Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ଆରମ୍ଭ ହେଲା ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ୨୭ ତମ ଇଣ୍ଡିଆନ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅରଗାନାଇଜେସନ୍ସ (ଆଇଏକେଓ) ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ୨୦୨୨ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ୪ ଦିନିଆ ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ପଂଚମ ଥର ପାଇଁ ଓଡିଶାରେ ଏହି ଚାମ୍ପିଅନ୍‌ସିପ୍ ଆୟୋଜିତ ହେଉଥିବାବେଳେ ବିଭିନ୍ନ ବର୍ଗରେ ତଥା ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ଅନୁଷ୍ଠିତ ହେଉଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କାର୍ଯ୍ୟନିର୍ବାହୀ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏକେଓର ଜାତୀୟ ସଭାପତି ଏସ୍‌.ଏସ୍‌. ହରିଚନ୍ଦନ, ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ ର ସଭାପତି ଶିବାନନ୍ଦ ରାୟ , କାର୍ଯ୍ୟକାରୀ କମିଟି ର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଆଇଟିଇଆର ର ଆଡିସ୍‌ନାଲ ଡିନ୍‌(ଷ୍ଟୁଡେଂଟ ଆଫେୟାରସ୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆ କ୍ରୀଡା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ ସୁବୁଦ୍ଧି, ଭୁବନେଶ୍ୱର ରୋଟାରୀ କ୍ଳବ୍ ର ସଭାପତି ଶ୍ରୀଚନ୍ଦନ ମିଶ୍ର, ଚାମ୍ପିଅନ୍‌ସିପ୍‌ର ବୈଷୟିକ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବେହେରା ଏବଂ ସମ୍ପାଦକ ପୃଥିରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୧ ରେ ରାଜସ୍ଥାନର ଯୋଧପୁର ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପରେ ଓଡିଶା ଟିମ୍ ରନର ଅପ ଟାଇଟଲ୍ ହାସଲ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି।

ସୋଆ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) କେନ୍ଦ୍ରର ମୁଖ୍ୟ ଡକ୍ଟର ପଣ୍ଡାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ଉତରୀୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୋଆର ଚାନ୍‌ସେଲର ପ୍ରଫେସର ଦେବୀ ପ୍ରସାଦ ରାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କ ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

ଏହି ଅବସରରେ ଡକ୍ଟର ପଣ୍ଡା ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃତ୍ୱଙ୍କର ଆଶୀର୍ବାଦ କାମନା କରିବା ସହ ସୋଆ ସହ ଜଡ଼ିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ।

ଡକ୍ଟର ପଣ୍ଡା କହିଥିଲେ ଯେ, ସେ ଖୁବ୍ କମ୍ ବୟସରୁ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ପ୍ରଥମ ସାହିତ୍ୟ ପୁରସ୍କାର ପାଇଥିଲେ। ୨୦୧୧ ମସିହାରେ ନିଜର କବିତା ସଂକଳନ “ଗାଁ” ନିମନ୍ତେ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ।

“ଦୟାନଦୀ” କବିତା ସଂକଳନରେ ଇତିହାସର କଳିଙ୍ଗ ଯୁଦ୍ଧକୁ ଚିତ୍ରିତ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳରେ ଏହି ଯୁଦ୍ଧ ତାଣ୍ଡବ ରଚିଥିଲା। ଏହି ଯୁଦ୍ଧ ବିଭୀଷିକା ରଚିବା ସହ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ସେ କହିଥିଲେ।

ଡକ୍ଟର ପଣ୍ଡାଙ୍କୁ ତାଙ୍କ ପୁରସ୍କାର ନିମନ୍ତେ ଶୁଭେଚ୍ଛା ଜଣାଇ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ। ଆମେ ଖୁବ୍ ଆନନ୍ଦିତ ଏବଂ ସେ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ।

ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା।

ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପି ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ସାହିଲ ନାୟାର୍ କହିଛନ୍ତି।

ଆମେ ବର୍ତ୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର।

ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି। ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନିଯୁକ୍ତି ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଥିଲେ।

ବର୍ତ୍ତମାନ ପରିବେଶ ଖୁବ୍ ଜଟିଳ। ଚାକିରି ଖଣ୍ଡିଏ ପାଇବା ପାଇଁ ଡିଗ୍ରୀ ଆଉ ପାସପୋର୍ଟ ହୋଇ ରହି ନାହିଁ ବୋଲି ସେ କହିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଯାହା ଶିକ୍ଷା ଗ୍ରହଣ କରୁଛନ୍ତି ଚାକିରି କ୍ଷେତ୍ରରେ ଉପଯୁକ୍ତ ହେବା ନିମନ୍ତେ ସେମାନେ ନିଜର ଜ୍ଞାନକୁ ପ୍ରସାରିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟାର କହିଥିଲେ।

ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଶ୍ରୀ ନାୟାର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ଦକ୍ଷତା ରହିଛି ତାହା ହିଁ ଭବିଷ୍ୟତରେ ଆବଶ୍ୟକ ହେବ। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଲାଇଭ୍ ପ୍ରୋଜେକ୍ଟ ହାତକୁ ନେବା ଉଚିତ୍ ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବ। ଚାକିରୀ କ୍ଷେତ୍ରରେ କ୍ଲାସ୍‌ରୁମ୍ ପାଠପଢ଼ା ମାତ୍ର ୧୦ ପ୍ରତିଶତ ଆବଶ୍ୟକ ପଡୁଥିବା ବେଳେ ବାକି ୯୦ ପ୍ରତିଶତ ନିଜର ଦକ୍ଷତା ଉପରେ ନିର୍ଭର କରେ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିର କଳା ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି। ଶ୍ରୀ ନାୟାରଙ୍କ ପ୍ରସଙ୍ଗ ଥିଲା “ ଦେୟାର ଇଜ୍ ଏ ବ୍ରାଣ୍ଡ ୱିଦିନ୍ ୟୁ ଆଣ୍ଡ ଫ୍ୟୁଚର ୱାର୍କ ଫୋର୍ସ”।

ସେମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ନିଜର ବ୍ରାଣ୍ଡ ବୃଦ୍ଧି କରିବା ନିମନ୍ତେ ସେମାନେ ଫାଇଭ୍ ସି ଅର୍ଥାତ୍ କ୍ଲାରିଟି, କନ୍‌ଫିଡେନ୍ସ, କମ୍ୟୁନିକେସନ୍‌, କନ୍‌ସିଷ୍ଟାନ୍ସି ଏବଂ କ୍ୟାରେକ୍ଟର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ନାୟାର କହିଥିଲେ।

ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ କହିଥିଲେ ବର୍ତମାନ ସମୟରେ ମ୍ୟାନେଜମେଂଟ ଡିଗ୍ରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ୍ ସାମନ୍ତରାୟ ଏବଂ ଇଣ୍ଡଷ୍ଟ୍ରୀ ଏନଗେଜ୍‌ମେଂଟର ମୁଖ୍ୟ ରିପ୍ତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

ଏଚ୍‌ସିଏଲ୍ ଟେକ୍ ର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ରିକ୍ର‌୍ୟୁଟ୍‌ମେଂଟର ମୁଖ୍ୟ ଆଶିଷ ଭାଲ୍ଲା “ନେଗେଟିଭ୍ ଭର୍ସେସ୍ ପଜିଟିଭ୍ ଫିଡ୍‌ବ୍ୟାକ୍ ଇନ୍ ୱାର୍କପ୍ଲେସ୍ ଆଣ୍ଡ ହାଓ ଟୁ ହ୍ୟାଣ୍ଡେଲ୍‌” ଶୀର୍ଷକକୁ ନେଇ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଟାଟା ଟେକ୍ନୋଲୋଜିଜ୍‌ର ଇଣ୍ଡିଆ ଲିଡ୍ – ୟୁନିଭର୍ସିଟି ରିଲେସନ୍ସ ସୁଶାନ୍ତ କୁମାର, ଡାବର ଇଣ୍ଡିଆ ଲିମିଟେଡ୍‌ର ନ୍ୟାସ୍‌ନାଲ୍ ମ୍ୟାନେଜର ଏଚ୍‌ଆର୍ ଦେବାର୍ଘ ଦେବ, ଏପିଏସି-ଏବିକ୍ସ ଆଇଏନ୍‌ସିର ଟିଏଜି ଲିଡର ହର୍ଷରାଜ ଜୈନ୍‌, ଏରିକ୍ସନ୍‌ର ନିର୍ଦ୍ଦେଶକ, ହେଡ ଅଫ୍ ଟିଏ ଡେଲିଭରି ମୃଣାଳ ଦାସ, କ୍ୟୁୟରବେ ଟେକ୍ନୋଲୋଜିସ୍‌ର ପିପୁଲ୍ ଏକ୍ସପେରିଏନ୍ସ ଆର୍କିଟେକ୍ଟ ଅନିନ୍ଦିତା ମହାପାତ୍ର, ଏଚ୍‌ଟି-ଏଣ୍ଡୋ ଇନ୍‌ଟରନ୍ୟାସ୍‌ନାଲ୍ ପିଏଲ୍‌ସି ଉପସଭାପତି ତଥା ମୁଖ୍ୟ ଡଃ ତନୟା ମିଶ୍ର, ଟିଏ-ୟୁବିଏସ୍‌ର ଆସୋସିଏଟ୍ ଡାଇରେକ୍ଟର ବୀଣା ରାମଦାଶାନୀ, ଏମ୍ଫାସିସ୍‌ର ଇଣ୍ଡିଆ କ୍ୟାମ୍ପସ୍ ଲିଡ୍ ଯଶୁଆ ଡେଭିଡ୍‌, ଟ୍ୟାଲେଂଟ ଆକ୍ୟୁଜିସନ୍ – ଦ ମ୍ୟାଥ କମ୍ପାନୀର ଆସୋସିଏଟ୍ ପ୍ରିନ୍ସିପାଲ୍ ରାହୁଲ ପି, ରିଲାଏନ୍ସ ଜିଓର ଡେପୁଟି ଜେନେରାଲ୍ ମ୍ୟାନେଜର, ଏଚ୍‌ଆର୍ ଉଜ୍ୱଲ ସେନ୍‌ଗୁପ୍ତା ଏବଂ କେପିଆଇଟି ଟେକ୍ନୋଲୋଜିସ୍‌ର ମୁଖ୍ୟ ଅବିନାଶ ମହାପାତ୍ର ଯୋଗ ଦେଇ ପ୍ୟାନେଲ୍ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା କ୍ଷେତ୍ରରେ ଏସିଆର ଶ୍ରେଷ୍ଠ ପ୍ରତିଶ୍ରୁତିପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମନୋନୀତ

ଭୁବନେଶ୍ୱର: ଗବେଷଣା କ୍ଷେତ୍ରରେ ଏସିଆ ମହାଦେଶର ସବୁଠାରୁ ପ୍ରତିଶ୍ରୁତିପୂ୍‌ର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ଏଜୁକେସନ୍ ପୋଷ୍ଟ ପତ୍ରିକା ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମନୋନୀତ କରାଯାଇଛି। ଶୁକ୍ରବାର ଗୋଆ ଠାରେ ଆୟୋଜିତ ଏସିଆ ପାସିଫିକ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଆୱାର୍ଡ୍ସ ସମିଟ ୨୦୨୨ (ଏପିଇଟିଏ-୨୦୨୨)ର ଚତୁର୍ଥ ସଂସ୍କରଣରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମାନକୁ ସୋଆ ପକ୍ଷରୁ ନିର୍ଦ୍ଦେଶକ ଡଃ ମହେନ୍ଦ୍ର ପ୍ରସାଦ ଗ୍ରହଣ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ନୂତନ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଭବିଷ୍ୟତ।

ଏହି କାର୍ଯ୍ୟକ୍ରମରେ ଗୋଆ ସରକାରଙ୍କର ଶିକ୍ଷା ବିଭାଗ ସଚିବ ସର୍‌ପ୍ରୀତ ସିଂ ଗିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁନେ ସ୍ଥିତ ସୂର୍ଯ୍ୟଦତ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ପ୍ରତିଷ୍ଠାତା ସଭାପତି ଓ ଅଧ୍ୟକ୍ଷ ଡଃ ସଞ୍ଜୟ ବି. ଚୋର୍ଡିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ଏଜୁକେସନ୍ ପୋଷ୍ଟ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁଯାୟୀ ଶୈକ୍ଷିକ କ୍ଷେତ୍ରରେ ଅବଦାନ ନିମନ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ସମ୍ମିଳନୀରେ ସମ୍ମାନୀତ କରାଯାଇଥିଲା।

ସୋଆ ବିଶ୍ୱବିଦ୍ୟାଳୟ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୨ ରେ ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ୧୬ ଜଣ ଗବେଷକ ସ୍ଥାନ ପାଇଥିଲେ।

ଏହି ଅବସରରେ ଏଜୁକେସନ୍ ପୋଷ୍ଟ ଏବଂ ଶିକ୍ଷା ସଭା ଟିଭିର ମୁଖ୍ୟ ସଂପାଦକ ଶିବ ଶଙ୍କର ଶର୍ମା ସମ୍ମିଳନୀରେ ସମ୍ମାନୀତ ହୋଇଥିବା ସମସ୍ତ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଥିଲେ। ଏଜୁକେସନ୍ ପୋଷ୍ଟ ହେଉଛି ଏକ ପତ୍ରିକା ଯାହାକି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ର ଏବଂ ବର୍ତମାନର ପରିସ୍ଥିତିକୁ ନେଇ ସମୀକ୍ଷା କରିଥାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୭ ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ: ସୋଆ ଷ୍ଟଲରେ ଦେଖିବାକୁ ବିଦେଶୀ ପ୍ରତିନିଧିଙ୍କ ଭିଡ

ଭୁବନେଶ୍ୱର: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍‌ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ଟି ବିଶ୍ୱବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ୱର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି।

ପ୍ରଥମ ଦିନର ଆରମ୍ଭରେ ଫିକି ର ଅଧ୍ୟକ୍ଷ ସଞ୍ଜିବ ମେହେତା ସ୍ୱାଗତ ଭାଷଣ ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକାକୁ ବିଶେଷ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯେ ଭାରତ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ଆକର୍ଷଣ ହୋଇଛି। ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି। ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କ ଶିକ୍ଷାର ମାନ ମଧ୍ୟ ବଢିବାରେ ଲାଗିଛି। ସେ ଆଶା କରିଥିଲେ ଯେ ଆଗାମୀ ଦିନରେ ଭାରତ ଉଚ୍ଚଶିକ୍ଷାର ହବ୍ ରେ ପରିଣତ ହେବ।
ଏହି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀରେ ଭାଗନେଇଥିବା ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେବା ପାଇଁ ଷ୍ଟଲ ଲଗାଇଛନ୍ତି। ଏଥିରେ ସୋଆର ଷ୍ଟଲ୍ ମଧ୍ୟ ସ୍ଥାନ ପାଇଛି।

ପ୍ରଥମ ଦିନରେ ଋଷିଆ, ତାଜକିସ୍ଥାନ,ଉଗାଣ୍ଡା, ନେପାଳ, କେନିଆ, ଇଣ୍ଡୋନେସିଆ, ଘାନା, ମାଲେସିଆ, ନାଇରୋବି ଓ ତାଇୱାନର ପ୍ରତିନିଧିମାନେ ସୋଆ ଷ୍ଟଲ୍‌କୁ ଆସି ଏହାର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରାପ୍ତ କରିଥିଲେ।

ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ନଚିକେତା ଶର୍ମା, ପ୍ରଫେସର ସୌମ୍ୟା ମିଶ୍ରା ସେମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ଦେଇଥିଲେ। ସେମାନଙ୍କୁ ମଧ୍ୟ ସୋଆର ବିଭିନ୍ନ ପାଠ୍ୟକ୍ରମ ନେଇ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ବିଭିନ୍ନ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ସୋଆର ଅଫିସ୍‌ର ଅଧିକାରୀ ସୁନୀଲ ନଉଟିୟାଲ୍ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାରସ୍ପରିକ ସହଭାଗିତା ନିମନ୍ତେ ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍‌ନୋଲୋଜିସ୍ ପକ୍ଷରୁ ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ବୈଷ୍ଣବୀ ଶୁକ୍ଳା ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ କମଭିଭା ଟେକ୍‌ନୋଲୋଜିସ୍‌ର ସିଇଓ ମନୋଜରଂଜନ ମହାପାତ୍ର ଉପସ୍ଥିତ ଥିଲେ।

