Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକ ଓ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିପରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଜନ୍ମ ଲଗ୍ନ ଘୋଷଣା ହୋଇଥିଲା।

ଏହାପରେ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁରଙ୍କ ନଗର ପରିକ୍ରମା ଓ ନଗର କୀର୍ତ୍ତନ କରାଯାଇଥିଲା। ଏହାପରେ ପୂର୍ବାହ୍ନରେ ପବିତ୍ର ସତସଙ୍ଗ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନର ସମସ୍ୟା ବହୁଳ ସମାଜରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଜୀବନାଦର୍ଶ ରୂପେ ବରଣ କରିବାର ଆବଶ୍ୟକତା ଉପରେ ଉକ୍ତ ସତସଙ୍ଗରେ ଆଲୋଚନା ହୋଇଥିଲା।

ସଙ୍ଗୀତାଞ୍ଜଳୀରେ ଦୀପିକା ପାଲଟାସିଂହ, ରୋଜାଲିନ ପଣ୍ଡା, ମଧୁସୂଦନ ଜେନା, ଗୋଲଖ ଘଡେଇ ,ସୁମନ ପୃଷ୍ଟି ଓ ଧର୍ମ ଯାଜକ ମହେଶ୍ୱର ଜେନା ପ୍ରଭୁତି ଅଂଶଗ୍ରହଣ କରିଥିବାବେଳେ ସତସଙ୍ଗରେ ବରିଷ୍ଠ କର୍ମୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଡମ୍ବରୁଧର ସାମନ୍ତରାୟ, ତ୍ରିନାଥ ହୋତା, ପ୍ରବୋଧ କୁମାର ବିଶ୍ବାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଆଦି ଉପସ୍ଥିତ ଥିବାବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ସତସଙ୍ଗ ପ୍ରେମୀ ଯୋଗଦେଇଥିଲେ।

ଉକ୍ତ ସତସଙ୍ଗକୁ ସହପ୍ରତି ଋତିକ ପୁରୁଷୋତ୍ତମ ପାଲଟାସିଂହ ପରିଚାଳନା କରିଥିଲେ।