Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା “ସମନ୍ୱିତ ଭୌତିକ ଚିକିତ୍ସା” ବା ଆଧୁନିକ ଫିଜିଓଥେରାପି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି।

ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ ସକ୍ଷମତା ଭରିଦେବା ଏକ ବଡ଼ ଆହ୍ୱାନ। ତେଣୁ ସେମାନଙ୍କୁ ପୁଣିଥରେ ଜୀବନ ଓ ଜୀବିକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦ ମସିହାରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କାମ କରୁଛି। ସେହିପରି ଜିଲ୍ଲାରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଚାଲିଥିବା ଏହି ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ “ଥେରାପ୍ୟୁଟିକ୍ ସେଣ୍ଟର” ବା ଭୌତିକ ଚିକିତ୍ସା ସେବା କେନ୍ଦ୍ର। ସେଠାରେ ଫିଜିଓଥେରାପି ସହ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି। ଏଥିରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ଏହି କେନ୍ଦ୍ରରେ ବିଭିନ୍ନ ଥେରାପି ପାଇଁ ଆଧୁନିକ ଚିକିତ୍ସା ଉପକରଣ ରହିଛି। ସେଠାରେ ତାଲିମପ୍ରାପ୍ତ ଥେରାପିଷ୍ଟମାନେ ରୋଗୀଙ୍କୁ ଦେଖି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଥେରାପି ଓ ପରାମର୍ଶ ଦେଉଛନ୍ତି।

ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ସେଠାରେ ତାଲିମପ୍ରାପ୍ତ ଫିଜିଓଥେରାପିଷ୍ଟମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଦିଆଯାଉଛି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି।

ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସାପ୍ତାହିକ ଓପିଡି ଜରିଆରେ ସ୍ଥାନୀୟ ରୋଗୀମାନଙ୍କୁ ଫିଜିଓଥେରାପି ସେବା ଓ ପରାମର୍ଶ ଦିଆଯାଉଛି। ଯେଉଁ ରୋଗୀମାନଙ୍କର ଅତିରିକ୍ତ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ସେବାର ଆବଶ୍ୟକ ରହିଛି ସେମାନଙ୍କୁ ସୁନ୍ଦରଗଡ଼ରେ ଥିବା ଉଚ୍ଚ ଭୌତିକ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।

“ଆଜିର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆମ ସମାଜରେ ଲୋକଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ, ମଧୁମେହ, ହୃଦରୋଗ ଏବଂ ମେରୁଦଣ୍ଡଜନିତ ବିଭିନ୍ନ ପ୍ରକାର ରୋଗ ବି ଚାଲିଛି। ଏହା ସହିତ ଆଧୁନିକ ଓ କର୍ମମୟ ଜୀବନ ଭିତରେ ବହୁ ଲୋକ ସଡ଼କ ଏବଂ ବିଭିନ୍ନ ଶିଳ୍ପ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସବୁ ସମସ୍ୟାରେ ପ୍ରଭାବିତ ରୋଗୀଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଫିଜିଓଥେରାପି ସହ ବିଭିନ୍ନ ଆଧୁନିକ ଥେରାପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଏ ଦିଗରେ ରୋଗୀମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇପାରିଛି”, ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରରେ ଗତ ୮ ମାସ ମଧ୍ୟରେ ୧୭୩୯ ଜଣ ରୋଗୀ ବିଭିନ୍ନ ଫିଜିଓଥେରାପି ସେବା ପାଇଛନ୍ତି। ସେମାନଙ୍କୁ ୧୩ ହଜାର ୧୨୨ଟି ସେସନ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ଏହି ସମୟ ମଧ୍ୟରେ ୬ ହଜାର ୩୩୯ ଜଣ ରୋଗୀ ବିଭିନ୍ନ ଥେରାପି ନେଇଛନ୍ତି। ସେମାନଙ୍କ ପାଇଁ ୬୫ ହଜାର ୯୫୦ ଥେରାପି ସେସନ କରାଯାଇଛି। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀମାନେ ନିୟମିତ ଚିକିତ୍ସା ପାଉଛନ୍ତି। ଏହିଭଳି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୧୦ ହଜାର ରୋଗୀ ବିଭିନ୍ନ ପ୍ରକାର ଥେରାପି ପାଇପାରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ଏହି ଚିକିତ୍ସା ପାଇଁ ଭିନ୍ନକ୍ଷମ ବ୍ୟକ୍ତି ଓ ଜରାଗ୍ରସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି ବିଶେଷ ଧ୍ୟାନ ଦିଆଯାଉଛି। ସେମାନଙ୍କୁ ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରକୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ‘ଇ-ଆମ୍ବୁଲାନ୍ସ’ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଶଯ୍ୟାଶାୟୀ ରୋଗୀମାନେ ଚିକିତ୍ସା କେନ୍ଦ୍ରକୁ ଆସିପାରୁ ନାହାନ୍ତି ଫୋନ୍ କଲ ପାଇ ଥେରାପିଷ୍ଟମାନେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୨୦ରୁ କାମ କରୁଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ଦିଆଯାଉଛି। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ବ୍ୟକ୍ତିଙ୍କୁ ଏଠାରେ ମାଗଣାରେ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ମଧ୍ୟ ଦିଆଯାଉଛି। ଅଗଷ୍ଟ  ୨୦୨୨ ସୁଦ୍ଧା ଏଠାରେ ୪ ହଜାର ୩୪୮ଟି ରୋବୋଟିକ୍ସ ଫିଜିଓଥେରାପି ସେସନ କରାଯାଇଥିବା ବେଳେ ୪୦୪ଜଣ ହିତାଧିକାରୀଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଲାଗି ଅନୁମୋଦନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି।

ଏହି ବହୁ ପ୍ରତୀକ୍ଷିତ ଅନୁମତି ଆସିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ।

“ମେଡିକାଲ କଲେଜ ଆରମ୍ଭ ହେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏକ ନୂଆ ସୋପାନକୁ ଯାଇପାରିବ। ଏହି ଅତ୍ୟାଧୁନିକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନିୟୋଜିତ ଉଚ୍ଚମାନର ମାନବ ସମ୍ବଳ ତଥା ତାଲିମ ଓ ଚିକିତ୍ସା ଲାଗି ନିୟୋଜିତ ଅତ୍ୟାଧୁନିକ ଉପକରଣ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସରୁମ ସହିତ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଛାତ୍ର ଏବଂ ଛାତ୍ରୀମାନଙ୍କ ରହିବା ପାଇଁ ଅଲଗାକରି ମୋଟ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କରାଯାଇଛି। ସେହିପରି ଏହି ୨୧ ଏକର ପରିବ୍ୟାପ୍ତ କ୍ଷେତ୍ରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ସହ ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କ ପାଇଁ ହଷ୍ଟେଲ ତଥା କର୍ମଚାରୀ ଓ ଡିନଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରାଯାଇଛି।

“ନାସନାଲ ମେଡିକାଲ କମିଶନଙ୍କ ଅନୁମତି ମିଳିବା ଫଳରେ ଏବେ ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମ ଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ। ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିଟ୍ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ। ମେଡିକାଲ କଲେଜ ସହିତ ସଂଲଗ୍ନ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ “ଟ୍ରିଟିଙ୍ଗ ହସ୍ପିଟାଲ” ଭାବେ ବ୍ୟବହାର କରାଯିବ”, ସୂଚନା ଦେଇ କହିଛନ୍ତି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ।

ଏହି ମେଡିକାଲ କଲେଜ ସହିତ ୬ ମହଲା ବିଶିଷ୍ଟ ତଥା ୫୦୦ ଶଯ୍ୟାର ଏକ ସୁପରସ୍ପେଶାଲଟି ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍‌, ବିଭିନ୍ନ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି। ଫଳରେ ଆଗାମୀ ଦିନରେ ସୁନ୍ଦରଗଡ଼ ଡାକ୍ତରୀ ଶିକ୍ଷା ପାଇଁ ଏକ ପ୍ରମୁଖ ଆକର୍ଷଣ ହେବା ସହିତ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା

ସୁନ୍ଦରଗଡ଼: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି “ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି”। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ଉପକୃତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି। ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ତା’ଛଡ଼ା ବିଭିନ୍ନ ସ୍କୁଲ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ଆଦି ସ୍ଥାନରେ କ୍ୟାମ୍ପ କରି ଏମଏମଭି ହିତାଧିକାରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି।

ପ୍ରତିଦିନ ଏହି ସେବାରୁ ୮୦୦ରୁ ୯୦୦ ଲୋକ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

“ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ଆମେ ରହୁଛୁ। ବୟସ ଅଧିକ ହୋଇଯାଇଥିବାରୁ ଦେହ ପା’ ଖରାପ ହେଲେ ଡାକ୍ତରଖାନା ଯିବା ସମ୍ଭବ ହେଉନି। ତେବେ ମୋବାଇଲ ମେଡିକାଲ ଭ୍ୟାନ ଆମ ବୃଦ୍ଧାଶ୍ରମ ପାଖକୁ ଆସୁଥିବାରୁ ଆମେ ସେଠାରେ ମାଗଣାରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଆଣୁଛୁ”, କହନ୍ତି ସୁଶିଳା ମହାନନ୍ଦିଆ।

