Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହାରାହାରି ୪ଜି ଡାଉନ୍‌ଲୋଡ୍ ଏବଂ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା ସେପ୍ଟେମ୍ବର ମାସ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ରହିଛି। ଅଗଷ୍ଟ ମାସରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୭.୪ ଏମ୍‌ବିପିଏସ୍ ଥିଲା। ନିକଟରେ ଓକ୍‌ଲା ପକ୍ଷରୁ ରାଜଧାନୀ ଦିଲ୍ଲୀ ସମେତ ଚାରିଟି ସହରରେ ହାରାହାରି ୫ଜି ସ୍ପିଡ୍‌ର ତଥ୍ୟ ଜାରି କରାଯାଇଥିଲା। ସେଥିରେ ରିଲାଏନ୍ସ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ବହୁ ଆଗରେ ରହିଥିଲା। ଦିଲ୍ଲୀରେ ଜିଓ ୬୦୦ ଏମ୍‌ବିପିଏସ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ହାସଲ କରିଥିଲା।

ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ ହ୍ରାସ ପାଇଛି। ସେପ୍ଟେମ୍ବରରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪ ଏମ୍‌ବିପିଏସ୍ ରହିଛି । ଜିଓଠାରୁ ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବହୁ ପଛରେ ରହିଛନ୍ତି। ଟ୍ରାଇର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ପରୀକ୍ଷାରେ ଜିଓ ଆରମ୍ଭରୁ ଏକ ନମ୍ବର ସ୍ଥାନରେ ରହିଆସିଛି।

ତେବେ ସବୁଠୁ ବଡ଼ ପରିବର୍ତନ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ଥିବା ଭୋଡାଫୋନ୍ ଆଇଡିଆକୁ ପଦଚ୍ୟୁତ କରି ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଦେଶରେ ଏକ ନମ୍ବର ସ୍ଥାନରେ ପହଂଚିଛି। ଟ୍ରାଇର ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ଜିଓକୁ ବାଦ ଦେଇ ଅନ୍ୟ ସବୁ ଟେଲିକମ୍ ଅପରେଟରଙ୍କ ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇଛି। ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୪ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆର ୫.୯ ଏମ୍‌ବିପିଏସ୍ ରହିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ହ୍ରାସ ପାଇ ବିଏସ୍‌ଏନ୍‌ଏଲ୍ ସହିତ ସମାନ ୩.୪ ଏମ୍‌ବିପିଏସ୍ ରହିଛି। ଟ୍ରାଇ ଦ୍ୱାରା ବାସ୍ତବ ସମୟ ଭିତିରେ ଏହାର ମାଇଁ ସ୍ପିଡ୍ ଆପ୍ଲିକେସନ ସହାୟତାରେ ସଂଗୃହୀତ ତଥ୍ୟ ଭିତିରେ ହାରାହାରି ସ୍ପିଡ୍ ଆକଳନ କରାଯାଇଥାଏ। ଟ୍ରାଇର ମାଇଁ ସ୍ପିଡ୍ ପୋର୍ଟାଲ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୪.୯ ଏମ୍‌ବିପିଏସ୍ ରହିଥିବା ବେଳେ ଏହାଠାରୁ ବହୁ ପଛରେ ରହିଥିବା ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଯଥାକ୍ରମେ ୧୮.୮ ଏମ୍‌ବିପିଏସ୍ ଓ ୧୪ ଏମ୍‌ବିପିଏସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀରେ ୬୦୦ ଏମ୍‌ବିପିଏସ୍ ୫ଜି ସ୍ପିଡ୍ ହାସଲ

ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ସ୍ପିଡ୍ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍ ସ୍ପିଡ୍ ହାସଲ କରିଛି। ଏହି ସମୟରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଉଥିବା ୫ଜି ସେବାରେ ଡାଉନ୍‌ଲୋଡ୍ ସ୍ପିଡ୍ ୫୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ପହଂଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଉଭୟ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛନ୍ତି, ଓକ୍‌ଲା ପକ୍ଷରୁ ସେହି ଚାରି ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ର ତୁଳନା କରାଯାଇଛି। ଏୟାରଟେଲ୍ ପକ୍ଷରୁ ୮ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରାଯାଇଥିବା ବେଳେ ଜିଓ ପକ୍ଷରୁ ଟ୍ରୁ-୫ଜି ଭାବେ ପରିଚିତ ୫ଜି ସେବାର ବିଟା ପରୀକ୍ଷଣକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ସହରରେ କିଛି ନିର୍ଦିଷ୍ଟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି।

ଓକ୍‌ଲାର “ସ୍ପିଡ୍‌ଟେଷ୍ଟ ଇଟେଂଲିଜେନ୍ସ’ ରିପୋର୍ଟ ଅନୁସାରେ ଗତ ଜୁନ୍‌ରୁ ଏବେ ପର୍ଯ୍ୟନ୍ତର ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯୭.୯୮ ଏମ୍‌ବିପିଏସ୍ ରହିଥିବା ବେଳେ ରିଲାଏନ୍ସ ଜିଓର ନେଟ୍‌ୱର୍କରେ ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୯୮.୫୮ ଏମ୍‌ବିପିଏସ୍ ରହିଛି। ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ୍‌ର ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ତିନି ଗୁଣା ଅଧିକ ରହିଛି।

୫ଜିର ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ସର୍ବାଧିକ ପାର୍ଥକ୍ୟ କୋଲକାତାରେ ଦେଖିବାକୁ ମିଳିଛି । କୋଲକାତାରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ମାତ୍ର ୩୩.୮୩ ଏମ୍‌ବିପିଏସ୍ ରହିଥିବା ବେଳେ ଜିଓର ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ତା’ଠାରୁ ୧୪ ଗୁଣା ଅଧିକ ଅର୍ଥାତ ୪୮୨.୦୨ ଏମ୍‌ବିପିଏସ୍ ରହିଛି।

ବାରାଣାଣୀ ହେଉଛି ଏକମାତ୍ର ସହର ଯେଉଁଠାରେ ଉଭୟ ଏୟାରଟେଲ୍ ଓ ଜିଓର ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ପ୍ରାୟ ସମାନ ରହିଥିଲା। ବାରାଣାସୀରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୪୮୫.୨୨ ଏମ୍‌ବିପିଏସ୍ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୫୧୬.୫୭ ଏମ୍‌ବିପିଏସ୍ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଟେଲିକମ୍ ଅପରେଟରମାନେ ଏବେବି ନିଜ ନେଟ୍‌ୱର୍କକୁ ରିକାଲିବ୍ରେଟ୍ କରିବା କାର୍ଯ୍ୟ ଜାରି ରଖିଛନ୍ତି। ଯେତେବେଳେ ନେଟ୍‌ୱର୍କକୁ କମର୍ସିଆଲ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବ ସେତେବେଳେ ସ୍ପିଡ୍ ଅଧିକ ସ୍ଥିର ହେବା ଆଶା କରାଯାଉଛି।

ଭାରତର ସବୁଠୁ ଘନତ୍ୱ ବିଶିଷ୍ଟ ଜନସଂଖ୍ୟାର ସହର ହେଉଛି ମୁମ୍ବାଇ ଯେଉଁଠାରେ ଜିଓଠାରୁ ବହୁ ପଛରେ ରହିଯାଇଛି ଏୟାରଟେଲ୍। ଓକ୍‌ଲା ପକ୍ଷରୁ ୨୦୨୨ ଜୁନ୍‌ଠାରୁ ଉପଲବ୍ଧ ତଥ୍ୟ ଅନୁସାରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏହି ସହରରେ ୫୧୫.୩୮ ଏମ୍‌ବିପିଏସ୍ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୨୭୧.୦୭ ଏମ୍‌ବିପିଏସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ। ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ।

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ୦ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ। ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ। ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ। ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଂଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ।

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ। ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛ। ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ। କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ।

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ। ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ରାଷ୍ଟ୍ରପତିଙ୍କ ଗାଁରୁ ଆରମ୍ଭ ହେବ ଓଡିଶାରେ ୫ଜି ସେବା, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ଏହି ସେବା ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରୁ ଆରମ୍ଭ କରାଯିବ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁରେ ଥିବା ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ବିରଳ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆଜି ଦିନ ଦଶଟାରେ ଏହି ୫ଜି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ।  ଏହି ୫ଜି ସେବା ମାଧ୍ୟମରେ ଏହି ସ୍କୁଲ ପିଲାଙ୍କ ସହିତ ସେ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେଇ ୫ଜି ସେବାର ଘୋଷଣା କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଲୋକଙ୍କ ସହିତ ମଧ୍ୟ କଥା ହେବେ। ସେଥିପାଇଁ ବିଭିନ୍ନ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବିଭିନ୍ନ ରାଜ୍ୟରେ ବନ୍ଦୋବସ୍ତ କରାଯାଇଛି।

ତେବେ ଓଡିଶାରେ ଏହି ୫ଜି ସେବା ବର୍ତ୍ତମାନ ପାଇଁ କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ୫ଜି ସେବା, ରାଷ୍ଟ୍ରପତିଙ୍କ ଗାଁରେ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରେ ଏହି ସେବା ଲାଗୁ କରାଯିବ। ସେଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁ ସ୍କୁଲ ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆସନ୍ତାକାଲି ଏହି ୫ଜି ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କୁଲ ପିଲାଙ୍କ ସହିତ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେବେ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଏହି କଂଗ୍ରେସରେ ସେ ଦେଶର ବିଭିନ୍ନ ସହରରେ ୫ଜି ସେବାର ଶୁଭାରମ୍ଭ କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଲୋକଙ୍କ ସହିତ କଥା ମଧ୍ୟ ହେବେ। ସେଥିପାଇଁ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବନ୍ଦୋବସ୍ତ କରାଯାଇଛି।

ତେବେ ଏହି ସେବା କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

“ଟାଇମ୍ ୧୦୦ ନେକ୍ସଟ୍‌’ ତାଲିକାରେ ସାମିଲ ହେଲେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି 

ଭୁବନେଶ୍ୱର: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କୁ ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ “ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ସାମିଲ କରାଯାଇଛି। ତାଙ୍କୁ “ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଆକାଶ ଅମ୍ବାନିଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, “ବ୍ୟବସାୟକୁ ବଢ଼ାଇବା ପାଇଁ ଆକାଶ କଠିନ ପରିଶ୍ରମ କରୁଛନ୍ତି। ଗୁଗୁଲ୍ ଓ ଫେସବୁକ୍ ସହ ବିଲିଅନ୍ ଡଲାରର ନିବେଶ ଡିଲ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

“ଟାଇମ୍ ୧୦୦ ନେକ୍ସଟ’ରେ ସାମିଲ ହେବାରେ ଆକାଶ ଅମ୍ବାନି ହେଉଛନ୍ତି ଏକମାତ୍ର ଭାରତୀୟ। ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ ବର୍ଷ ବୟସରେ ଆକାଶଙ୍କୁ ଜିଓର ବୋର୍ଡରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଜୁନ ମାସ୍‌ରେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କଂପାନି ଜିଓର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ୪୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଥିବା କଂପାନି ରିଲାଏନ୍ସ ଜିଓକୁ ସମ୍ଭାଳିବାର ଗୁରୁ ଦାୟିତ୍ୱ ଏବେ ଏହାର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କ ଉପରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓର ୫ଜି ସେବାର କାର୍ଯ୍ୟକାରିତା ଆକାଶ ଅମ୍ବାନିଙ୍କ ନେତୃତ୍ୱରେ ହେଉଛି। ଦୀପାବଳି ସୁଦ୍ଧା ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ କେତେକ ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ରଖିଛି। ଜିଓ ଏକମାତ୍ର ଟେଳିକମ୍ କଂପାନି ଯାହା ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ କିଣିଛ, ଯାହା ହେଉଛି ଏକମାତ୍ର ବ୍ୟାଣ୍ଡ୍ ଯେଉଁଥିରେ ବାସ୍ତବ ୫ଜି ସେବା ମିଳିପାରିବ। ଆମେରିକା ଓ ୟୁରୋପରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ପ୍ରିମିୟମ୍ ବ୍ୟାଣ୍ଡ୍ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ୫ଜି କ୍ଷେତ୍ରରେ ଅନ୍ୟ କଂପାନିଗୁଡ଼ିକ ତୁଳନାରେ ଜିଓ ଆଗରେ ରହିଛି।

