Categories
ଆଜିର ଖବର ରାଜ୍ୟ ଖବର

ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର, ପ୍ରବେଶ କଲେ ପୁରୀ ବାସିନ୍ଦା

ପୁରୀ: ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲାଯାଇଛି। ଫଳରେ ଆଜି ସକାଳୁ ପୁରୀ ବାସିନ୍ଦା ଏହି ଦ୍ବାର ଦେଇ ଶ୍ରୀଜିୟୁଙ୍କୁ ଦର୍ଶନ କରୁଛନ୍ତି। ବହୁଦିନ ଧରି ପୁରୀ ବାସିନ୍ଦା ଏ ନେଇ ଦାବୀ କରିଆସୁଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ହେଲେ ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାରଣା ଦେବା ପାଇଁ ଘୋଷଣା କରିବା ପରେ ପୁରୀ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।

ବର୍ତ୍ତମାନ ପୁରୀ ବାସିନ୍ଦା ସେମାନଙ୍କର ପରିଚୟ ପତ୍ର ଦେଖାଏ ସେହି ଦ୍ବାର ଦେଇ ମନ୍ଦିର ପ୍ରବେଶ କରିପାରିବେ। ପରିଚୟ ପତ୍ର ନ ଆଣିଲେ ସେମାନଙ୍କୁ ଭିତରକୁ ଛଡାଯିବ ନାହିଁ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ଧାରଣା ଦେବେ ସୁଦର୍ଶନ ପଟ୍ଟନାୟକ, ଜାଣନ୍ତୁ କାରଣ

ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବଡ ଘୋଷଣା। ଆସନ୍ତାକାଲି ସେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଆଗରେ ଧାରଣାରେ ବସିବେ। ଏ ନେଇ ସୁଦର୍ଶନ ଟୁଇଟ କରି ଘୋଷଣା କରିଛନ୍ତି। ଏହି ଟୁଇଟକୁ ସେ ପୁରୀ ଅଫିସିଆଲଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦି ତାଙ୍କ କଥା ନ ଶୁଣାଯାଏ ତେବେ ସେ ଏହି ଧାରଣା ଦେବେ।

ତେବେ ଘଟଣାଟି ହେଲା ଯେ, ଶ୍ରୀମନ୍ଦିର ପ୍ରଶାସନ କୋରନା ସମୟରୁ ମନ୍ଦିରର ଚାରି ଦ୍ବାରରୁ କେବଳ ସିଂହଦ୍ବାର ଖୋଲା ରଖି ଅନ୍ୟ ତିନି ଦୁଆର ବନ୍ଦ କରିଦେଇଛନ୍ତି। ଫଳରେ ଭକ୍ତ ତଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀଜିୟୁଙ୍କୁ ଦର୍ଶନ କରିବାରେ ବଡ ଅସୁବିଧା ହେଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶିଘ୍ର ଅନ୍ତତଃ ପକ୍ଷେ ପଶ୍ଚିମ ଦ୍ବାର ଖୋଲନ୍ତୁ ବୋଲି ସେ ଦାବୀ କରିଛନ୍ତି। ଅନ୍ୟ ଦ୍ବାର ପରେ ନିଷ୍ପତି ନେଇ ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି।

ଯଦି ପ୍ରଶାସନ ଏହାକୁ କାର୍ଯ୍ୟକାରୀ ନ କରେ ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣା ଦେବେ ବୋଲି ସୁଦର୍ଶନ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ଶ୍ରୀମନ୍ଦିର ନିକଟରେ ପହଚିଂଲା ତାଳଧ୍ୱଜ

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାରେ ଆଜି ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗୁଣ୍ଡିଚା ଭଳି ବାହୁଡାରେ ଭଲ ପାଗ ଦେଇଥିବା ରୁ ଲୋକ ଙ୍କ ଭିଡ ଜମିଥିଲା। ଯାହାଫଳରେ ଆଜି ରଣପୁର ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ସମା୍‌ଗମ ହୋଇଥିବା ଦେଖିବାକୁ ମିଳିଛି। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଶ୍ରୀମନ୍ଦିର ନିକଟରେ ପହଚିଂଥିଲା ବେଳେ ଶୁଭଦ୍ରା ଙ୍କ ଦେବଦୋଳନ ସନ୍ଧ୍ୟା ହୋଇଯିବାରୁ ମଝିଦାଣ୍ଡରେ ଅଟକି ରହିଛି।

