି ସମ୍ପ୍ରସାରଣ କାର୍ଯ୍ୟ ଜିଓ ଜାରି ରଖିଛି। ମାତ୍ର ତିନି ମାସ ସମୟରେ କମ୍ପାନୀ ପକ୍ଷରୁ ଦେଶର ୧୩୪ ଟି ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରାଯାଇଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଦେଶବ୍ୟାପୀ ୫ଜି ସମ୍ପ୍ରସାରଣ ପାଇଁ ଜିଓ କାର୍ଯ୍ୟ କରୁଛି। ଏଥି ସହିତ ଜିଓ ପକ୍ଷରୁ ୧୦ କୋଟି ପରିସରକୁ ଜିଓ ଫାଇବର ଓ ଜିଓ ଏୟାର ଫାଇବର ସଂଯୋଗ କରାଯିବ। କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗଗୁଡିକୁ କ୍ଲାଉଡ୍ ଜରିଆରେ ଆମେ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବୁ।’

ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଦୃଢ ପରିଚାଳନାଗତ ପ୍ରଦର୍ଶନ ସହିତ କମ୍ପାନୀର ମୋଟ ରାଜସ୍ୱ ୧୪.୮ ପ୍ରତିଶତ ବୃଦ୍ଧି ସହିତ ୨୪୦,୯୬୩ କୋଟି ଟଙ୍କାରେ ପହଂଚିଛି। କମ୍ପାନୀର ନେଟ୍ ଲାଭ ଗତବର୍ଷ ସମାନ ସମୟ ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୧୭୮୦୬ କୋଟି ଟଙ୍କା ହୋଇଛି।

ରିଲାଏନ୍ସ ରିଟେଲ ଏହାର ଦ୍ରୁତ ଅଭିବୃଦ୍ଧି ଜାରି ରଖିବା ସହିତ ମୋଟ ରାଜସ୍ୱ ଗତବର୍ଷ ତୁଳନାରେ ୧୭% ବୃଦ୍ଧି ସହିତ ୬୭୬୨୩ କୋଟି ଟଙ୍କାରେ ପହଂଚିଛି। ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୭୮୯ ନୂଆ ଷ୍ଟୋର ଖୋଲିବା ସହିତ ମୋଟ ଷ୍ଟୋର ସଂଖ୍ୟା ୧୭୨୨୫ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶର ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କଂପାନି ତରଫରୁ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏହା ଏକକାଳୀନ ସର୍ବାଧିକ ସଂଖ୍ୟକ ସହର। ଆଜି ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼, ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଏବଂ ଡେରାବସୀ ଭଳି ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ପ୍ରଥମ ଟେଲିକମ ଅପରେଟର ଭାବେ ଜିଓ ପକ୍ଷରୁ ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଓ ଡେବାବସୀ କ୍ଷେତ୍ର ସମେତ ତ୍ରିଭେନ୍ଦ୍ରମ, ମହିଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼ ଟ୍ରାଇସିଟି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି।

ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ଏହି ୧୧ଟି ସହରରେ ଜିଓ ବ୍ୟବହାରକାରୀମାନଙ୍କୁ “ଜିଓ ୱେଲକମ୍ ଅଫର’ ଅଧୀନରେ ଆମନ୍ତ୍ରଣ କରାଯିବ। ଆମନ୍ତ୍ରୀତ ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ରେ ଅସୀମିତ ଡାଟା ମିଳିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ଗର୍ବିତ ମନେ କରୁଛୁ। ଯେବେଠାରୁ ଆମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛୁ, ସେହିଦିନଠାରୁ ଏହା ହେଉଛି ଆମର ଏକକାଳୀନ ସର୍ବାଧିକ ସହରରେ ୫ଜି ସେବାର ଶୁଭାରମ୍ଭ। ଏହି ୧୧ଟି ସହରର ଲକ୍ଷ ଲକ୍ଷ ଗ୍ରାହକ ଜିଓର ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ସହିତ ନୂଆବର୍ଷ ୨୦୨୩କୁ ଆରମ୍ଭ କରିବେ।

ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ଏହି ସହରଗୁଡ଼ିକ ହେଉଛି ଆମ ଦେଶର ପ୍ରମୁଖ ଶିକ୍ଷା କେନ୍ଦ୍ର ମଧ୍ୟ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ ଏହି ଅଂଚଳଗୁଡ଼ିକରେ ଉନ୍ନତ ଟେଲିକମ୍ ନେଟ୍‌ୱର୍କ ମିଳିବା ସହିତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଗେମିଂ, ହେଲ୍‌ଥକେୟାର, କୃଷି, ଆଇଟି ଏବଂ ଏସ୍‌ଏମ୍‌ଇ ବ୍ୟବସାୟ କ୍ଷେତ୍ରରେ ବିକାଶର ନୂଆ ପଥ ଉନ୍ମୁକ୍ତ ହେବ।’’

ଏହି ଅଂଚଳଗୁଡ଼ିକର ଡିଜିଟାଇଜ୍ କରିବାରେ ନିରନ୍ତର ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବା ଚଣ୍ଡିଗଡ଼ ପ୍ରଶାସନ, ପଂଜାବ, ହରିୟାଣା, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତର ପ୍ରଦେଶ ସରକାରଙ୍କ ନିକଟରେ ଆମେ କୃତଜ୍ଞ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉପଭୋକ୍ତାଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ପାଇଁ ଶାଓମି ଇଣ୍ଡିଆ ପକ୍ଷରୁ ରିଲାଏନ୍ସ ଜିଓ ସହ ସହଯୋଗିତା

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ଇଣ୍ଡିଆ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି। ଏହି ସହଯୋଗିତା ଶାଓମି ଏବଂ ରେଡ୍‌ମି ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ନିରବଚ୍ଛିନ୍ନ ଭାବେ ଟ୍ରୁ-୫ଜି ସଂଯୋଗ ହାସଲ କରିବା ଏବଂ ସେମାନଙ୍କ ଡିଭାଇସ୍‌ରେ ଭିଡିଓର ନିରବଚ୍ଛିନ୍ନ ଷ୍ଟ୍ରିମିଂ, ହାଇ-ରିଜଲ୍ୟୁସନ ଭିଡିଓ କଲ୍ ଉପଭୋଗ କରିବା ଏବଂ ଲୋ-ଲାଟେନ୍‌ସି ଗେମ ଖେଳିବା ଲାଗି ସକ୍ଷମ କରିବ। ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌ଏଲୋନ୍ (ଏସ୍‌ଏ) ନେଟ୍‌ୱର୍କ ହାସଲ କରିବା ଲାଗି ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଶାଓମି ଓ ରେଡ୍‌ମି ସ୍ମାର୍ଟଫୋନ୍ ସେଟିଂରେ ପସନ୍ଦର ନେଟ୍‌ୱର୍କ ଟାଇପ୍‌କୁ ୫ଜିକୁ ପରିବର୍ତନ କରିବାକୁ ପଡ଼ିବ।

ରିଲାଏନ୍ସ ଜିଓର ଟ୍ରୁ-୫ଜି ଏସ୍‌ଏ ନେଟ୍‌ୱର୍କରେ ନିରବଚ୍ଛିନ୍ନ ଭାବେ କାମ କରିବା ଲାଗି ଏସ୍‌ଏ ନେଟ୍‌ୱର୍କକୁ ସପୋର୍ଟ କରୁଥିବା ମଡେଲ୍‌ଗୁଡ଼ିକରେ ସଫ୍‌ଟଓୟାର ଅପ୍‌ଡେଟ୍ କରାଯାଇଛି। ସେହି ଡିଭାଇସ୍‌ଗୁଡ଼ିକ ହେଉଛି ଏମ୍‌ଆଇ ୧୧ ଅଲ୍‌ଟ୍ରା ୫ଜି, ଶାଓମି ୧୨ ପ୍ରୋ ୫ଜି, ଶାଓମି ୧୧ଟି ପ୍ରୋ ୫ଜି, ରେଡ୍‌ମି ନୋଟ୍ ୧୧ ପ୍ରୋ+ ୫ଜି, ଶାଓମି ୧୧ ଲାଇଟ୍ ଏନ୍‌ଇ ୫ଜି, ରେଡ୍‌ମି ନୋଟ୍ ୧୧ଟି ୫ଜି, ରେଡ୍‌ମି ୧୧ ପ୍ରାଇମ୍ ୫ଜି, ରେଡ୍‌ମି ନୋଟ୍ ୧୦ଟି ୫ଜି, ଏମ୍‌ଆଇ ୧୧ଏକ୍ସ ୫ଜି, ଏମ୍‌ଆଇ ୧୧ଏକ୍ସ ପ୍ରୋ ୫ଜି, ରେଡ୍‌ମି କେ୫୦ଆଇ ୫ଜି, ଶାଓମି ୧୧ଆଇ ୫ଜି ଏବଂ ଶାଓମି ୧୧ଆଇ ହାଇପରଚାର୍ଜ ୫ଜି।