ଏହି ବୁଝାମଣା ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଧୁନିକ ଡିଜିଟାଲ ଟେକ୍‌ନୋଲୋଜିସ୍ ସହ ଜଡିତ ହୋଇପାରିବେ ଏବଂ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ପାଇବା ନିମନ୍ତେ ଏହା ସେମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ।

ସୋଆ ସହିତ କମଭିଭା ଯୋଡି ହୋଇ ଇଂଟନ୍‌ସିପ୍ ପ୍ରୋଗ୍ରାମ ଏବଂ ମିଳିତ ପ୍ରୋଜେକ୍ଟ ପ୍ରସ୍ତୁତ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଅବସରରେ କମ୍ପାନୀର ସିଓଇ ସୁଚିତ୍ରା ପଟ୍ଟନାୟକ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଡିସ୍‌ନାଲ୍ ଡିନ୍‌(ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ, ହେଡ୍‌ (ଇଣ୍ଡଷ୍ଟ୍ରି ଏନଗେଜମେନ୍‌ଟ) ରିପ୍ତି ରଂଜନ ଦାଶ ଏବଂ ହେଡ୍ (ଟ୍ରେନିଂ) ସୁମିତ୍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ। ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି। ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି।

ଏହି କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ପ୍ରଖାତ ଟ୍ରେନର ଆଲୋକପାତ କରିଛନ୍ତି। ଗ୍ରାସ ରୁଟର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ।

ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷା ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିକ୍ଷା ସହିତ ଶାରୀରିକ ବିକାଶ ହେବା ମଧ୍ୟ ଜରୁରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବର୍ତମାନ ରାଜ୍ୟ କ୍ରୀଡା ଦିଗରେ ବେଶ ସଫଳତା ପାଇଛି। ତେଣୁ ଯୁବ ଖେଳାଳିଙ୍କୁ କ୍ରୀଡାରେ ସାମିଲ କରି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ କରିବା ଫଳରେ ଯୁବ ଖେଳାଳିଙ୍କୁ କ୍ରୀଡା ଦିଗରେ ବେଶି ଭଲ ପ୍ରଶିକ୍ଷଣ ଦେଇ ଭଲ ଖେଳାଳି ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ସେହିପରି ଅନ୍ୟତମ ଅତିଥି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ରୂପରେଖ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଟ୍ରେନର ଲାଓ ଚିନ ମେଙ୍ଗଙ୍କ ପ୍ରଶିକ୍ଷଣ ଆଗାମୀ ଦିନରେ ଓଡିଆ ଖେଳାଳିଙ୍କ ନିମନ୍ତେ ବେଶ ସହାୟକ ହେବ। ଶେଷରେ ସ୍ପୋଟର୍ସ ଅଫିସର ସୁନିତା ବର୍ମା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଜାରୀ ରହିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଦଶ ବର୍ଷ

ଭୁବନେଶ୍ୱର: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି କମ୍ୟୁନିଟି ରେଡ଼ିଓର କାର୍ଯ୍ୟଧାରା ଓ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

କିଛି ବର୍ଷ ତଳେ ବାତ୍ୟା ‘ଫନି’ ଯେତେବେଳେ ଓଡ଼ିଶା ଉପକୂଳକୁ ବିପର୍ଯ୍ୟସ୍ତ କରିଥିଲା ଓ ବିଶେଷ କରି ଭୁବନେଶ୍ୱରରେ ଖୁବ୍ କ୍ଷୟକ୍ଷତି ଘଟିଥିଲା ଓ କୋଭିଡ ମହାମାରୀ ଜନ ଜୀବନକୁ ବେଶ ପ୍ରଭାବିତ କରିଥିଲା ସେହି ସମୟରେ ସୂଚନା ପ୍ରଦାନ ଓ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ କମ୍ୟୁନିଟି ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶନିବାର ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଛନ୍ତି।

ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରସାରିତ କରିଛି।
ଶ୍ରୀମତି ଦାସ ସୋଆ ରେଡ଼ିଓର କର୍ମଚାରୀ ଏବଂ ଆର୍‌ଜେ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ରେଡ଼ିଓର ସଫଳତା କାମନା କରିଛନ୍ତି। ସେହିପରି ସେ କରୋନାରେ ମୃତ୍ୟୁ ବରଣ କରିଥିବା ଆର୍‌ଜେ ସବ୍‌ନମ୍ ଶିରିନ୍‌ଙ୍କର ଅବଦାନକୁ ମଧ୍ୟ ମନେ ପକାଇଥିଲେ। ସବ୍‌ନମ୍‌ଙ୍କ ସ୍ମୃତିରେ କାର୍ଯ୍ୟକ୍ରମରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ, କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ରାୟ ସୋଆ ରେଡ଼ିଓର କର୍ମଚାରୀ ଏବଂ ଆର୍‌ଜେମାନଙ୍କୁ କରୋନା ସମୟରେ ସେମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଳେ। ସେହିପରି ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ସମାଜକୁ ଆଗେଇ ନେବାରେ ରେଡ଼ିଓ ଏକ ମାଧ୍ୟମ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତମ ମାନର କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସେ ରେଡ଼ିଓର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର୍ ଇନ୍‌ଚାର୍ଜ ହନି ପଟ୍ଟନାୟକ ରେଡ଼ିଓରେ ପ୍ରଚାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ଆର୍‌ଜେ ରମାବଲ୍ଲଭ ବାତ୍ୟା ‘ଫନି’ ସମୟରେ ସହରବାସୀଙ୍କୁ ସୂଚନା ଦେବା ଅନୁଭୂତି ବଖାଣିବା ସହ କିଭଳି ଅନ୍ୟ ଆର୍‌ଜେ ମାନଙ୍କ ସହ ଦୁଇ ଦିନ ଧରି ଷ୍ଟୁଡିଓ ଭିତରେ ରହିଥିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସୋଆ ରେଡ଼ିଓର ଦଶ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ଜଏଂଟ ରେଜିଷ୍ଟ୍ରାର୍ ଡକ୍ଟର ମଧୁବ୍ରତା ମହାନ୍ତି, ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ସୁନୀଲ୍ ଦାସ, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ମ୍ୟାନେଜର ସୁଜାତା ପାଢ଼ୀ ଓ ଯୋଗ ପ୍ରଶିକ୍ଷକ ଅଖିଳଚନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ।

ଛାତ୍ର ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଶାଶ୍ୱତ ପାଣ୍ଡେ ଓ ମହମ୍ମଦ ୟୁସୁଫ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ଜୁନିୟର୍ ପ୍ରୋଗ୍ରାମ୍ କୋର୍ଡିନେଟର ଶ୍ରୀମତି ଶୁଭ୍ରସିମା ମହାନ୍ତି ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୧୬ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୬ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୨ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ଅଛନ୍ତି।

୨୦୨୦ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୧ରେ ୧୩ ଜଣ ଗବେଷକ ଏହି ତାଲିକାରେ ସ୍ଥାନ ହାସଲ କରିିଥିଲେ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର।

ସେହିପରି ୨୦୨୧ ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ଚଳିତବର୍ଷ ଏହି ତାଲିକାରେ ସ୍ଥାନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏମାନଙ୍କ ସହିତ ସୋଆର ଅନ୍ୟ ଚାରି ଜଣ ଗବେଷକ ପ୍ରଫେସର (ଡକ୍ଟର) ରବିନ୍ଦ୍ରନାଥ ପାଢ଼ୀ, ପ୍ରଫେସର ବିନୋଦ କୁମାର ସାହୁ, ଡକ୍ଟର ସୁସଂଗିନୀ ନାୟକ ଏବଂ ଡକ୍ଟର ଦୀପ୍ତି ପ୍ରଭା ସାହୁ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି।

ପ୍ରଫେସର ରାଜଶ୍ରୀ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମିଶ୍ର ସେଠାରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ଡଃ ପଟ୍ଟନାୟକ ଆଇଟିଇଆରର ଜଣେ ପୂର୍ବତନ ରିସର୍ଚ୍ଚ ସ୍କଲାର ଅଟନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ଯୋଗୁଁ ସମସ୍ତ ୧୬ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଜାତୀୟ ସ୍ତରରେ ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବା ବେଳେ ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାଶ ଶକ୍ତି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଗବେଷକ। ପ୍ରଫେସର ପରିଡା ଏବଂ ପ୍ରଫେସର ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି।

ସେହିପରି ପ୍ରଫେସର ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ନାୟକ ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଏବଂ ଡକ୍ଟର ମିଶ୍ର ମ୍ୟାଥମେଟିକ୍‌ସ ବିଭାଗର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ।
ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଡକ୍ଟର ସୁସଂଗିନୀ ନାୟକ ଏବଂ ଡକ୍ଟ ଦୀପ୍ତିପ୍ରଭା ସାହୁ ଏହି କେନ୍ଦ୍ରରେ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

ୟୁକେର ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିବା ପ୍ରଫେସର ଚୌଧୁରୀ ଆଇଆଇଟି ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି। ବର୍ତ୍ତମାନ ସେ ଆଇଟିଇଆର୍‌ରେ ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ସେହିପରି ପ୍ରଫେସର ଦେବୀଙ୍କର ଗବେଷଣା କ୍ଷେତ୍ରରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି।
ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଉଦାହରଣ ସୃଷ୍ଟି କରିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି। କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏହି ମହାମାରୀକୁ ପ୍ରତିହତ କରିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି କହିଛନ୍ତି।

ଏହି ପରିସ୍ଥିତିରେ ସୋଆ ରାଜ୍ୟ ସରକାରଙ୍କ ସହ ମିଶି ମହାମାରୀର ମୁକାବିଲା କିରବାରେ ସହାୟକ ହୋଇଥିଲା ବୋଲି ପ୍ରକାଶ କରି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି।

ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ନିଜ ବକ୍ତବ୍ୟରେ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ବର୍ଣ୍ଣନା କରିଥିଲେ। ଡାକ୍ତରମାନେ ଅବସର ନିଅନ୍ତି ନାହିଁ ମାତ୍ର ଜୀବନବ୍ୟାପୀ ରୋଗୀ ସେବାରେ ନିୟୋଜିତ ରହିଥାନ୍ତି ବୋଲି ସେ କହିଥିଲେ।

ଓଡ଼ିଶା ସରକାର କୋଭିଡ୍ ମହାମାରୀ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପରିଚାଳନା କରିଥିବା ବେଳେ କୋଭିଡ ପରବର୍ତୀ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚଳନ କରିବା ଦ୍ୱାରା ଅନେକ ଗରିବ ବ୍ୟକ୍ତି ଉପକୃତ ହେଉଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ୧୯୯୬ ମସିହା ଅକ୍ଟୋବର ୧୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସକୁ ବିଶ୍ୱ ଗଣ୍ଠିବାତ ଦିବସ ରୂପେ ଘୋଷଣା କରିଥିଲା। ଏହି ରୋଗ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଗଣ୍ଠିବାତ ସମସ୍ୟା ୩୦ ବର୍ଷ ପରେ ଯେ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ। ତେଣୁ ଯୁବପିଢ଼ୀ ନିଜ ଜୀବନ ଶୈଳୀ ଓ ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ପରିବର୍ତନ ଆଣିବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ବିଏସ୍‌କେୱାଇ ଯୋଜନାରେ ସମ୍ ହସ୍ପିଟାଲ୍‌ରେ ଲୋକମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଆର୍ଥାଇଟିସ (ଗଣ୍ଠିବାତ) ରୋଗରୁ ସୁସ୍ଥ ହେବା ନିମନ୍ତେ ଠିକ୍ ସମୟରେ ଚିକିତ୍ସା କରାଇବା ଉପରେ ଉଭୟ ଗୁରୁତ୍ୱ ଆରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ସ୍ୱାଗତ ଭାଷଣ ଦେବା ସହ ଆୟୋଜିତ “ଆର୍‌ଥାରାଇଟିସ୍ ଇଜ୍ ଟ୍ରିଟେବଲ୍‌, ଡୋନ୍‌ଟ୍ ଇଗ୍ନୋର ଇଟ୍‌” ଶୀର୍ଷକ ସିଏମ୍‌ଇରେ ଗଣ୍ଠିବାତ ରୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ଗଣ୍ଠିବାତ ରୋଗ ଶରୀରର ବିଭିନ୍ନ ଅଂଗ ଏବଂ ରକ୍ତ କଣିକାକୁ ଆକ୍ରାନ୍ତ କରିଥାଏ। ତେଣୁ ଏ ନେଇ ଉପଯୁକ୍ତ ପରୀକ୍ଷଣ ଓ ଚିକିତ୍ସା କରିବା ଦ୍ୱାରା ହିଁ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇପାରିବ । ସବୁବର୍ଗର ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି। ତେଣୁ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାତ୍ର କହିଛନ୍ତି।

କାର୍ଯ୍ୟକ୍ରମ ଶେଷରେ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ବୁଧବାର ସକାଳେ ବିଶ୍ୱ ଗଣ୍ଠିବାତ ଦିବସକୁ ନେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମାଷ୍ଟର କ୍ୟାନ୍‌ଟିନ୍ ଛକରୁ ରାମ ମନ୍ଦିର ଛକ ଯାଏଁ ଏକ ସଚେତନତା ର‌୍ୟାଲିର ଆୟୋଜନ କରାଯାଇଥିଲା। ଏହି ର‌୍ୟାଲିରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଗଣ୍ଠିବାତ ରୋଗର ସଚେତନତା ସମ୍ପର୍କରେ ମତ ରଖିଥିଲେ।

ଏହି ର‌୍ୟାଲିରେ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ଏବଂ ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ରଙ୍କ ସମେତ ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ସୁନ୍ଦର ବାଲୁକା ଶିଳ୍ପ ପୁରୀ ବେଳାଭୂମିରେ ପ୍ରସ୍ତୁତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି। ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍‌-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା।

ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ “ଦୁର୍ଦ୍ଦଶା’ ସମସ୍ତଙ୍କୁ ମନମୁଗ୍ଦ କରିଥିବାବେଳେ ଏହାପରେ କୃତି କଳାକାରମାନଙ୍କୁ ମାନପତ୍ର ଏବଂ ପୁରସ୍କୃତ ମଧ୍ୟ କରାଯାଇଥିଲା।

ଶେଷ ଦିବସରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ମନୋରଂଜନ କାର୍ଯ୍ୟ ପରିବେଷଣ କରିବା ସହିତ ମ୍ୟୁଜିକ୍ ବ୍ୟାଣ୍ଡ ତଥା “ସାଜ” ଦ୍ୱାରା ଡିଜେ ନାଇଟ୍ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାସ୍ -୨୦୨୨ରେ ସୋଆର ଫ୍ୟାକଲ୍ଟି ମେମ୍ବର୍ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗର ମୁଖ୍ୟ ଡକ୍ଟର ଉମେଶ ଚନ୍ଦ୍ର ପରିଡା ଏବଂ ଆସୋସିଏଟ୍ ପ୍ରଫେସର ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ହସ୍ପିଟାଲ୍ ପରିଚାଳନାକୁ ନେଇ ଏଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଶନିବାର ସମ୍ମାନିତ ହୋଇଛନ୍ତି।

ଏମ୍ସ ଭୁବନେଶ୍ୱରର ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ବିଭାଗ ଏବଂ ରିଜିଓନାଲ୍ ଚାପ୍ଟର ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ , ଭୁବନେଶ୍ୱର ଓ ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌, ନୋଇଡ଼ାର ମିଳିତ ସହଯୋଗରେ ଦୁଇ ଦିନିଆ ଜାତୀୟ କର୍ମଶାଳା “ସେଫ୍ ସଷ୍ଟେନେବଲ୍ ହସ୍ପିଟାଲ୍‌ସ (ସାସ୍‌)-୨୦୨୨” ଶନିବାର ଆରମ୍ଭ ହୋଇଛି।

ଏହି କର୍ମଶାଳାରେ ଦେଶର ବିଭିନ୍ନ ଜାତୀୟ ଅନୁଷ୍ଠାନ ଏବଂ ହସ୍ପିଟାଲ୍‌ଗୁଡ଼ିକର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଯୋଗ ଦେଇଥିଲେ।

ଡକ୍ଟର ପରିଡା ସାସ୍‌-୨୦୨୨ର ପୃଷ୍ଠପୋଷକ ଥିବା ବେଳେ ଡକ୍ଟର ଅରୋଲିପି ସମ୍ମିଳନୀର ଆୟୋଜକ କମିଟିର ସଦସ୍ୟା ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ।

ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୧୯ ଓ ୨୦ରେ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବ ଓ ସେପ୍ଟେମ୍ବର ୨୦ ରାତିରୁ ଏହା ଉତର ଓଡ଼ିଶା ଆଡ଼କୁ ଗତି କରିବ।
ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୨୧ ଓ ୨୨ ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ବୁଲେଟିନ୍ ପ୍ରକାଶ କରିଛି। ସେପ୍ଟେମ୍ବର ୨୦ ଓ ୨୧ରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏହା ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୫ଜି ଏବଂ ସଫ୍ଟଓ୍ୟାର ଡେଭେଲପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସ୍ତାବ

ଭୁବନେଶ୍ୱର: ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ।

ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦିଅ୨୦, ଡ୍ରିମ୍‌ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହାର ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଶ୍ୱର ମାତ୍ର ୫ଟି ଦେଶରେ “ଏଣ୍ଡ ଟୁ ଏଣ୍ଡ ଟେକନୋଲୋଜି” ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

୫ଜି ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ତିନୋଟି ମୁଖ୍ୟ ପ୍ରତିବନ୍ଧକ ଥିଲା। ସେଗୁଡିକ ହେଲା ଷ୍ଟେବଲ୍ କୋର, ଷ୍ଟେବଲ୍ ରେଡିଓ ଏବଂ ଏସବୁକୁ ପରିଚାଳନା କରିବା। କିନ୍ତୁ ଏସବୁଥିରେ ସରକାର ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଆଇଆଇଟି ମାଡ୍ରାସରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ।

୪ ଜି କନେକ୍ଟିଭିଟିରେ ବେଗ କମ ରହିଥିବା ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏଥିରେ ମୁଖ୍ୟ ସମସ୍ୟା ଥିଲା ବେଗ। ନିକଟରେ ସବୁ ଟେଲିକମ୍ ପ୍ରୋଭାଇଡରମାନଙ୍କୁ ଡାକି ସେମାନଙ୍କୁ ଏହି ବେଗକୁ ବୃଦ୍ଧି କରିବା ସହ ସେଥିରେ ସେମାନେ କିଭଳି ସଫଳ ହୋଇପାରିବେ ସେ ନେଇ ଟାରଗେଟ୍ ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସେହିପରି ସୋଆରେ ଏକ ସଫ୍ଟୱ୍ୟାର ଡେଭେଲେପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ପି.କେ.ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଏକତ୍ରିତ ହୋଇଥିଲେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବିଶିଷ୍ଟି ଶିକ୍ଷାବିତ୍ ଏବଂ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟର କୁଳପତି। ସୋଆରେ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ନେଇ ଏହି ଏକ ଦିବସୀୟ କର୍ମଶାଳାକୁ ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍‌, ଭୁବନେଶ୍ୱର, ଏନ୍‌ସିଇଆର୍‌ଟି, ନୂଆଦିଲ୍ଲୀ, ସୋଆ ଏବଂ ଗୟା ସ୍ଥିତ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟି ମିଳିତ ଭାବେ ଆୟୋଜନ କରିଥିଲେ।

ଏହି କର୍ମଶାଳର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ତଥା ପୂର୍ବାଂଚଳ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ପ୍ରଫେସର କାମେଶ୍ୱର ନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଫେସର ସିଂଙ୍କର ତତ୍ୱାବଧାନରେ ପୂର୍ବ ଭାରତର ଝାଡଖଣ୍ଡ, ବିହାର, ପଶ୍ଚିମ ବଂଗ ଏବଂ ଓଡ଼ିଶାରେ ଜାତୀୟ ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଉଛି। ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ସହ ମଣିଷର ସର୍ବାଙ୍ଗୀନ ଉନ୍ନତି ହିଁ ଏହି କର୍ମଶାଳାର ଉଦ୍ଦେଶ୍ୟ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ସୋଆର ପ୍ରଫେସର ତଥା କର୍ମଶାଳାର ସଂଯୋଜକ ଡାକ୍ତର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେବା ଅବସରରେ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଜାତୀୟ ଶିକ୍ଷାନୀତି ଦ୍ୱାରା ଶିକ୍ଷା ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ କିଭଳି ଭାରତକୁ ମା’ ଭଳି ସମ୍ମାନ ଦେବେ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ଲାଗି ସହାୟତାର ହାତ ବଢ଼ାଇବେ ସେ ସମ୍ପର୍କରେ ବିଭିନ୍ନ ନାଗରିକ ସମାଜ, ଏନ୍‌ଜିଓ ଏବଂ ଶିକ୍ଷାବିତମାନେ ଏକତ୍ରିତ ହୋଇ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଏନ୍‌ସିଇଆର୍‌ଟି, ଭୁବନେଶ୍ୱର ପକ୍ଷରୁ ପ୍ରଫେସର ପି.ସି. ଅଗ୍ରୱାଲ୍ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ତଥା ଏନ୍‌ସିଇଆର୍‌ଟିର ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଲକ୍ଷ୍ମୀଧର ବେହେରା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲ ଶିକ୍ଷାକୁ ଉଚ୍ଚ ଶିକ୍ଷା ସହିତ ଯୋଡିବା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା, କୋରାପୁଟ ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ଏସ୍‌.କେ. ପଲିଟା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ମହାନ୍ତି, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି (ଅନ୍‌ଲାଇନ୍ ଯୋଗେ), ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ସର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଏବଂ ଆଂଚଳିକ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ସୋମେନ୍ ଘୋଷ ପ୍ରମୁଖ ଉପସ୍ଥିତ ରହି ପାଠ୍ୟକ୍ରମ ଭିତିରେ ସ୍କୁଲ୍ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାକୁ ଯୋଡିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ସନ୍ଧାନ, ସେଭ୍‌ଡ ଚିଲ୍‌ଡ୍ରେନ୍‌, ଶିକ୍ଷା ବିକାଶ ସମିତି, ଲର୍ଣ୍ଣିଂ ଲିଙ୍କ୍‌ସ ଫାଉଣ୍ଡେସନ୍‌, ଏଡ୍ ଆକ୍ଟ ଆକ୍ସନ୍ ସାଉଥ ଏସିଆ, ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍‌, ଆକ୍ସନ୍ ଏଡ୍ ଇଣ୍ଡିଆ, ଟାଟା ଟ୍ରଷ୍ଟ ଭଳି ଅନୁଷ୍ଠାନ ଏବଂ ନାଗରିକ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଶେଷରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ବିସ୍ତୃତ ବିବରଣୀ ଦେଇଥିଲେ ଏନ୍‌ସିଇଆର୍‌ଟିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲ୍। ସେହିପରି ପ୍ରଫେସର କାମେଶ୍ୱର ନାଥ ସିଂ ଉଦ୍‌ଯାପନୀ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର: ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସନାଲ ଡିନ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଇଏଏସର ଡିନ ପ୍ରଫେସର ବିଜୟ କୁମାର ସାହୁ, ଆଡିସନାଲ ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ।

ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇପାରିବ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିମାନେ ଗାଜର ଘାସର ହାନିକାରକ, ପ୍ରଭାବ ଏବଂ ଏହାର ସମନ୍ୱିତ ନିରାକରଣ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡଃ ଶୁଭପ୍ରଦ ଦାଶ, ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ବାସୁଦେବ ବେହେରା ଏବଂ ସତ୍ୟ ନାରାୟଣ ଶତପଥିଙ୍କ ଲିଖିତ ପ୍ରଚାର ପତ୍ରିକା ଉନ୍ମୋଚନ କରାଯାଇଥିଲା। ପ୍ରଶ୍ନୋତର ପ୍ରତିଯୋଗିତାରେ ତେଜସ୍ୱିନୀ ମଲ୍ଲିକ, ଅନ୍ୱେଷା ପଣ୍ଡା ଏବଂ ସମୀକ୍ଷା ପରିଡା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଅତୁଲ୍ୟ ଅରୁଣ ସେଠୀ , ତ୍ରୟମ୍ବକ ପଟ୍ଟନାୟକ ଏବଂ ଜୟଦୀପ ପଣ୍ଡା ଯଥାକ୍ରମରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ମାନପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ।

ଶେଷରେ ପ୍ରଫେସର ସନ୍ତୋଷ କୁମାର ରାଉତ ଔପଚାରିକ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ ସୋସାଇଟି ଅଫ ଉଇଡ ସାଇନ୍‌ସେସ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ର୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ ଏବଂ ଡଃ ଶୁଭପ୍ରଦ ଦାଶ ସହ-ସଂଯୋଜକ ହିସାବରେ ପରିଚାଳନା କରିଥିଲେ। ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତାକୁ ଡଃ ସ୍ତୁତି ଦେବପ୍ରିୟା ବେହେରା, ଡଃ ଜଗଦୀଶ ଜେନା, ଡଃ ବିଷ୍ଣୁପ୍ରିୟା ପାତ୍ର, ଡଃ ମନତୋଷ ଦାସ ବୈରାଗ୍ୟ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରି, ଶ୍ୱେତା ରଥ ଏବଂ ଶୁଭମ ଆଚାର୍ଯ୍ୟ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ବାସୁଦେବ ବେହେରା, ପ୍ରଫେସର ବିଜୟ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।

ଆଇଏଏସ୍‌, ସୋଆ ଏନ୍‌ଏସ୍‌ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏକ ସଚେତନତା ର‌୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର‌୍ୟାଲି ଶେଷ ହୋଇଥିଲା।
ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି। ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ।

ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କର ଗ୍ରାଜୁଏସନ୍ ସେରିମନି ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ଗ୍ରାଜୁଏସନ୍ ଉତ୍ସବରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଉଗାଣ୍ଡା, ସିରିଆ ଏବଂ ଶ୍ରୀଲଙ୍କାର ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୨ ବ୍ୟାଚ୍‌ରେ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ କରିଛନ୍ତି।

ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫାର୍ମାସୀ ଡିନ୍ ପ୍ରଫେସର ସୁଦାମ ଚରଣ ସି, ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଇଂଟରନ୍ୟାସ୍‌ନାଲ ରିଲେସନ୍‌ସ ଆଣ୍ଡ ଆଡମିସନ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହ ସେମାନେ ସେମାନଙ୍କ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି କହିଛନ୍ତି ।

ଶ୍ରୀ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା ସହ ଏଥି ନିମନ୍ତେ କରିଥିବା ଗବେଷଣା ଓ ନଥୀକରଣ ସମୟରେ ସେ ସାମ୍ନା କରିଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହି ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ଏକୋଇଶଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତୃତ ନଥୀକରଣ, ପରିଚର୍ଯ୍ୟା ଓ ଚଳଚ୍ଚିତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି । ୨୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର ଚଳଚ୍ଚିତ୍ରର ବର୍ଗୀକରଣ ରହିଛି ।

ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର ସିନେମା’ର ଅନ୍ୟତମ ଆକର୍ଷଣ । ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ ଉଲ୍ଲେଖ ରହିଛି । ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ଶ୍ରୀ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି ।

ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।