ଗତକାଲି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କର ନବମୀ ନିତି ସମାପନ୍ନ କରାଯାଇଥିଲା। ଆଜି ସକାଳୁ ଅବକାଶ, ବଲ୍ଲଭ ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା। ଦିନ ୯.୩୦ ରେ ପହଣ୍ଡି ପାଇଁ ପ୍ରଶାସନ ନିଷ୍ପତି ନେଇଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଦିନ ୧ଟା ପରେ ଶ୍ରୀଜିଉ ପହଣ୍ଡି ହୋଇଥିଲା। ପ୍ରଥମେ ସୁଦର୍ଶନ ପହଣ୍ଡି କରାଯାଇଥିଲା। ପରେ ଘରବାହୁ ଠାକୁର ଙ୍କୁ ପହଣ୍ଡି କରାଯାଇଥିଲା। ଶେଷ ରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଯାଇଥିଲା।

ତିନି ଠାକୁର ରଥା ରୂଢ ପରେ ଅପରାହ୍ନ ୪ ଟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ତିନି ରଥକୁ ଛେରା ପହଁରା କରିବା ପାଇଁ ରାଜବାଟିରୁ ବିମାନ ରେ ବାହାରିଥିଲେ। ୩ ରଥ ର ଛେରାପହଁରା ପରେ ପ୍ରଥମେ ବଳଭଦ୍ର ଙ୍କ ରଥ ଟଣାଯାଇଥିଲା। ଅପରାହ୍ନ ୫.୩୦ ଟାରେ ବଳଭଦ୍ର ଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଚିଂଥିଲା।

ପରେ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସୁଭଦ୍ରା ଙ୍କ ରଥ ଚଣ୍ଡେଶ୍ୱର ସାହି ଛକ ଠାରେ ଅଟକିଥିଲା। ଗୁରୁବାର ବଡଏକାଦଶି ଥିବାରୁ ରଥ ଟଣାଯିବ ନାହିଁ।

ଶୁକ୍ରବାର ଜଗନ୍ନାଥଙ୍କ ନନ୍ଦିଘୋଷ ଓ ସୁଭଦ୍ରାଙ୍କ ଦେବଦୋଳନ ଟଣାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି।

ସେହିପରି ଗୁରବାର ସଂନ୍ଧ୍ୟାରେ ପଞ୍ଚୁଦୋଳ ପଡିଆ ସ୍ଥିତ ଜଗନ୍ନାଥ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି। ଏଥିରେ ଇରା ମହାନ୍ତି, ପିନାକି ନାୟକ ଓ ଶ୍ରୀ ଚରଣ ମହାନ୍ତି ଆଦି ଓଡିଶାର ପ୍ରତିଷ୍ଠିତ କଳାକାର ମାନେ ଯୋଗ ଦେଇଥିବା ଜଣାଯାଇଛି।

ଆଜି ରଥ ଟଣାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ତହସିଲାଦାରଇପସିତ ସାହୁ, ରାଜା ମହାନ୍ତି, ଆଇଆଇସି ନିହାର ରଞନ ମହାନ୍ତି, ଲିଙ୍ଗରାଜ ଜେନା, ରଥ ଯାତ୍ରା ରେ ବିସି ହାଇସ୍କୁଲର ସ୍କାଉଟ୍ ଛାତ୍ର ଛାତ୍ରୀ ମାନେ ଶାନ୍ତିଶୃଙ୍ଖଳାରେ ସହଯାଗ କରିଥିବା ବେଳେ ଛାତ୍ରୀ ମାନେ ପଣା ବଟଂନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ବିଶ୍ଵ ପ୍ରସିଦ୍ଧ ମହାପ୍ରଭୃଙ୍କ ରଥଯାତ୍ରା, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