ସର୍ବଭାରତୀୟ ୫ଜି ସେବା ଜରିଆରେ ପରବର୍ତୀ ପିଢ଼ିର କନେକ୍ଟେଡ୍ ଡିଜିଟାଲ୍ ପ୍ରଥମ ଅନୁଭବ ହାସଲ କରିବାର ଦ୍ୱାରଦେଶରେ ଭାରତ ରହିଛି। ଗତ କିଛି ବର୍ଷରେ ଶାଓମି ଇଣ୍ଡିଆ ଓ ରିଲାଏନ୍ସ ଜିଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା କରିଥିଲେ ଏବଂ ନିରବଚ୍ଛିନ୍ନ ୫ଜି ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ପୁଣି ଥରେ ସେମାନେ ଏକତ୍ରୀତ ହୋଇଛନ୍ତି। ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଶାଓମିର ରେଡ୍‌ମି କେ୫୦ଆଇ ଏବଂ ରେଡ୍‌ମି ନୋଟ୍ ୧୧ଟି ୫ଜି ଭଳି ସ୍ମାର୍ଟଫୋନ୍‌ର ବ୍ୟାପକ ପରୀକ୍ଷଣ କରାଯାଇଛି ଯାହା ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବାରେ ବାସ୍ତବରେ ସହାୟକ ହୋଇପାରିବ। ବର୍ତ୍ତମାନ, ଶାଓମି ଓ ରେଡ୍‌ମିର ଅଧିକାଂଶ ୫ଜି ସକ୍ଷମ ଡିଭାଇସ୍ ରିଲାଏନ୍ସ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଶ୍ରେଷ୍ଠ ଭାବେ କାମ କରୁଛି।

ଏହି ସହଯୋଗିତା ସମ୍ପର୍କରେ ଶାଓମି ଇଣ୍ଡିଆର ସଭାପତି ମୁରଲୀକ୍ରିଷ୍ଣନ ବି କହିଛନ୍ତି ଯେ, “ଗତ ଦୁଇ ବର୍ଷ ଭିତରେ ଭାରତ ପାଇଁ ପ୍ରସ୍ତୁତ ୫ଜି ତିଆରି କରିବା ଲାଗି ଶାଓମି ପ୍ରତିବଦ୍ଧ ରହିଛି। ସ୍ମାର୍ଟଫୋନ୍ ଜରିଆରେ ଆମେ ୫ଜି ବିପ୍ଳବର ନେତୃତ୍ୱ ନେଇ ନିଷ୍ଠାପର ମୂଲ୍ୟରେ ଶ୍ରେଷ୍ଠ ମାନର ସୁବିଧା ସୁଯୋଗ ସହ ଉନ୍ନତ ୫ଜି ଅନୁଭବ ପ୍ରଦାନ କରୁଛୁ। ଗ୍ରାହକ ଅନୁଭୂତି ଓ ସଂଯୋଗରେ ଆହୁରି ଉନ୍ନତି ଆଣିବା ଲାଗି ଆମେ ରିଲାଏନ୍ସ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆନନ୍ଦିତ। ଆମେ ଆଶା କରୁଛୁ ଯେ ଶାଓମି ଓ ରେଡ୍‌ମି ହ୍ୟାଣ୍ଡ୍‌ସେଟ୍‌ରେ ରିଲାଏନ୍ସ ଜିଓର ଟ୍ରୁ-୫ଜି ଅନୁଭୂତିି ସହ ଶ୍ରେଷ୍ଠ ୫ଜିକୁ ଉପଭୋଗ କରିବାରେ ତାହା ଗ୍ରାହକମାନଙ୍କ ପାଇଁ ସହାୟକ ହେବ।’’