ଟାଇମ୍ ପତ୍ରିକା ପ୍ରତିବର୍ଷ “ଟାଇମ୍ ୧୦୦ ନେକ୍ସଟ୍‌’ର ତାଲିକା ପ୍ରକାଶ କରୁଛି। ଏହି ତାଲିକାରେ ଦେଶ ଦୁନିଆ ବ୍ୟତୀତ ଉଦ୍ୟୋଗ ଜଗତର ୧୦୦ ଉଦୀୟମାନ ତାରକାଙ୍କୁ ସାମିଲ କରାଯାଇଥାଏ। ୨୦୨୨ ଟାଇମ୍ ୧୦୦ ତାଲିକାରେ ସଙ୍ଗୀତକାର, ପେସାଦାର ଡାକ୍ତର, ସରକାରୀ ଅଧିକାରୀ, ସାମାଜିକ କର୍ମୀ, ହାଇ-ପ୍ରୋଫାଇଲ୍ ହ୍ୱିସିଲ ବ୍ଲୋୟର ଓ ଶ୍ରେଷ୍ଠ ସିଇଓମାନଙ୍କୁ ସାମିଲ କରାଯାଇଛି। ଏହି ମହାନ ବ୍ୟକ୍ତିମାନେ ଦୁନିଆକୁ ନୂଆ ସ୍ୱରୂପ ପ୍ରଦାନ କରିବା ସହିତ ଭବିଷ୍ୟତକୁ ନୂଆ ପରିଭାଷା ପ୍ରଦାନ କରିବାକୁ ଉଦ୍ୟମ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓର ୬ ବର୍ଷ ପୂର୍ତ୍ତି; ଡାଟା ବ୍ୟବହାରରେ ୧୦୦ ଗୁଣ ବୃଦ୍ଧି

ଭୁବନେଶ୍ୱର: ଦୂରସଂଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତି ପାଳନ କରୁଛି। ଏହି ୬ବର୍ଷ ମଧ୍ୟରେ ଦୂରସଂଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦ ଗୁଣରୁ ଅଧିକ ବୃଦ୍ଧି ହାସଲ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଜିଓ ସେବା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଗ୍ରାହକ ଗୋଟିଏ ମାସରେ ହାରାହାରି ମାତ୍ର ୧୫୪ ଏମ୍‌ବି ଡାଟା ବ୍ୟବହାର କରୁଥିଲେ। ସମ୍ପ୍ରତି ଡାଟା ବ୍ୟବହାର ପରିମାଣ ୧୦୦ ଗୁଣ ବୃଦ୍ଧିପାଇ ପ୍ରତି ମାସରେ ପ୍ରତ୍ୟେକ ଗ୍ରାହକଙ୍କ ପିଛା ହାରାହାରି ୧୫.୮ ଜିବି ସ୍ତରରେ ପହଚିଂଛି। ସେହି ସମୟରେ ଜିଓ ବ୍ୟବହାରକାରୀ ପ୍ରତି ମାସରେ ହାରାହାରି ପ୍ରାୟ ୨୦ ଜିବି ଡାଟା ବ୍ୟବହାର କରୁଛନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ ରହିଛି।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ଦିପାବଳୀ ସୁଦ୍ଧା ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିସାରିଛନ୍ତି। ୫ଜି ପ୍ରଚଳନ ପରେ ଡାଟା ବ୍ୟବହାରରେ ଆଶାତୀତ ବୃଦ୍ଧି ଘଟିବା ସମ୍ଭାବନା ରହିଛି। ସମ୍ପ୍ରତି ପ୍ରକାଶିତ ଏରିକ୍ସନ ମୋବିଲିଟି ରିପୋର୍ଟରେ ଅନୁମାନ କରାଯାଇଛି ଯେ ୫ଜି ପ୍ରଚଳନ ପରେ ଡାଟା ବ୍ୟବହାର ଆଗାମୀ ତିନିବର୍ଷ ମଧ୍ୟରେ ୨ଗୁଣରୁ ଅଧିକ ବୃଦ୍ଧିପାଇବ। ଟେଲିକମ୍ ଶିଳ୍ପ ସମ୍ପର୍କରେ ଅବଗତ ବ୍ୟକ୍ତିବିଶେଷଙ୍କ କହିବା କଥା ଯେ ୫ଜି ପ୍ରଯୁକ୍ତିର ଉଚ୍ଚତମ ପ୍ରଦର୍ଶନ ଏବଂ ହାଇ ସ୍ପିଡ କାରଣରୁ ଅଧିକ ସଂଖ୍ୟାରେ ବ୍ୟବହାରକାରୀଙ୍କୁ ଏହା ଆକୃଷ୍ଟ କରିବ। ଏଥିସହିତ ଭିଡିଓ ଚାହିଦାରେ ମଧ୍ୟ କ୍ଷିପ୍ର ବୃଦ୍ଧି ସମ୍ଭବ ହେବ। ଯଦ୍ୱାରା ଡାଟା ଚାହିଦାରେ ଆହୁରି ବୃଦ୍ଧି ଘଟିବ।

୪ଜି ପ୍ରଯୁକ୍ତି ଏବଂ ସ୍ପିଡ୍‌ରେ ରିଲାଏନ୍ସ ଜିଓର ରେକର୍ଡ ବେଶ ଦମ୍‌ଦାର ରହିଛି। ଏବେ ୫ଜିକୁ ନେଇ ମଧ୍ୟ  କମ୍ପାନୀର ବୃହତ ଯୋଜନା ଆସିବାକୁ ଯାଉଛି। କନେକ୍ଟେଡ ଡ୍ରୋନ, କନେକ୍ଟେଡ ଆମ୍ବୁଲାନ୍ସ- ହସ୍ପିଟାଲ୍‌, କନେକ୍ଟେଡ କ୍ଷେତ- ଗୋଦାମ, କନେକ୍ଟେଡ ସ୍କୁଲ-କଲେଜ, ଇକମର୍ସ ଇଜ୍‌, ଅବିଶ୍ୱସନୀୟ ସ୍ପିଡ ସହିତ- ମନୋରଞ୍ଜନ, ରୋବୋଟିକ୍ସ, କ୍ଲାଉଡ ପିସି, ଇମର୍ସିଭ ଟେକ୍‌ନୋଲୋଜି ସହିତ ଭର୍ଚୁଆଲ ଥିଙ୍ଗସ୍ ଆଦି ପ୍ରଯୁକ୍ତିକୌଶଳରେ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ୬  ବର୍ଷ ପୂର୍ବରୁ ଯେତେବେଳ ଜିଓର ଶୁଭାରମ୍ଭ କରିଥିଲେ, ସେତେବେଳେ କାହା ମନ ଭିତରେ ନଥିଲା ଯେ  ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓ କେବଳ ଦେଶର ନୁହେଁ, ଦୁନିଆର ସବୁଠାରୁ ବଡ ଦୂରସଂଚାର କମ୍ପାନୀରେ ପରିଗଣିତ ହେବ। ସମ୍ପ୍ରତି ଜିଓ ଭାରତରେ ୪୧ କୋଟି ୩୦ ଲକ୍ଷ ମୋବାଇଲ ଏବଂ ପ୍ରାୟ ୭୦ ଲକ୍ଷ ଜିଓଫାଇବର ଗ୍ରାହକ ସହିତ ୩୬% ବଜାର ଅଂଶ ହାସଲ କରିଛି। ରାଜସ୍ୱ ଦୃଷ୍ଟିରୁ ଏହାର ବଜାର ଅଂଶ ୪୦.୩% ରହିଛି। ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ବଳରେ ଆଗାମୀ ଦିନଗୁଡିକରେ କିଭଳି ପରିବର୍ତନ ଆସିବ ଅଥବା ଅଣାଯାଇପାରିବ, ତାହା କମ୍ପାନୀର ବିଗତ ୬ବର୍ଷର ସଫଳତାରେ ପ୍ରତିପାଦିତ ହୋଇସାରିଛି।

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ୬ ବର୍ଷ

ଦେଶର ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ର ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା। ବିଗତ ଛଅ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ଟେଲିକମ ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୩.୨୮ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧.୩୬ କୋଟି ମୋବାଇଲ ଗ୍ରାହକ ହାସଲ ସହ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇ ତଥ୍ୟ ଅନୁଯାୟୀ,  ରାଜ୍ୟରେ ଥିବା ମୋଟ ୨.୯୬ କୋଟି ସକ୍ରିୟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ସର୍ବାଧିକ ୪୫.୨ ପ୍ରତିଶତ ଜିଓ ସହିତ ରହିଛନ୍ତି। ସେହିଭଳି ଟ୍ରାଇ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨ ପ୍ରତିଶତରୁ ଊର୍ଦ୍ଧ୍ୱ ଭାଗ ହାସଲ କରିଛି ଜିଓ।

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ମଧ୍ୟ ଏହି ଛଅବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨କୋଟିରୁ ଊର୍ଦ୍ଧ୍ୱରେ ପହଚିଂଛି। ବିଶେଷ କରି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ଏହାର ପ୍ରଭାବ ପ୍ରଭାବ ଅଭୂତପୂର୍ବ ରହିଛି। ଓଡ଼ିଶାର ଗ୍ରାମାଚଂଳରେ ବ୍ରଡବ୍ୟାଣ୍ଡ୍ ଇଟଂରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ରହିଥିବା ୮.୭ ଲକ୍ଷରୁ ପ୍ରାୟ ୧୫ ଗୁଣ ବୃଦ୍ଧିପାଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଚିଂଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ରାଜ୍ୟର ଗ୍ରାମାଚଂଳରେ ଆସିଥିବା ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ନେଟୱର୍କ ଓ ଦୁର୍ଗମ ଅଚଂଳଗୁଡ଼ିକୁ ୪ଜି ନେଟ୍‌ୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରୋନା ମହାମାରୀ ସମୟରେ ଅନ୍‌ଲାଇନ ପାଠପଢାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି। କୋରାପୁଟର ଦୁର୍ଗମ ନାରାୟଣପାଟଣା ଓ ଆଲମୋଣ୍ଡାଠାରୁ ଆରମ୍ଭ କରି ମାଲକାନଗିରିର କୁଟୁଣିପଲ୍ଲୀ, ଗଜପତିର କରଚବାଡି ଓ ଗୁମ୍ମା, କନ୍ଧମାଳର ଚାଚେଂଡି, ସିମିଳିପାଳର ଲାଞ୍ଜିଘୋଷରା, ଝାରସୁଗୁଡାର ଖୁଂଟାମାଳ ଓ କେନ୍ଦୁଝରର କାଳିଆହତା ଭଳି ଶତାଧିକ ଦୁର୍ଗମ ଓ ଅପହଂଚ ଅଂଚଳକୁ ୪ଜି ମୋବାଇଲ ସେବା ଓ ଡିଜିଟାଲ ଇଣ୍ଡିଆ ସହିତ ଯୋଡିଛି ଜିଓ।

ସେହିଭଳି ସର୍ବାଧିକ ଲୋକପ୍ରିୟ ଜିଓ ଫାଇବର ହାଇ-ସ୍ପିଡ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ ଜରିଆରେ ରାଜ୍ୟର ୩୫ରୁ ଅଧିକ ପ୍ରମୁଖ ସହରରେ ଉପସ୍ଥିତି ଜାହିର କରିବା ସହିତ ଘରେ ରହି କାମ (ୱାର୍କ-ଫ୍ରମ୍‌-ହୋମ୍‌) କରୁଥିବା ପ୍ରଫେସନାଲ ଓ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଥିବା ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଜିଓଫାଇବର ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷରେ ପହଂଚିଛି।