ପୁରୀ: ଆଜି ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି କେବଳ ମହାପ୍ରଭୃ ପହଣ୍ଡି ବିଜେ କରିବେ।

ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବେ। ପ୍ରଥମେ ଭାଇ ବଳଭଦ୍ର, ପରେ ମା’ ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ।

ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ।

ଏହାପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାଋଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସୁସ୍ଥ ହେଲେ ମହାପ୍ରଭୃ, ଗଜପତିଙ୍କ ପାଖକୁ ଆସିଲା ଖବର

ପୁରୀ: ସ୍ନାନଯାତ୍ରା ପରେ ମହାପ୍ରଭୃ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚେରମୂଳି ଔଷଧ ଦେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ଖବର ଗତକାଲି ଗଜପତି ଦିବ୍ୟସିଂହ ଦେବଙ୍କ ନିକଟକୁ ଆସିଥିଲା। ଶ୍ରମନ୍ଦିରରୁ ଏହି ଖବର ନେଇ ଆସିଥିଲେ ଦଇତାପତି ଓ ବିଦ୍ୟାପତି। ସେମାନେ ପାଟବସ୍ତ୍ର ଏବଂ ଚନ୍ଦନ ଧରି ଗଜପତିଙ୍କୁ ଭେଟି ଦେଲେ।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ରହିଛି ଏହିପରି ଏକ ପରଂପରା, ଏହାକୁ ରାଜପ୍ରାସାଦ ନୀତି ବୋଲି କୁହାଯାଇଥାଏ। ପ୍ରତିବର୍ଷ ଶ୍ରୀମନ୍ଦିରରେ ପବିତ୍ର ଅନବସର ଦ୍ୱାଦଶୀ ତିଥିରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ପ୍ରଭୃଙ୍କର ହେବ ନେତ୍ର ଉତ୍ସବ ଏବଂ ପରେ ରଥଯାତ୍ରା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁର1: ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ତାମିଲନାଡୁର ଏହି ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କୁ କରେ ଆକର୍ଷିତ

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି।

2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁର1: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ପ୍ରତି ମାଘ ପୂର୍ଣ୍ଣିମାରେ ହୋଇଥାଏ ଏହି ବେଶ

ପୁରୀ,  ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ। ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖ୍ରୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ।

ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି ଲାଗି ହୁଅନ୍ତି। ବିଶ୍ୱାସ କରାଯାଏ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

ପୁରୀ: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ।

ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ରମାସରେ ମହିଳାମାନେ ମାସସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ପବିତ୍ର ମାସ ସୋମବାରରୁ ଆରମ୍ଭ ହୋଇଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି।

ଗତ ଦୁଇ ବର୍ଷ ଧରି କରୋନା ପାଇଁ ହବିଷ୍ୟାଳିମାନେ ଏହି ବ୍ରତ ପୁରୀ ଆସି ପାଳନ କରିପାରି ନ ଥିଲେ। ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ କଟକଣ ହଟିଯାଇଥିବାରୁ ପୁରୀରେ ଏହି ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେମାନଙ୍କର ମାଗଣା ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ

ଭୁବନେଶ୍ବର: ତିନିଠାକୁର ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି ସେତେବେଳେ ତାଙ୍କ ମସ୍ତକରେ ଶୋଭା ପାଇଥାଏ ଟାହିଆ ବା ମୁକୁଟ। ଏହି ଟାହିଆ ଯେତେବେଳେ ଝୁଲେ ସେତେବେଳେ ଭକ୍ତର ମନପ୍ରାଣ ଉଲ୍ଲସିତ ହୋଇଯାଏ। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ବେଳେ କିମ୍ବା ରଥକୁ ତିନିଠାକୁର ବିଜେ ବେଳେ ଏହି ଟାହିଆ ଲାଗି ହୋଇଥାଏ।

