Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଭାବେ ଜିତିବା ପରେ ଆଜି ସମ୍ବଲପୁରର ବିଭିନ୍ନ ମନ୍ଦିର ବୁଲି ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କରିଥିଲେ। ସେହିପରି ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିରରେ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ମନ୍ଦିରରେ ପରପୂର୍ଣ୍ଣ ସହର। ଏକ ଆଧ୍ୟାତ୍ମିକ ସହର। ଏଠାରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁରକୁ ଏହା ମୋର ପ୍ରଥମ ଗସ୍ତ। ଏଠାକାର ମନ୍ଦିର ଗୁଡିକ କେବଳ ଆସ୍ଥାର କେନ୍ଦ୍ର ନୁହେଁ, ସଭ୍ୟତା ଓ ସଂସ୍କୃତିର ବଡ ପ୍ରୟୋଗଶାଳା। ସ୍ଥାନୀୟ ଜୀବନଜୀବନକୁ ଭଲରେ ବୁଝିବା ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ମିଶିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।

ମନ୍ଦିର ଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ। ସମ୍ବଲପୁରର ବରିଷ୍ଠ ଲୋକମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସ୍ଥାନୀୟ ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ। ଏକ ସ୍ୱଚ୍ଛ, ସୁନ୍ଦର, ବିକଶିତ ଓଡ଼ିଶା ସହ ବିକଶିତ ସମ୍ବଲପୁର ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ପ୍ରକାଶ ପାଇଲା ମାଟ୍ରିକ ପରକ୍ଷା ଫଳ, ଜାଣନ୍ତୁ ଏଥରର ପାଶ ହାର

ଭୁବନେଶ୍ୱର: ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ସୂଚନା ଅନୁସାରେ ଚଳିତ ବର୍ଷ ପାଶ ହାର ରହିଛି ୯୦.୫୫ ପ୍ରତିଶତ। ଆଜି ବୋର୍ଡ ସମ୍ମିଳନୀ କକ୍ଷରେ ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଛାତ୍ରଛାତ୍ରୀମାନେ ୱେବ ସାଇଟରୁ ଏହି ଫଳ ହାସଲ କରିପାରିବେ।

ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ସହିତ ଖେଳିଲେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ, ଅଭିଭାବକ ଅସନ୍ତୋଷ

ଖୋର୍ଦ୍ଧା: ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୁଷ୍ଠ ଜାହିରୀ କରିଛନ୍ତି ଛାତ୍ରଛାତ୍ରୀ। କାରଣ ହେଲା ରାଜ୍ୟ ସରକାର ଘୋଷଣା କଲେ ଯେ, ନିଜ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେବଳ ଶିକ୍ଷକମାନେ ପରିବର୍ତ୍ତନ ହେବେ। ହେଲେ ସରକାରଙ୍କ ଏହି ନିୟମକୁ ଫୁ କରି ଉଡାଇ ଦେଲେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ। ବର୍ତ୍ତମାନ ସେମାନେ ଏପରି ନିଷ୍ପତି ନେଇଛନ୍ତି ଯେ, ପିଲାମାନେ ଖରାରେ ଅନ୍ୟ ଏକ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବାକୁ ପଡିବ।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନରେ ଥିବା ଭାଲେରୀ ହାଇସ୍କୁଲରେ ଘଟିଛି। ଏହି ସ୍କୁଲରେ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ହେଲେ ହଠାତ ଚଳିତ ବର୍ଷ ଏହି ସ୍କୁଲର ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ନିକଟସ୍ଥ ବଡକୂଳ ହାଇସ୍କୁଲକୁ କରାଯାଇଛି। ଏହାର କାରଣ ସଂପର୍କରେ କେହି କିଛି କହୁ ନାହାଁନ୍ତି। ଫଳରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏ ନେଇ ଆଜି ଅଭିଭାବକମାନେ ଖୋର୍ଦ୍ଧା ଡିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ତୁରନ୍ତ ପରିବର୍ତ୍ତନ କରି ନିଜ ସ୍କୁଲରେ କରିବା ପାଇଁ ଦାବୀ କରାଯାଇଛି।

ଏହାକୁ ନେଇ ଅଭିଭାବକମାନେ ଖୋର୍ଦ୍ଧା ଜିଲ୍ଲାପାଳ, ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି କେନ୍ଦ୍ର ପରିବର୍ତ୍ତନ ନ ହୁଏ ତେବେ ଭବିଷ୍ୟତରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଧମକ ଦେଇଛନ୍ତି।