ଏହି ସହଯୋଗିତା ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ସଭାପତି ସୁନିଲ ଦତ କହିଛନ୍ତି ଯେ, “ନୂଆ ପ୍ରଯୁକ୍ତି ହାସଲ କରିବା ଏବଂ ନିଜ ଗ୍ରାହକମାନଙ୍କ ହାତ ପାଆନ୍ତାକୁ ଅଭିନବ ପ୍ରଯୁକ୍ତି ପହଂଚାଇବାରେ ଶାଓମି ଶିଳ୍ପର ଅଗ୍ରଦୂତ ହୋଇରହିଛି। ସବୁ କିଛିର କେନ୍ଦ୍ରରେ ଗ୍ରାହକଙ୍କୁ ରଖି ଜନସାଧାରଣଙ୍କ ପାଖରେ ଟ୍ରୁ-୫ଜି ପହଂଚାଇବା ଜିଓର ଲକ୍ଷ୍ୟ ରହିଛି। ଆମେ ଏହା ଜଣାଇ ବେଶ ଆନନ୍ଦିତ ଯେ ଶାଓମିର ସମସ୍ତ ଆଗାମୀ ୫ଜି ଡିଭାଇସ୍‌ରେ ଏସ୍‌ଏ ସଂଯୋଗ ରହିବା ସହିତ ପୂର୍ବରୁ ଥିବା ୫ଜି ଡିଭାଇସ୍‌ଗୁଡ଼ିକରେ ଟ୍ରୁ-୫ଜିକୁ ସପୋର୍ଟ କରିବା ଲାଗି ସଫ୍ଟଓୟାର ଅପ୍‌ଗ୍ରେଡ୍ କରାଯାଇଛି।’’

ଜିଓ ଟ୍ରୁ-୫ଜିର ତିିନି ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:

୧. ୪ଜି ନେଟ୍‌ୱର୍କରେ ଉପରେ ଶୂନ ନିର୍ଭରଶୀଳତା ସହ ଉନ୍ନତ ୫ଜି ନେଟ୍‌ୱର୍କ ସହ ଷ୍ଟାଣ୍ଡ୍‌-ଏଲୋନ ୫ଜି ବ୍ୟବସ୍ଥା।

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ।

୩. କ୍ୟାରିୟର ଆଗ୍ରିଗେସନ ଭଳି ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ

୫ଜି ଫ୍ରିକ୍ୱେଏନ୍‌ସିକୁ ଏକତ୍ରୀତ କରି ଏକକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରୁଛି ।
ଶାଓମି ସହ ଆମ ଗ୍ରାହକମାନଙ୍କ ଲାଗି ଆମେ ଅତୁଳନୀୟ ଗ୍ରାହକ ଅନୁଭୂତି ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ୱେଲକମ୍ ଅଫର ଅଧୀନରେ ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ମିଳିବ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି। କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିଟାଲ ମାଧ୍ୟମରେ ତ୍ରିଭେନ୍ଦ୍ରମରୁ ଯୋଡ଼ି ହୋଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛନ୍ତି।

କୋଚି ସହର ହେଉଛି ଦେଶ ତଥା ଏସିଆର ଅନ୍ୟତମ ଅଗ୍ରଣୀ ଷ୍ଟାର୍ଟଅପ୍ ହବ୍ । ଜିଓ ଟ୍ରୁ-୫ଜିର ଅଲ୍‌ଟ୍ରା ହାଇ ସ୍ପିଡ୍ ମାଧ୍ୟମରେ କୋଚି ସହର କେରଳର ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ଆହୁରି ଉଚ୍ଚ ସୋପାନରେ ପହଂଚାଇବ ବୋଲି ଆଶା କରାଯାଉଛି।

ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଥିବା ଚତୁର୍ଥ ବଡ଼ ଧାର୍ମିକ ସ୍ଥଳ ହେଉଛି ଗୁରୁବାୟୁର ମନ୍ଦିର। ଏହା ପୂର୍ବରୁ ଉଜ୍ଜୟିନର ଶ୍ରୀ ମହାକାଳ ମନ୍ଦିର ଏବଂ ଶ୍ରୀ ମହାକାଳ ଲୋକ କରିଡର, ରାଜସ୍ଥାନର ନାଥଦ୍ୱାରାର ଶ୍ରୀନାଥଜୀ ମନ୍ଦିର ଏବଂ ଉତ୍ତରପ୍ରଦେଶର ବାରାଣାସୀ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇସାରିଛି।

