Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ସହର ମାଣିକ ନଗର ଛକରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଧକ୍କା ଦେଇ ଗାଡ଼ି ଚମ୍ପଟ୍ ମାରିଛି। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ଅନୁସନ୍ଧାନ ଚଳାଇଛି। ତଥାପି ଦୁର୍ଘଟଣାର କିଛି ଦୁରରୁ ବାଲେଶ୍ବର ପରିବହନ ବିଭାଗ ରେଜିଷ୍ଟ୍ରେସନ ଏକ ନଂ ପ୍ଲେଟ ପୋଲିସକୁ ମିଳିଛି।

ଏହି ଆଧାରରେ ପୋଲିସ ମାମଲା ନଂ ୧୦୦/୨୫ ମକଦ୍ଦମା ରୁଜୁ କରି ଛାନବିନ୍ ଚଳାଇବା ସହ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ପିକଅପ୍ ଭ୍ୟାନ୍ ଧକ୍କାରେ ସାଇକେଲ ଚାଳକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ହରଡ଼ାଖଣ୍ଡି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ହରଡ଼ାଖଣ୍ଡି ଛକରେ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଯୋଗୁଁ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ହରଡ଼ାଖଣ୍ଡି ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ସହ ଆଖ ପାଖରେ ଥିବା ଗୋଟିଏ ସ୍କୁଟି ଓ ବାଇକକୁ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି।ଯାହାଫଳରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ
ହରଡ଼ାଖଣ୍ଡି ଧର୍ମ ନଗର ସାହିର ବାବୁଲା ଗୌଡ଼ ବୋଲି ଜଣାପଡିଛି।

ଘଟଣାସ୍ଥଳରେ ବଡ ବଜାର ଥାନା ପୁଲିସ ଓ ଟ୍ରାଫିକ ପୁଲିସ ପହଞ୍ଚି ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।