ଫ୍ରି କଲିଂ: ମୋବାଇଲ ରଖିବା ଖର୍ଚ୍ଚ ହ୍ରାସ

ଭଏସ୍ କଲ୍ ପାଇଁ ଅଧିକ ବିଲ୍ ଭରଣା କରୁଥିବା ଏହି ଦେଶରେ ଜିଓ ଆଉଟଗୋଇଂ ଭଏସ୍ କଲ୍‌କୁ ମାଗଣା କରିବା ସହିତ ସମସ୍ତ ନେଟୱର୍କରେ ଏହାକୁ ମାଗଣା କରିଛି, ଯାହା ଗ୍ରାହକଙ୍କ ପାଇଁ ଏ ପ୍ରକାରର ପ୍ରଥମ ଅନୁଭୂତି ଥିଲା । ମୋବାଇଲ ରଖିବା ପୂର୍ବାପେକ୍ଷା ଅନେକ ସହଜ ହେବା ସହ ମୋବାଇଲ ବିଲ୍‌ରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି । ଜିଓର ଆଉଟ୍‌ଗୋଇଂ ମାଗଣା କରିଦିଆଯିବା ଦ୍ୱାରା ଅନ୍ୟ ଅପରେଟରଙ୍କ ଉପରେ ବ୍ୟାପକ ଚାପ ପଡିଥିଲା ଏବଂ ସେମାନେ ମଧ୍ୟ ନିଜର ରଣନୀତିରେ ପରିବର୍ତନକରି ଦାମ୍ ହ୍ରାସ କରିଥିଲେ ।

ଦୁନିଆରେ ସବୁଠାରୁ ଶସ୍ତ ଡାଟା:

ଭାରତରେ ଡାଟା ବ୍ୟବହାର କେବଳ ସର୍ବାଧିକ ନୁହେଁ, ତାହା ସହିତ ଡାଟା ମୂଲ୍ୟ ମଧ୍ୟ ବିଗତ ୬ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରୁ ସର୍ବନିମ୍ନ ସ୍ଥାନକୁ ଖସିଆସିଛି । ଜିଓ ପ୍ରଚଳନ ସମୟରେ ଦେଶରେ ଗ୍ରାହକଙ୍କୁ ୧ ଜିବି ଡାଟା ବ୍ୟବହାର କରିବା ପାଇଁ ପ୍ରାୟ ୨୫୦ ଟଙ୍କା ଦେବାକୁ ପଡୁଥିଲା । ଡାଟା ମୂଲ୍ୟ ଉପରେ ଜିଓର ଏକପ୍ରକାର ଯୁଦ୍ଧର ଫଳ ସ୍ୱରୂପ ଆଜି ଅର୍ଥାତ୍ ୨୦୨୨ରେ ୧ଜିବି ଡାଟା ହାରାହାରି ପ୍ରାୟ ୧୩ ଟଙ୍କାରେ ମିଳିଯାଉଛି । ଅର୍ଥାତ୍ ଡାଟା ମୂଲ୍ୟ ୬ବର୍ଷ ମଧ୍ୟରେ ପ୍ରାୟ ୯୫ ପ୍ରତିଶତ ହ୍ରାସପାଇଛି । ଏହି ତଥ୍ୟ ଏଥିପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଦୁନିଆର ବୃହତ ଅର୍ଥନୀତିଗୁଡିକ ମଧ୍ୟରେ ଭାରତରେ ଡାଟା ମୂଲ୍ୟ ସବୁଠାରୁ କମ୍ ରହିଛି ।

ଡିଜିଟାଲ ଇକୋନୋମିର ମେରୁଦଣ୍ଡ-ଇ କମର୍ସର ପ୍ରାଣ

ରିଲାଏନ୍ସ ଜିଓ ଭାରତୀୟ ଡିଜିଟାଲ ଇକୋନୋମିର ମେରୁଦଣ୍ଡ ପାଲଟିଛି । ସରକାରୀ ପ୍ରଚେଷ୍ଟାରେ ସୃଷ୍ଟି ସଚେତନତା ଏବଂ ଜିଓର ଶସ୍ତା ଡାଟା ଡିଜିଟାଲ ଇକୋନୋମିରେ ନୂଆ ଜୀବନ ସଂଚାର କରିଛି । ଜିଓ ପ୍ରଚଳନ ସମୟରେ ଅର୍ଥାତ, ୨୦୧୬ ସେପ୍ଟେମ୍ବରରେ ୟୁପିଆଇ ମାର୍କେଟରେ କେବଳ ୩୨.୬୪ କୋଟିର କାରବାର ହେଉଥିଲା । ୨୦୨୨ ଅଗଷ୍ଟ ପ୍ରାରମ୍ଭରେ ଏଥିରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ସମ୍ପ୍ରତି ୟୁପିଆଇରେ ୧୦.୭୨ ଲକ୍ଷ କୋଟି ଟଙ୍କାର କାରବାର ହେଉଛି । ଏହାର କାରଣ ଅତ୍ୟନ୍ତ ସୁସ୍ପଷ୍ଟ, ବିଗତ ୬ବର୍ଷରେ କେବଳ ବ୍ରଡ୍‌ବ୍ୟାଣ୍ଡ୍ ଉପଭୋକ୍ତ ସଂଖ୍ୟା ୧୯.୨୩ କୋଟି (୨୦୧୬ ସେପ୍ଟେମ୍ବର)ରୁ ବୃଦ୍ଧି ପାଇ ୮୦ କୋଟି (୨୦୨୨ ଜୁନ୍‌)ରେ ପହଚିଂଛି ଏବଂ ସେହି ସମୟରେ ହାରାହାରି ଇଟଂରନେଟ୍ ସ୍ପିଡ ମଧ୍ୟ ୫ଗୁଣ ବୃଦ୍ଧିପାଇ ୫.୬ ଏମ୍‌ବିପିଏସ୍ (୨୦୧୬ ମାର୍ଚ୍ଚ)ରୁ ୨୩.୧୬ ଏମ୍‌ବିପିଏସ୍ (୨୦୨୨ ଏପ୍ରିଲ)ରେ ପହଂଚିିଛି ।

ୟୁନିକର୍ଣ୍ଣର୍ କମ୍ପାନୀ ସମୂହ ସଂଖ୍ୟାରେ ଆଶାତୀତ ବୃଦ୍ଧି

ସମ୍ପ୍ରତି ଭାରତରେ ୧୦୫ ୟୁନିକର୍ଣ୍ଣ କମ୍ପାନୀ ରହିଛନ୍ତି, ଯେଉଁମାନଙ୍କର ମୂଲ୍ୟ ୩୩୮ ଅରବ ଡଲାରରୁ ଅଧିକ । ଜିଓ ପ୍ରଚଳନ ସମୟରେ ଭାରତରେ ମାତ୍ର ୪ଟି ୟୁନିକର୍ଣ୍ଣ କମ୍ପାନୀ ରହିଥିଲେ । ୟୁନିକର୍ଣ୍ଣ ସେହି ଷ୍ଟାର୍ଟଅପ୍ କମ୍ପାନୀଙ୍କୁ କୁହାଯାଉଛି ଯାହାର ନେଟ୍‌ୱର୍ଥ ୧ ଅରବ ଡଲାରରୁ ଅଧିକ । ୨୦୨୧ରେ ୪୪ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କମ୍ପାନୀ ତାଲିକାରେ ସ୍ଥାନ ପାଇଥିଲେ ।

ଜିଓଫୋନ୍ ଭାରତର ପ୍ରଥମ ୪ଜି ଫିଚର ସ୍ମାର୍ଟଫୋନ- କୋଟି କୋଟି ଗ୍ରାହକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡିଛି

ଦେଶରେ ପ୍ରାୟ ୫୦ କୋଟି ଲୋକ ପୁରୁଣା ଏବଂ ମହଙ୍ଗା (କଲ୍ କରିବାକୁ) ୨ଜି ପ୍ରଯୁକ୍ତିର ବ୍ୟବହାର କେବଳ ଏଥିପାଇଁ କରୁଥିଲେ, କାରଣ ସେମାନଙ୍କ ପାଖରେ ୪ଜି ପ୍ରଯୁକ୍ତିରେ ଚାଲିବା ପାଇଁ ମହଙ୍ଗା ଫୋନ କିଣିବାକୁ ଟଙ୍କା ନଥିଲା ଅଥବା ସେମାନେ ବଟନ୍ ବିଶିଷ୍ଟ ଫୋନ ବ୍ୟବହାର କରିବାକୁ ଚାହୁଁଥିଲେ । ଜିଓ ଯଥେଷ୍ଟ କମ୍ ମୂଲ୍ୟରେ ୪ଜି ଜିଓଫୋନ୍ ପ୍ରଚଳନ କରି ଏହି ଦୁଇଟିଯାକ ସମସ୍ୟାକୁ ଦୂର କରିଥିଲା । ଜିଓଫୋନ ଭାରତୀୟ ବଜାରରେ ଏପର୍ଯ୍ୟନ୍ତ ସବୁଠାରୁ ସଫଳ ମୋବାଇଲ ଫୋନ ସାବ୍ୟସ୍ତ ହୋଇଛି । ଏହାର ୧୧ କୋଟିରୁ ଅଧିକ ୟୁନିଟ ବିକ୍ରି ହୋଇଛି ।

ଜିଓଫାଇବର- ଲକ୍‌ଡାଉନ୍ ସମୟର ସାଥୀ- ୱର୍କ ଫ୍ରମ୍ ହୋମ୍‌- କ୍ଳାସ ଫ୍ରମ ହୋମ୍‌-ଇ ସପିଙ୍ଗ୍‌
ଲକ୍‌ଡାଉନ୍ ସମୟରେ ଦେଶରେ ଜିଓ ଫାଇବର ସେବା ଜନସାଧାରଣଙ୍କ ପାଇଁ ବଡ ସାହାରା ଭାବରେ ଉଭା ହୋଇଥିଲା । ଭାବି ଦେଖନ୍ତୁ, ଲକ୍‌ଡାଉନ୍ ସମୟରେ ଯଦି ଇଟଂରନେଟ୍ ନଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା । ୱର୍କ ଫ୍ରମ୍ ହୋମ, କ୍ଲାସ ଫ୍ରମ୍ ହୋମ ଅଥବା ଇ-ସପିଙ୍ଗ ଆଦି କ୍ଷେତ୍ରରେ ଜିଓଫାଇବର ନିଜର ବିଶ୍ୱସନୀୟ ସେବା ଏବଂ ସ୍ପିଡ ବଳରେ କୌଣସି କାମ ଅଟକିବାକୁ ଦେଇନଥିଲା । ତିନିବର୍ଷରେ ଭାରତରେ ୭୦ ଲକ୍ଷ ପରିସରକୁ ଜିଓଫାଇବର ସହିତ ସଂଯୁକ୍ତ କରାଯାଇସାରିଛି । ୱର୍କ ଫ୍ରମ୍ ହୋମ୍ ସଂସ୍କୃତି କମ୍ପାନୀଗୁଡିକୁ ଏଭଳି ସୁବିଧା ପ୍ରଦାନ କରିଥିଲା ଯେ ଲକଡାଉନ୍ ପରେ ମଧ୍ୟ ଅନେକ କମ୍ପାନୀ ୱର୍କ ଫ୍ରମ୍ ହୋମ୍ ଉପରେ ଗୁରୁତ୍ୱ ଦେଉଛନ୍ତି । ଜୀବନକୁ ସହଜ କରିବା ସହିତ ଜିଓଫାଇବର ଅପ୍ରତ୍ୟକ୍ଷ ଭାବରେ ଅନେକ ରୋଜଗାର ମଧ୍ୟ ସୃଷ୍ଟି କରୁଛି । ବିଗତ କିଛି ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଅନେକ ଇଟଂରନେଟ୍‌, ଇ-କମର୍ସ, ହୋମ୍ ଡେଲିଭରୀ ଏବଂ ଏଟଂରଟେନ୍‌ମେଂଟ୍ କମ୍ପାନୀ ହଜାର-ଲକ୍ଷ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜିଓ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ପହଂଚିବ ସେବା 

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ। ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ। ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ। ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି।

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି। ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ। ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ। ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି।