ଏହି ଅବସରରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, “ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କେରଳ ଏବଂ ଏହାର ଲୋକମାନଙ୍କ ପାଇଁ ମାଇଲଖୁଂଟ ସାବ୍ୟସ୍ତ ହେବ। ରାଜ୍ୟର ଜନସାଧାରଣ ଏହା ଦ୍ୱାରା ଲାଭବାନ ହେବେ। ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବା ଲାଗି ଜିଓ ପକ୍ଷରୁ କେରଳରେ ୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଆମ ରାଜ୍ୟ ପ୍ରତି ଜିଓର ପ୍ରତିବଦ୍ଧତାର ଏହି ନିବେଶ ହେଉଛି ପ୍ରତିଫଳନ। ୨୦୨୩ ଜାନୁଆରି ସୁଦ୍ଧା ତ୍ରିଭେନ୍ଦ୍ରମ, କୋଝିକୋଡ, ଥ୍ରୀଶୂର, ମଲ୍ଲପୂରମରେ ଏବଂ ୨୦୨୩ ସୁଦ୍ଧା କେରଳର ସବୁ ତହସିଲ ଓ ତାଲୁକାରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବାକୁ ଜିଓ ପ୍ରତିବଦ୍ଧ ରହିଛି।’’

ସେ କହିଛନ୍ତି ଯେ ଜିଓ ଟ୍ରୁ-୫ଜିର ଲାଭ ସମସ୍ତଙ୍କୁ ମିଳିବ। ଏହା ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ, ସାଧାରଣ ଜନତା ଓ ସରକାର ବାସ୍ତବ ସମୟରେ ପରସ୍ପର ସହ ଯୋଡିହୋଇପାରିବେ ଏବଂ ସରକାରୀ ଯୋଜନାର ଲାଭ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଂଚିପାରିବ। ସରକାରୀ କାମ ଶୀଘ୍ର ହେବ।

ଜିଓ ଟ୍ରୁ-୫ଜି ଲାଭ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଲାଗି କଂପାନି ପକ୍ଷରୁ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍‌, ଏଆର୍‌-ଭିଆର୍ ଡିଭାଇସ୍ ସହିତ ଜିଓ ଗ୍ଲାସ୍‌କୁ ପ୍ରଦର୍ଶନ କରାଯାଇଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “କେରଳର କୋଚି ଏବଂ ଗୁରୁବାୟୁର ମନ୍ଦିରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଖୁବ୍‌ଶୀଘ୍ର ସାରା କେରଳ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ିହେବ। ଜିଓ ହେଉଛି ପ୍ରଥମ ଟେଲିକମ୍ ଅପରେଟର ଯାହା କେରଳରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସବୁ ଭାରତୀୟଙ୍କୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାମ କରୁଛନ୍ତି। କେରଳର ଡିଜିଟାଲକରଣକୁ ଆଗକୁ ବଢ଼ାଇବା ଲାଗି ଆମକୁ ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ଆମେ କେରଳ ମୁଖ୍ୟମନ୍ତ୍ରୀ ଓ କେରଳ ସରକାରଙ୍କ ନିକଟରେ କୃତଜ୍ଞ।’’

ଜିଓ ୱେଲକମ୍ ଅଫର ଅଧୀନରେ ଜିଓ ଗ୍ରାହକମାନେ ଡିସେମ୍ବର ୨୦ ତାରିଖରୁ କୋଚି ଏବଂ ଗୁରୁବାୟୁର ମନ୍ଦିରରେ କୌଣସି ଅତିରିକ୍ତ ଶୁଳ୍କ ବିନା ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଲାଭ ଉଠାଇପାରିବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଏକ ନମ୍ବର ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ରହିଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌କୁ ଅତିକ୍ରମ କରି ଓୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ଭାବେ ଉଭା ହୋଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି। ଗୃହ ଓ ବାଣିଜ୍ୟିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଓଡ଼ିଶାରେ ନିଜର ଅଗ୍ରଣୀ ସ୍ଥିତିକୁ ଅଧିକ ସୁଦୃଢ଼ କରି ଜିଓ ଏହାର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ସମ୍ପ୍ରସାରିତ କରିଛି।

ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୨ ଅକ୍ଟୋବର ପାଇଁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧.୭୭ ଲକ୍ଷ ଓୟାରଲାଇନ ଗ୍ରାହକ ହାସଲ ସହିତ ଜିଓ ଏହି କ୍ଷେତ୍ରରେ ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଉଭା ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଜିଓର ଓୟାରଲାଇନ୍ସ ଗ୍ରାହକ ସଂଖ୍ୟା ସର୍ବାଧିକ ୧.୭୭ ଲକ୍ଷ ରହିଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୧.୭୨ ଲକ୍ଷ ରହିଛି। ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ଯେ ଜିଓଫାଇବର ଅଧୀନରେ ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଏକମାତ୍ର କଂପାନି ଭାବେ ଅକ୍ଟୋବର ମାସରେ ରାଜ୍ୟରେ ନୂଆ ଓୟାରଲାଇନ୍ସ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସେବା ସମସ୍ତ ପ୍ରଦାନକାରୀମାନେ ଓୟାରଲାଇନ୍ ଗ୍ରାହକ ହରାଇଛନ୍ତି।

ଜାତୀୟ ସ୍ତରରେ ଅକ୍ଟୋବର ମାସରେ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ି ଉଭୟ କ୍ଷେତ୍ରରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ଜିଓ ପାଖରେ ଉଭୟ ଗ୍ରାହକ ଓ ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ବଜାର ଅଂଶ ରହିଛି । ୨୦୨୨ ଅକ୍ଟୋବର ସୁଦ୍ଧା ୧.୩୮ କୋଟି ଗ୍ରାହକଙ୍କୁ ନେଇ ଜିଓ ରାଜ୍ୟର ଅଗ୍ରଣୀ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ଏହା ପଛକୁ ଥିବା ଏୟାରଟେଲ୍‌ର ୧.୧୩ କୋଟି ଗ୍ରାହକ, ବିଏସ୍‌ଏନ୍‌ଏଲ୍‌ର ୬୩.୨୦ ଲକ୍ଷ ଗ୍ରାହକ ଏବଂ ୱିର ୧୬.୪୫ ଲକ୍ଷ ଗ୍ରାହକ ରହିଛନ୍ତି।

ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଉପସ୍ଥିତିକୁ ଜିଓ ପକ୍ଷରୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ରାଇରଙ୍ଗପୁର ଏବଂ ପାରଳାଖେମୁଣ୍ଡି ସମେତ ଓଡ଼ିଶାର ୩୭ଟି ପ୍ରମୁଖ ସହର ଓ ନଗରରେ ଏବେ ଜିଓଫାଇବର ସେବା ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ସହରକୁ ଏହି ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

ଜିଓଫାଇବର୍ ପକ୍ଷରୁ ପୂର୍ବରୁ ସେବା ଉପଲବ୍ଧ ରହିଥିବା ସହରଗୁଡ଼ିକରେ ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରାଯାଉଛି ଏବଂ ନୂଆ ଅଂଚଳ ଓ ସହର ଉପକଣ୍ଠରେ ଏହି ସେବା ସମ୍ପ୍ରସାରଣ କରାଯାଉଛି ଯାହା ବ୍ୟକ୍ତିଗତ ଗୃହଠାରୁ ଅରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ଏକ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଇଫୋନ୍ ର ଏହି ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ କଲା ଜିଓ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରବର୍ତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ।

ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ। ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି। ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ।

ଭାରତରେ ଆଇଫୋନ୍ ଡିଭାଇସ୍‌ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କଂପାନିର ବିଟା ସଫଟଓୟାର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍ ଜାରି କରାଯାଇଥିଲା।

ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତୀକୁୁ ଅପ୍‌ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍‌-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରଥମ ରାଜ୍ୟ ଭାବେ ଗୁଜରାଟର ୧୦୦% ଜିଲ୍ଲା ମୁଖ୍ୟାଳୟରେ ମିଳିବ ଜିଓ ଟ୍ରୁ-୫ଜି ସେବା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ।

ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କଂପାନି ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି। ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଏବଂ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ। ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଏବଂ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ।

“ଏଜୁକେସନ ଫର ଅଲ୍‌’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ ଜରିଆରେ ଗୁଜରାଟରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜ୍ୟର ୧୦୦ ସ୍କୁଲକୁ ଡିଜିଟାଇଜ୍ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପରସ୍ପର ସହ ହାତ ମିଳାଇଛନ୍ତି। ଏହି ଅଭିଯାନରେ ସ୍କୁଲ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସଂଯୋଗ, ଉନ୍ନତ କଟେଂଟ୍ ପ୍ଲାଟଫର୍ମ, ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗିତା ପ୍ଲାଟଫର୍ମ ଏବଂ ସ୍କୁଲ ପରିଚାଳନା ପ୍ଲାଟଫର୍ମ ଆଦି ସୁବିଧା ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ଆମେ ଗର୍ବର ସହିତ ଏହା ଘୋଷଣା କରୁଛୁ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଛନ୍ତି। ଏହି ପ୍ରଯୁକ୍ତିର ବାସ୍ତବ ଶକ୍ତି ଏବଂ ଏହା କିଭଳି କୋଟି କୋଟି ଜୀବନକୁ ପ୍ରଭାବିତ କରୁଛି ତାହା ଆମେ ପ୍ରଦର୍ଶିତ କରିବାକୁ ଚାହୁଛୁ।

ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଏକ ଗୁରୁତ୍ୱର କ୍ଷେତ୍ର। ଆସନ୍ତା ୧୦-୧୫ ବର୍ଷରେ ୩୦-୪୦ କୋଟି କୁଶଳୀ ଭାରତୀୟ ଶ୍ରମ ଶକ୍ତିରେ ଯୋଗ ଦେବାର ଶକ୍ତି ବିଷୟରେ କଳ୍ପନା କରନ୍ତୁ। ଏହା କେବଳ ପ୍ରତି ଭାରତୀୟଙ୍କୁ ଉତମ ଜୀବନ ଧାରଣ ମାନ ପ୍ରଦାନ କରିବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକାଶଶୀଳ ଦେଶରେ ପରିଣତ ହେବା ଲାଗି ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସଏ) କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ାରେ ସୁଯୋଗ ଜରିଆରେ ତୃଣମୂଳ ସ୍ତରରେ ଯୁବବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରାଯାଉଛି। ଜିଓର ଟ୍ରୁ-୫ଜିକୁ ବ୍ୟବହାର କରି ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ “ଏଜୁକେସନ ଫର ଅଲ୍‌’ ଅଭିଯାନକୁ ସମ୍ପୂର୍ଣ୍ଣ ଏକ ନୂଆ ସ୍ତରକୁ ନେବେ ଯାହା ସ୍କୁଲଗୁଡ଼ିକୁ ଡିଜିଟାଇଜ୍ କରିବ ଏବଂ ସେଗୁଡ଼ିକୁ ଭାରତ ଏବଂ ଦୁନିଆର ଶ୍ରେଷ୍ଠ ସ୍ତରକୁ ଆଣିବ।

ଆମ ବଡ଼ ସହରଗୁଡ଼ିକରେ ବାସ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନି ୫ଜି। ଏହା ନିଶ୍ଚିତ ରୂପେ ଭାରତର ପ୍ରତି ନାଗରିକ, ପ୍ରତି ଗୃହ ଏବଂ ପ୍ରତି ବ୍ୟବସାୟ ପାଖରେ ପହଂଚିବା ଦରକାର। କେବଳ ସେତେବେଳେ ଆମେ ସାରା ଅର୍ଥନୀତିରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରିବା, ଯାହା ଫଳରେ ଆମ ଦେଶ ଏକ ସମୃଦ୍ଧ ଓ ଅନ୍ତର୍ଭୁକ୍ତୀକରଣ ସମାଜରେ ପରିଣତ ହୋଇପାରିବ।’’

୨୦୨୨ ନଭେମ୍ବର ୨୫ରୁ ଗୁଜରାଟରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବ ଯେଉଁଥିରେ ସେମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ଆରମ୍ଭ କରିବାରେ ଜିଓ ପ୍ରଥମ ଅପରେଟର

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀ ପରେ ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏଥି ସହିତ ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍ ଅପରେଟର। ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଦିଲ୍ଲୀ ବ୍ୟତୀତ ମୁମ୍ବାଇ, କୋଲକାତା, ବାରାଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଥଦ୍ୱାରାରେ ରିଲାଏନ୍ସ ଜିଓ ପକ୍ଷରୁ ପୂର୍ବରୁ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇସାରିଛି। ଏହି ତାଲିକାରେ ଦିଲ୍ଲୀ-ଏନ୍‌ସିଆର୍ ହେଉଛି ସବୁଠୁ ନୂଆ ସ୍ଥାନ।

ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସିଗ୍‌ନାଲ୍ ଦିଲ୍ଲୀ-ଏନ୍‌ସିଆର୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଏବଂ କ୍ଷେତ୍ରରେ ମିଳିବ। ଅଧିକାଂଶ ଆବାସିକ ଅଂଚଳ, ହସ୍ପିଟାଲ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ କୋଠା, ମଲ୍‌, ପ୍ରମୁଖ ବଜାର, ଟେକ୍ ପାର୍କ ଏବଂ ମେଟ୍ରୋ ଷ୍ଟେସନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ।

ଏହା ପୂର୍ବରୁ ଦିଲ୍ଲୀରେ ଲକ୍ଷ ଲକ୍ଷ ଗ୍ରାହକ ଜିଓ ଟ୍ରୁ-୫ଜି ସେବାକୁ ବ୍ୟବହାର କରୁଛନ୍ତି। ଏନ୍‌ସିଆର୍ ଅଂଚଳରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ପରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି ଅଫରରେ ଗ୍ରହକମାନଙ୍କୁ ଅସୀମିତ ୫ଜି ଡାଟା ଏବଂ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ରିଲାଏନ୍ସ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦେଶର ରାଜଧାନୀ ଏବଂ ଏନ୍‌ସିଆର୍‌ର ଅଂଚଳର ଅଧିକାଂଶ ସ୍ଥାନରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଆମ ପାଇଁ ଗର୍ବର ବିଷୟ। ଜିଓ ଏହାର ଟ୍ରୁ-୫ଜି ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି ଏବଂ ଏହି ଅଂଚଳର ଏକ ବଡ଼ ଭାଗରେ ପୂର୍ବରୁ ଏହା ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିସାରିଛି। ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ପ୍ରଦାନ କରିବାରେ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର। ସମସ୍ତ ଭାରତୀୟଙ୍କ ନିକଟରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, କାରଣ ଏହି ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିପାରିବ।’’

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି।

ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଂଟର ସ୍ଥାପନ କରାଯାଇଛି । ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି କର୍ମଶାଳାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି।

ସାରା ପଶ୍ଚିମବଙ୍ଗରେ କଂପାନି ଏହାର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ପଶ୍ଚିମବଙ୍ଗରେ କୋଲକାତା ପରେ ସିଲିଗୁଡ଼ି ହେବ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହେବାକୁଯାଉଥିବା ଦ୍ୱିତୀୟ ସହର।

କୋଲକାତାରେ ଜିଓ ୫ଜି ୱେଲକମ୍ ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଉଛି। ଏହି ଅଫରରେ ଗ୍ରାହକମାନଙ୍କୁ ବିନା କୌଣସି ମୂଲ୍ୟରେ ୧ ଜିବିପିଏସ୍ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ମିଳୁଛି। ୱେଲକମ୍ ଅଫରର ଗ୍ରାହକମାନେ ଡାଟାକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ ଏବଂ ଟ୍ରୁ-୫ଜି ନେଟ୍‌ୱର୍କର ବହୁ ଭଲ ଗୁଣ ରହିଛି ।

ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କା

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି। ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା।

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି। ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୂତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଂରନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ। ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ। ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ।

ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍ କରିବାକୁ ହେବ। ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ। ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ।

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିିରିକ୍ତ ଲାଭ ମିଳିବ। ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା।

ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍‌-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୧୦୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ।

୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୬,୩୬୫ ଟଙ୍କା (୫୩୯୪ ଟଙ୍କା+୯୭୧ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୬୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ଏଥି ସହିତ ଆଜିଓର ୨୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୩୦୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ।

ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ। ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୨,୬୯୭ ଟଙ୍କା (୩୧୮୨ ଟଙ୍କା+୪୮୫ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୩୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ। ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୫୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ। ଏହି ପ୍ଲାନ୍‌ରେ ଅତିରିକ୍ତ ବୈଧତା ମିଳିବ ନାହିଁ।

ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓଫାଇବର ସେଟ୍ ଟପ୍ ବକ୍ସ ମିଳିବ।