“ମୋ ସ୍ତ୍ରୀର ଆଣ୍ଠୁ, ଗଣ୍ଠି, ଅଣ୍ଟା ଆଦି ବିନ୍ଧା ହେଉଛି। ଶଯ୍ୟାଶାୟୀ ଥିବାରୁ ତାଙ୍କୁ ଡାକ୍ତରଖାନା ନେବା ସୁବିଧା ହେଉନି। ମୋବାଇଲ ମେଡିକାଲ ଭ୍ୟାନରେ ଥିବା ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ଏଭଳି ସୁବିଧା ମିଳୁଥିବାରୁ ଆମେ ବହୁତ ଖୁସି”, କହନ୍ତି ଟଙ୍କଧର ସାହୁ। ଲେଫ୍ରିପଡ଼ା ବ୍ଲକର ଟଙ୍କଧର ଏବଂ ତାଙ୍କ ସ୍ତ୍ରୀ ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ରହୁଛନ୍ତି। ସେମାନଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ଦୁଆର ମୁହଁରେ ମାଗଣାରେ ଚିକିତ୍ସା ସୁବିଧା ଏବଂ ଔଷଧ ପାଇପାରୁଛନ୍ତି।

ପ୍ରତି ଏମଏମଭିରେ ନିର୍ଦ୍ଧାରିତ ସେବା ଯୋଗାଇଦେବା ପାଇଁ ଜଣେ ଲେଖାଏଁ ଡାକ୍ତର, ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ଏହି ଡାକ୍ତରୀ ଟିମ୍ ପ୍ରତିଦିନ ବିଭିନ୍ନ ଜାଗାରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଚିକିତ୍ସା ପରାମର୍ଶ ସହ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ସେହିପରି ଆବଶ୍ୟକସ୍ଥଳେ ରୋଗୀଙ୍କର ବିଭିନ୍ନ ନମୁନା ପରୀକ୍ଷା ମଧ୍ୟ କରାଯାଉଛି।

“ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁରେ ନିୟମିତ ବ୍ୟବଧାନରେ ଏମଏମଭି ଗାଡି ପହଞ୍ଚିଥାଏ। ସେଠାରେ ରୋଗୀଙ୍କୁ ଦେଖି ଆମେ ଆବଶ୍ୟକ ପରାମର୍ଶ ଏବଂ ଔଷଧ ଦେଉ। ଏମଏମଭିରେ ମ୍ୟାଲେରିଆ ଓ ଡାଇବେଟିସ୍ ଆଦି ରୋଗ ପାଇଁ ରକ୍ତ ନମୁନା ପରୀକ୍ଷା କରିବାର ସୁବିଧା ରହିଛି। ସେହିପରି ଏହି ଗସ୍ତ ସମୟରେ ଆମେ ସ୍ଥାନୀୟ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଉଛୁ”, କହିଛନ୍ତି ଏମଏମଭିରେ ନିୟୋଜିତ ଜଣେ ଡାକ୍ତର ସଞ୍ଜୀବ କୁମାର ମିଞ୍ଜ।

ଏମଏମଭିକୁ ଦେଖାଇବାକୁ ଆସିଥିବା ଯେଉଁ ରୋଗୀମାନଙ୍କର ବିଶେଷ ପରୀକ୍ଷା ବା ଅଧିକ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ଉପଖଣ୍ଡ ବା ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରାଯାଉଛି। ଏପରିକି ଜରୁରୀକାଳୀନ କ୍ଷେତ୍ରରେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଭଳି ଏମଏମଭିରେ ଉଚ୍ଚ ଡାକ୍ତରଖାନାକୁ ନିଆଯିବାର ବ୍ୟବସ୍ଥା ରହିଛି।

“ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ମୋବାଇଲ ମେଡିକାଲ ଭ୍ୟାନ ଏକ ଭ୍ରାମ୍ୟମାଣ ଡାକ୍ତରଖାନା ଭଳି କାମ କରୁଛି। ଏମଏମଭି ଗାଡ଼ି କେଉଁ ଦିନ କେଉଁ ସ୍ଥାନକୁ ଯିବ ତା’ର ରୁଟ୍ ଚାଟ୍ ପ୍ରତି ସପ୍ତାହରେ ନିର୍ଦ୍ଧାରଣ କରାଯାଉଛି। ଏହା ଫଳରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ପ୍ରାଥମିକ ଓ ପ୍ରତିଷେଧମୂଳକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରୁଛି”, କହନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ବିଭିନ୍ନ ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା କ୍ଷେତ୍ରରେ ଏମଏମଭି କାମ କରୁଛି। କୋଭିଡ୍ ମହାମାରୀ ଭଳି ଜଟିଳ ସମୟରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏହା ବଡ଼ ଭୂମିକା ଗ୍ରହଣ କରିଥିଲା। ଏହି ମୋବାଇଲ୍ ମେଡିକାଲ୍ ଭ୍ୟାନ ମାଧ୍ୟମରେ ଲୋକଙ୍କ ସ୍ୱାବ୍ ସଂଗ୍ରହ ଏବଂ ପରବର୍ତ୍ତୀ ସମୟରେ କୋଭିଡ୍ ଟିକାକରଣ ଭଳି କାର୍ଯ୍ୟ ମଧ୍ୟ କରାଯାଉଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ସବୁ ଲୋକଙ୍କ ପାଖରେ ପ୍ରାଥମିକ ଚିକିତ୍ସା ସେବା ପହଞ୍ଚାଇବାରେ ମୋବାଇଲ ମେଡିକାଲ ଭ୍ୟାନ ଆଜି ପ୍ରମୁଖ ଭୂମିକା ଗ୍ରହଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ମଧ୍ୟ ୫୦୦ ତଳେ ରହିଛି ସଂକ୍ରମଣ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୨୦

ବୌଦ୍ଧ ଜିଲ୍ଲାରୁ- ୪୦

କଟକ ଜିଲ୍ଲାରୁ- ୧୧

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୫

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୧୨

କଳାହାଣ୍ଡି ଜିଲ୍ଲାରୁ- ୩୧

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରପଡା ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୬୬

କୋରାପୁଟ ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୨୧

ନବରଙ୍ଗପୁର ଜିଲ୍ଲାରୁ- ୨୦

ନୟାଗଡ ଜିଲ୍ଲାରୁ- ୯

ନୂଆପଡା ଜିଲ୍ଲାରୁ- ୭

ପୁରୀ ଜିଲ୍ଲାରୁ- ୭

ରାୟଗଡା ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୨୬

ସୋନପୁର ଜିଲ୍ଲାରୁ- ୯

ସୁନ୍ଦରଗଡ ଜିଲ୍ଲାରୁ- ୧୦୫

ଷ୍ଟେଟ ପୁଲରୁ- ୧୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୬୭୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯ ହଜାର ୬୭୭ ଏବଂ ବର୍ତ୍ତମାନ ୩୭୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି “ଭର୍ଚୁଆଲ କ୍ଲାସ”

ସୁନ୍ଦରଗଡ଼: ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚଲାଇଥିବା “ଭର୍ଚୁଆଲ କ୍ଲାସ” ଏହାର ଏକ ଉଦାହରଣ।

୨୦୧୯ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରି ଏହି “ଭର୍ଚୁଆଲ କ୍ଲାସ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ଭି-ସାଟ୍ ଲିଙ୍କ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ଆଜି ସେହି ସଂଖ୍ୟା ୨୮୭ଟି ସ୍କୁଲର ୫୭୨ଟି କ୍ଲାସରୁମକୁ ସଂପ୍ରସାରିତ ହୋଇପାରିଛି। ଏହା ଫଳରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେଉଛନ୍ତି।

“ଭର୍ଚୁଆଲ କ୍ଲାସ ମାଧ୍ୟମରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଷ୍ଟୁଡିଓରେ ଥାଇ ଆମକୁ ଭଲଭାବେ ପାଠ ବୁଝାଉଛନ୍ତି। ସେମାନେ ବିଭିନ୍ନ ଚିତ୍ର ଏବଂ ଭିଡିଓ ଦେଖାଇ ପାଠ ପାଉଥିବାରୁ ଅଧିକ ଆଗ୍ରହ ଲାଗୁଛି। ପାଠକୁ ନେଇ ଆମ ମନରେ ଯାହା ପ୍ରଶ୍ନ ରହୁଛି ଆମେ ସେଠି ସିଧାସଳଖ ତାଙ୍କୁ ପଚାରି ତା’ର ଉତ୍ତର ପାଇପାରୁଛୁ”, କହନ୍ତି ସବଡେଗା ବ୍ଲକର ଛତାସର୍ଗି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମୋନାଲିସା ବାଗ୍।

“ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏବେ ବିଜ୍ଞାନ, ଗଣିତ ଏବଂ ଭୂଗୋଳ ଆଦି ବିଷୟକୁ ପାୱାରପଏଣ୍ଟ ବ୍ୟବହାର କରି ପଢ଼ା ଯାଉଛି। ଏହି ନୂଆ ଧାରା ଫଳରେ ସେମାନଙ୍କ ମଧ୍ୟରେ ପାଠ ପ୍ରତି ଆଗ୍ରହ ବଢ଼ି ପାରିଛି”, କହନ୍ତି ବଡ଼ଗାଁ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନିତା ଲାକ୍ରା।

ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମର ପରିଚାଳନା ପାଇଁ ସୁନ୍ଦରଗଡ଼ଠାରେ ଏକ ସ୍ୱତନ୍ତ୍ର ଷ୍ଟୁଡିଓ ସ୍ଥାପନ କରାଯାଇଛି। ଭି-ସାଟ୍ ଲିଙ୍କ୍ ଜରିଆରେ ଏହି ଷ୍ଟୁଡିଓକୁ ସିଧାସଳଖ ଜିଲ୍ଲାର ବିଭିନ୍ନ ସ୍କୁଲର ସ୍ମାର୍ଟ କ୍ଲାସରୁମ ସହିତ ଯୋଡ଼ି ଦିଆଯାଇଛି। ଫଳରେ ଜିଲ୍ଲାର ତାଲିମପ୍ରାପ୍ତ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭର୍ଚୁଆଲ ଷ୍ଟୁଡିଓରେ ଉପସ୍ଥିତ ରହି ଲାଇଭ୍ କ୍ଲାସ୍ ମାଧ୍ୟମରେ ଏକ ସମୟରେ ଶତାଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପାଇପାରୁଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ କାର୍ଯ୍ୟକ୍ରମ ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ ଧାରା ଯୋଡ଼ିପାରିଛି। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଏଠଶରେ ଶିକ୍ଷାଦାନ ପ୍ରକ୍ରିୟାକୁ ଯେଭଳି ବ୍ୟାପକ କରାଯାଇପାରିଛି ତାହା ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିଛି। ଏହି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି”, କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ।

ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସହିତ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଯୋଡ଼ା ଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଭର୍ଚୁଆଲ୍ ଷ୍ଟୁଡିଓକୁ ଡାକି ଲାଇଭ୍ କ୍ଲାସ କରାଯାଉଛି। ସେମାନେ ଜିଲ୍ଲାର ବିଭିନ୍ନ ସ୍କୁଲରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ଇତିହାସ ଓ ଭୂଗୋଳ ଆଦି ବିଷୟ ପାଉଛନ୍ତି।

ଏହି ଭର୍ଚୁଆଲ କ୍ଲାସ ବର୍ତ୍ତମାନ ସପ୍ତାହରେ ୫ ଦିନ – ସୋମବାରଠାରୁ ଶୁକ୍ରବାର ଯାଏଁ ଚାଲୁଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ଦୁଇଟି ଲେଖାଏଁ ପିରିୟଡରେ ପାଠପଢ଼ା ଯାଉଛି । ସେହିପରି ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ପାଳିକରି ବିଭିନ୍ନ ବିଷୟରେ ଶିକ୍ଷାଦାନ କରାଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ଫଳରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଥିବା ସ୍ମାର୍ଟ କ୍ଲାସରୁମକୁ ଏବେ ଭର୍ଚୁଆଲ କ୍ଲାସ ପାଇଁ ସହଜରେ ବ୍ୟବହାର କରାଯାଇପାରୁଛି।

ଭର୍ଚୁଆଲ ଷ୍ଟୁଡିଓରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପିପିଟି ତଥା ଭିଡିଓ ଏବଂ ଆନିମେସନ ବ୍ୟବହାର କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ ଶ୍ରେଣୀଗୃହରେ ବସି ସେଠାରେ ଥିବା ସ୍ମାର୍ଟ ବୋର୍ଡ ମାଧ୍ୟମରେ ଭର୍ଚୁଆଲ ଷ୍ଟୁଡିଓରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେଉଛନ୍ତି। ଏହି ବ୍ୟବସ୍ଥାରେ ଉଭୟ ପଟୁ କଥାବାର୍ତ୍ତା କରିବା ଲାଗି ସୁବିଧା କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରି ତା’ର ଉତ୍ତର ପାଇପାରୁଛନ୍ତି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ବିଜ୍ଞାନାଗାର କରାଯାଇଛି। ସେଠାରେ ବିଭିନ୍ନ ଆଧୁନିକ ବୈଜ୍ଞାନିକ ପ୍ରୟୋଗ ଲାଗି ସୁବିଧା ରହିଛି। ଭର୍ଚୁଆଲ କ୍ଲାସ ମାଧ୍ୟମରେ ଜିଲ୍ଲାର ଦକ୍ଷ ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସୁନ୍ଦରଗଡ଼ ଷ୍ଟୁଡିଓରେ ରହି ବିଜ୍ଞାନର ବିଭିନ୍ନ ପ୍ରକାର ପ୍ରୟୋଗ କରି ଦେଖାଉଛନ୍ତି। ଏହା ଫଳରେ ଏକ ସମୟରେ ଜିଲ୍ଲାର ଶତାଧିକ ସ୍କୁଲର ଛାତ୍ରଛାତ୍ରୀମାନେ ତାହା ଦେଖି ଶିଖିପାରୁଛନ୍ତି। ତା’ଛଡ଼ା ସଂପୃକ୍ତ ସ୍କୁଲର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରୁ ଶିଖି ନିଜ ନିଜ ସ୍କୁଲରେ ପିଲାଙ୍କୁ ସେଗୁଡ଼ିକର ପ୍ରୟୋଗ କରି ଦେଖାଉଛନ୍ତି।

ସୁଯୋଗ ପାଇଲେ ଜଣେ ବ୍ୟକ୍ତିର ଜ୍ଞାନର ପରିସୀମା ସଂପ୍ରସାରିତ ହେବା ସହ ତାହା ଅନ୍ୟମାନଙ୍କୁ ସୁଫଳ ପ୍ରଦାନ କରିଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ସେହି କଥାକୁ ବାସ୍ତବରେ ପରିଣତ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ପୁଣି ବଢିଲା ସଂକ୍ରମଣ: ସୁନ୍ଦରଗଡ ଜିଲ୍ଲାରୁ ୧୭୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୬୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୮୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୬୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩

ବାଲେଶ୍ଵର ଜିଲ୍ଲାରୁ- ୯

ବରଗଡ ଜିଲ୍ଲାରୁ- ୨୭

ଭଦ୍ରକ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୩୯

ବୌଦ୍ଧ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୧୯

ଦେବଗଡ ଜିଲ୍ଲାରୁ- ୪

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୭

ଗଞ୍ଜାମ ଜିଲ୍ଲାରୁ- ୧୫

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୧୪

ଝାରସୁଗୁଡା ଜିଲ୍ଲାରୁ- ୬

କଳାହାଣ୍ଡି ଜିଲ୍ଲାରୁ- ୩୦

କନ୍ଧମାଳ ଜିଲ୍ଲାରୁ- ୧୫

କେନ୍ଦ୍ରାପଡା ଜିଲ୍ଲାରୁ- ୭

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୯୬

କୋରାପୁଟ ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୩୩

ନବରଙ୍ଗପୁର ଜିଲ୍ଲାରୁ- ୧୪

ନୟାଗଡ ଜିଲ୍ଲାରୁ- ୧୭

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୪୬

ସୋନପୁର ଜିଲ୍ଲାରୁ- ୧୪

ସୁନ୍ଦରଗଡ ଜିଲ୍ଲାରୁ- ୧୭୩

ଷ୍ଟେଟ ପୁଲରୁ- ୨୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୬୬୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୬ ହଜାର ୨୪୯ ଏବଂ ବର୍ତ୍ତମାନ ୫୨୧୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ମଧ୍ୟ ୮୩୬ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ଆଉ ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୯୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୧୬

ବରଗଡ ଜିଲ୍ଲାରୁ- ୪୭

ଭଦ୍ରକ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୩୩

ବୌଦ୍ଧ ଜିଲ୍ଲାରୁ- ୨୩

କଟକ ଜିଲ୍ଲାରୁ- ୩୪

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୭

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧୨

ଝାରସୁଗୁଡା ଜିଲ୍ଲାରୁ- ୧୯

କଳାହାଣ୍ଡି ଜିଲ୍ଲାରୁ- ୩୭

କନ୍ଧମାଳ ଜିଲ୍ଲାରୁ- ୨୧

କେନ୍ଦ୍ରାପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୯୧

କୋରାପୁଟ ଜିଲ୍ଲାରୁ- ୧୨

ମୟୂରଭଞ୍ଜ ଜିଲ୍ଲାରୁ- ୭୨

ନବରଙ୍ଗପୁର ଜିଲ୍ଲାରୁ- ୩୨

ନୟାଗଡ ଜିଲ୍ଲାରୁ- ୧୭

ନୂଆପଡା ଜିଲ୍ଲାରୁ- ୧୪

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୨୧

ସମ୍ବଲପୁର ଜିଲ୍ଲାରୁ- ୮୩

ସୋନପୁର ଜିଲ୍ଲାରୁ- ୧୬

ସୁନ୍ଦରଗଡ ଜିଲ୍ଲାରୁ- ୧୭୫

ଷ୍ଟେଟ ପୁଲରୁ- ୨୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୧୪୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨ ହଜାର ୯୪୧ ଏବଂ ବର୍ତ୍ତମାନ ୬୦୦୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୧୩୦ ଆକ୍ରାନ୍ତ ଚିହ୍ନଟ: ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୨୫

ବରଗଡ ଜିଲ୍ଲାରୁ- ୨୩

ଭଦ୍ରକ ଜିଲ୍ଲାରୁ- ୧୪

ବଲାଙ୍ଗୀରି ଜିଲ୍ଲାରୁ- ୧୭

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୧୧

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୫

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୧୦

ଯାଜପୁର ଜିଲ୍ଲାରୁ- ୩୬

ଝାରସୁଗୁଡା ଜିଲ୍ଲାରୁ- ୨୫

କଳାହାଣ୍ଡି ଜିଲ୍ଲାରୁ- ୯

କନ୍ଧମାଳ ଜିଲ୍ଲାରୁ- ୧୭

କେନ୍ଦ୍ରାପଡା ଜିଲ୍ଲାରୁ- ୧୮

କେନ୍ଦୁଝର ଜିଲ୍ଲାରୁ- ୧୧

ଖୋର୍ଦ୍ଧା ଜିଲ୍ଲାରୁ- ୨୦୯

କୋରାପୁଟ ଜିଲ୍ଲାରୁ- ୧୧

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୯୩

ନବରଙ୍ଗପୁର ଜିଲ୍ଲାରୁ- ୯

ନୟାଗଡ ଜିଲ୍ଲାରୁ- ୩୩

ପୁରୀ ଜିଲ୍ଲାରୁ- ୧୪

ରାୟଗଡା ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୧୦୬

ସୋନପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୨୨୫

ଷ୍ଟେଟ ପୁଲରୁ- ୪୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫ ହଜାର ୪୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୯୭୦ ଏବଂ ବର୍ତ୍ତମାନ ୭୩୪୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଏବଂ ରାଉରକେଲାରେ ଫ୍ଲୁ କ୍ଲିନିକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍‌ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ କୋଭିଡ୍‌ ଉପଯୋଗୀ ଆଚରଣ ପାଳନ କରିବା ଲାଗି ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି।