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୧,୦୦୦ ସହରରେ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଜିଓ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଦେଶର ପ୍ରାୟ ୧,୦୦୦ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଏହାର ଯୋଜନାକୁ ଚୂଡ଼ାନ୍ତ କରିଛି। ଏଥି ସହିତ କଂପାନି ସ୍ୱଦେଶରେ ବିକଶିତ ୫ଜି ଟେଲିକମ୍ ଉପକରଣର ପରୀକ୍ଷଣ ମଧ୍ୟ ଶେଷ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଜଣାଇଛି ଯେ ଏହାର ଟେଲିକମ୍ କଂପାନି ଜିଓ ୨୦୨୧-୨୨ ଆର୍ଥିକ ବର୍ଷରେ ଶତ ପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତି ଜ୍ଞାନକୌଶଳ ସହିତ ୫ଜି ସେବା ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ କଂପାନି ସର୍ବାଧିକ ସ୍ପେକ୍ଟ୍ରମ କିଣିଛି। ମୋଟ ୧.୫୦ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଥିବା ବେଳେ ଜିଓ ଏକାକୀ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ୍ କିଣିବାକୁ ବିଡ୍ ଦାଖଲ କରିଥିଲା।

ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଦେଶର ୧୦୦୦ ସହରରେ ୫ଜି ସେବା ପ୍ରଦାନ କରିବା ଲାଗି ଯୋଜନାକୁ ପ୍ରସ୍ତୁତ କରିଛି ଜିଓ। ଏହି ସମୟରେ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆର୍‌), ଭର୍ଚୁଆଲ୍ ରିଅଲିଟି (ଭିଆର୍‌), କ୍ଲାଉଡ୍ ଗେମିଂ, ଟିଭି ଷ୍ଟ୍ରିମିଂ, ହସ୍ପିଟାଲ୍ ଓ ଉଦ୍ୟୋଗରେ ବ୍ୟବହାର ଲାଗି ଏହାକୁ କଂପାନି ପରଖି ସାରିଛି।

ଟେଲିକମ୍ ବିଭାଗ ଅନୁଯାୟୀ ୪ଜି ତୁଳନାରେ ୫ଜିରେ ଡାଉନ୍‌ଲୋଡ୍ ସ୍ପିଡ୍ ୧୦ ଗୁଣା ଅଧିକ ରହିଥାଏ ଏବଂ ସ୍ପେକ୍ଟ୍ରମ୍‌ର କ୍ଷମତା ମଧ୍ୟ ତିନି ଗୁଣା ବୃଦ୍ଧି ପାଇଥାଏ।

ରିଲାଏନ୍ସ ଜିଓ ଅତି ଗୁରୁତ୍ୱପୂର୍ଣ୍ଣ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛି ଯାହାର ଗୋଟିଏ ଟାୱାର ୬-୧୦ କିଲୋମିଟର ବ୍ୟାପୀ ଅଂଚଳକୁ ସିଗ୍‌ନାଲ୍ ପ୍ରଦାନ କରିଥାଏ। କଂପାନି ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍ ଓ ଜୋନ୍‌ରେ ୫ଜି ସେବା ପ୍ରଦାନ କରିବା ଲାଗି ଉତମ ଆଧାର ପ୍ରସ୍ତୁତ କରିପାରିଛି।

୬ଜି ସେବାର ଗବେଷଣାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱର ପ୍ରଥମ ପ୍ରମୁଖ ୬ଜି ଗବେଷଣା କାର୍ଯ୍ୟକ୍ରମ ପାଇଁ ଫିନ୍‌ଲ୍ୟାଣ୍ଡ୍‌ର ୟୁନିଭର୍ସିଟି ଅଫ୍ ଓୟୁଲୁସହିତ ଜିଓ ହାତ ମିଳାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଠାରୁ ନିଲାମ ହେବ 5G ସ୍ପେକ୍ଟ୍ରମ୍: ଦୌଡରେ ଏହି 4 ଟି କମ୍ପାନୀ

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଯେଉଁଥିରେ ରିଲାଏନ୍ସ ଜିଓ ଏବଂ ଭାରତ ଏୟାରଟେଲ ସମେତ ଚାରିଟି କମ୍ପାନୀ ଟେଣ୍ଡର କରିବେ। ଏହି ସମୟ ମଧ୍ୟରେ 4.3 ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz ସ୍ପେକ୍ଟ୍ରମ ପାଇଁ ବିଡ୍ କରାଯିବ। ବିଡିଂ ପ୍ରକ୍ରିୟା ଆଜି ସକାଳ 10 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ।

DoT ଉତ୍ସଗୁଡିକ କହିଛି ଯେ, ନିଲାମ ପ୍ରକ୍ରିୟା କେତେ ଦିନ ଚାଲିବ ତାହା ସ୍ପେକ୍ଟ୍ରମ୍ ପାଇଁ ଆସୁଥିବା ବିଡ୍ ଏବଂ ବିଡରଙ୍କ ରଣନୀତି ଉପରେ ନିର୍ଭର କରିବ।

ଦୁଇ ଦିନ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲିବ ଏବଂ ରିଜର୍ଭ ମୂଲ୍ୟରେ ସ୍ପେକ୍ଟ୍ରମ ବିକ୍ରି ହେବ ବୋଲି ଶିଳ୍ପ ଆଶା କରିଛି। ଏହି ରାଉଣ୍ଡ ସ୍ପେକ୍ଟ୍ରମ୍ ନିଲାମରେ ବିଦ୍ୟମାନ ଟେଲିକମ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବ୍ୟତୀତ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ 5G ପାଇଁ ଟେଣ୍ଡର କରିବାକୁ ଯାଉଛି।

ଟେଲି ଯୋଗାଯୋଗ ବିଭାଗ 5G ସ୍ପେକ୍ଟ୍ରମର ନିଲାମରୁ 70,000 କୋଟିରୁ 1,00,000 କୋଟି ପର୍ଯ୍ୟନ୍ତ ରାଜସ୍ୱ ପାଇବ ବୋଲି ଆଶା କରାଯାଉଛି। ଦେଶରେ 5G ସେବା ପ୍ରବର୍ତ୍ତନ ଅତି ଉଚ୍ଚ ଗତିର ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ବାଟ ଖୋଲିବ। ବିଦ୍ୟମାନ 4G ସେବା ଅପେକ୍ଷା 5G ସେବା ପ୍ରାୟ 10 ଗୁଣ ଦ୍ରୁତ ହେବ।

ନିଲାମ ସମୟରେ ରିଲାଏନ୍ସ ଜିଓ ଅଧିକ ଖର୍ଚ୍ଚ କରିବ ବୋଲି ଆଶା କରାଯାଉଛି। ଭୋଡାଫୋନ୍ ଆଇଡିଆ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଠାରୁ ସୀମିତ ଅଂଶଗ୍ରହଣ ସହିତ ଏୟାରଟେଲ୍ ମଧ୍ୟ ଏହି ଦୌଡକୁ ଆଗେଇ ନେବ ବୋଲି ଆଶା କରାଯାଉଛି। ମାର୍କେଟ ବିଶ୍ଳେଷକମାନେ କହିଛନ୍ତି ଯେ, ନିଲାମ ସମୟରେ ଆକ୍ରମଣାତ୍ମକ ଟେଣ୍ଡର ହେବାର ଆଶା କମ୍ ଅଛି। ଏହାର କାରଣ ହେଉଛି ସ୍ପେକ୍ଟ୍ରମ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବାବେଳେ ସେଠାରେ କେବଳ ଚାରିଜଣ ବିଡର ଅଛନ୍ତି।

ତେବେ ରିଲାଏନ୍ସ ଜିଓ ନିଲାମ ପାଇଁ ବିଭାଗରେ 14,000 କୋଟି ଟଙ୍କା ଜମା କରିଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ମାତ୍ର 100 କୋଟି ଟଙ୍କା ଜମା କରିଛି।

Categories
ଆଜିର ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ମାଲାକାନଗିରିର ଦୁର୍ଗମ ପଞ୍ଚାୟତରେ ୪ଜି ମୋବାଇଲ୍ ସଂଯୋଗ

ଭୁବନେଶ୍ୱର: ସାରା ଦେଶର ଦୁର୍ଗମ ଅଂଚଳରେ ୪ଜି ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ମାଥିଲି ବ୍ଲକ୍‌ର ୧୮ରୁ ଉର୍ଦ୍ଧ୍ୱ ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି। ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ସୁବିଧା ପାଇପାରୁଛନ୍ତି।

ଜିଓ ପକ୍ଷରୁ ଏହି ତିନୋଟି ୪ଜି ନେଟ୍‌ୱର୍କ ଟାୱାର ସ୍ଥାପନ କରାଯିବା କାର୍ଯ୍ୟ ହାତକୁ ନିଆଯିବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟବର୍ତୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଂଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଂଟରନେଟ୍ ସଂଯୋଗ ଉପଲବ୍ଧ ନଥିଲା।

ମୋବାଇଲ୍ ନେଟ୍‌ୱର୍କ ଓ ୪ଜି ଇଂଟରନେଟ୍ ସଂଯୋଗର ଅଭାବରୁ ଏହି ଅଂଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା। ଗତ ଦୁଇ ବର୍ଷର କୋଭିଡ୍‌୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍‌ରେ ଯୋଡ଼ି ହେବା ଲାଗି ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍‌ୱର୍କ ଓ ଇଟଂରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା।

ତେବେ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍‌ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁୁଟୁନିପାଲ୍ଲୀ, କଡାପଦର, ନେତଲଗାନ୍ଧୀ ସମେତ ୧୮ରୁ ଉର୍ଦ୍ଧ୍ୱ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଂଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଂଚିପାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ରହିଥିବା ଅନ୍ତରକୂ ଦୂର କରିବା ଲକ୍ଷ୍ୟରେ ରିଲାଏନ୍ସ ଜିଓ ସାରା ଦେଶର ଦୁର୍ଗମ ଓ ଗ୍ରାମୀଣ ଅଂଚଳରେ ୪ଜି ଡିଜିଟାଲ୍ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରିବା ସହ ଡିଜିଟାଲ ସଂଯୋଗ ବାହାରେ ରହିଥିବା ଏହିସବୁ ଅଂଚଳର ନିୟୁତାଧିକ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ନିକଟରେ, ଜିଓ ପକ୍ଷରୁ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ସହର ଓ ଏହାର ଆଖପାଖ ପାହାଡ଼ିଆ ଗ୍ରାମଗୁଡିକରେ ଏହାର ସମ୍ପୂର୍ଣ୍ଣ ୪ଜି ନେଟ୍‌ୱର୍କ ସ୍ଥାପନ କରାଯାଇଥିଲା ଯାହା ହଜାର ହଜାର ବାସିନ୍ଦାଙ୍କ ପାଇଁ ଡିଜିଟାଲ୍ ବିପ୍ଳବର ଶୁଭାରମ୍ଭ କରିଥିଲା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଜୀବନରେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ଲାଭର ଅନୁଭୂତି ହାସଲ କରିଥିଲେ।

ଏଥିସହିତ, ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ଅତ୍ୟନ୍ତ ସୁଲଭ, ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ସ୍ମାର୍ଟଫୋନ୍‌, ଜିଓଫୋନ୍ ନେକ୍ସଟ୍ ହଜାର ହଜାର ମୋବାଇଲ୍ ବ୍ୟବହାରକାରୀ, ବିଶେଷ କରି ଓଡ଼ିଶାର ଦୁର୍ଗମ ଅଂଚଳରେ ବାସ କରୁଥିବା ସବୁ ବୟସ ବର୍ଗର ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ସ୍ମାର୍ଟଫୋନ୍ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି।

ମାତ୍ର ୪୪୯୯ ଟଙ୍କାର ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ରେ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ ଭଳି ସଦ୍ୟତମ ବୈଷିଷ୍ଟ୍ୟ ସହ ସମସ୍ତ ଗୁଗୁଲ୍ ଆପ୍ ପରିବ୍ୟବସ୍ଥା, ଜିଓର ପ୍ରିମିୟମ୍ ଆପ୍ଲିକେସନ ସମୂହ, ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବା ବ୍ୟାକ୍ ଓ ଫ୍ରଂଟ୍ ସେଲ୍‌ଫି କ୍ୟାମେରା ରହିଥିବା ବେଳେ ଏହା ଫିଚର ଫୋନ୍‌ରୁ ସ୍ମାର୍ଟଫୋନ୍ କୁ ଉନ୍ନୀତ ହେଉଥିବା ବ୍ୟବହାରକାରୀମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି।

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୪୧୭୩ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି । ଜାନୁୟାରୀ ରୁ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ ପରବର୍ତ୍ତୀ ଏକକ ଲାଭରେ ୨୪ ପ୍ରତିଶତ ବୃଦ୍ଧି ସହିତ ୪୧୭୩ କୋଟି ଟଙ୍କା ହୋଇଥିବା ପ୍ରକାଶ କରାଯାଇଛି । ପୂର୍ବ ବର୍ଷର ସମାନ ସମୟରେ ରିଲାଏନ୍ସ ଜିଓର ଟିକସ ଲାଭ ୩୩୬୦ କୋଟି ଟଙ୍କା ରହିଥିଲା।

ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନୀର ଏକକ ରାଜସ୍ୱ ୨୦ ପ୍ରତିଶତ ବୃଦ୍ଧି ସହିତ ୨୦୯୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ସେହିଭଳି ମାର୍ଚ୍ଚ ୩୧, ୨୦୨୨ ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ମୋଟ ଲାଭ ୨୩ ପ୍ରତିଶତ ବୃଦ୍ଧି ସହିତ ୧୪୮୧୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୨୦୧୫ କୋଟି ଟଙ୍କା ରହିଥିଲା ।

ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ପରିଚାଳନାଗତ ବାର୍ଷିକ ରାଜସ୍ବ ୧୦.୩ ପ୍ରତିଶତ ବୃଦ୍ଧି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୯୭୭ କୋଟି ଟଙ୍କାରେ ପହଁଚିଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳରେ ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଆଧିପତ୍ୟ ଅପରିବର୍ତ୍ତିତ ରଖିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଜାରି ମାର୍ଚ୍ଚ ମାସର ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୧.୨ ଏମବିପିଏସ୍‍ ପରିମାପ କରାଯାଇଛି। ଫେବୃଆରୀ ମାସ ତୁଳନାରେ ଏଥିରେ ୦.୫ ଏମବିପିଏସ୍‍ ବୃଦ୍ଧି ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୦.୬ ଏମବିପିଏସ୍‍ ରହିଥିଲା । ଜିଓ ବ୍ୟତୀତ ମାର୍ଚ୍ଚ ମାସରେ କେବଳ ବିଏସଏନଏଲର ସ୍ପିଡରେ ବୃଦ୍ଧି ଘଟିଛି। ଫେବୃଆରୀରେ ୪.୮ ଏମ୍‍ବିପିଏସ୍‍ ତୁଳନାରେ ମାର୍ଚ୍ଚ ମାସରେ ବିଏସଏନଏଲର ୪ଜି ଡାଉନଲୋଡ ସ୍ପିଡ୍‍ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

ଏହି ତଥ୍ୟ ପ୍ରଦର୍ଶିତ କରୁଛି ଯେ ଦୂରସଂଚାର କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ (ଭିଆଇ)ର ୪ଜି ଡାଉନଲୋଡ୍‍ ସ୍ପିଡ୍‍ ମାର୍ଚ୍ଚ ମାସରେ ହ୍ରାସପାଇଛି। ସବୁଠାରୁ କ୍ଷତି ଏୟାରେଟଲ୍‍ର ହୋଇଛି, ଫେବୃଆରୀ ମାସ ତୁଳନାରେ ମାର୍ଚ୍ଚ ମାସରେ ଏହାର ୪ଜି ଡାଉନଲୋଡ୍‍ ସ୍ପିଡ ୧.୩ ଏମବିପିଏସ୍‍ ହ୍ରାସପାଇଛି। ସେହି ସ୍ପିଡ୍‍ କ୍ଷେତ୍ରରେ ଭୋଡାଫୋନ ଆଇଡିଆର ମଧ୍ୟ ୦.୫ ଏମବିପିଏସ୍‍ ହ୍ରାସ ଘଟିଛି। ଏୟାରଟେଲ ସ୍ପିଡ୍‍ ୧୩.୭ ଏମବିପିଏସ୍‍ ରହିଥିବାବେଳେ ଭୋଡାଫୋନ ଆଇଡିଆର ସ୍ପିଡ ୧୭.୯ ଏମବିପିଏସ୍‍ ରହିଥିଲା।

ପ୍ରତିଥର ଭଳି ଏଥର ମଧ୍ୟ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ କ୍ଷେତ୍ରରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପୁନର୍ବାର ପଛରେ ପକାଇ ଦେଇଛି । ମାର୍ଚ୍ଚ ମାସରେ ଜିଓର ୪ଜି ଡାଉନଲୋଡ ସ୍ପିଡ୍‍ ଏୟାରଟେଲ୍‍ ଠାରୁ ୭.୪ ଏମବିପିଏସ୍‍ ଏବଂ ଭୋଡାଫୋନ ଆଇଡିଆ ଠାରୁ ୩.୨ ଏମବିପିଏସ୍‍ ଅଧିକ ରହିଥିଲା। ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରି ଲଗାତର ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଏକ ନମ୍ବର ସ୍ଥାନ ଦଖଲ କରିଆସୁଛି। ଭୋଡାଫୋନ୍‍ ଆଇଡିଆ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ଭାରତୀ ଏୟାରଟେଲ୍‍କୁ ଏହା ତୃତୀୟ ସ୍ଥାନକୁ ଖସାଇ ଦେଇଛି।

ଡାଉନଲୋଡ ଭଳି ହାରାହାରି ୪ଜି ଅପ୍‍ଲୋଡ ସ୍ପିଡରେ ମଧ୍ୟ ଭାରତୀ ଏୟାରଟେଲ ତୃତୀୟ ସ୍ଥାନରେ ରହିଛି। ମାର୍ଚ୍ଚ ମାସରେ କମ୍ପାନୀର ହାରାହାରି ଅପ୍‍ଲୋଡ ସ୍ପିଡ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି। ୮.୨ ଏମ୍‍ବିପିଏସ୍‍ ସହିତ ଭୋଡାଫୋନ ଆଇଡିଆ ହାରାହାରି ୪ଜି ଅପଲୋଡ ସ୍ପିଡରେ ମାର୍ଚ୍ଚ ମାସରେ ସବୁଠାରୁ ଆଗରେ ରହିଛି। ଦ୍ୱିତୀୟ ସ୍ଥାନ ରିଲାଏନ୍ସ ଜିଓ ଦଖଲ କରିଥିବାବେଳେ ଏହାର ଅପଲୋଡ ସ୍ପିଡ୍‍ ୭.୩ ଏମ୍‍ବିପିଏସ ରହିଛି। ବିଏସଏନଏଲର ହାରାହାରି ଅପଲୋଡ ସ୍ପିଡ ୫.୧ ଏମବିପିଏସ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଟ୍ରାଇ ଦ୍ୱାରା ହାରାହାରି ସ୍ପିଡ ଗଣନା ମାଇଁସ୍ପିଡ୍‍ ଆପ୍ଲିକେସନ ସହାୟତାରେ ଏକତ୍ର ବାସ୍ତବ ସମୟ ଭିତ୍ତିକ ତଥ୍ୟ ଆଧାରରେ କରାଯାଇଥାଏ।

ସେହିଭଳି ଓଡ଼ିଶାରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓର ଆଧିପତ୍ୟ ଜାରି ରହିଛି। ଟ୍ରାଇ ଦ୍ୱାରା ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ହାରାହାରି ସ୍ପିଡ୍‍ ଗଣନା ମୁତାବକ ଓଡ଼ିଶାରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ସର୍ବାଧିକ ୪୫.୫ ଏମବିପିଏସ୍‍ ପରିମାପ କରାଯାଇଛି। ଏୟାରଟେଲର ସ୍ପିଡ୍‍ ୧୪.୭ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆର ସ୍ପିଡ୍‍ ୧୨.୯ ଏମବିପିଏସ ରହିଛି। ହାରାହାରି ୪ଜି ଅପଲୋଡ ସ୍ପିଡରେ ୯.୫ ଏମ୍‍ବିପିଏସ ସହିତ ଭୋଡାଫୋନ ଆଇଡିଆ ସାରଣୀରେ ସବୁଠାରୁ ଉପରେ ରହିଛି। ଦ୍ୱିତୀୟ ସ୍ଥାନରେ ରିଲାଏନ୍ସ ଜିଓର ଅପ୍‍ଲୋଡ ସ୍ପିଡ ୭.୯ ଏମ୍‍ବିପିଏସ୍‍ ରହିଥିବାବେଳେ ତୃତୀୟ ସ୍ଥାନରେ ଏୟାରଟେଲର ହାରାହାରି ଅପଲୋଡ ସ୍ପିଡ ୪.୬ ଏମ୍‍ବିପିଏସ୍‍ ପରିମାପ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓ ଗୁଗୁଲ୍ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁଲଭ ମୂଲ୍ୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସମ୍ପନ୍ନ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ନଭେମ୍ବର ମାସରେ ବଜାରକୁ ଆସିିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଆସିଛି। ଏବେ ଅନ୍‌ଲାଇନ୍ ବୁକିଙ୍ଗ୍ ସହିତ ସମସ୍ତ ଜିଓ ପଏଂଟ୍‌, ଜିଓ ଷ୍ଟୋର୍ ଓ ଛୋଟବଡ ସହରର ପ୍ରମୁଖ ମୋବାଇଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହୋଇଛି ଜିଓଫୋନ୍ ନେକ୍ସଟ୍। ପୂର୍ବରୁ ଫିଚର ଫୋନ୍ ବ୍ୟବହାର କରୁଥିବା ହଜାର ହଜାର ଲୋକ, ବିଶେଷ କରି ଗ୍ରାମାଂଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ସେମାନଙ୍କର ପ୍ରଥମ ସ୍ମାର୍ଟ ଫୋନ୍ ବ୍ୟବହାର ଅନୁଭତିକୁ ବେଶ୍ ସମୃଦ୍ଧ କରିପାରିଛି। ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ଏହି ସ୍ମାର୍ଟଫୋନ୍‌ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଥ୍ରୀ, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଙ୍ଗ୍‌, ଭଲ ଫଟୋ ଓ ଭିଡିଓ ପାଇଁ ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା ଏବଂ ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ଥରେ ଚାର୍ଜ କଲେ ଅଧିକ ସମୟ ଚାଲିପାରବା ପାଇଁ ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଏଥିସହିତ ରହିଛି ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍। ଏହି ସବୁ ଫିଚର୍ ସହିତ ଏହି ଫୋନ୍‌ର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିଛି।

ଜିଓଫୋନ୍ ନେକ୍ସଟ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ସହଜରେ ଷ୍ଟୋରେଜ୍ ପରିଚାଳନା କରାଯାଇପାରୁଛି। ଜିଓଫୋନ୍ ନେକ୍ସଟ୍‌ର କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା। ଏହାଦ୍ୱାରା ଫଟୋ ଉଠାଇ ଗ୍ରାହକ ଓଡିଆ ସମେତ ପ୍ରମୁଖ ଭାରତୀୟ ଭାଷାରେ ଲେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ। ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳୁଛି। ଏହି ସୁବିଧା ଅନ୍‌ଲାଇନ୍ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏବଂ ବ୍ୟବସାୟପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଛି।

ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିପାରୁଛି। ଏଥିସହିତ ଜିଓଫୋନ୍ ନେକ୍ସଟ୍‌ରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ଅନେକ ସୁବିଧା ରହିଛି। ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି କି’ ବୋର୍ଡର ବିନା ସହାୟତାରେ କେବଳ ଭଏସ୍ ଜରିଆରେ ଅତି ସହଜରେ ଟାଇପ୍ କରାଯାଇପାରୁଛି।

ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ। ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ପକ୍ଷରୁ ୧୦୦୦ ସହରରେ ୫ଜି ସେବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତି କରୁଛି। କଂପାନି ନିଜର ୫ଜି ନେଟ୍‌ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି। ୫ଜି ନେଟ୍‌ୱର୍କରେ ଅଧିକ ଡାଟା ଖର୍ଚ୍ଚ ହୁଏ, ତେଣୁ କଂପାନି ଅଧିକ ଡାଟା ବ୍ୟବହାର ହେଉଥିବା ଅଂଚଳ ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ଲାଗି ହିଟ୍ ମ୍ୟାପ୍‌ସ, ୩ଡି ମ୍ୟାପ୍‌ସ ଓ ରେ-ଟ୍ରେସିଂ ପ୍ରଯୁକ୍ତି ବ୍ୟବହାର କରୁଛି। ଏହା ଦ୍ୱାରା ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏକ ଦୃଢ଼ ନେଟ୍‌ୱର୍କ ପ୍ରସ୍ତୁତ କରାଯାଇପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ ଘେଷଣାରୁ ଏହି ତଥ୍ୟ ଜଣାପଡିିଛି।

ଗ୍ରାହକ ଆଧାରିତ ୫ଜି ସମାଧାନ ବିକଶିତ କରିବା ଲାଗି ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯାଇଛି। ସେମାନେ ଯେଭଳି ବିଭିନ୍ନ ପ୍ରକାରର ୫ଜି ସମାଧାନ ବିକଶିତ କରିପାରିବେ ସେଥିପାଇଁ ସେମାନଙ୍କୁ ଭାରତ ସହିତ ଆମେରିକାରେ ମଧ୍ୟ ମୂତୟନ କରାଯାଇଛି। କଂପାନିର ଏହି ବିଶ୍ୱାସ ରହିଛି ଯେ ଏହି ଟିମ୍ ଗୁଡିକ ଏଭଳି ୫ଜି ସମାଧାନ ପ୍ରସ୍ତୁତ କରିବ ଯାହା ବୈଷୟିକ ଦୃଷ୍ଟିକୋଣରୁ ବିଶ୍ୱସ୍ତରର ସମକକ୍ଷ ରହିବ କିମ୍ବା ତା’ଠାରୁ ଅଧିକ ଉନ୍ନତ ହେବ। ଏହା ବ୍ୟତୀତ କଂପାନି ୟୁରୋପରେ ଏକ ପ୍ରଯୁକ୍ତି ଟିମ୍ ଗଠନ କରିଛି ଯାହା ୫ଜି ପରବର୍ତୀ ବ୍ୟବସ୍ଥା ପ୍ରସ୍ତୁତ କରିବା କାର୍ଯ୍ୟ କରିବ।

୫ଜିକୁ ଶୀଘ୍ର ମୂତୟନ କରିବା ଲାଗି କଂପାନି ପକ୍ଷରୁ ଭିତିଭୂମି ଢ଼ାଂଚାକୁ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି। ସାଇଟ୍‌ଗୁଡ଼ିକରେ ଫାଇବର୍ ଓ ବିଦ୍ୟୁତ ଉପଲବ୍ଧତାକୁ ବୃଦ୍ଧି କରାଯାଉଛି। ଏହା ଦ୍ୱାରା ଯେତେବେଳେ ୫ଜି ପ୍ରଚଳନ କରିବାର ସମୟ ଆସିବ ସେଥିରେ କୌଣସି ବିଳମ୍ବ ବା ସମସ୍ୟା ହେବ ନାହିଁ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଫଳାଫଳ ଅନୁଯାୟୀ ରିଲାଏନ୍ସ ଜିଓର ହାରାହାରି ଗ୍ରାହକ ପିଛା ରାଜସ୍ୱ (ଆର୍‌ପୁ) ବୃଦ୍ଧି ପାଇ ପ୍ରତି ଗ୍ରାହକ ପିଛା ପ୍ରତି ମାସିକ ହାରାହାରି ୧୫୧.୬ ଟଙ୍କା ହୋଇଛି। ପ୍ରତି ଗ୍ରାହକ ପିଛା ମାସିକ ଭଏସ୍ ଓ ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ମାସକୁ ହାରାହାରି ୧୮.୪ ଜିବି ଡାଟା ବ୍ୟବହାର କରୁଛନ୍ତି ଓ ୯୦୧ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି।

ଜିଓର ମୋଟ ଗ୍ରାହକ ସଂଖ୍ୟା ଏବେ ପ୍ରାୟ ୪୨ କୋଟି ୧୦ ଲକ୍ଷ ପାଖାପାଖି ରହିଥିବା ବେଳେ ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିବା ସହ ଦୃତ ଗତିରେ ବୃଦ୍ଧିପାଉଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଆର୍ଥିକ କ୍ଷେତ୍ରରେ ମଧ୍ୟ ଜିଓ ଜୋରଦାର ପ୍ରଦର୍ଶନ କରିଛି। ଗତବର୍ଷ ତୁଳନାରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ଏହି ତ୍ରୈମାସିକରେ ୮.୮% ବୃଦ୍ଧି ପାଇ ୩,୭୯୫ କୋଟି ଟଙ୍କା ହୋଇଛି। ନିକଟରେ କଂପାନି ୨୦୩୫ ପର୍ଯ୍ୟନ୍ତର ବକେୟା ୩୦,୭୯୧ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ଚାର୍ଜ ମଧ୍ୟ ଆଗୁଆ ପଇଠ କରିସାରିଛି। ଏଥିପାଇଁ ସୁଧ ବାବଦରେ ବାର୍ଷିକ ୧୨୦୦ କୋଟି ଟଙ୍କାର ସଂଚୟ ହେବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଅଗ୍ରୀମ ପ୍ରଦାନ କଲା ରିଲାଏନ୍ସ

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ୨୦୧୪, ୨୦୧୫୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ୍ ଦେୟ ବାବଦରେ ଟେଲିକମ୍ ବିଭାଗକୁ ୩୦,୭୯୧ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି। ଏହି ନିଲାମ ଓ ଟ୍ରେଡିଂରେ କଂପାନି ମୋଟ ୫୮୫.୩ ମେଗାହର୍ଜ ସ୍ପେକ୍ଟ୍ରମ୍ ହାସଲ କରିଥିଲା।

୨୦୧୬ ବର୍ଷରେ ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୧ ଅକ୍ଟୋବର ମାସରେ ପ୍ରଥମ କିସ୍ତିର ଅଗ୍ରୀମ ଦେୟ ପ୍ରଦାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ୨୦୨୧ ଡିସେମ୍ବର ମାସରେ ଟେଲିକମ୍ ବିଭାଗ ନିଷ୍ପତି ଅନୁସାରେ ଘୁଂଚିଥିବା (ଡେଫର୍ଡ) ସ୍ପେକ୍ଟ୍ରମ୍ ଦେୟକୁ ଯେକୌଣସି ତାରିଖରେ ଦେଇପାରିବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ପରେ ଆର୍‌ଜେଆଇଏଲ୍ ଚଳିତ ମାସରେ ୨୦୧୪ ଓ ୨୦୧୫ର ନିଲାମରେ ହାସଲ କରାଯାଇଥିବା ତଥା ଟ୍ରେଡିଂ ଜରିଆରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ ଘୁଂଚିଥିବା ସମସ୍ତ ସ୍ପେକ୍ଟ୍ରମ୍ ଦେୟର ଅଗ୍ରୀମ ପେମେଂଟ୍ କରାଯାଇଛି।

ଏହି ଦେୟଗୁଡ଼ିକୁ ୨୦୨୨-୨୩ ବର୍ଷରୁ ୨୦୩୪-୩୫ ଆର୍ଥିକ ବର୍ଷ ମଧ୍ୟରେ ୭ ବର୍ଷରୁ ଅଧିକ ହାରାହାରି ଅବଧି ସହିତ ବାର୍ଷିକ ୯.୩୦% ରୁ ୧୦% ଭଳି ସୁଧ ହାରରେ ବାର୍ଷିକ କିସ୍ତି ଜରିଆରେ ପ୍ରଦାନ କରିବାର ଥିଲା। କଂପାନିର ଆକଳନ ଅନୁଯାୟୀ ଏବେ ସମୟ ପୂର୍ବରୁ ଏହି ଅଗ୍ରୀମ ଦେୟ ପ୍ରଦାନ ଜରିଆରେ ଆର୍‌ଜେଆଇଏଲ୍ କେବଳ ସୁଧ ବାବଦରେ ଖର୍ଚ୍ଚ ହେବାକୁ ଥିବା ବାର୍ଷିକ ପ୍ରାୟ ୧୨୦୦ କୋଟି ଟଙ୍କାର ସଂଚୟ କରିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ବର୍ଗରେ ସଂପ୍ରତି ଅଗ୍ରଣୀ ସ୍ଥାନରେ ରହିଛି। ପ୍ରାୟ ୨୦ ବର୍ଷ ଧରି ଏହି ବର୍ଗରେ ବିଏସ୍‌ଏନ୍‌ଏଲ୍‌ର ଆଧିପତ୍ୟ ରହିଥିଲା।

ରିଲାଏନ୍ସ ଜିଓର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୧୬ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ୪.୩୪ ନିୟୁତକୁ ବୃଦ୍ଧିପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛଇ। ଅନ୍ୟପକ୍ଷରେ ବିଏସଏନଏଲ୍ ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୭୨ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ତାହା ୪.୨ ନିୟୁତକୁ ହ୍ରାସପାଇଛି । ନଭେମ୍ବର ମାସରେ ଭାରତୀ ଏୟାରଟେଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୪.୦୮ ନିୟୁତ ରହିଥିଲା।

ଜିଓ ୨୦୧୯ ସେପ୍ଟେମ୍ବରରେ ଜାହାର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ବ୍ୟବସାୟିକ ପ୍ରଚଳନ ଆରମ୍ଭ କରିଥିଲା। ଜିଓ ଶୂନରୁ ଆରମ୍ଭ କରିଥିବାବେଳେ ୨୦୧୯ ସେପ୍ଟେମ୍ବରରେ ବିଏସଏନଏଲ୍ ର ୮.୬୯ ନିୟୁତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ଭାରତୀ ଏୟାରଟେଲ୍‌ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍  ଗ୍ରାହକ ସଂଖ୍ୟା ୨୦୧୯ ସେପ୍ଟେମ୍ବରରେ ୨.୪୧ ନିୟୁତ ରହିଥିଲା।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୨୦୨୧ ଅକ୍ଟୋବର ମାସରେ ଉଭୟ ଫିକ୍ସଡ୍ ଲାଇନ୍ ଓ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କୁ ମିଶାଇ ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୭୯୮.୯୫ ନିୟୁତ ରହିଥିବାବେଳେ ୨୦୨୧ ନଭେମ୍ବରରେ ତାହା ୮୦୧.୬ ନିୟୁତକୁ ବୃଦ୍ଧିପାଇଛି। ଏହି ବର୍ଗରେ ରିଲାଏନ୍ସ ଜିଓ ତାହାର ଅଗ୍ରଣୀ ସ୍ଥାନ ବଜାୟ ରଖିଥିବା ଟ୍ରାଇ ଗ୍ରାହକ ରିପୋର୍ଟରୁ ଜଣାଯାଇଛି। ୨୦୨୧ ନଭେମ୍ବର ଶେଷସୁଦ୍ଧା ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାର ୯୮.୬୮ ପ୍ରତିଶତ ଦେଶର ଶୀର୍ଷ ପାଂଚଟି ସେବା ଯୋଗାଣକାରୀଙ୍କ ନିକଟରେ ରହିଥିବା ଟ୍ରାଇ ପକ୍ଷରୁ କୁହାଯାଇଛି।

ରିଲାଏନ୍ସ ଜିଓର ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ନଭେମ୍ବରରେ ୪୩୨.୯୬ ନିୟୁତ  ରହିଥିବା ଜଣାଯାଇଛି। ଏହା ପଛକୁ ଭାରତୀ ଏୟାରଟେଲର ୨୧୦.୧୦ ନିୟୁତ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ୧୨୨.୪୦ ନିୟୁତ ଏବଂ ବିଏସଏନଏଲର ୨୩.୬୨ ନିୟୁତ ବ୍ରଡବ୍ୟାଣ୍ଡ୍ ଗାହକ ରହିଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ସର୍ବୋଚ୍ଚ “ଏ-’ ରେଟିଂ ପ୍ରଦାନ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଟେଲିକମ୍ କଂପାନି ରିଲାଏନ୍ସ ଜିଓକୁ ସିଡିପିର ୨୦୨୧ର ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ସଂସ୍ଥା ସିଡିପି ପକ୍ଷରୁ ପରିବେଶ ପ୍ରଭାବର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ପାଇଁ ଏହି ରେଟିଂ ପ୍ରଦାନ କରାଯାଉଛି। ରିଲାଏନ୍ସ ଜିଓ ଦେଶର ସେହି କିଛି ହାତଗଣତି କଂପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକୁ ଲିଡର୍‌ସିପ୍ ରେଟିଂ “ଏ-‘ ପ୍ରଦାନ କରାଯାଇଛି।
ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଓ ଡିଜିଟାଲ୍ କ୍ଷେତ୍ରର ଏକମାତ୍ର କଂପାନି ଯାହାକୁ ପରିବେଶ ପ୍ରଭାବର ସୁପରିଚାଳନା ପାଇଁ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଗତବର୍ଷ ଜିଓର ରେଟିଂ “ବି’ ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଉନ୍ନତି ଘଟି ଏହା ସର୍ବୋଚ୍ଚ “ଏ-‘ ହାସଲ କରିଛି। ସେହିଭଳି ଭାରତୀ ଏୟାରଟେଲ୍ ଗତବର୍ଷ ପାଇଥିବା “ଡି’ ରେଟିଂ ତୁଳନାରେ ସାମାନ୍ୟ ଉନ୍ନତି ସହ ଚଳିତ ବର୍ଷ “ସି’ ରେଟିଂ ପାଇଛି।ସାରା ବିଶ୍ୱର ୨୭୨ଟି କଂପାନିକୁ ଲିଡରସିପ୍ ରେଟିଂ ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତନ, ଜଙ୍ଗଲ ଓ ଜଳର ସୁରକ୍ଷା ଭଳି ବିଷୟରେ କଂପାନିଗୁଡ଼ିକର ଉତମ କାର୍ଯ୍ୟ ପ୍ରଣାଳୀ ଓ ସେମାନଙ୍କ ପାରଦର୍ଶିତାକୁ ବିଚାରକୁ ନେଇ ଏହି ରେଟିଂ ପ୍ରଦାନ କରାଯାଇଛି। ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ସିଡିପି ପକ୍ଷରୁ କଂପାନିଗୁଡ଼ିକୁ ସେମାନଙ୍କ ପରିବେଶ ପ୍ରଭାବ ବିଷୟରେ ଘୋଷଣା କରିବା ଓ ଗ୍ରିନ୍ ହାଉସ୍ ଗ୍ୟାସ୍‌କୁ କମ୍ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।

ସିଡିପି ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ମାତ୍ର ଦୁଇ ପ୍ରତିଶତ କଂପାନିକୁ ସିଡିପି ରେଟିଂ ଦିଆଯାଇଛି। ସିଡିପି ପକ୍ଷରୁ ଏ ଠାରୁ ଡି ପର୍ଯ୍ୟନ୍ତ ବିଭିନ୍ନ ରେଟିଂ ଦିଆଯାଉଛି। ଏ ରେଟିଂ ହେଉଛି ଲିଡର୍‌ସିପ୍ ସ୍ତର। ବି ରେଟିଂ ପ୍ରବନ୍ଧନ ସ୍ତରରେ ଥିବା କଂପାନିଗୁଡ଼ିକୁ ପ୍ରଦାନ କରାଯାଉଛି। ସି ରେଟିଂକୁ ସଚେତନତା ସ୍ତରର ରେଟିଂ ଭାବେ ବିଚାର କରାଯାଉଛି। ସିଡିପି ଅନୁସାରେ ଡି-ରେଟିଂ ହେଉଛି ପ୍ରାରମ୍ଭିକ ସ୍ତର।

Categories
ବିଶେଷ ଖବର ବ୍ୟବସାୟ

ଏବେ ଓଡିଶାର ଚା’ଦୋକାନୀରେ ମିଳିଲାଣି ଚା’ ସାଙ୍ଗକୁ ମାଗଣା ୱାଇଫାଇ ସୁବିଧା, ଜାଣନ୍ତୁ କେଉଁଠି

ସୁନ୍ଦରଗଡ: ଆଜିକାଲି ନିରବଚ୍ଛିନ୍ନ ହାଇସ୍ପିଡ ଇଂଟରନେଟ ପ୍ରାୟତଃ ସମସ୍ତଙ୍କ ପାଇଁ ହୋଇପଡିଛି ଏକ ଜରୁରୀ ଆବଶ୍ୟକତା । ଛାତ୍ରଛାତ୍ରୀ ହୁଅନ୍ତୁ ଅବା କାର୍ଯ୍ୟରତ ପ୍ରଫେସନାଲ୍ ଅଥବା ବୟସ୍କ, ସମସ୍ତେ ନିଜର କାର‌୍ୟ୍ୟ ସହିତ ପ୍ରିୟ ଖବର ଏବଂ ମନୋରଂଜନ କାର‌୍ୟ୍ୟକ୍ରମ ଦେଖିବାକୁ ହାଇସ୍ପିଡ ଇଂଟରନେଟ ଆବଶ୍ୟକ କରୁଛନ୍ତି ।

ଏହି କ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦ୍ରୁତତମ ଏବଂ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ପ୍ରଚଳନ ସହିତ ଓଡ଼ିଶାର ୨୭ଟି ସହର ଓ ନଗରରେ ସୁଲଭ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ ଅନେକ ସଫଳ କାହାଣୀ ସୃଷ୍ଟି କରିଛି ।

ଏହିଭଳି ଏକ କାହାଣୀ ହେଉଛି ଓଡ଼ିଶାର ସୁନ୍ଦରଗଡ ସହରର ୩୨ ବର୍ଷୀୟ ଚା’ବିକ୍ରେତା ଆଲୋକ ଚନ୍ଦ୍ର ପାତ୍ରଙ୍କର । ସୁନ୍ଦରଗଡ ହସପିଟାଲ ଛକ ନିକଟ ରାସ୍ତା କଡରେ ରହିଛି ଆଲୋକଙ୍କର ‘ପାତ୍ର ଟି ଷ୍ଟଲ’ ଚା’ଦୋକାନ । ନିଜ ଗ୍ରାହକଙ୍କ ଖୁସି ପାଇଁ ସେ ତାଙ୍କ ଚା’ଦୋକାନରେ ଜିଓଫାଇବର ସଂଯୋଗ ନେଇ ମାଗଣାରେ ୱାଇଫାଇ ସୁବିଧା ଯୋଗାଇ ଦେଉଛନ୍ତି ।

ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଯେତେବେଳେ ସୁନ୍ଦରଗଡ ସହରରେ ଆରମ୍ଭ ହେଲା, ସେତେବେଳେ ଆଲୋକ ମଧ୍ୟ ମୁଖ୍ୟ ରାସ୍ତା କଡରେ ଥିବା ତାଙ୍କ ଚା’ଦୋକାନରେ ଜିଓଫାଇବର ସଂଯୋଗ ନେବାକୁ ଆବେଦନ କରିଥିଲେ । ଏହା ଜିଓଫାଇବର୍ ଟିମକୁ ଆଶ୍ଚର‌୍ୟ୍ୟ କରିଥିଲା । କିନ୍ତୁ ଆଲୋକ ପ୍ରଥମରୁ ଭଲ ଭାବରେ ବୁଝିଥିଲେ ଯେ ନିରବଚ୍ଛିନ୍ନ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟ ସଂଯୋଗ ତାଙ୍କ ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧ କରିବ । ଏହାଦ୍ୱାରା ତାଙ୍କ ନିକଟକୁ ଆସୁôଥବା ଗ୍ରାହକମାନେ ସନ୍ତୁଷ୍ଟ ହେବେ ।

ସଂପ୍ରତି ହାଇସ୍ପିଡ୍ ଜିଓଫାଇବର ସଂଯୋଗ ନେଇଥିବା ଆଲୋକ ତାଙ୍କ ଚା’ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏକ ମାଗଣା ୱାଇଫାଇ ଜୋନ୍ ରେ ପରିଣତ କରିଛନ୍ତି ଏବଂ ସମସ୍ତଙ୍କୁ ମାଗଣାରେ ହାଇସ୍ପିଡ ଇଂଟରନେଟ ସୁବିଧା ଯୋଗାଇ ଦେଉଛନ୍ତି । ଏହା ତାଙ୍କ ବ୍ୟବସାୟରେ କିଭଳି ସହାୟକ ହେଉଛି ବୋଲି ପଚାରିବାରୁ ବେଶ୍ ଖୁସିରେ ଆଲୋକ କୁହନ୍ତି, ଜିଓଫାଇବରକୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । କାରଣ ତାଙ୍କ ଦୋକାନରେ ମାଗଣା ୱାଇଫାଇ ସେବା ତାଙ୍କ ଗ୍ରାହକମାନଙ୍କୁ ବେଶ୍ ଖୁସିି ଦେବା ସହିତ ଖୁବ କମ୍ ଦିନ ମଧ୍ୟରେ ତାଙ୍କ ଚା’ଦୋକାନ କେବଳ ଏହି କାରଣ ପାଇଁ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ହାଇସ୍ପିଡ ଇଂଟରନେଟ ସଂଯୋଗ ଯୋଗୁଁ ତାଙ୍କର ଅନେକ ନିୟମିତ ଗ୍ରାହକ ଏବେ ଦୋକାନରେ ଅଧିକ ସମୟ ରହୁୁଛନ୍ତି, ଯାହା ତାଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହେଉଛି ।

ଏହାବ୍ୟତୀତ ଜଣେ ସନ୍ତୁଷ୍ଟ ଜିଓଫାଇବର ଗ୍ରାହକ ଭାବରେ ଆଲୋକ ନିଜେ ତାଙ୍କ ଚା’ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ଜିଓଫାଇବର ସଂଯୋଗ ନେବାକୁ ପ୍ରସ୍ତାବ ଦେଉଛନ୍ତି । ଆଲୋକଙ୍କ ଚା’ଦୋକାନରେ ଜିଓଫାଇବର ଜରିଆରେ ଉପଲବ୍ଧ ନିରବଚ୍ଛିନ୍ନ ହାଇସ୍ପିଡ ଇଂଟରନେଟରେ ପ୍ରଭାବିତ ହୋଇ ତାଙ୍କର ଅନେକ ଗ୍ରାହକ ଆନନ୍ଦର ସହିତ ଜିଓଫାଇବର ସଂଯୋଗ ଆପଣାଇଛନ୍ତି ।

ସୁନ୍ଦରଗଡର ପାତ୍ର ଟି ଷ୍ଟଲ ଭଳି ରାଜ୍ୟର ବିଭିନ୍ନ ଛୋଟ ବଡ଼ ସହରରେ ହଜାର ହଜାର କ୍ଷୁଦ୍ର ଉଦ୍ୟୋଗ, ବ୍ୟବସାୟୀ ଓ ଉଦ୍ୟୋଗୀ, ଶିକ୍ଷା ପ୍ରତିଷ୍ଠାନ, କାର‌୍ୟ୍ୟରତ ପ୍ରଫେସନାଲ୍ ତଥା ଛାତ୍ରଛାତ୍ରୀ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବାରୁ ଉପକୃତ ହେଉଛନ୍ତି । ଏଥିସହିତ ସେମାନଙ୍କର ନିଜ ବ୍ୟବସାୟ ତଥା ବୃତିଗତ ଆବଶ୍ୟକତା ତଥା ଚାହିଦାକୁ ଦୃଷ୍ଟିରେ ରଖି ଡିଜିଟାଲ ଯୁଗକୁ ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ଦ୍ରୁତ ଗତିରେ ଏହାର ସେବା ଓଡ଼ିଶାର ୨୭ଟି ସହର ଓ ନଗରର ପ୍ରମୁଖ ସ୍ଥାନ ଓ ଜନବସତି ଅଂଚଳକୁ ସମ୍ପ୍ରସାରିତ କରିଛି ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି । ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓଫାଇବର ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ଜିଓଫାଇବରର ୭୬,୦୦୦ରୁ ଅଧିକ ଗ୍ରାହକ ଥିଲେ ।

ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟ ସଂଯୋଗ ଯୋଗାଇ ଦେଉଥିବା ଜିଓଫାଇବର ସଂପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ, ଭଦ୍ରକ, ଜଟଣି, ଖୋର୍ଦ୍ଧା, ବେଲପାହାଡ, ତାଳଚେର, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ସମେତ ଓଡ଼ିଶାର ୨୭ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫୋନ୍ ନେକ୍ସଟ୍‌ର ୧୦ଟି ପ୍ରମୁଖ ବିଶେଷତ୍ୱ ଯାହା ଏହାକୁ ସ୍ୱତନ୍ତ୍ର କରିଛି

ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି। ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି। ଏହି ସ୍ମାର୍ଟଫୋନ୍‌ରେ ଅନେକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି।

ଏଥିରେ ରହିଛି ସ୍ୱତନ୍ତ୍ର ସେଲ୍‌ଫି କ୍ୟାମେରା ସୁବିଧା। ଅନ୍ୟ ସ୍ମାର୍ଟଫୋନ୍‌ଗୁଡ଼ିକରେ ସାଧାରଣତଃ ସେଲ୍‌ଫି ନେଲେ ଲେଖାଗୁଡ଼ିକ ଓଲଟା ଦେଖାଯାଏ। କିନ୍ତୁ ଜିଓ ଫୋନ୍ ନେକ୍ସଟ୍‌ରେ ଫଟୋରେ ରହିଥିବା ଲେଖାଗୁଡ଼ିକୁ ସିଧା ରହିଥାଏ। ସେଥିପାଇଁ ଆପଣଙ୍କୁ ବାରମ୍ବାର ସେଟିଂଗକୁ ଯାଇ ଫଟୋକୁ ସିଧା କରିବାକୁ ପଡ଼ିବ ନାହିଁ। କ୍ୟାମେରାର ଉପର ଭାଗରେ ଆପଣ ଦେଖିପାରିବେ ଯେ ଯେତିକି ଷ୍ଟୋରେଜ୍ ରହିଛି ସେଥିରେ ଆପଣ ଆଉ କେତେ ଫଟୋ ଉଠାଇପାରିବେ। ଜିଓଫୋନ୍ ନେକ୍ସଟ୍‌ରେ ୫୦୦୦ରୁ ଅଧିକ ଫଟୋ ରଖିହେବ। କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା। ଫଟୋ ଉଠାଇ ଆପଣ ନିଜ ଭାଷାରେ ଳେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ।

ଜିଓଫୋନ୍ ନେକ୍ସଟ୍‌ରେ ଡିଜିଟାଲ୍ ୱେଲ୍‌-ବିଙ୍ଗ ଓ ପ୍ୟାରେଂଟାଲ୍ କଂଟ୍ରୋଲ୍ ସୁବିଧା ମଧ୍ୟ ରହିଛି। ଫୋନ୍ କେତେ ସମୟ ଅନଲକ୍ ଥିଲା ତାହା ମଧ୍ୟ ଏଥିରୁ ଜଣାପଡ଼ିବ। ଏଥିରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ସୁବିଧା ରହିଛି। ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି ଅତି ସହଜରେ ଟାଇପ୍ କରାଯାଇପାରିବ, ଫଳରେ କି’ ବୋର୍ଡରେ ଆଉ ହାତ ବୁଲାଇବାକୁ ପଡ଼ିବନି।

ଏଥିରେ ଥିବା ନାଇଟ୍ ଲାଇଟ୍ ବୈଶିଷ୍ଟ୍ୟ ଯୋଗୁଁ ରାତିରେ ଫୋନ୍‌ଟିକୁ ଦେଖିବା ବେଳେ ସ୍କ୍ରିନ୍‌କୁ ତାହା ଡିମ୍ କରିଦେବ, ଯାହାଦ୍ୱାରା ଆଖି ଉପରେ ଅଧିକ ଚାପ ପଡିବ ନାହିଁ।

ଜିଓଫୋନ୍ ନେକ୍ସଟ୍‌ରେ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂ ସୁବିଧା ରହିଛି, ଯେଉଁଥିରେ ମୋବାଇଲ୍ ସ୍କ୍ରିନ୍ ରେ ଚାଲୁଥିବା ସବୁକିଛି ରେକର୍ଡିଂଗ୍ କରିହେବ ଏବଂ ଗୋଟିଏ ଟଚ୍ ରେ ହିଁ ସ୍କ୍ରିନ୍ ସଟ୍ ନେଇହେବ।

ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳିବ।

ଜିଓଫୋନ୍ ନେକ୍ସଟ୍‌ରେ ଡ୍ରପ୍ ଡାଉନ୍ ନୋଟିଫିକେସନ୍ ପ୍ୟାନେଲ୍ ରହିଛି ଯେଉଁଥିରେ ଷ୍ଟୋରେଜ୍‌କୁ ଦେଖିବାର ସୁବିଧା ରହିଛି। ଏହି ପ୍ୟାନେଲ୍‌ରେ ରହିଛି ଫୋକସ୍ ମୋଡ୍‌, ଇନଭର୍ଟ କଲର, ସ୍କ୍ରିନ୍ ରେକର୍ଡ ଓ ଷ୍ଟୋରେଜ୍ ବିକଳ୍ପ। ଫୋକସ୍ ମୋଡ୍ ଜରିଆରେ ଆପଣ ନିଜ କାମ ଉପରେ ଫୋକସ୍ କରିବାକୁ କିଛି ନିର୍ଦିଷ୍ଟ ଆପ୍‌କୁ ଚାହିଁଲେ ପଜ୍‌୍ କରିପାରିବେ, ଯାହାଦ୍ୱାରା ଏଥିରୁ ଆସୁଥିବା ନୋଟିଫିକେସନ୍ ସେହି ସମୟ ପାଇଁ ବନ୍ଦ ରହିବ। ଏଥିରେ ରହିଥିବା ବେଡଟାଇମ୍ ମୋଡ୍‌ରେ ଆପଣ ଶୋଇବା ସମୟ ଓ ସ୍କ୍ରିନ୍ ଟାଇମ୍ କୁ ନିରୀକ୍ଷଣ କରିପାରିବେ।
ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିବ।
ଏହି ଫୋନ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ବ୍ୟବହାର କରିହେବ। ଏହାଦ୍ୱାରା ଫୋନ୍ ର ଷ୍ଟୋରେଜ୍ ପରିଚାଳନା ସହଜ ହୋଇପାରିବ।
ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗରିଲା ଗ୍ଲାସ୍ ଥ୍ରୀ, ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍‌, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସୁବିଧା ମିଳିବ। ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିବ।
ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ। ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି।
Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୁଲାଇରେ ରିଲାଏନ୍ସ ଜିଓ ଯୋଡିଛି ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୩.୧୯ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ନିଜର ଜୟଯାତ୍ରା ଜାରି ରଖିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀରିଲାଏନ୍ସ ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୩,୧୯,୯୮୦ ଗ୍ରାହକ ଯୋଡ଼ିଥିବା ବେଳେ ଏହା ଠାରୁ ଅନେକ ପଛରେ ରହିଥିବା ଏୟାରଟେଲ୍ ମାତ୍ର ୧୫,୫୭୮ ଗ୍ରାହକ ଏବଂ ବିଏସ୍‌ଏନ୍‌ଏଲ୍ ମାତ୍ର ୮୧୦୯ ଜଣ ମୋବାଇଲ୍ ଗାହକ ଯୋଡ଼ିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟାରେ ହ୍ରାସର ଧାରା ଜାରି ରହି କଂପାନି ଏହି ମାସରେ ଓଡ଼ିଶାରେ ୬୪,୩୩୩ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି । ମୋଟ ଉପରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୧ ଜୁଲାଇ ମାସରେ ୨,୭୯,୩୦୬ ବୃଦ୍ଧି ପାଇଛି ଯାହା ମୁଖ୍ୟତଃ ଜିଓ ହାସଲ କରିଥିବା ବ୍ୟାପକ ନୂଆ ଗ୍ରାହକଙ୍କ ବଳରେ ସମ୍ଭବ ହୋଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ୪୩.୭ ପ୍ରତିଶତ ଗ୍ରାହକ ବଜାର ଅଂଶ ସହିତ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ଏବଂ ଏହା ପଛକୁ ଏୟାରଟେଲ୍‌ର ବଜାର ଅଂଶ ୩୧.୮୯ ପ୍ରତିଶତ,  ବିଏସ୍‌ଏନ୍‌ଏଲ୍‌ର ୧୮.୩୫ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆର ୬.୦୬ ପ୍ରତିଶତ ବଜାର ଅଂଶ ରହିଛି। ଓଡ଼ିଶା ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ୧.୫୩ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧.୧୧ କୋଟି ଗ୍ରାହକବିଏସଏନଏଲର ୬୪.୨୯ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ୍ ଆଇଡିଆର ୨୧.୨୫ ଲକ୍ଷ ଗ୍ରାହକ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟ ରାଜସ୍ୱ ଦୃଷ୍ଟିରୁ ଓଡିଶାରେ ଅଗ୍ରଣୀ ସ୍ଥାନରେ ରହଥିବା ରିଲାଏନ୍ସ ଜିଓର ରାଜ୍ୟରେ ମୋଟ ରାଜସ୍ୱ ବଜାରଅଂଶ ୫୨.୩ ପ୍ରତିଶତ ରହିଥିବା ଟ୍ରାଇ ଦ୍ୱାରା ପ୍ର୍‌କାଶିତ ଏପ୍ରିଲ୍‌-ଜୁନ୍ ତ୍ରୈୟମାସିକ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି।

ମୋବାଇଲ୍ ସେବା ସହିତ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବସାୟରେ ମଧ୍ୟ ଗ୍ରାହକ ସଂଖ୍ୟାରେ ଲଲ୍ଲେଖନୀୟ ବୃଦ୍ଧି ହୋଇଛି ।  ଏହି ସେବା ଉପଲବ୍ଧ ରହିଥିବା ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ଜୁଲାଇ ମାସରେ ସର୍ବାଧିକ ୬୪୭୮ ନୂଆ ଜିଓଫାଇବର୍ ଗ୍ରାହକ ହାସଲ କରିବା ସହିତ ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଜିଓଫାଇବର୍ ଗ୍ରାହକଙ୍କ ମୋଟ ସଂଖ୍ୟା ୭୦,୧୨୩କୁ ବୃଦ୍ଧି ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ୱେର୍‌ଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

୨୦୨୧ ଜୁଲାଇ ମାସ ପାଇଁ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀଜାତୀୟ ସ୍ତରରେ ମଧ୍ୟ ଜିଓ ସର୍ବାଧିକ ୬୫ ଲକ୍ଷ ଗ୍ରାହକ ଜୁଲାଇରେ ଯୋଡ଼ିଛିଫଳରେ ଦେଶରେ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪.୩୨ କୋଟିକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ୍ ନେଟୱର୍କର ବ୍ୟାପକ ସମ୍ପ୍ରସାରଣ ଜାରି ରଖି ସାରା ରାଜ୍ୟରେ ସଂଯୋଗ ବାହାରେ ରହିଥିବା ଦୁର୍ଗମ ଗ୍ରାହକଙ୍କୁ ଦୃଢ଼ ୪ଜି ନେଟୱର୍କ ସହ ଯୋଡ଼ୁଛି। ଏହା ଦ୍ୱାରା ଏହି ସବୁ ଅଂଚଳର ଲୋକମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତିବିଶେଷ କରି ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ଅଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ କ୍ଲାସ୍‌ରେ ଯୋଗ ଦେଇପାରୁଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ଜିଓ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସାରା ଓଡ଼ିଶାରେ ସଫଳତାର ସହ ମୂତୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରାଜ୍ୟରେ ଏହାର ନେଟ୍‌ୱର୍କସ୍ପିଡ୍ ଓ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିଛି।