Categories
ଆଜିର ଖବର ଜାତୀୟ ଖବର

ମୋ ବିରୋଧରେ ସମସ୍ତ ସମନ ବେଆଇନ, ଗିରଫ କରିବାକୁ ଚାହୁଁଛନ୍ତି; ଇଡି ସମନ ଉପରେ କ’ଣ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମନ ଏବଂ ଗିରଫ ହେବା ଆଶଙ୍କା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏବେ ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି। ଇଡି ମୋତେ ନକଲି ସମନ ଜାରି କରୁଛି। ମୋ ଓକିଲ ମୋତେ କହିଥିଲେ ଯେ ମୋ ବିରୋଧରେ ଆସିଥିବା ସମନ ବେଆଇନ। ମୋ ପ୍ରଶ୍ନର ଉତ୍ତର ଇଡି ପାଖରେ ନାହିଁ। ଯଦି ମୋ ବିରୋଧରେ ଆଇନଗତ ସମନ ଆସିବ ତେବେ ମୁଁ ସହଯୋଗ କରିବି ବୋଲି ସେ କହିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ସମନ?

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଏହି ସମନ ଜାରି କରାଯାଉଛି। ପଚରାଉଚରା ବାହାନାରେ କେଜ୍ରିୱାଲଙ୍କୁ ଡାକି ଗିରଫ କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହାଦ୍ୱାରା କେଜ୍ରିଓ୍ଵାଲ ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ ନାହିଁ। ସେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ବଳରେ ଆପ୍‍ ନେତାଙ୍କୁ ବିଜେପିରେ ଯୋଗ ଦେବାକୁ ପାଉଛି। ଯେଉଁମାନେ ବିଜେପିରେ ଯୋଗଦେବେ ସେମାନଙ୍କ ବିରୋଧରେ ସମସ୍ତ ମାମଲା ଲୁଚାଯାଉଛି।

ଦୁଇ ବର୍ଷର ତଦନ୍ତରୁ କିଛି ମିଳିଲାନି

ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ମଦ ନୀତିର ଦୁର୍ନୀତିର ତଦନ୍ତ ଦୁଇ ବର୍ଷ ହେଲା ଚାଲିଛି। ପୂରା ତଦନ୍ତବେଳେ ସେମାନେ କିଛି ପାଇନଥିଲେ। ସତକଥା ହେଉଛି ଗୋଟିଏ ପଇସା ବି ଦୁର୍ନୀତି ହୋଇନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଦୁର୍ନୀତି ହେଉଛି ତେବେ ଟଙ୍କା କେଉଁଠି। ଦେଶରେ କ’ଣ ଚାଲିଛି? ଯାହା ଚାଲିଛି ତାହା ଅତ୍ୟନ୍ତ ବିପଜ୍ଜନକ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ମୋ ଶରୀର, ମନ ଓ ଧନ ଦେଶ ପାଇଁ। ମୁଁ ମୋର ପୂରା ହୃଦୟରୁ ସେମାନଙ୍କ ବିରୋଧରେ ଲଢ଼େଇ କରୁଛି। ସେ କହିଛନ୍ତି ଯେ ଏହି ଲଢେଇରେ ମୋତେ ଆପଣଙ୍କ ସମର୍ଥନ ଦରକାର।

Categories
ଆଜିର ଖବର ରାଜ୍ୟ ଖବର

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଭାରତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ କରିଛି। ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ସମନ ଦିଆଯାଇଛି। ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କ: ବଲିଉଡର ବହୁ ଅଭିନେତ୍ରୀଙ୍କୁ ସମନ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ବଲିଉଡରେ ବହୁ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କୁ ସମନ ଜାରି କରିଛି ଏନସିବି। ସେପ୍ଟେମ୍ବର ୨୫ ତାରିଖରେ ଦୀପିକାଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଛି। ଦୀପିକାଙ୍କ ପରି ଆଉ କିଛି ଅଭିନେତ୍ରୀଙ୍କୁ ସମନ କରିଛି ଏନସିବି। ସେମାନେ ହେଲେ ସାରା ଅଲ୍ଲି ଖାଁ,  ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ ଓ ସିମୋନ ଖମ୍ବଟାଙ୍କୁ ମଧ୍ୟ ସମନ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଏହି ଅଭିନେତ୍ରୀମାନଙ୍କୁ ଜେରା କରିବ ଏନସିବି। ସେପ୍ଟେମ୍ବର ୨୪ ରେ ହାଜର ହେବେ ରକୁଲପ୍ରୀତ ଏବଂ ସିମୋନ। ପୂର୍ବରୁ ଏନସିବି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।