‘‘ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ୫ରୁ ୬ ପ୍ରତିଶତ ରହୁଛି। ତେଣୁ ଲୋକେ ଭୟଭୀତ ନହୋଇ କୋଭିଡ୍‌ ଉପଯୋଗୀ ଆଚରଣ ପାଳନ କଲେ ଆମେ ସଫଳ ଭାବେ ଏହାର ମୁକାବିଲା କରିପାରିବା’’, କହିଛନ୍ତି ଡାକ୍ତର ସରୋଜ କୁମାର ମିଶ୍ର।

ସେ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାରେ ଟେଷ୍ଟିଂକୁ ବ୍ୟାପକ କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ଦୈନିକ ୪୦୦ ଆଣ୍ଟିଜେନ୍‌ ଏବଂ ୪୫୦ ଆରଟିପିସିଆର ପରୀକ୍ଷା କରାଯାଉଛି। ଆଗକୁ କିପରି ଅଧିକ କୋଭିଡ୍‌ ପରୀକ୍ଷା କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି।

କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୩୦ଟି ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ୨୦ଟି ବେଡ୍‌ ପ୍ରସ୍ତୁତ ରହିଛି। ଏହାସହିତ ଆବଶ୍ୟକ ଭେଣ୍ଟିଲେଟର ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ସେହିପରି ସୁନ୍ଦରଗଡ଼ ଏବଂ ରାଉରକେଲା ସହରରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲକୁ କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଫ୍ଲୁ କ୍ଲିନିକ ଖୋଲାଯାଇଛି। ତେଣୁ କାହାର ଫ୍ଲୁ ଭଳି କୌଣସି ଲକ୍ଷଣ ଦେଖାଦେଲେ ସେମାନେ ସିଧାସଳଖ ଏହି କ୍ଲିନିକକୁ ଆସି ଡାକ୍ତରଙ୍କ ପରାମର୍ଶ କରିପାରିବେ।

ଲକ୍ଷଣ ଥିବା କିମ୍ବା କୋଭିଡ୍‌ ପଜିଟିଭି ଭାବେ ଚିହ୍ନଟ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ ବା ଗୃହ ସଙ୍ଗରୋଧରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଛି। ଜିଲ୍ଲାରେ ଥିବା ରାପିଡ୍‌ ରେସପନ୍ସ ଟିମ୍‌ (ଆରଆରଟି) ନିୟମିତ ବ୍ୟବଧାନରେ ଆକ୍ରାନ୍ତଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। କୌଣସି ଜଟିଳତା ଦେଖାଦେଲେ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଜୁନ୍‌ ୨୧ ତାରିଖରୁ ସମନ୍ୱିତ ସର୍ଭେକ୍ଷଣ ଆରମ୍ଭ କରାଯାଇଛି। ଆଶା କର୍ମୀମାନେ ନିୟମିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ପରୀକ୍ଷା କରିବା ଲାଗି ପରାମର୍ଶ ଦେଉଛନ୍ତି। ଏହି ସର୍ଭେକ୍ଷଣ ବେଳେ ସେମାନେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଲେପ୍ରୋସି ଆଦି ସମ୍ପର୍କରେ ମଧ୍ୟ ପଚାରି ବୁଝୁଛନ୍ତି।

ଜିଲ୍ଲାରେ କୋଭିଡ୍‌ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଉଛି। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରିକସନ୍‌ ଡୋଜ୍‌ ମଧ୍ୟ ଦିଆଯାଉଛି।

କୋଭିଡ୍‌ ମହାମାରୀଠାରୁ ସୁରକ୍ଷିତ ରହିବା ପାଇଁ ବଡ଼ ଅସ୍ତ୍ର ହେଉଛି ସତର୍କତା। ତେଣୁ ପାଟି ଓ ନାକକୁ ଘୋଡ଼ାଇ ଭଲଭାବେ ମାସ୍କ ପିନ୍ଧିବା ସହ ନିୟମିତ ଭାବେ ସାବୁନରେ ହାତ ଧୋଇବା ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ପାଳି ଅନୁସାରେ ଟିକା ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଅପିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ “ସୋପାନ” ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

ସୁନ୍ଦରଗଡ଼: ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବ୍ଲକରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ତ୍ୱରାନ୍ୱିତ ପୋଷଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ସୋପାନ” କାର୍ଯ୍ୟକ୍ରମ। ତେବେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳକୁ ଏହି କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକକୁ “ସୋପାନ” କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମିଲ କରିଛନ୍ତି। ତେବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଉପଯୋଗ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ଏବଂ ୪ଟି ପୌରାଞ୍ଚଳକୁ ସମ୍ପ୍ରସାରିତ କରିଛି। ଫଳରେ ସୁନ୍ଦରଗଡ଼ ଭଳି ଖଣି ପ୍ରଭାବିତ ଓ ଆଦିବାସୀ ବହୁଳ ଜିଲ୍ଲାରେ ଏବେ ପୋଷଣ କାର୍ଯ୍ୟକ୍ରମ ଅଧିକ ସୁଦୃଢ଼ ହୋଇପାରିବ।

ଗୁରୁବାର ଦିନ ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ “ସୋପାନ”ର ଏହି ସମ୍ପ୍ରସାରଣ ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସହ ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଓ ମା’ମାନଙ୍କ ପୁଷ୍ଟି ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲାଗି “ସୋପାନ” କାର୍ଯ୍ୟକ୍ରମକୁ ସାରା ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଫଳରେ କୌଣସି ସ୍ଥାନରେ କାହାର ପୋଷଣଜନିତ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରିବ। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବର୍ତ୍ତମାନ ଚାଲିଥିବା ବିଭିନ୍ନ ଯୋଜନା ସହିତ “ସୋପାନ” ଯୋଡ଼ି ହେବା ଫଳରେ ପୋଷଣ କାର୍ଯ୍ୟକ୍ରମ ଏବେ ଅଧିକ ବଳିଷ୍ଠ ହୋଇପାରିବ, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

“ସୋପାନ” ଅଧୀନରେ ଏବେ ଅତି କମ୍ ଓଜନ ବିଶିଷ୍ଟ ପିଲାମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଛତୁଆ ଦିଆଯିବ। ଏହି ଶିଶୁମାନଙ୍କୁ ଚିହ୍ନଟକରି ସେମାନଙ୍କୁ ୭୫ ଦିନ ଲାଗି ଛତୁଆ ଦିଆଯିବ। ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାମାନଙ୍କୁ ସପ୍ତାହରେ ୩ଟି ଲେଖାଏଁ ଅଣ୍ଡା ଦିଆଯିବ। ଯେଉଁମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ରାଶି କିମ୍ବା ବାଦାମଯୁକ୍ତ ଲଡ଼ୁ ସହିତ ସ୍ଥାନୀୟ ଅଂଚଳରେ ମିଳୁଥିବା ବିଭିନ୍ନ ଋତୁକାଳୀନ ଫଳ ଦିଆଯିବ।

ସେହିପରି ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ପୁଷ୍ଟି ଆବଶ୍ୟକତାର ପୂରଣ ଲାଗି ଅଙ୍ଗନବାଡ଼ି ମାଧ୍ୟମରେ ଏଣିକି ରନ୍ଧା ଖାଦ୍ୟ ଦିଆଯିବ। ଗର୍ଭାବସ୍ଥାରେ ୧୫୦ ଦିନ ଏବଂ ପ୍ରସବ ପରେ ଆଉ ୧୫୦ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସପ୍ତାହର ୬ ଦିନ ପାଇଁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ସୂଚୀ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଜିଲ୍ଲାରେ ଚାଲିଥିବା ମାତୃଜ୍ୟୋତି ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି। ମାତୃଜ୍ୟୋତି ଅଧୀନରେ ସମସ୍ତ ଶିଶୁଙ୍କ ଘରୋଇ ଯତ୍ନର ତଦାରଖ, ୧୭ଟି ପ୍ରସବ କେନ୍ଦ୍ରରେ କଙ୍ଗାରୁ ମାତୃ ଯତ୍ନ ପ୍ରକୋଷ୍ଠ ସ୍ଥାପନ ଏବଂ ସ୍‌ୱତନ୍ତ୍ର କଙ୍ଗାରୁ ମାତୃ ଯତ୍ନ କିଟ୍ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ନବଜାତ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁଦୃ କରିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସେହିପରି କୌଣସି ଜଟିଳ ରୋଗରେ ପୀଡ଼ିତ ନବଜାତ ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଆସ୍ଥା ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ ସହ ସୁନ୍ଦରଗଡ଼ ପ୍ରଶାସନ ବୁଝାମଣା ସ୍ୱାକ୍ଷର କରିଛି।

ଶ୍ରମଜୀବୀ ମହିଳାଙ୍କ ପିଲାଙ୍କ ଯତ୍ନ ପାଇଁ ଖୋଲିଲା “କଳିକା” ଗୃହ:

ସୁନ୍ଦରଗଡ଼ ଜିଲ୍ଲାର ଶ୍ରମଜୀବୀ ମହିଳାମାନଙ୍କ ସୁବିଧା ପାଇଁ, ବିଶେଷକରି ସେମାନଙ୍କ କୁନି କୁନି ପିଲାଙ୍କୁ ସେବା ଯତ୍ନ ଯୋଗାଇଦେବା ଲାଗି “କଳିକା” ଗୃହର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ରେ ୯୦ଟି “କଳିକା” ଗୃହ ପ୍ରତିଷ୍ଠା କରାଯାଉଛି।

ମା’ମାନେ ପ୍ରତିଦିନ କାମକୁ ଗଲା ବେଳେ ଏଠାରେ ସାନ ସାନ ପିଲାଙ୍କୁ ଛାଡ଼ି ଯାଇପାରିବେ। “କଳିକା’ ଗୃହରେ ପିଲାମାନଙ୍କ ପାଇଁ ସୁରକ୍ଷା ଓ ପୋଷଣ ସହ ଆନନ୍ଦମୟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମ:

ଆଉ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସରକାରୀ ହାଇସ୍କୁଲର ଛାତ୍ରୀନିବାସ ଓ ଛାତ୍ରାବାସର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୩୫ଟି ହଷ୍ଟେଲର ରୂପାନ୍ତରଣ କରାଯାଉଛି।

ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ବିଭିନ୍ନ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କ ଭିତରେ ଉଦଭାବନଶୀଳ ଓ ସର୍ଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବିଶେଷ ଧ୍ୟାନ ଦିଆଯାଉଛି। ତେଣୁ ହଷ୍ଟେଲ ଭିତ୍ତିଭୂମିରେ ଆଧୁନିକ ପାଠାଗାର ଓ ରିଡିଙ୍ଗ ରୁମ୍‌, ବିଜ୍ଞାନ ଓ ପ୍ରୟୋଗଶାଳା, ବ୍ୟାୟାମ ତଥା ବିଭିନ୍ନ ଇନଡୋର କ୍ରୀଡ଼ା ବ୍ୟବସ୍ଥା ସହ ଅନ୍ତେବାସୀଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ନୂତନ ୱେବସାଇଟକୁ ଙ୍ଗଙ୍ଗଙ୍ଗ.ୟଜ୍ଞଲଗ୍ଦଙ୍କଦ୍ଭୟବକ୍ସଶବକ୍ସଷ.ସଦ୍ଭ ଉନ୍ମୋଚନ କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଜି ଶୁଭାରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସାଂସଦଙ୍କ ପ୍ରତିନିଧି ସୁକେଶୀ ଓରାମ ଯୋଗ ଦେଇଥିଲେ।

ସେହିପରି ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏଡିପିଏଚଓ ଡାକ୍ତର କାହ୍ନୁଚରଣ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏନଏଚଏମ ଡିପିଏମ୍ ଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ, ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ମିଳିବ ସେବା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ସେହିପରି ରାଜଗାଙ୍ଗପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ସୋମବାର ଦିନ ଏହି ଦୁଇଟି କେନ୍ଦ୍ରର ଉଦଘାଟନ କରିଛନ୍ତି।

ଏହା ସହ ଏହି ଚିକିତ୍ସା କେନ୍ଦ୍ରକୁ ରୋଗୀମାନଙ୍କୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହି ସେବା ଯୋଗୁଁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜରାଗ୍ରସ୍ତ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ଘରେ ଥିବା ଶଯ୍ୟାଶାୟୀ ରୋଗୀମାନେ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ରେ କଲ୍ କରି ଏହି ସେବା ପାଇପାରିବେ। ସେମାନଙ୍କ ଘରକୁ ଯାଇ ବିଶେଷଜ୍ଞମାନେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୨୦ରୁ କାମ କରୁଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଏଠାରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ଏବଂ ଭିନ୍ନକ୍ଷମ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ତାଲିମ ସେବା ଦିଆଯାଉଛି। ଏହି ସେବାର ସଂପ୍ରସାରଣ କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଏବେ ଫିଜିଓଥେରାପି ସହ ବିଭିନ୍ନ ପ୍ରକାର ଆଧୁନିକ ଥେରାପିକୁ ମିଶାଇ ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି। ଏନଟିପିସି ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛଡ଼ା ବର୍ତ୍ତମାନ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହି ସେବା ଆରମ୍ଭ କରାଯାଉଛି।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଯେଉଁ ଆଧୁନି ଭୌତିକ ଚିକିତ୍ସା କେନ୍ଦ୍ର ଏବଂ ଇ-ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଗଲା ତାହା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବ। ଯେଉଁ ଆଧୁନିକ ଫିଜିଓଥେରାପି ଦେଶର ବଡ଼ ବଡ଼ ସହରରେ ମିଳୁଥିଲା ତାହା ଏବେ ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଜନତାଙ୍କୁ ମିଳିପାରିବ’’, ଏହି ସେବାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ।

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ଶିଶୁଙ୍କ ଭିତରେ ଥିବା ବିଭିନ୍ନ ଜନ୍ମଗତ ସମସ୍ୟା କ୍ଷେତ୍ରରେ ଉପଶମ ଲାଗି ଫିଜିଓଥେରାପି ବିଶେଷ ଫଳପ୍ରଦ ହୋଇଥାଏ। ନିୟମିତ ଫିଜିଓଥେରାପି ଏବଂ ସମନ୍ୱିତ ଭୌତିକ ଚିକିତ୍ସା ସେବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭିତରେ ସକ୍ଷମତା ଭରି ଦେଇଥାଏ। ଏହାକୁ ଆଧାରକରି ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଏହି ସେବାକୁ ଏବେ ବ୍ୟାପକ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାରେ ଏହି ସେବା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି।

ଭିନ୍ନକ୍ଷମଙ୍କ ସହିତ ଆଣ୍ଠୁ, ଗଣ୍ଠି, କାନ୍ଧ ଓ ମାଂସପେଶୀରେ ଯନ୍ତ୍ରଣା ତଥା ସ୍ନାୟୁଗତ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଜରାଗ୍ରସ୍ତ ବରିଷ୍ଠ ନାଗରିକ, ବୟସ ଅନୁସାରେ ମାନସିକ ଅଭିବୃଦ୍ଧି କରୁ ନଥିବା ଶିଶୁ, ବାକ୍ ଓ ଶ୍ରବଣ ସମସ୍ୟା, ପ୍ରସବର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାରେ ଥିବା ମହିଳା, ହୃତପିଣ୍ଡ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ ଏହି ସମନ୍ୱିତ ଭୌତିକ ଚିକିତ୍ସା ସେବାରୁ ବିଶେଷ ସୁଫଳ  ପାଇପାରିବେ।

ଏହି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ସହ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଉଛି। ସେଠାରେ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା ରହିଛି। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ସହ ଏହି ସେବା କିଭଳି ପିଲାମାନଙ୍କୁ ମିଳି ପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ କେନ୍ଦ୍ରରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଦେଶର ବିଭିନ୍ନ ସହରାଞ୍ଚଳର ଅତ୍ୟାଧୁନିକ ଫିଜିଓଥେରାପି ଏବଂ ସମନ୍ୱିତ ଭୌତିକ ଚିକିତ୍ସା ସେବା ମିଳୁଥିଲା। କିନ୍ତୁ ଏହି ସେବାକୁ ଗାଁ ଗହଳକୁ ସଂପ୍ରସାରିତ କରିବାରେ ସୁନ୍ଦରଗଡ଼ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପହଞ୍ଚଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଜଗାଙ୍ଗପୁରଠାରେ ସ୍ଥାନୀୟ ବିଧାୟକ ସି ଏସ୍ ରାଜିନ୍ ଏକ୍କା, ପୂର୍ବତନ ବିଧାୟକ ମଙ୍ଗଳା କିଷାନ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆଦିବାସୀଙ୍କ ଜମି ସୁରକ୍ଷା ଆନ୍ଦୋଳନକୁ ପ୍ରଫୁଲ ଓ ନିରଞ୍ଜନଙ୍କ ଦୃଢ ସମର୍ଥନ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ଲୋକମାନଙ୍କର ରାଜଭବନ ସମ୍ମୁଖରେ ନିଜର ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଚିଛି । ଏକ ବିଶାଳ ରାଲି ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ଲୋୟର ପିଏମ୍‌ଜି, ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା ।

ଆଦିବାସୀଙ୍କ ନିଜର ଜମିର ସୁରକ୍ଷା ଏବଂ ହକ୍ ପାଇଁ ବିଶେଷକରି ଓସିଏଲ୍ କର୍ତ୍ତୃପକ୍ଷଙ୍କର ଜୋର ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଉପସ୍ଥିତ ରହି ଆଦିବାସୀଙ୍କ ଆନ୍ଦୋଳନକୁ ଦୃଢ ସମର୍ଥନ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଶଦ୍‌ଗାର କରିଥିଲେ । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସବୁଦିନ ପାଇଁ ଆପଣମାନଙ୍କ ସାଥୀରେ ଅଛି ଏବଂ ଆପଣମାନଙ୍କ ସବୁ ସମସ୍ୟା ସମ୍ପର୍କରେ ମୁଁ ଜଡ଼ିତ ରହିବି, ସାହାଯ୍ୟ କରିବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଖୋଲା ଯାଉଛି ପାଠାଗାର

ସୁନ୍ଦରଗଡ଼: ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ପାଠାଗାର ସୃଷ୍ଟି ସହ ଆଗରୁ ରହିଥିବା ପାଠାଗାରର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାରକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ପାଠାଗାରରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସାଧାରଣ ପାଠକକଙ୍କ ପାଇଁ ପୁସ୍ତକ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ସୂଚନାଧର୍ମୀ ପୁସ୍ତିକା ଆଦି ରହିଛି। ଏହା ଫଳରେ ବଣାଇଁ ସହିତ ଆଖପାଖ ଅଞ୍ଚଳର ଲୋକେ ଗୋଟିଏ ସ୍ଥାନରେ ବସି ସୁବିଧାରେ ବିଭିନ୍ନ ପ୍ରକାରର ବହି ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଇପାରିବେ।

“ବଣାଇଁ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସର୍ବସାଧାରଣ ପାଠାଗାର ଖୋଲାଯାଇଛି। ଏଠାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାରର ପୁସ୍ତକ ରହିଛି। ଶିଶୁମାନଙ୍କ ସୁବିଧା ପାଇଁ ଏଠାରେ ଅଲଗା କକ୍ଷ ରହିଛି। ଜିଲ୍ଲାର ଜନସାଧାରଣଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବିଭିନ୍ନ ଗ୍ରାମୀଣ କ୍ଷେତ୍ରରେ ପାଠାଗାର ମଧ୍ୟ ଖୋଲାଯାଉଛି”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସୁନ୍ଦରଗଡ଼ ସହରରେ ରହିଛି ଜିଲ୍ଲା ସଂସ୍କୃତି ଭବନ। ସେଠାରେ ଏକ ଆଧୁନିକ ପାଠାଗାର ଓ ରିଡିଙ୍ଗ୍ ରୁମ୍ ଖୋଲାଯାଇଛି। ବିଭିନ୍ନ ପ୍ରକାରର ଉପାଦେୟ ପୁସ୍ତକ ସହିତ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦେଖି ସେଠାରେ ଇ-ଲାଇବ୍ରେରି କରାଯାଉଛି।

ଏହି ଇ-ଲାଇବ୍ରେରିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠାଗାର ସହ ସଂଯୁକ୍ତ କରାଯିବ। ଫଳରେ ସୁନ୍ଦରଗଡ଼ର ପାଠକମାନେ ମଧ୍ୟ ରାଜ୍ୟ ପାଠାଗାରରେ ଥିବା ବିଭିନ୍ନ ଇ-ଲାଇବ୍ରେରିରୁ ଫାଇଦା ପାଇପାରିବେ। ଜିଲ୍ଲା ସଂସ୍କୃତି ଭବନରେ ଥିବା ପାଠାଗାର ମଙ୍ଗଳବାରଠାରୁ ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା୩୦ ଏବଂ ଅପରାହ୍ଣ ୨ଟା୩୦ରୁ ସନ୍ଧ୍ର‌୍ୟା ୫ଟା ୩୦ଯାଏଁ ଖୋଲା ରହୁଛି। ସପ୍ତାହର ପ୍ରତି ସୋମବାର ପାଠଗାର ବନ୍ଦ ରହୁଛି।

ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହରରେ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି। ଏହି ସର୍ବସାଧାରଣ ପାଠାଗାର ସୋମବାରରୁ ଶନିବାର ସକାଳ ୮ଟାରୁ ୧୦ଟା ୩୦ ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏଁ ଖୋଲା ରହୁଛି। ପ୍ରତି ରବିବାର ଏହି ପାଠାଗର ବନ୍ଦ ରହୁଛି। ବଣାଇଁ ପାଠାଗାର ସପ୍ତାହରେ ୬ ଦିନ ଖୋଲା ରହିବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ର‌୍ୟା ୭ଟା ଯାଏଁ ଏହି ପାଠାଗାର ଖୋଲା ରହିବ।

ସେହିପରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ଖୋଲିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଏହି କ୍ରମରେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି। ସୁନ୍ଦରଗଡ଼ର ବିଭିନ୍ନ ପାଠାଗାରରେ ସାଧାରଣ ପାଠକମାନଙ୍କ ପାଇଁ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଉଛି। ପ୍ରତି ପାଠାଗାରରେ ଆବଶ୍ୟକ ରିଡିଙ୍ଗ୍ ରୁମର ବ୍ୟବସ୍ଥା କରାଯାଉଛି। ସେହିପରି ପାଠକ ପାଠିକାଙ୍କ ସୁବିଧା ପାଇଁ ସ୍ୱଚ୍ଛ ଶୌଚାଳୟ କରାଯାଇଛି।

“ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ଅଧୀନରେ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ “ବହି ବଗିଚା’ର ପରିକଳ୍ପନା କରାଯାଇଥିଲା। ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। ତେବେ କୋଭିଡ୍ ମହାମାରୀ ଫଳରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି ଏବଂ କମ୍ପ୍ୟୁଟର ଲ୍ୟାବ ଆଦି କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଦିଗ ଉପରେ ଗୁରୁତ୍ୱ ଦିଆଯାଇ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୬୭ଟି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପାଠାଗାର, ଇ-ଲାଇବ୍ରେରି ଏବଂ କମ୍ପ୍ୟୁଟର ରୁମରେ ବସି ଦେଶ ଦୁନିଆ ସମ୍ପର୍କରେ ସୂଚନା ଓ ଜ୍ଞାନ ପାଇପାରୁଛନ୍ତି।

ସୁନ୍ଦରଗଡ଼ ସଂସ୍କୃତି ଭବନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ପାଠାଗାରର ନବୀକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଛି। ସେହିପରି ଡିଏମଏଫ ଆର୍ଥିକ ସହାୟତାକ୍ରମେ ବଣାଇଁ ଉପଖଣ୍ଡ ପାଠାଗାର ସହିତ କମଲଗା ଏବଂ ଲେଫ୍ରିପଡ଼ାରେ ଥିବା ଗ୍ରାମୀଣ ପାଠାଗାର ଆଦି ଗଢ଼ି ଉଠିଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମୀଣ ପାଠାଗାର ଖୋଲିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ସୁନ୍ଦରଗଡ଼, ‘ୱାନ୍ ଷ୍ଟାର’ ମାନ୍ୟତା ପାଇଲା ରାଉରକେଲା

ସୁନ୍ଦରଗଡ଼/ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି।

ସେହିପରି ସ୍ମାର୍ଟ ସିଟି ରାଉରକେଲା ‘ଆବର୍ଜନାମୁକ୍ତ ସହର’ ବର୍ଗରେ ଓଡ଼ିଶାର ପ୍ରଥମ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ହାସଲ କରିଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ୫୭ତମ ରାଙ୍କରେ ରହିଛି। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହର ଭାଗ ନେଇଥିଲେ।

ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଉରକେଲା ସହର ୨୦୨୦ରେ ୧୫୬ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୩୫୩ତମ ସ୍ଥାନରେ ରହିଥିଲା। ସହରର ପରିମଳ ପରିଚାଳନା କ୍ଷେତ୍ରରେ ଗତ ଏକ ବର୍ଷ ମଧ୍ୟରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଫଳରେ ଆଜି ସ୍ମାର୍ଟ ସିଟି ରାଉରକେଲା ୫୭ତମ ରାଙ୍କରେ ପହଞ୍ଚି ପାରିଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ସହରାଞ୍ଚଳରେ ଅତ୍ୟାଧୁନିକ ପରିମଳ ପରିଚାଳନା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ୫୭.୫୪ ସ୍କୋର କରି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସହିତ ଦେଶର ୧୩ଟି ରାଜ୍ୟର ୬୫୯ଟି ଜିଲ୍ଲା ଭାଗ ନେଇଥିଲେ।

ଜନସଂଖ୍ୟା ବୃଦ୍ଧି ସହ ଆଧୁନିକ ଜୀବନଶୈଳୀ ଲାଗି ଆଜି ସହରାଞ୍ଚଳର କଠିନ ବର୍ଜ୍ୟ ଓ ସାମଗ୍ରିକ ପରିମଳ ପରିଚାଳନା ସାରା ପୃଥିବୀରେ ସ୍ଥାନୀୟ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଏହାର ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଏବଂ ଖଣି ପ୍ରଭାବିତ ଅଞ୍ଚଳରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ କରାଯାଇଛି। ପାରମ୍ପରିକ ପରିମଳ ପରିଚାଳନା ବଦଳରେ ଅତ୍ୟାଧୁନିକ ମେସିନର ପ୍ରୟୋଗ ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ଫଳରେ ଜିଲ୍ଲାରେ ପରିମଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସି ପାରିଛି।

ରାଉରକେଲା ମହାନଗର ନିଗମ ସହିତ ବୀରମିତ୍ରପୁର ପୌରପାଳିକା ଏବଯ କୋଇଡ଼ା ଓ କୁତ୍ରା ଭଳି ଖଣି ପ୍ରଭାବିତ ବ୍ଲକରେ ୧ ବର୍ଷ ତଳେ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୪ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ପ୍ରଭାବିତ ହେମଗିରି, ଲହୁଣୀପଡ଼ା, ରାଜଗାଙ୍ଗପୁର ଏବଂ କୁଆଁରମୁଣ୍ଡା ବ୍ଲକକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ନୂଆ ସୋପାନକୁ ଯାଇପାରିଛି। ଏହି ସେବା ଫଳରେ ଏବେ ଲୋକଙ୍କ ଦୁଆରୁ ମୁହଁରୁ ଶୁଖିଲା ଓ ଓଦା ଆବର୍ଜନା ପୃଥକ୍ କରି ସଂଗ୍ରହ କରାଯାଉଛି। ଏହାସହ ଲୋକଙ୍କ ଘରୁ ପ୍ରତିଦିନ ବାହାରୁଥିବା କଠିନ ଆବର୍ଜନାର ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେମାନେ ଲୋକଙ୍କୁ ପରିମଳ ସେବା ସମ୍ପର୍କରେ ସଚେତନ କରିବା ସହ ଏମସିସି ପରିଚାଳନା କରି ଜୀବିକାରେ ଉନ୍ନତି ଆଣି ପାରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ଏହି ଅତ୍ୟାଧୁନିକ ପରିମଳ ସେବାକୁ ସୁଦୃଢ଼ କରାଯାଇଛି। ଏହି ସେବା ଅଧୀନରେ ଲୋକଙ୍କ ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ଲାଗି ଛୋଟ ଛୋଟ ଗାଡ଼ି, ଆବର୍ଜନା ପରିବହନ ପାଇଁ ଡମ୍ପର, ଟିପ୍ପର ଓ ଟ୍ରାକ୍ଟର, ରାସ୍ତା ସଫେଇ ପାଇଁ ରୋଡ୍ ସୁଇପିଂ ମେସିନ୍, ଖୋଲା ନାଳରୁ ପଙ୍କ ଉଦ୍ଧାର ଲାଗି ଓପନ୍ ଡି-ସିଲଟିଙ୍ଗ୍ ମେସିନ୍ ଆଦି ଯୋଗାଇ ଦିଆଯାଇଛି।

ସେହିପରି ବିଭିନ୍ନ ଶିଳ୍ପାଞ୍ଚଳ ଓ ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବାୟୁମଣ୍ଡଳରେ ଧୂଳିକଣା ଓ ଧୂଆଁ ନିୟନ୍ତ୍ରଣ ପାଇଁ ୱାଟର ସ୍ପ୍ରିଙ୍କଲର ଏବଂ ମିଷ୍ଟ କ୍ୟାନନ୍ ମେସିନ୍ ବ୍ୟବହାର କରାଯାଉଛି। ସେପ୍ଟିକ୍ ଟାଙ୍କି ସଫେଇ ପାଇଁ ସେସ୍ ପୁଲ୍ ମେସିନ୍ ଓ ମଶା ଦମନ ଲାଗି ଫଗିଂ ମେସିନ୍ ଆଦି କାର୍ଯ୍ୟ କରୁଛି।

ରାଉରକେଲା, ବୀରମିତ୍ରପୁର ଏବଂ ରାଜଗାଙ୍ଗପୁର ସହରାଞ୍ଚଳ ସହିତ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ଏହି ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନାରେ ବିଶେଷ ସଫଳତା ମିଳି ପାରିଛି। ତେଣୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲା ସହରକୁ ଏହି ସମ୍ମାନଜନକ ମାନ୍ୟତା ମିଳି ପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ମାତୃଜ୍ୟୋତି: ଗର୍ଭବତୀ ମା’ଙ୍କ ସୁବିଧା ପାଇଁ ଘରୋଇ କ୍ଲିନିକ୍ ସହ ବୁଝାମଣା ସ୍ୱାକ୍ଷରିତ

ସୁନ୍ଦରଗଡ଼: ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କେନ୍ଦୁଝର ଏବଂ ଝାରସୁଗୁଡ଼ାର ୩ଟି ଘରୋଇ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

‘ମାତୃଜ୍ୟୋତି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଜିଲ୍ଲାର ୮ଟି ସରକାରୀ ଡାକ୍ତରଖାନା ଏବଂ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି। ଗାଁ ଗହଳରୁ ଗର୍ଭବତୀ ମା’ମାନଙ୍କୁ ନିଆଯାଇ ନିର୍ଦ୍ଧାରିତ କ୍ଲିନିକରେ ଏହି ପରୀକ୍ଷା ସେବା ଯୋଗାଇ ଦେବା ସହ ଡାକ୍ତରଙ୍କ ପରାମର୍ଶ ସୁନିଶ୍ଚିତ କରାଯାଉଛି।

ତେବେ ଖଣି ପ୍ରଭାବିତ ତଥା ବଣପାହାଡ଼ ଘେରା କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର କେତେକ ଅଞ୍ଚଳରେ ଗର୍ଭବତୀ ମା’ମାନେ ଏହି ସେବା ପାଇବାରେ କିଛିଟା ଅସୁବିଧା ହେଉଥିଲା। ‘ମାତୃଜ୍ୟୋତି’ ସେବା ପାଇଁ ଅନୁବନ୍ଧିତ ଡାକ୍ତରଖାନା ବା କ୍ଲିନିକ୍ ହିତାଧିକାରୀଙ୍କ ଘରଠାରୁ ଅପେକ୍ଷାକୃତ ଦୂରରେ ରହିଥିବାରୁ ତଥା ଭୌଗୋଳିକ ଦୃଷ୍ଟିରୁ ଯିବା ଆସିବା କରିବାରେ କିଛିଟା ସମସ୍ୟା ଥିବାରୁ ଏହି କଥା ଉଠୁଥିଲା।

ଏହି ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ଥିବା ଟାଟା ଷ୍ଟିଲ ହସ୍ପିଟାଲ ଓ ମୋହତା ହସ୍ପିଟାଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଫଳରେ କୋଇଡ଼ା ଓ ଲହୁଣୀପଡ଼ା ଅଞ୍ଚଳର ମା’ମାନଙ୍କ ପାଇଁ ଏହା ସୁବିଧାଜନକ ହେବ।

ସେହିପରି ହେମଗିରି ବ୍ଲକର ଗର୍ଭବତୀ ମହିଳାମାନଙ୍କୁ ‘ମାତୃଜ୍ୟୋତି’ ଅଧୀନରେ ଅଲଟ୍ରାସାଉଣ୍ଡ ଓ ଆନୁଷଙ୍ଗିକ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସହିତ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡଠାରେ ଥିବା ଆଶୀର୍ବାଦ ହସ୍ପିଟାଲ ସହ  ଚୁକ୍ତିନାମା ସ୍ୱାକ୍ଷର କରିଛି।

‘ମାତୃଜ୍ୟୋତି’ ଅଧୀନରେ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀ ମା’ମାନଙ୍କୁ ସେମାନଙ୍କ ଘରୁ ଆଣି ନିକଟସ୍ଥ ଅନୁବନ୍ଧିତ କେନ୍ଦ୍ରରେ ପରୀକ୍ଷା କରାଇଥାନ୍ତି। ଏହି ସେବା ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅନୁବନ୍ଧିତ ଘରୋଇ କ୍ଲିନିକଗୁଡ଼ିକୁ ଏକ ପୂର୍ବ ନିର୍ଦ୍ଧାରିତ ଦରରେ ଦେୟ ପୈଠ କରିଥାଏ। ତେବେ କେନ୍ଦୁଝର ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲ ଏହି ସେବାକୁ ମାଗଣାରେ ପ୍ରଦାନ କରିବ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟାଟା ଷ୍ଟିଲ ଏହାକୁ କମ୍ପାନିର ସିଏସଆର କାର୍ଯ୍ୟକ୍ରମ ଭିତରେ ସାମିଲ କରିଛି।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ପଡ଼ୋଶୀ ଜିଲ୍ଲାରେ ଅବସ୍ଥିତ ଏହି ୩ଟି ଘରୋଇ ହସ୍ପିଟାଲ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ରଙ୍କ ସହିତ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଚୀସ୍ମିତା ଦାସ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ପରାମର୍ଶଦାତା ଡାକ୍ତର ଜୟସିଂହ ମାଝି, ମୋହତା ହସ୍ପିଟାଲର ଡାକ୍ତର ଅନମୋଲ ମୋହତା, ଝାରସୁଗୁଡ଼ା ଆଶୀର୍ବାଦ ହସ୍ପିଟାଲର ଡାକ୍ତର ମିହିର ରଞ୍ଜନ ଦାଶ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ ପାଇଁ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୨୦୨୧ ନଭେମ୍ବର ୧୨ ତାରିଖ ସୁଦ୍ଧା ୩୦ ହଜାରରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାର ୫୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ କନଫ୍ରେନସ ହଲରେ ଆୟୋଜିତ ଏକି କାର୍ଯ୍ୟକ୍ରମରେ ଏହି ଶୁଭାରମ୍ଭ କରାଯାଇଛି।

ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ରାଉରକେଲା ବିଧାୟକ ସାରଦା ନାୟକ, ବିଧାୟକ ସୁବ୍ରତ ତରାଇ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ ସୁପରସ୍ପେଶାଲିଟ ହସପିଟାଲ କନଫ୍ରେନସ ହଲରେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ଭୂମିକା ରହିଛି। ଏହି ଜିଲ୍ଲାର ହକି ଖେଳ ଆଜି ସାରା ବିଶ୍ବରେ ବେଶ ପ୍ରସଂଶା ଆଣିଦେଇଛି। ଏହି ଜିଲ୍ଲା ଖଣିଖାଦନ ପାଇଁ ମଧ୍ୟ ବେଶ ପରିଚିତ। ଏହି ଜିଲ୍ଲା ବର୍ତ୍ତମାନ ଅଲମ୍ପିକ ପଦକ ଜିଲ୍ଲା ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାକାନାଗିରି ପରେ ସୁନ୍ଦରଗଡ ଜିଲ୍ଲା ହେଉଛି ଦ୍ବିତୀୟ ଯିଏ କି ଏହା କାର୍ଡର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି କାର୍ଡ ମାଧ୍ୟମରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସୁବିଧା ପାଇପାରିବେ ।

ଏହି କାର୍ଡ ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଡ ଥିଲେ ହସପିଟାଲରେ କୌଣସି କାଗଜପତ୍ର ଦେଖାଇବାର ଆବଶ୍ୟକତା ନାହିଁ।

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ସାରାଦା ନାୟକ, ବିଧାୟକ ସୁବ୍ରତ ତରାଇ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ସଭାରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୬ଟି କିଓସ୍କ ଖୋଲିବ।

ଏହି କିଓସ୍କ ସ୍ଥାନୀୟ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଉଛି।

ଏଥିପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖରେ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ରଙ୍ଗିଆମୁଣ୍ଡା ସ୍ଥିତ ସେବକ କମ୍ପ୍ଲେକ୍ସଠାରେ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ୱାସନ ପକ୍ଷରୁ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ପ୍ରଥମ ପର‌୍ୟ୍ୟାୟରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ତାଲିମ ଦିଆଯାଇଛି।