ପୁରୀର ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଶୈଳୀରେ ନିର୍ମାଣ କରିଥାନ୍ତି। ଏହା ବାଉଁଶ କାଠି, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ସୁତାରେ ଏହି ଟାହିଆ ପ୍ରସ୍ତୁତି କାରାଯାଇଥାଏ। ପ୍ରଥମେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ। ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ। ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ।

ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତୀ, ଟଗର, ପଦ୍ମ, ଏବଂ ଦୂବ  ଆଦି ଖଞ୍ଜା ଯାଇଥାଏ। ଟାହିଆର ଅଗ୍ରଭାଗରେ ଦୂବ ଓ କିଆ ଲଗାଯାଇଥାଏ। ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ। ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ଆକର୍ଷଣୀୟ କରିଥାଏ। ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ।

ତିନିଠାକୁର ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି। ତାହାକୁ ସେନାପଟା କୁହାଯାଏ। ପହଣ୍ଡି ସମୟରେ ବୀରବେଶୀ ଜଗନ୍ନାଥଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ। ବିଗ୍ରହମାନଙ୍କୁ ସେନାପଟା ଲାଗି ବେଶ ପରେ ମଙ୍ଗଳା ଅର୍ପଣ କରାଯାଇ ଡୋର କରାଯାଇଥାଏ।  ସ୍ନାନ ପୂର୍ଣ୍ଣିମା ଦିବସରେ ରତ୍ନବେଦୀରୁ ବିଗ୍ରହମାନେ ପହଣ୍ଡି ବିଜେରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ ସ୍ନାନବେଦୀକୁ ଆସନ୍ତି।

ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ। ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ। ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଶ୍ରୀମନ୍ଦିରରୁ ରଥକୁ, ରଥରୁ ଆଡପ ମଣ୍ଡପରେ ଅବସ୍ଥାନ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଶ୍ରୀମନ୍ଦିର ଢାଞ୍ଚାରେ ତାମିଲନାଡୁରେ ନିର୍ମିତ ହୋଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି।

2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶରଧାବାଲିରେ ତିନିରଥ, ସଅଳ ସଅଳ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନିଠାକୁର

ପୁରୀ: ବେଶ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରଥଯାତ୍ରା। ତିନି ଠାକୁର ଏଥର ଭକ୍ତମାନଙ୍କୁ ସିଧା ଦର୍ଶନ ଦେଇଛନ୍ତି। କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପାଇଁ ରଥରେ ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କୁ କରାଯାଇଥିଲା ବାରଣ। ସେଥିପାଇଁ ଭକ୍ତ ଭଗବାନଙ୍କର ମିଳନ ହୋଇପାରି ନ ଥିଲା।

ଆଜି ତିନି ଠାକୁର ସଅଳ ସଅଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରୀ ହୋଇଥିବା ସମୟ ନିର୍ଘଣ୍ଟ ପୂର୍ବରୁ ତିନି ଠାକୁରଙ୍କ ସମସ୍ତ ନିତି ସମାପନ ହୋଇଥିଲା। ସେବକମାନେ ପ୍ରଭୃ ସେବାକୁ ବେଶ୍ ମନଧ୍ୟାନ ଦେଇ କରିଥିଲେ। ଫଳରେ ତିନିଠାକୁର ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ।

ଆଜି ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ଏଥିରେ ଜଣଙ୍କ ପରେ ଜଣେ ତିନି ଭାଇ ଭଉଣୀ ରଥାଋଢ ହୋଇଥିଲେ। ଏହାପରେ ଶଙ୍କରାଚାର୍ଯ୍ୟ ତିନିରଥରେ ଚଢି ପ୍ରଭୃଙ୍କ ଦର୍ଶନ କରିଥିଲେ। ଶେଷରେ ଗଜପତି ଦିବ୍ୟସିଂହ ଦେବ ପାଲିଙ୍କିରେ ଆସି ପ୍ରଥମେ ବଳଭଦ୍ର, ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ।

ଦିନ ପ୍ରାୟ ୧୨ଟା ୩୫ ରେ ରଥ ଭିଡା ଆରମ୍ଭ ହୋଇଥିଲା। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ପ୍ରଥମେ ତାଳଧ୍ବଜ ରଥକୁ ଟାଣିଥିଲେ। ଏହାପରେ ମା ସୁଭଦ୍ରାଙ୍କ ରଥ ଦେବ ଦଳନକୁ ମଧ୍ୟ ଭକ୍ତମାନେ ଟାଣିବା ଆରମ୍ଭ କରିଥିଲେ। ଶେଷରେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଗଡି ଚାଲିଥିଲା। ତିନି ରଥ ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚି ସାରିଥିଲା।

ଆସନ୍ତାକାଲି ଅପରାହ୍ନରେ ତିନିଠାକୁରଙ୍କ ପହଁଣ୍ଡି ବିଜେ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ। ସେଠାରେ ପ୍ରଭୃ ଆଡପ ଦର୍ଶନ ଦେବେ। ସେହିଠାରେ ଆଡପ ଭୋଗ ପ୍ରଚଳନ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତା ନଅ ତାରିଖରେ ତିନିଠାକୁର ଶ୍ରୀମନ୍ଦିରକୁ ବାହୁଡିବେ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଜଗନ୍ନାଥ ପୁରୀ ମନ୍ଦିରର ୫ ଟି ରହସ୍ୟ, ଯାହା ବିଜ୍ଞାନ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହିଁ

ପୁରୀ: ବଦ୍ରିନାଥ ଧାମ ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ବୈକୁଣ୍ଠ ଭାବରେ ବିବେଚନା କରାଯାଉଥିବାବେଳେ ଜଗନ୍ନାଥ ଧାମକୁ ପୃଥିବୀର ବୈକୁଣ୍ଠ ରୂପ ଭାବରେ ବିବେଚନା କରାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ ସହରରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିର ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ କୃଷ୍ଣଙ୍କୁ ଉତ୍ସର୍ଗ କରାଯାଇଛି। ପୁରୀର ଏହି ପୌରାଣିକ ମନ୍ଦିର ଅତ୍ୟନ୍ତ ଅଲୌକିକ ଅଟେ। ଏହି ପବିତ୍ର ମନ୍ଦିର ସହିତ ଜଡିତ ଅନେକ ରହସ୍ୟମୟ ଏବଂ ଚମତ୍କାର ଜିନିଷ ଅଛି, ଯାହା ୮୦୦ ବର୍ଷରୁ ଅଧିକ ପୁରୁଣା ଅଟେ। ଏପରିକି ବିଜ୍ଞାନ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ।

୧- ପବନର ବିପରୀତ ଦିଗରେ ପତିତପାବନ ବାନା ଉଡେ:

ସାଧାରଣତଃ ଦିନରେ ପବନ ସମୁଦ୍ରରୁ ସ୍ଥଳ ଭାଗକୁ ଏବଂ ସନ୍ଧ୍ୟାରେ ସ୍ଥଳ ଭାଗରୁ ସମୁଦ୍ରକୁ ପ୍ରବାହିତ ହୁଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଏହି ପ୍ରକ୍ରିୟା ଓଲଟା ହୋଇଛି। ମନ୍ଦିରର ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡିଥାଏ।

୨- ରୋଷେଇ ଘରର ରହସ୍ୟ:

କୁହାଯାଏ ଜଗନ୍ନାଥ ମନ୍ଦିରରେ ଦୁନିଆର ସବୁଠୁ ବଡ ରୋଷେଇ ଘର ଅଛି। ରୋଷେଇ ଘରର ରହସ୍ୟ ହେଉଛି ଭଗବାନଙ୍କ ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ ଏଠାରେ ସାତୋଟି ବାସନକୁ ଗୋଟିଏ ଉପରେ ଗୋଟିଏକୁ ରଖାଯାଏ। ଏହି ବାସନଗୁଡିକ ମାଟିରେ ନିର୍ମିତ, ଯେଉଁଥିରେ ମହାପ୍ରସାଦକୁ ଚୁଲିରେ ରନ୍ଧାଯାଏ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମୟ ମଧ୍ୟରେ ଉପରି ଭାଗରେ ରଖାଯାଇଥିବା ହାଣ୍ଡିର ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୁଏ, ତାପରେ ଗୋଟିଏ ପରେ ଗୋଟିଏ ପ୍ରସାଦ ପ୍ରସ୍ତୁତ ହୁଏ। ଯଦିଓ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି, କିନ୍ତୁ ପ୍ରସାଦ କଦାପି କମ ପଡେ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ମନ୍ଦିର ବନ୍ଦ ହେବା ମାତ୍ରେ ପ୍ରସାଦ ମଧ୍ୟ ଶେଷ ହୁଏ।

୩- ମନ୍ଦିରର ଛାଇ ଦୃଶ୍ୟମାନ ହୁଏନାହିଁ:

ଜଗନ୍ନାଥ ମନ୍ଦିର ପ୍ରାୟ ଚାରି ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ। ଏହାର ଉଚ୍ଚତା ୨୧୪ ଫୁଟ। କୌଣସି ବସ୍ତୁ କିମ୍ବା ମଣିଷ, ପଶୁ ଏବଂ ପକ୍ଷୀମାନଙ୍କର ଛାୟା ତ ରହିବା ବିଜ୍ଞାନର ନିୟମ। କିନ୍ତୁ ଜଗତର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ଉପର ଅଂଶ ବିଜ୍ଞାନର ଏହି ନିୟମକୁ ଚ୍ୟାଲେଞ୍ଜ କରେ। ଏଠାରେ ମନ୍ଦିରର ଉପର ଛାୟା ସବୁବେଳେ ଅଦୃଶ୍ୟ।

୪- ୧୨ ବର୍ଷରେ ପ୍ରତିମାର ନବକଳେବର ହୁଏ:

ଏଠାରେ ତିନୋଟି ମୂର୍ତ୍ତି ଜଗନ୍ନାଥ, ବଲଦେବ ଏବଂ ଭଉଣୀ ସୁଭଦ୍ରାଙ୍କ ପ୍ରତିମା ପ୍ରତି ୧୨ ବର୍ଷରେ ପରିବର୍ତ୍ତିତ ହୁଏ। ନୂତନ ପ୍ରତିମାଗୁଡ଼ିକ ସଂସ୍ଥାପିତ ହୋଇଛି। ପ୍ରତିମା ପରିବର୍ତ୍ତନ କରିବାର ଏହି ପ୍ରକ୍ରିୟା ସହିତ ଜଡିତ ଏକ ମଜାଦାର ଉପନ୍ୟାସ ମଧ୍ୟ ଅଛି। ମନ୍ଦିର ଚାରିପାଖରେ ସମ୍ପୂର୍ଣ୍ଣ ଅନ୍ଧକାର କରାଯାଏ। ସହରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଏ। ସୁରକ୍ଷା ବାହିନୀ ମନ୍ଦିର ବାହାରେ ନିୟୋଜିତ ହୁଅନ୍ତି। କେବଳ ସେବାୟତଙ୍କୁ ମନ୍ଦିର ଭିତରେ ନବକଳେବର କରିବାକୁ ଅନୁମତି ମିଳିଥାଏ।

୫- ପକ୍ଷୀମାନେ ଦେଖାଯା’ନ୍ତି ନାହିଁ:

ସାଧାରଣତଃ ପକ୍ଷୀମାନେ ମନ୍ଦିର, ମସଜିଦ କିମ୍ବା ବଡ଼ ଅଟ୍ଟାଳିକା ଉପରେ ବସିଥିବାର ଦେଖାଯାଏ। କିନ୍ତୁ ପୁରୀର ମନ୍ଦିର ଉପରେ କୌଣସି ବିମାନ ଉଡେ ନାହିଁ କିମ୍ବା କୌଣସି ପକ୍ଷୀ ମନ୍ଦିରର ଶୀର୍ଷରେ ବସନ୍ତି ନାହିଁ। ଏହା ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ଅଘଟଣ: ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଡେଇଁ ପଡିଥିବାର ସୂଚନା ରହିଛି। ଏଥିରେ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ କିନ୍ନରଙ୍କ ପରିଚୟ ମିଳିଥିବା ବେଳେ ସେ ନିମାପଡାର ବଳରାମ ରାଉତ ବୋଲି ଜଣାପଡିଛି।

ତେବେ କିନ୍ନର ଜଣଙ୍କ ଏଭଳି କାର୍ଯ୍ୟ କାହିଁକି କଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ବର୍ତ୍ତମାନ ଏହାକୁ ନେଇ ତଦନ୍ତ ଜାରି ରହିଛି। ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି। ଯାଞ୍ଚ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ

ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ଜଣେ ଭକ୍ତଙ୍କର ଜୀବନ ଚାଲିଗଲା। ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି। ସେହି ଭକ୍ତ ଜଣଙ୍କ ହେଉଛନ୍ତି ଛତିଶଗଡ ରାଜ୍ୟର ବାସିନ୍ଦା। ତାଙ୍କର ନାମ ୱା.ଜି ମୂର୍ତ୍ତି (୭୨ ବର୍ଷ) ବୋଲି ଜଣାପଡିଛି।

ଖବର ମୁତାବକ, ଛତିଶଗଡରୁ ପୁରୀ ଆସିଥିବା ଏହି ଭକ୍ତଜଣଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ ଅସୁସ୍ଥ ହୋଇପଡିଥିଲେ।
ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ଅଘଟଣ: ରୋଷ ଘରେ ୮୦ ଚୁଲା ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ରୋଷ ଘରେ ଦୁର୍ବୃତ୍ତମାନେ ପ୍ରାୟ ୮୦ ଟି ଚୁଲା ଭାଙ୍ଗିଥିବା ସୂଚନା ରହିଛି। କୋଠ ଭୋଗ, ସାତପୁରୀ, ପିଠା ଗଢା, ଥାଳିଆଡ ଚୁଲି ଭାଙ୍ଗିଥିବା ଜଣାପଡିଛି। ଶ୍ରୀମନ୍ଦିର ଇତିହାସରେ ଏଭଳି ଘଟଣା କେବେ ଘଟିନଥିବା କୁହାଯାଉଛି। ହେଲେ ଏଭଳି ଘଟଣା କିଏ ଆଉ କାହିଁକି ଘଟାଇଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛି।

ସ୍ଥିତି ତଦାରଖ ପରେ ଉପ ଜିଲ୍ଲାପାଳ କହିଛନ୍ତି ଯେ, ଦୁଇ ଦିନ ଭିତରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣା ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନେକ ଭକ୍ତ ଦୁଃଖରେ ଭାଙ୍ଗିପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ: ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି।

Categories
MakarSankrati ଆଜିର ଖବର ରାଜ୍ୟ ଖବର

ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା, ଘରେ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ବର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ ଉପରେ କଟକଣା କରିଛନ୍ତି। ସାଧାରଣତଃ ଏହି ଦିନ ଶ୍ରଦ୍ଧାଳୁମାନେ ସମୁଦ୍ର ତଟ, ନଦୀ, ପୁଷ୍କରିଣୀ ଆଦିରେ ବୁଡ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି।

ସେହିପରି ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ମଧ୍ୟ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏହି ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାପାଳ ତଥା ଏସପିଙ୍କୁ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସ୍ଵର୍ଗ ଦ୍ଵାର ପାଇଁ ଲାଗିଲା କଟକଣା: ବାହାର ଜିଲ୍ଲାର ଲୋକଙ୍କୁ ମିଳିବନି ଅନୁମତି

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ପରେ ବର୍ତ୍ତମାନ ପୁରୀ ସ୍ଵର୍ଗଦ୍ଵାର ପାଇଁ କଟକଣା ଲାଗିଛି। ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ଵର୍ଗଦ୍ଵାରକୁ ଅନୁମତି ମିଳିବ ନାହିଁ। କୋଭିଡରେ ମୃତ୍ୟୁ ହୋଇଥିଲେ ସ୍ଵର୍ଗଦ୍ଵାରରେ ଦାହ ପାଇଁ ଅନୁମତି ମିଳିବ ନାହିଁ। ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧୦ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।