“ମିଲେଟ୍ ଶକ୍ତି କିଓସ୍କ ଜରିଆରେ ସ୍ଥାନୀୟ ଲୋକଙ୍କୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ମିଳିବ। ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟରେ ଭରପୂର୍ ମାଇକ୍ରୋ ନ୍ୟୁଟ୍ରିଏଂଟ୍, ଭିଟାମିନ୍ ଓ ମିନେରାଲ୍ସ ରହିଛି। ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ। ଏହାସହ କିଓସ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ଆଉ ଏକ ମାଧ୍ୟମ ମଧ୍ୟ ମିଳିପାରିବ”, କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ।

ମାଣ୍ଡିଆରୁ ଏଣ୍ଡୁରି ପିଠା, କାଙ୍ଗୁ ତଥା ସୁଆଁରୁ ବରା, ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆରୁ ଖିରି ଆଦି ସୁସ୍ୱାଦୁ ଖାଦ୍ୟ କିଭଳି ତିଆରି କରିହେବ, ଏସ୍ଏଚ୍ଜି ମହିଳାମାନେ ଏହି କର୍ମଶାଳାରୁ ଧାରଣା ପାଇଥିଲେ। ସେହିପରି ମିଲେଟ୍ ଶକ୍ତି କିଓସ୍କର ପରିଚାଳନା ସହ ଏହାର ପରିଷ୍କାର ପରିଚ୍ଛନ୍ନତା କିଭଳି ବଜାୟ ରଖାଯିବ, ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ, ବାଜରା, କୋଦ, ଜହ୍ନା, ଗଙ୍ଗେଇ, ସୁଆଁ ଆଦି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ କରାଯାଉଛି। ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରେ ରହିଛି ପ୍ରଚୁର ପୋଷଣ ଶକ୍ତି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର‌୍ୟ୍ୟନ୍ତ ନେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଆଗାମୀ ଅକ୍ଟୋବର ସୁଦ୍ଧା ୬ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ଜିଲ୍ଲାର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହାର ପରିଚାଳନା ଦାୟିତ୍ୱରେ ରହିବେ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୭୫ଟି କିଓସ୍କ ପର‌୍ୟ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିବ।

ପ୍ରଶିକ୍ଷଣ କାର‌୍ୟ୍ୟକ୍ରମରେ ଆଇସିଡିଏସ୍ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ଡିଏମ୍ଏଫର ପୋଷଣ ବିଶେଷଜ୍ଞ କୁସୁମ ସିଏସ୍, ଆଇସିଡିଏସ୍ ଜିଲ୍ଲା ସଂଯୋଜକ ଅରବିନ୍ଦ ମାଝୀ ତଥା ଓଡ଼ିଶା ମିଲେଟ୍ସ ମିଶନର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘‘ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାର ବ୍ୟବହାର ଏକ ଅଭିନବ ପଦକ୍ଷେପ’’: ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି। ଶନିବାର ଦିନ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡ଼ୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି।

ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ। ପ୍ରଥମ ପର‌୍ୟ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଚିକି ୟୁନିଟ୍ ଆରମ୍ଭ କରାଯାଇଛି। ଏଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ।

ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର‌୍ୟ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର‌୍ୟ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।

‘‘ବିଶେଷ ପୋଷଣ ଗୁଣ ପାଇଁ ସାରା ବିଶ୍ୱରେ ଆଜି ସ୍ପିରୁଲିନାର ବ୍ୟବହାର ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଏହାକୁ ପ୍ରୟୋଗ କରି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ତା’ ସାଙ୍ଗକୁ ଏହି କାର‌୍ୟ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯିବା ଫଳରେ ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପରିକଳ୍ପନା ତାହା ବାସ୍ତବ ରୂପ ନେଇପାରିଛି’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସ୍ପିରୁଲିନା ଚିକି ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚକୁ ଦାୟିତ୍ୱ ଦେଇଛି। ଏହା ଅଧୀନରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରିବା ସହ ସେମାନଙ୍କ ଜୀବିକା କରିପାରିବେ। ବେଙ୍ଗାଳୁରୁସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ସଭାପତି ମହେଶ ଆର୍ ଭି ସୁନ୍ଦରଗଡ଼ ଆସି ଏହି ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ପିରୁଲିନା ଚିକି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଉଛନ୍ତି। ଆଗାମୀ ଦିନରେ ପାନପୋଷ ଉପଖଣ୍ଡରେ ଆଉ ଏକ ଚିକି ପ୍ରସ୍ତୁତି ୟୁନିଟ୍ ଖୋଲାଯିବ।

ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଗତ ବର୍ଷ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ଆରମ୍ଭ ହୋଇଥିବା ଏହି ପାଇଲଟ୍ କାର‌୍ୟ୍ୟକ୍ରମ ପରେ ୪ଟି ବ୍ଲକ ସହ ରାଜଗାଙ୍ଗପୁର ପୌରପାଳିକା ଅଞ୍ଚଳରେ ଲାଗୁ କରାଯାଇଥିଲା। ଏବେ ଏହି ସ୍ପିରୁଲିନା ବଣ୍ଟନ କାର‌୍ୟ୍ୟକ୍ରମକୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂପ୍ରସାରଣ କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ।

ଏହି ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ ଏବହ ଡିଏମଏଫ ପୋଷଣ ବିଶେଷଜ୍ଞ କୁସୁମ ସିଏମ୍ ଏବଂ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରୁଛି। ଫଳରେ ସାଧାରଣ ପିଲାଙ୍କ ପୁଷ୍ଟି ସାଧନ ସହ ଅପପୁଷ୍ଟି ପୀଡ଼ିତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଲାଗି ଏହା ବିଶେଷ ଫଳପ୍ରଦ ହୋଇପାରୁଛି। ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଉତ୍ପାଦନ ଲାଗି ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

ସୁନ୍ଦରଗଡ଼ ଗସ୍ତରେ ଆସିଥିବା ମନ୍ତ୍ରୀ ଡକ୍ଟର ସାହୁ ଆଜି ସର୍ଗିପାଲି ଯାଇ କେତେକ କ୍ଷେତ ପୋଖରୀ ପରିଦର୍ଶନ କରି ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଅଧୀନରେ ଚାଲିଥିବା ଢେଲସରାର ଆଗ୍ରୋ ସର୍ଭିସ୍ ସେଣ୍ଟର ପରିଦର୍ଶନ କରିବା ସହିତ ସେଠାରେ ଏକ ଧାନ ଅମଳ ଯନ୍ତ୍ର ଉଦଘାଟନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପରେଡରେ ମନ୍ତ୍ରୀ ଡକ୍ଟର ସାହୁ ଅଭିବାଦନ ଗ୍ରହଣ କରିବେ।

Categories
ଆଜିର ଖବର

ଖୁବଶୀଘ୍ର ସୁନ୍ଦରଗଡ ଜିଲ୍ଲାରେ ୯୦ଟି ଆଇସିୟୁ ବେଡ, ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ

ରାଉରକେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତବ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ ।

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି। ଏସବୁରେ ଅକ୍ସିଜେନ ଯୁକ୍ତ ବେଡ୍ ଓ ଆଇସିୟୁ ବେଡ୍‌ର ବ୍ୟବସ୍ଥା ରହିଛି । ଖୁବଶୀଘ୍ର ୯୦ଟି ଆଇସିୟୁ
ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ । ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ । ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘିଆ କୋଭିଡ୍ ହେଲ୍ପଲାଇନ୍‌ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ହେଲ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ ।

ଏହା ସହିତ ଟିମ୍ ହାଇଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ପରେ ପରେ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା ।
ଏହି ଅବସରରେ ଅସିତ୍ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ଆଧୁନିକ ବ୍ୟବସ୍ଥାର ଭିିଭୂମି ସୃଷ୍ଟି କରିବାରେ ବିଭିନ୍ନ ଶିଳ୍ପ କାରଖାନା ଏବଂ ଘରୋଇ ଉଦ୍ୟୋଗ ସହାୟତାର ହାତ ବଢ଼ାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଧିକ ଡାକ୍ତର ମିଳିପାରିଲେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ରାଉରକେଲା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର । ତେଣୁ କୋଭିଡ୍ ମୁକାବିଲା ପାଇଁ ଏଠାରେ ସରକାର ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟସେବା ଭିିଭୂମିକୁ ସୁଦୃଢ଼ କରିପାରିଛନ୍ତି । କୋଭିଡ୍ ସଂକ୍ରମଣ ନିୟବଣ ପାଇଁ ରାଜ୍ୟ ସରକାର ଲକଡାଉନ୍ ଏବଂ ସଟଡାଉନ୍‌ ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ମିଳିତ ଭାବରେ ଏହିସବୁ ନିୟମର କଡ଼ାକଡ଼ି ପ୍ରର୍ବନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ ।
ଏହା ଦ୍ୱାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ଆହୁରି ୫୦୦ ବୃଦ୍ଧି ପାଇବ ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଶ୍ରୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୋ, ରାଉରକେଲା ଏଡିଏମ୍ ଶ୍ରୀମତୀ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏଏମ୍‌ଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

ସୁନ୍ଦରଗଡ ଜିଲ୍ଲାର ମୃତକ ୩ ଜଣଙ୍କ ମଧ୍ୟରୁ ଜଣେ ୫୪ ବର୍ଷିୟା ମହିଳା, ଜଣେ ୫୨ ବର୍ଷିୟା ମହିଳା ଏବଂ ଆଉ ଜଣେ ୩୭ ବର୍ଷିୟା ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୭୩ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୭ ହଜାର ୫୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୮୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି।