Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି ତଥା ବର୍ତମାନର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ), ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର ।

ସେହିପରି ୨୦୨୨ ତାଲିକାରେ ଅନ୍ତଭୁର୍କ୍ତ ଥାଇ ୨୦୨୩ ର ଏହି ସମ୍ମାନ ଜନକ ତାଲିକାରେ ପୁଣି ସାମିଲ ହୋଇଥିବା ଗବେଷକମାନେ ହେଲେ ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ମନୋହର ମିଶ୍ର, ଡଃ ସୁଲଗ୍ନା ପଟ୍ଟନାୟକ ଓ ଡକ୍ଟର ଦୀପ୍ତି ପ୍ରଭା ସାହୁ ।

ତେବେ ପ୍ରଥମ ଥର ପାଇଁ ଏହି ତାଲିକାରେ ସୋଆର ଅନ୍ୟ ୮ ଜଣ ଗବେଷକଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେମାନେ ହେଲେ ପ୍ରଫେସର ରେଣୁ ଶର୍ମା, ପ୍ରଫେସର ସୌରଭ ପଣ୍ଡା, ଡକ୍ଟର ଶୁଭଶ୍ରୀ ଚୌଧୁରୀ, ଡକ୍ଟର ଶେଷଦେବ ସାହୁ, ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ, ଡକ୍ଟର ଭିନୀତ କୁମାର ରାୟ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୨୨ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର କୁଳମଣି ପରିଡା ଓ ପ୍ରଫେସର ଲାଲା ବିହାରୀ ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ନିହାରବାଳା ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି ।

ପ୍ରଫେସର ରାଜଶ୍ରୀ ଦାସ, ପ୍ରଫେସର ପ୍ରଫେସର ବିନୋଦ କୁମାର ସାହୁ ଓ ପ୍ରଫେସର ସତ୍ୟରଞ୍ଜନ ମିଶ୍ର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର ମନୋହର ମିଶ୍ର, ଡକ୍ଟର ଶେଷଦେବ ସାହୁ, ଡକ୍ଟର ଶୁଭଶ୍ରୀ ଚୌଧରୀ ଓ ଡକ୍ଟର ଏସ୍‌.କେ. ପରିଡା ଆସୋସିଏଟ୍ ପ୍ରଫେସର ଭାବେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ କାର୍ଯ୍ୟରତ ।

ସେହିପରି ପ୍ରଫେସର ଗୌତମ ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଡକ୍ଟର ଦୀପ୍ତିପ୍ରଭା ସାହୁ ସେହି କେନ୍ଦ୍ରରେ ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ପ୍ରଫେସର ଚୌଧୁରୀ ୟୁକେର ୟୁନିଭର୍ସିଟି ଅଫ୍ ଏଡନ୍‌ବର୍ଗରୁ ପିଏଚ୍‌ଡି ହାସଲ କରିଥିବା ବେଳେ ଆଇଆଇଟି, ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ଆଇଟିଇଆର୍‌ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ।

ପ୍ରଫେସର ରେଣୁ ଶର୍ମା ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ସୌରଭ ପଣ୍ଡା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ପ୍ରଫେସର ଭାବେ ଅବସ୍ଥାପିତ । ସେହିପରି ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ ସୋଆର ସେଂଟର ଫର୍ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗ୍‌ସ (ସିଆଇଓଟି)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ଭିନୀତ କୁମାର ରାୟ, ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟରତ ।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଇମ୍ସ ୱାର୍ଲ୍ଡ ର‌୍ୟାଙ୍କିଙ୍ଗରେ କ୍ରମାଗତ ଉନ୍ନତି କରୁଛି ସୋଆ

ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି। ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍‌ରେ ରହିଥିଲା।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍‌ଇ ର‌୍ୟାଙ୍କିଙ୍ଗ କରାଯାଇଥାଏ। ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍‌ଭାଇରନ୍‌ମେଂଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରୀ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ଆଉଟଲୁକ୍ (ଇନ୍‌ଟରନ୍ୟାସ୍‌ନାଲ୍ ଷ୍ଟାଫ୍‌, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ)।

୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌) ୧୬ତମ ଓ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ) ୨୭ତମ ସ୍ଥାନ ହାସଲ କରିଥିଲା।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଲିଗାଲ ଷ୍ଟଡିଜ୍ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ) ଦେଶରେ ୮ମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ୯ମ ସ୍ଥାନରେ ରହିଥିଲା।

ସମ୍ମାନ ଜନକ କ୍ୟୁଏସ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ସରେ ୨୦୨୩ରେ ସୋଆ ୧୦୦୧ ପ୍ଲସ୍ -୧୨୦୦ ବ୍ରାକେଟ୍‌ରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଏଏସ୍‌ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀଗଣ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚକୁ ନେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁଙ୍କ ସମେତ ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବର୍ସମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି।

ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି।

ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍‌ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି।

ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର (ଡଃ) ଦାଶ କହିଥିଲେ। ଏହି ରୋବୋଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡଃ)ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡଃ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡଃ) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କମ୍ପାନୀର ଜଣେ ପ୍ରତିନିଧି ଏହି ଅବସରରେ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦେଶର ପ୍ରଥମ ମେଡିକାଲ୍ କଲେଜ ଭାବେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନିମନ୍ତେ ଏହି ସ୍ୱୟଂଚାଳିତ ରୋବୋଟର ବ୍ୟବହାର ଆରମ୍ଭ କରିଛି । ଏଥି ନିମନ୍ତେ ହସ୍ପିଟାଲ୍‌ରେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରାଯିବାର ଯୋଜନା ରହିଛି ଯେଉଁଠାରେ ଅସ୍ଥିଶଲ୍ୟ ବିଭାଗର ସର୍ଜନମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ପ୍ରଥମ ଚିକିତ୍ସା କେନ୍ଦ୍ର ଭାବେ ଏହି ନୂତନ ଜ୍ଞାନକୌଶଳ ଆପଣାଇଥିବାରୁ ହସ୍ପିଟାଲ୍‌କୁ ଶୁଭେଚ୍ଛା ଜଣାଇ ପ୍ରଫେସର (ଡଃ) ମହାନ୍ତି କହିଥିଲେ ଯେ ଏଭଳି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନ୍ୟ ଫ୍ୟାକଲ୍ଟିମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଯାହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ।

ପ୍ରଫେସର ନନ୍ଦ ରୋବୋଟିକ ଅସ୍ତ୍ରୋପଚାରର ଶୁଭାରମ୍ଭକୁ ଏକ ବଡ଼ ସଫଳତା ବୋଲି କହିବା ସହ ୨୦୦୬ ମସିହାରେ ଇଂଲଣ୍ଡର ଲିଡସ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ସେ ଏପରି ନୂତନ ଜ୍ଞାନକୌଶଳର ବ୍ୟବହାର ଦେଖିଥିଲେ ବୋଲି କହିଥିଲେ। ସୋଆରେ ଏକ ରୋବୋଟିକ ଲ୍ୟାବ୍ ଆରମ୍ଭ କରାଯିବା ନେଇ ପ୍ରସ୍ତାବ ରହିଥିବା ପ୍ରକାଶ କରି ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ଜଟିଳ ଅସ୍ତ୍ରୋପଚାର ହୋଇପ।।ରିବ ବୋଲି ସେ କହିଥିଲେ।

ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ଜଣାଶୁଣା ପ୍ରଫେସର ମହାପାତ୍ର ଏହି ଅବସରରେ କହିଥିଲେ ଯେ ରୋବୋଟର ବ୍ୟବହାର ବର୍ତମାନ ସମୟର ଆବଶ୍ୟକତା ଅଟେ। ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଟେକ୍ନୋଲଜିକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ସେ କହିଥିଲେ।

ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ।

ପ୍ରଫେସର (ଡଃ) ମିଶ୍ର କହିଥିଲେ ଯେ ଏହି ନୂତନ ଜ୍ଞାନ କୌଶଳ ଦ୍ୱାରା ରୋଗୀକୁ ଖୁବ କମ୍ କଷ୍ଟ ହେବା ସହ କମ୍ ହାଡ଼ କ୍ଷୟ ହୋଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥତା ପାଇଥାଏ। ନୂତନ ଜ୍ଞାନକୌଶଳକୁ ଆପଣାଇବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସବୁବେଳେ ଆଗରେ ରହିଛି। ରୋଗୀ ସେବା ଏବଂ ଶିକ୍ଷା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଖୁବ୍ ଆଗ୍ରହୀ ବୋଲି ସେ କହିଥିଲେ।

ପ୍ରଫେସର (ଡଃ) ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା। ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବୋଟ ମଧ୍ୟ ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍‌ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆଇସିଏଆଇ ଅନ୍ତର୍ଗତ ଇଆଇଆର୍‌ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଗଗନ ବିହାରୀ ଦାସ, ସଂପାଦକ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍‌ଟାଂଟ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍: କୌସ୍ତଭ ଦାସ ଚାମ୍ପିଅନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି କୌସ୍ତଭ ଦାସ। ଭୁବନେଶ୍ୱର ସେଂଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀର ଛାତ୍ର କୌସ୍ତଭ ୯ ପଏଂଟରୁ ୮.୫ ପଏଂଟ ହାସଲ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

କୌସ୍ତଭ ୯ଟି ମ୍ୟାଚ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଥିଲେ ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା। ତାଙ୍କୁ ୧୦ ହଜାର ଟଙ୍କା ଓ ଏକ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ୮ ପଏଂଟ ହାସଲ କରି ମଦର୍ସ ପବ୍ଲିକ୍ ସ୍କୁଲ୍‌, ଭୁବନେଶ୍ୱରର ତନ୍ମୟ ତଲିନ୍ ବେହେରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆ ସହଯୋଗରେ ଅନୁଷ୍ଠିତ ଏହି ଚାମ୍ପିଅନ୍‌ସିପରେ ବିଜୟୀ ଖେଳାଳୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୨୩୦ ଜଣ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଥିଲେ।

ଜ୍ୟୋସ୍ନଭ୍ ତାଲୁକ୍‌ଦାର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୩, ଭୁବନେଶ୍ୱର), ଲଳିତ ରଞ୍ଜନ ସାହୁ (ଷ୍ଟୁଆର୍ଟ ସ୍କୁଲ୍‌, କଟକ), ଆୟୁଷ୍ମାନ୍ ମହାନ୍ତି (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ପୁରୀ), ପ୍ରତ୍ୟୁଷ ନାୟକ (ଷ୍ଟୁଆର୍ଟ ସ୍କୁଲ, କଟକ), ଦେବର୍ପିତ ମିଶ୍ର (କେନ୍ଦ୍ରୀୟ ବିଦ୍ୟାଳୟ, ନମ୍ବର ୧, ଭୁବନେଶ୍ୱର), ଶାନ୍ତନୁ ବରାଳ (ପ୍ରଶାନ୍ତି ଇନ୍‌ଟରନ୍ୟାସନାଲ ସ୍କୁଲ, ପୁରୀ), ମହାପାତ୍ର ଆୟୁସ ଆର୍ଯ୍ୟନ୍ (କେନ୍ଦ୍ରୀୟ ବିଦ୍ୟାଳୟ, କଟକ) ଏବଂ ଶାନ୍ତନୁ କୁମାର ଦାଶ (ରବିନ୍ଦ୍ର ବିଦ୍ୟା ନିକେତନ, କେଉଁଝର)ଙ୍କୁ ମଧ୍ୟ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ରେଳ ଓ ଉପକୂଳ ସୁରକ୍ଷା ବିଭାଗର ଆଡିସ୍‌ନାଲ୍ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍ ଦୟାଲ ଗଙ୍ଗୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ପୁର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧୁସୁଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜ ବକ୍ତବ୍ୟରେ ଶ୍ରୀ ଗଙ୍ଗୱାର ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଏହାଦ୍ୱାରା ଅନେକ ଯୁବ ତଥା ସୁନ୍ଦର ଚିନ୍ତାଧାରାର ପିଲାମାନେ ଭବିଷ୍ୟତରେ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ଗ୍ରାଣ୍ଡ ମାଷ୍ଟର ହୋଇପାରିବେ। ଯୁବ ଚିନ୍ତାଧାରାକୁ ସକ୍ରୀୟ କରିବାରେ ଚେସ୍ ଠାରୁ ଭଲ କ୍ରୀଡା ଆଉ କିଛି ନାହିଁ ବୋଲି ଶ୍ରୀ ଗଙ୍ଗୱାର କହିଥିଲେ।

ଶ୍ରୀ ପାଢ଼ୀ କହିଥିଲେ ଓଡ଼ିଶାରୁ ପୂର୍ବରୁ ଅନେକ ଭଲ ଚେସ୍ ଖେଳାଳୀ ବାହାରିଛନ୍ତି ଏବଂ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ଭବିଷ୍ୟତରେ ଅନେକ ଭଲ ଖେଳାଳୀ ବାହାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ପ୍ରଫେସର ମହାପାତ୍ର କହିଥିଲେ ଯେ ଅଭିଭାବକମାନେ କ୍ରୀଡ଼ାର ମହତ୍ୱକୁ ବୁଝିବା ଦରକାର।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ କେ. ଟି ଗ୍ଲୋବାଲ ସ୍କୁଲ୍‌, ଭୁବନେଶ୍ୱରର ଅଧ୍ୟକ୍ଷ ଡି.ପି. ଖାରେ, ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ମିଶ୍ର ଓ ସୋଆର ସ୍ପୋର୍ଟ୍ସ ଅଫିସର ସୁନିତା ବର୍ମା ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆଜି ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି।

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆର ସହଯୋଗରେ ଏହି ଚାମ୍ପିଅନ୍‌ସିପ୍ ଆରମ୍ଭ ହୋଇଥିବା ବେଳେ ଏହାର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଛନ୍ତି।

ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚେସ୍ ଖେଳରେ ଭାରତରେ ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସୁଥିବା ଦର୍ଶାଇ ରାଜ୍ୟରେ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଏହି ଚାମ୍ପିଅନ୍‌ସିପ୍‌ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ସୁରେଶ ଚନ୍ଦ୍ର ସାହୁ, ସଚିବ ଦେବବ୍ରତ ଭଟ୍ଟ ଓ କୋଷାଧ୍ୟକ୍ଷ ଶଙ୍କର ମିଶ୍ରଙ୍କ ସମେତ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ଦାସ କହିଥିଲେ ଯେ କ୍ରୀଡ଼ା ହେଉଛି ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ମଣିଷର ଜୀବନରେ ଶୃଙ୍ଖଳା ଆସିଥାଏ। ଚେସ୍ କ୍ରୀଡ଼ାକୁ ଅନ୍ୟ ଖେଳ ଠାରୁ ଅଲଗା ବୋଲି କହିବା ସହ ଏହା ମସ୍ତିଷ୍କକୁ ଚଂଚଳ କରିଥାଏ ବୋଲି ସେ କହିଥିଲେ।
ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି।

ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍‌ର ସଭାପତି ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଗାଜର ଘାସ ର ଭୟାବହତା ସଂପର୍କରେ ଅବଗତ କରାଇଥିଲେ।

ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇବ ସେଇ ବିଷୟରେ ବକ୍ତବ୍ୟ ରଖିଥିଲେ। କୃଷି ମହାବିଦ୍ୟାଳୟର ଡିିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍‌ଏସଏସ୍ ସଂଯୋଜକ ପ୍ରଫେସର ନଚିକେତା କେ ଶର୍ମା, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ , ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ରାକେଶ ରୋଶନ ଶତପଥି, ହଂସରାଜ ପ୍ରଧାନ ଏବଂ ମୋନାଲିସା ପଣ୍ଡା ଯୋଗଦେଇଥିଲେ।

ପ୍ରଫେର ସନ୍ତୋଷ କୁମାର ରାଉତ ,ପ୍ରଫେସର ନଚିକେତା ଶର୍ମା ଏବଂ ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ ଗାଜର ଘାସ ନିରାକରଣ ନିମନ୍ତେ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ପ୍ରଫେସର ବାସୁଦେବ ବେହେରା ଏବଂ ଡକ୍ଟର ଶୁଭପ୍ରଦ ଦାଶ ଗାଜର ଘାସ ର ଭୟାବହତା ଏବଂ ନିରାକରଣ ବିସ୍ତୃତ ବିବରଣୀ ଦେଇଥିଲେ। ସହକାରୀ ଅଧ୍ୟାପକ ଜଗଦୀଶ ଜେନା କାର୍ଯ୍ୟକ୍ରର୍ମରେ ଅଂଶ ଗ୍ରହଣ କରିଥିବା ଅତିଥି , ପ୍ରଫେସର , ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଗାଜର ଘାସ ସଚେତନତା ସପ୍ତାହ ‘ ପାର୍ଥେନିୟମ୍ ସଚେତନତା ସପ୍ତାହ’ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାର ଜିଜ୍ଞାସା ଏବଂ ସଚେତନତା ଆଣିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ସ୍ଥିତ କୃଷି ମହାବିଦ୍ୟାଳୟରେ “ ଗାଜର ଘାସ ଏବଂ ଏହାର ନିରାକରଣ” ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା।
ଏହି ପ୍ରତିଯୋଗିତାକୁ କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ଶ୍ୱେତା ରଥ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରୀ, ସ୍ୱାଗତ ଶୁଭଦର୍ଶୀ ଏବଂ ଅଙ୍କିତା ପ୍ରିୟଦର୍ଶୀ ପରିଚାଳନା କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସମେତ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ କରିଥିବାବେଳେ ଡକ୍ଟର ଶୁଭପ୍ରଦ ଦାଶ ଏବଂ ଡକ୍ଟର ଜଗଦୀଶ ଜେନା ସହ ସଂଯୋଜକ କରି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ।

ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରଗୁଡିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହିସବୁ ସ୍ଥାନରେ କୃଷି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ଶେଷ ପର୍ଯ୍ୟାୟ କୃଷି ପ୍ରଶିକ୍ଷଣ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣଗୁଡିକର ସଫଳତା ପରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହେଉଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଳବାୟୁ ପରିବର୍ତ୍ତନ ଗବେଷଣାକୁ ନେଇ ଆଇଏମ୍‌ଡି ଏବଂ ସୋଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଜଳବାୟୁ ପରିବର୍ତନର ଭୟଙ୍କର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ବେଳେ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ନିମନ୍ତେ ବାୟୁମଣ୍ଡଳ ବିଜ୍ଞାନ ଓ ଜଳବାୟୁ ମଡେଲିଂ କ୍ଷେତ୍ରରେ ସହଯୋଗ ନେଇ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

କୃଷି କ୍ଷେତ୍ରରେ ଜଳବାୟୁର ପ୍ରଭାବ ଏବଂ କିଭଳି ପ୍ରକ୍ରିୟାରେ କୃଷକମାନେ ଉପକୃତ ହୋଇପାରିବେ ସେ ସମ୍ପର୍କର ସୋଆ ଓ ଆଇଏମ୍‌ଡି ମିଳିତ ଭାବେ କାର୍ଯ୍ୟ କରିବେ। ଆଇଏମ୍‌ଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଡକ୍ଟର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଏକ ବର୍ଷ ପୂର୍ବେ ଏକ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ପ୍ରତିଷ୍ଠା କରାଯାଇଛି । ସୋଆ ଓ ଆଇଏମ୍‌ଡି ମଧ୍ୟରେ ତଥ୍ୟର ଆଦାନପ୍ରଦାନ ସହ ବିଶେଷ ଜ୍ଞାନ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ନେଇ ମିଳିତ ଗବେଷଣା କରାଯିବ। ଜଳବାୟୁ ପରିବର୍ତନ ଯୋଗୁଁ ଚାଷ ଉପରେ ପଡ଼ୁଥିବା ପ୍ରଭାବକୁ ଆଖିରେ ରଖି ପରିବର୍ତିତ ପରିସ୍ଥିତିରେ କୃଷକମାନେ କିପରି ଲାଭଜନକ କୃଷି ଆପଣେଇ ପାରିବେ ସେ ସମ୍ପର୍କରେ କାର୍ଯ୍ୟ କରାଯିବ।

ଏହି ଦୁଇ ଅନୁଷ୍ଠାନ ବିଭିନ୍ନ ତଥ୍ୟକୁ ନେଇ ଗବେଷଣା କରିବା ସହ ମିଳିତ ସନ୍ଦର୍ଭ ପ୍ରକାଶ କରିବେ ଓ ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିବେ।
ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଏବଂ ସୋଆ ମିଳିତ ଭାବେ ଜଳବାୟୁ ବିଜ୍ଞାନ କ୍ଷେତ୍ରରେ ନୂତନ ଟେକ୍ନୋଲୋଜି ଉପଯୋଗ କରି ବିଭିନ୍ନ ଅଂଶୀଦାରଙ୍କ ସାହାଯ୍ୟ ନିମନ୍ତେ କାର୍ଯ୍ୟ କରିବେ।

ବୁଝାମଣା ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗର ଅନୁମୋଦିତ ବୈଜ୍ଞାନିକମାନେ ସୋଆ ସହିତ ମିଳିତ ଗବେଷଣା ଏବଂ ବିକାଶ ପ୍ରକଳ୍ପରେ ଭାଗ ନେବେ ଏବଂ ଏମଏସସି, ଏମ୍‌ଟେକ୍ ଏବଂ ପିଏଚ୍‌ଡି ଛାତ୍ରଛାତ୍ରୀ ତଥା ସନ୍ଦର୍ଭ ଲେଖକମାନଙ୍କ ଗବେଷଣାର ତଦାରଖ କରିବା ସହ ରିପୋର୍ଟ ପ୍ରକାଶନରେ ସହାୟତା କରିବେ।
ଆଇଏମ୍‌ଡି ଜଳବାୟୁ ବିଜ୍ଞାନ ଏବଂ ଏହାର ପ୍ରୟୋଗ ସମ୍ବନ୍ଧୀୟ କ୍ଷେତ୍ରରେ ସହମତିରେ ପିଏଚ୍‌ଡି ଗବେଷଣା ନିମନ୍ତେ ସହଯୋଗ କରିବ ଏବଂ ଅନୁରୋଧ କ୍ରମେ କ୍ଷେତ୍ର ଏବଂ ପରୀକ୍ଷାଗାର ସୁବିଧା ପ୍ରଦାନ କରିବ । ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଛାତ୍ରଛାତ୍ରୀ , ଗବେଷକ ଏବଂ ସୋଆ ଅଧ୍ୟାପକମାନଙ୍କ ପାଇଁ ଉପଲବ୍ଧ ହେଲେ ପରୀକ୍ଷାଗାର ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବ।

ଏହି ଅବସରରେ ସୋଆ ସିସିଏସ୍‌ଏର ମୁଖ୍ୟ ପ୍ରଫେସର ଆର୍‌.କେ. ପଣ୍ଡା, ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ୟୁ.ସି ମହାନ୍ତି, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଡିନ୍ ପ୍ରଫେସର ଏସ୍‌. କେ. ରାଉତ ଏବଂ ଆଇଏଏସ୍‌ର ପ୍ରଫେସର ଡକ୍ଟର ଦୀନବନ୍ଧୁ ଜେନା ଓ ପ୍ରଫେସର ଜଗମୋହନ ଲାଲ୍ ଗୁଲାଟି ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ମହାପାତ୍ର କହିଲେ ଏହି ବୁ୍‌ଝାମଣା ଦ୍ୱାରା ସୋଆ ମିଳିତ ଭାବରେ ଅନେକ ଗବେଷଣା କରିପାରିବ ଯାହାକି ମାନବ ସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳର ବିକାଶ କ୍ଷେତ୍ରରେ ସହାୟ ହୋଇପାରିବ। ସେ କହିଥିଲେ ଯେ ଆଇଏମ୍‌ଡି ନିକଟରେ ଅନେକ ତଥ୍ୟ ରହିଛି ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା କାର୍ଯ୍ୟ ନିମନ୍ତେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇପାରିବ।

ଆଇଏମ୍‌ଡି ନିକଟରେ ୧୯୦୧ ମସିହାରୁ ଡିଜିଟାଲ୍ ଡାଟା, ୧୯୮୩ ମସିହାରୁ ସାଟେଲାଇଟ ଡାଟା ଏବଂ ୧୯୯୯ ମସିହାରୁ ଡପ୍‌ଲର ଡାଟା ଉପଲବ୍ଧ ଅଟେ ବୋଲି ସେ କହିଥିଲେ।

୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟା ଯେଉଁଥିରେ କି ଓଡ଼ିଶାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହି ଦୁଖଃଦ ଘଟଣାକୁ ସ୍ମରଣ କରି ଡଃ ମହାପାତ୍ର କହିଥିଲେ ଯେ ଏହା ସମସ୍ତଙ୍କର ଆଖି ଖୋଲିଦେଇଥିଲା। କାରଣ ସେତେବେଳେ ବିଜ୍ଞାନର ପ୍ରୟୋଗ ଠିକ୍ ଭାବେ ହୋଇପାରି ନଥିଲା। କିନ୍ତୁ ତା’ ପର ଠାରୁ ଏ କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି। ତେଣୁ ବର୍ତମାନ ବାତ୍ୟା ଆସିଲେ ଜିରୋ କାଜୁଆଲିଟି ସମ୍ଭବ ହୋଇପାରୁଛି।

ନିକଟରେ ଗୁଜରାଟ ଉପକୂଳରେ ଆସିଥିବା ବାତ୍ୟା ‘ବିପର୍ଯ୍ୟୟ’ରେ କୌଣସି ମୃତ୍ୟୁ ଘଟି ନଥିବା ବେଳେ ୨୦୧୩ ମସିହାରେ ଫାଇଲିନ୍‌ରେ ଓଡ଼ିଶାରେ ମାତ୍ର ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗବେଷଣା ଓ ସହଭାଗିତାରେ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର: ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍‌ଯାପନୀ ଦିବସରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି। ଜନଜାତି ଭାଷାଗୁଡିକର ସଂରକ୍ଷଣ ଓ ଉନ୍ନତି ନିମନ୍ତେ ଏକ ସ୍ୱତନ୍ତ୍ର ଭାଷା ନୀତି ପ୍ରଚଳନର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।

ସାରା ବିଶ୍ୱରେ ପ୍ରାୟ ୬୦୦୦ କଥିତ ଭାଷା ମଧ୍ୟରୁ ପ୍ରାୟ ୪୫୦୦ ଜନଜାତି ଭାଷା ବିଭିନ୍ନ କାରଣ ଏବଂ ଚାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ବୋଲି କୋରାପୁଟ ସ୍ଥିତ କାଉନ୍‌ସିଲ୍ ଅଫ୍ ଆନାଲିଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍‌ର ପ୍ରଫେସର ଜଗବନ୍ଧୁ ସାମଲ କହିଛନ୍ତି।

‘ଭାରତୀୟ ଜନଜାତି ଭାଷାଗୁଡିକ ର ସଂରକ୍ଷଣ ଓ ବିକାଶ’ ଶୀର୍ଷକ ଆଲୋଚନାରେ ନିଜ ମତବ୍ୟକ୍ତ କରି ଏହା କହିଛନ୍ତି ଡକ୍ଟର ସାମଲ।

ଅଗଷ୍ଟ ୯ ତାରିଖ ଆନ୍ତଜାର୍ତୀକ ଜନଜାତି ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ର ଆୟୋଜନ କରାଯାଇଥିଲା।

ଡକ୍ଟର ସାମଲ କହିଥିଲେ ଯେ, ଭାରତୀୟ ଜନଜାତିଙ୍କ ଭାଷା ଗୁଡିକ ବେଶ ଜଟିଳ ଏବଂ ଗୋଟିକରୁ ଅନ୍ୟଟି ବେଶ୍ ଭିନ୍ନ। ଏହି ଭାଷାଗୁଡିକ କେବଳ ସଂଗୀତ, ଲୋକକଥା,କିମ୍ବଦନ୍ତୀ ଓ ପ୍ରହ୍ଳେଳିକା ମାଧ୍ୟମରେ ସଂରକ୍ଷିତ ହୋଇ ରହିଥାଏ।

ଅଧିକାଂଶ ଜନଜାତିଙ୍କର ନିଜସ୍ୱ ଲିପି ନାହିଁ। ସେମାନଙ୍କର କେବଳ କଥିତ ଭାଷା ରହିଛି ଯାହାକି ଖୁବ୍ ଉନ୍ନତ ବୋଲି ସେ କହିଥିଲେ।

ଏହି ଅଧିବେଶନରେ ଭାଷାବିତ୍ ଡକ୍ଟର ସନ୍ତୋଷ କୁମାର ରଥ, ସ୍କଲାର ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଏବଂ ଗୁଜରାଟୀ କବି ଜିତେନ୍ଦ୍ର ଭାସାଭା ମଧ୍ୟ ବକ୍ତବ୍ୟ ରଖିଥିଲେ।

ଡକ୍ଟର ସାମଲ କହିଥିଲେ ଯେ ଜନଜାତି ଭାଷାଗୁଡିକ ଉପଯୁକ୍ତ ରକ୍ଷଣାବେକ୍ଷଣ, ସରକାରୀ ପ୍ରୋତ୍ସାହନ ର ଅଭାବ ଏବଂ ଅନ୍ୟ ଭାଷାଗୁଡିକ ର ଚାପ ଯୋଗୁଁ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ତେଣୁ ୟୁନେସ୍କୋ ପକ୍ଷରୁ ଆଶଙ୍କା କରାଯାଉଛି ଯେ ଯଦି ଏଭଳି ଧାରା ଜାରି ରହେ ତେବେ ଏହି ଶତାଦ୍ଦୀର ଶେଷ ସୁଦ୍ଧା ପ୍ରାୟ ଅଧା କଥିତ ଭାଷାଗୁଡିକ ଲୋପ ପାଇଯିବ।

ୟୁନେସ୍କୋ ପକ୍ଷରୁ ଜନଜାତି ସତା ଭାଷାଗୁଡିକୁ ପ୍ରୋତ୍ସାହନ ଓ ସୁରକ୍ଷା ଦେବା ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଡକ୍ଟର ସାମଲ କହିବା ସହ ଜନଜାତି ଭାଷାଗୁଡିକର ସର୍ତା ହରାଇବାରେ ଶିଳ୍ପର ପ୍ରସାର, ବିକାଶ ମୂଳକ କାର୍ଯ୍ୟ ତଥା ଆଧୁନିକ ସଂସ୍କୃତି ହିଁ ମୂଳ କାରଣ ବୋଲି କହିଥିଲେ।

ଜନଜାତି ଙ୍କର ମୂଲ୍ୟବୋଧ, ପ୍ରଥା, ପରଂପରା, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନରେ ପରିବର୍ତନ ଯୋଗୁଁ ସେମାନଙ୍କର ସଂସ୍କୃତି ଓ ଭାଷା ଉପରେ ଅନେକ ପ୍ରଭାବ ପଡୁଛି ବୋଲି ସେ ମତ ଦେଇଥିଲେ।

ଡକ୍ଟର ସାମଲ ଜନଜାତିଙ୍କର ଉନ୍ନତି ନିମନ୍ତେ ଏକ ସ୍ୱତନ୍ତ୍ର ଭାଷାନୀତି ର ପ୍ରଚଳନ ନେଇ ଦାବି କରିବା ସହ ଜନଜାତି ସଂପ୍ରଦାୟରେ କେଉଁ ମାନଙ୍କ ର ଲିପି ଅଛି ଏବଂ କାହାର ନାହିଁ ତାହା ଚିହ୍ନଟ କରି ଯେଉଁମାନଙ୍କ ଲିପି ଅଛି ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡକ୍ଟର ରଥ କହିଥିଲେ ଯେ ୧୯୬୧ ରେ ଯେଉଁ ଜନଗଣନା କରାଯାଇଥିଲା ତହିଁ ଅନୁଯାୟୀ ଭାରତରେ ୧୬୫୨ଟି ଭାଷା ଥିଲା। ତେବେ ୧୦ ବର୍ଷ ପରେ ପରବର୍ତୀ ଜନଗଣନାରେ ଭାଷା ଗୁଡିକର ସଂଖ୍ୟା ୧୦୮କୁ ହ୍ରାସ ପାଇଥିଲା। ଏହାର ମୁଖ୍ୟ କାରଣ ହେଉଛି ଯେଉଁ ଭାଷାକୁ ୧୦,୦୦୦ରୁ କମ୍ ସଂଖ୍ୟକ ସଂପ୍ରଦାୟ ବ୍ୟବହାର କରନ୍ତି ତାହା ତାଲିକା ରେ ସ୍ଥାନ ପାଇ ନଥିଲା। ପ୍ରତ୍ୟେକ ଶିଶୁ ତାର ପ୍ରାଥମିକ ଶିକ୍ଷା ମାତୃଭାଷାରେ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଶ୍ରୀ ଭାସାଭା ପରାମର୍ଶ ଦେଇଥିଲେ ଯେ ଶିକ୍ଷିତ ଜନଜାତି ନିଜ ଭାଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପଦକ୍ଷେପ ନେବା ସହ ଆଦିବାସୀ ଅଂଚଳ ରେ ରହୁଥିବା ଅଣ ଜନଜାତି ବର୍ଗ ଏଭଳି ଉଦ୍ୟମରେ ସହଯୋଗ କରିବା ଉଚିତ୍।

ପ୍ରଫେସର ଦାଶ କହିଥିଲେ ଯେ ଓଡିଶାରେ ସଂସ୍କୃତ, ପ୍ରକୃତ ଓ ଜନଜାତି ଭଳି ଭାଷାର ତିନୋଟି ଶାଖାର ବିକାଶ ହୋଇଛି।

ଉଦ୍‌ଯାପନୀ ଦିବସରେ ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର କେ. ଶ୍ରୀନିବାସରାଓ , ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବଳାଳା ପଣ୍ଡା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦିବସରେ ‘ଜନଜାତି ଭାଷାକୁ ନେଇ ଯୁବ ଲେଖକଙ୍କ ନିମନ୍ତେ ଆହ୍ୱାନ’ ଶୀର୍ଷକ ଆଲୋଚନା ଓ ବହୁବିଧ ଭାଷାରେ କବିତାବୃତି ଆୟୋଜିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଉଦ୍‌ବେଗ: ସୋଆରେ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର ପରିସ୍ଥିତିରେ ପହଂଚିଥିବା ବେଳେ ଭାଷାକୁ ହରାଇବା ନିଜ ସଂସ୍କୃତିକୁ ହରାଇବା ସହ ସମାନ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ।

ଅଗଷ୍ଟ ୯ ତାରିଖ ଆନ୍ତର୍ଜାତିକ ବିଶ୍ୱ ମୂଳ ନିବାସୀ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମିଳିତ ସହଭାଗିତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣ ଜନଜାତି ଲେଖକ ଯୋଗ ଦେଇଥିଲେ।

ମୂଳ ନିବାସୀ ଜନଜାତି ଗୋଷ୍ଠୀ ହିଁ ବିଶ୍ୱ ସଂସ୍କୃତିର ମୂଳ ଭଣ୍ଡାର ହୋଇଥିବା ବେଳେ ଯଦି ଏମାନଙ୍କର ଯତ୍ନ ନ ନିଆଯାଏ ତେବେ ଆମେ ଆମ ସଂସ୍କୃତିକୁ ହରାଇ ବସିବା ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ପୁରାତନ ଜ୍ଞାନ ମଧ୍ୟ ହଜିଯିବ ବୋଲି ଡକ୍ଟର ଶ୍ରୀନିବାସରାଓ କହିଥିଲେ।

ସାହିତ୍ୟ ଏକାଡେମୀ ପକ୍ଷରୁ ଜନଜାତି ଭାଷାରେ ଲିଖିତ ସାହିତ୍ୟକୁ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପ୍ରକାଶନ କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ବିଜେତା ଡକ୍ଟର ହଳଧର ନାଗ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ବିଦ୍ୱାନ ପ୍ରଫେସର ଜଗନ୍ନାଥ ଦାସ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଶା ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ସାନ୍ତାଳୀ ଲେଖକ ତଥା ସାହିତ୍ୟ ଏକାଡେମୀର ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଚୈତନ୍ୟ ପ୍ରସାଦ ମାଝି, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ତଥା ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ।

ନିଜ କୋଶଳୀ ଭାଷାରେ ଭାଷଣ ଦେଇ ଡକ୍ଟର ନାଗ କହିଥିଲେ ଯେ ସେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ମଧ୍ୟ ସମାଜକୁ ଉଚିତ ପଥ ଦେଖାଇବା ପାଇଁ ସାହିତ୍ୟରେ ନିଜକୁ ମନୋନିବେଶ କରାଇଥିଲେ। ଯଦିଓ ମୁଁ ଅଧିକ ପାଠ ପଢ଼ି ନାହିଁ ମୋ ଲେଖାକୁ ବିଶ୍ୱର ଅନ୍ୟ ଭାଷାଗୁଡ଼ିକରେ ଅନୁବାଦ କରାଯାଇଛି ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ପରିବ୍ୟାପ୍ତ ହୋଇଛି। ଏପରିକି ତାଙ୍କର କିଛି ଲେଖା ବିଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଥିବା ସେ କହିଥିଲେ।

ମୋ ଲେଖା ମାଟି ସହିତ ଜଡ଼ିତ ଯେଉଁଠାରେ ମୁଁ ଅଛି ବୋଲି ସେ କହିଥିଲେ।
ପ୍ରଫେସର ଜଗନ୍ନାଥ ଦାସ ନିଜର ବକ୍ତବ୍ୟରେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟ ଆଧୁନିକତାରେ ପ୍ରଭାବିତ ହୋଇ ନିଜ ସଂସ୍କୃତି ଠାରୁ ଦୂରେଇଯାନ୍ତି ନାହିଁ।

ସେମାନେ ପାହାଡ, ପର୍ବତ, ନଦୀ ଓ ଝରଣା ସହିତ ଯୋଡି ହୋଇ ରହିଥାନ୍ତି ଏବଂ ହୃଦୟରୁ ସେମାନଙ୍କର ଭାବର ପରିପ୍ରକାଶ କରିଥାନ୍ତି। ଆମକୁ ସେମାନଙ୍କ କବିତା ଶୁଣିବା ସହ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡକ୍ଟର ଗୌରହରି ଦାସ ଜନଜାତି ଲେଖକ ସମ୍ମିଳନୀ ନେଇ ସାହିତ୍ୟ ଏକାଡେମୀ ଓ ପ୍ରାଚୀନର ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଅବହିତ କରିଥିଲେ। ଜନଜାତି ଭାଷାଗୁଡ଼ିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡକ୍ଟର ଦାସ ଏହି ଅବସରରେ ଉପସ୍ଥିତ ଥିବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ମାଝି କହିଥିଲେ ଯେ ବିଶ୍ୱର ୭୦୦୦ ମୂଳ ଭାଷାରୁ ୪୦ ପ୍ରତିଶତ ଲୋପ ପାଇସାରିଥିବା ବେଳେ ଏହି ଧାରାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ୟୁନେସ୍କୋ ପକ୍ଷରୁ ୨୦୨୨-୨୦୩୨ ଦଶକକୁ ମୂଳ ନିବାସୀ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣର ବର୍ଷ ଭାବେ ଘୋଷଣା କରାଯାଇଛି। ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଲିପିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖି ସଉରା ଏବଂ ହୋ ଜନଜାତି ଭାଷାର ଲିପି ବିକଶିତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ପ୍ରାଚୀନ୍‌୍ ପକ୍ଷରୁ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ “ଆଦିପର୍ବ” ସଂସ୍କରଣର ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ପୂର୍ବରୁ ୧୮ଟି ପର୍ବରୁ ଏହାର ୧୦ଟି ପର୍ବ ପ୍ରାଚୀନ ଦ୍ୱାରା ପ୍ରକାଶିତ ହୋଇ ସାରିଛି।

ଏହି ଅବସରରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ପଣ୍ଡା କହିିଥିଲେ ଯେ ପ୍ରାଚୀନ ପକ୍ଷରୁ ସାରୋଳଦାସ ମହାଭାରଥ ପୁସ୍ତକ ପ୍ରକାଶନ ଭଳି ଅନେକ ଗୁରୁତ୍ୱପୂ୍‌ର୍ଣ୍ଣ କାର୍ଯ୍ୟ ସମେତ ଡିଜିଟାଲାଇଜେସନ୍‌, ଅନୁବାଦ, ପ୍ରୋଜ୍ ରେଣ୍ଡରିଂ, ପ୍ରଡକ୍ସନ୍ ଅଫ୍ କର୍ପୋରା, ଡିକ୍ସନାରୀ ଆଣ୍ଡ ଲିଟରାରୀ ଏନ୍‌ସାଇକ୍ଲୋପେଡିଆ ଅଫ୍ ସାରଳା ଦାସ ଭଳି କାର୍ଯ୍ୟ ଜାରୀ ରହିଛି।

ସେ କହିଥିଲେ ଯେ ଜନଜାତି ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଯାହାକି ଲୋପ ପାଇବାକୁ ବସିଛି ସେ ସବୁକୁ ସଠିକ୍ ଭାବରେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହିଛି। ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ରଗଳ୍ପ ପଠନ ତଥା ଜନଜାତି ସଂଗୀତ, ସଉରା କଳା ଓ ଲିପିର ବିଶ୍ଲେଷଣ କର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ। ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି।

ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି। ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି।

ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ ଅବସରରେ ନିଜ ଅଭିଭାଷଣରେ ପ୍ରଫେସର ନନ୍ଦ ସେମାନେ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ଜଟିଳ ସମୟରେ ଅଧ୍ୟୟନ ନିମନ୍ତେ ଆସିଥିଲେ ବୋଲି କହିଥିଲେ। କୋଭିଡ – ୧୯ ମହାମାରୀ ନିମନ୍ତେ ଜନଜୀବନ ଅଟକି ଯାଇଥିବା ସମୟରେ ନିଜ ଘର ଠାରୁ ଦୂରରେ ରହି ୪ ବର୍ଷର ଶିକ୍ଷାର ଯାତ୍ରା ସମାପ୍ତ କରିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି। ସେହିପରି ଇଞ୍ଜିନିୟରିଂ କଲେଜ ତାଲିକାରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୨୭ ତମ ସ୍ଥାନରେ ରହିଛି ଆଇଟିଇଆର୍। ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ତୁମ ଦେଶରେ ଉପଯୋଗୀ ହେବା ନେଇ ମୁଁ ଆଶାବାଦୀ ବୋଲି ପ୍ରଫେସର ନନ୍ଦ କହିଥିଲେ।

ସିରିଆର ଦୁଇ ଜଣ ଛାତ୍ର ଓ ଛାତ୍ରୀ ବେଲାଲ୍ ଏମନ୍ ଜହାରା ଓ ଆଫ୍ରା ଜୁମା ଡିଗ୍ରୀ ଗ୍ରହଣ କରିବା ପରେ ନିଜ ଭାଷଣରେ ନିଜ ଅଧ୍ୟାପକ -ଅଧ୍ୟାପିକା ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ଯୋଗୁଁ ହିଁ ସେମାନେ ତାଙ୍କ ପାଠ୍ୟକ୍ରମ ଶେଷ କରିପାରିଛନ୍ତି ବୋଲି କହିଥିଲେ।

୨୦୧୯ରେ ଯେତେବେଳେ ଆମେ ଏଠାକୁ ଆସିଲୁ ସେତେବେଳେ ଆମେ ଦ୍ୱନ୍ଦ୍ୱ ଓ ଭୟରେ ଥିଲୁ । ତେବେ ଏଠାରେ ଆମକୁ ନିଜର ଘର ପରି ଅନୁଭବ କରୁଛୁ। ଭାରତ ଆମ ପାଇଁ ଆମର ଦ୍ୱିତୀୟ ଜନ୍ମଭୂମି ପାଲିଟିଯାଇଛି। ଆମେ ଆମ ଜୀବନର ଶ୍ରେଷ୍ଠ ୪ ବର୍ଷ ସୋଆରେ କଟାଇଲୁ ବୋଲି ଜହାରା କହିଛନ୍ତି।

ଏହି ଅବସରରେ ପ୍ରଫେସର ଦାସ ଓ ପ୍ରଫେସର ଶର୍ମା ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସ୍ଥିତପ୍ରଜ୍ଞା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍‌ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ’ (ଆଇସିଆର୍‌ଏଏମ୍‌ଇଆର୍‌ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ।

ଏହି ସମ୍ମିଳନୀରେ ଏନର୍ଜି ଷ୍ଟୋରେଜ୍ ଆଣ୍ଡ କନ୍‌ଭର୍ସନ୍‌, ପାୱାର ସିଷ୍ଟମ ଇଞ୍ଜିନିୟରିଂ ସମେତ ନଭେଲ୍ ମାଟେରିଆଲ୍‌ସର ଅତ୍ୟାଧୁନିକ ଗବେଷଣା, ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ନୂତନ ଦିଗ ଓ ଏହାକୁ ନେଇ ଉପୁଜୁଥିବା ବୈଷୟିକ ସମସ୍ୟାରୁ ମୁକୁଳିବାର ରାସ୍ତା, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ, ମେକାଟ୍ରୋନିକ୍‌ସ ଆଣ୍ଡ ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଇନ୍ ମାନୁଫ୍ୟାକ୍‌ଚରିଂ ପ୍ରସେସ୍‌, ଏନ୍‌ଭାଇରନ୍‌ମେଂଟାଲ ସାଇନ୍ସ, ରିନ୍ୟୁଏବଲ୍ ଏନର୍ଜି ଆଣ୍ଡ ଅଟୋମେସନ୍ ଇନ୍ ହେଲ୍‌ଥ କେୟାର ସିଷ୍ଟମ୍‌ସ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ଜୋନାଲ୍ ଡେଭଲପ୍‌ମେଂଟ କମିଶନର ଡକ୍ଟର ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ଜେ.କେ. ନାଥ ଓ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍‌. ଥାଟୋଇ ବକ୍ତବ୍ୟ ରଖିଥିଲେ।

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ୨୧୦ଟି ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୧୫୦ଟିକୁ ପ୍ରକାଶନ ନିମନ୍ତେ ଚୟନ କରାଯାଇଛି।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ୍ ନଟିଙ୍ଗହାମ୍‌, ୟୁକେର ରମନ୍ ରିସର୍ଚ୍ଚ ଫେଲୋ ଡକ୍ଟର ଶିଶିର ମନ୍ତ୍ରୀ, ୟୁନିଭର୍ସିଟି ଅଫ୍ ଫ୍ଲୋରିଡା, ୟୁଏସ୍‌ଏର ମେକାନିକାଲ୍ ଆଣ୍ଡ ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏସ୍‌.ଏସ୍‌. ସେରିଫ୍‌, ଆଇଆଇଟି ଯୋଧପୁରର ଆସୋସିଏଟ୍ ପ୍ରଫେସର ଜୟବୀର ସିଂ, ଆଇଆଇଟି ଦିଲ୍ଲୀର ପ୍ରଫେସର ଏସ୍‌. ପ୍ରଦ୍ୟୁମ୍ନ ଓ ନାଲ୍‌କୋର ଜେନେରାଲ୍ ମ୍ୟାନେଜର (ଏନ୍‌ଭାଇରନ୍‌ମେଂଟ) ସଞ୍ଜୟ କୁମାର ପଟ୍ଟନାୟକ ବକ୍ତା ଓ ବିଶେଷଜ୍ଞ ଭାବେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପି୍‌ଟାଲ୍‌ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇଯାଇଛି।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍‌ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍‌ର ଶୁଭାରମ୍ଭ କରିଥିଲେ।

ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍‌” (ଆର୍‌ଟିଏମ୍‌ଏସ୍‌) ଓ “ଟ୍ରାନ୍ସକ୍‌୍ରାନିଆଲ୍ ଡିରେକ୍ଟ କରେଂଟ ଷ୍ଟିମୁଲେସନ୍‌” (ଟିଡିସିଏସ୍‌) ସେବା ଉପଲବ୍ଧ।

ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ନ୍ୟୁରୋପାଥି ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ। ଉଭୟ ଚିକିତ୍ସା ପଦ୍ଧତି ଅତ୍ୟଧିକ ସୁରକ୍ଷିତ ଓ ବିନା ନିଶ୍ଚେତକରେ ବହିଃ ସ୍ୱାସ୍ଥ୍ୟ ବିଭାଗରେ ହୋଇପାରିବ। ଏହି ବ୍ୟବସ୍ଥା ଭୁବନେଶ୍ୱରରେ କୌଣସି ମେଡିକାଲ୍ କଲେଜରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇପାରିଛି।

ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଲ୍ୟାବ୍ ଦ୍ୱାରା ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ।

ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି ଅବସରରେ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ଶୁଭେଚ୍ଛା ଜଣାଇବା ସହ ନ୍ୟୁରୋମୋଡ୍ୟୁଲୋସନ୍ ଲ୍ୟାବ୍ ମାନସିକ ଚିକିତ୍ସା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ।

ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଚିକିତ୍ସା ଜଗତରେ ପ୍ରଯୁକ୍ତିବିଦ୍ୟାର ବୈପ୍ଲବିକ ପରିବର୍ତନ କିପରି ମାନସିକ ରୋଗ ଜଡ଼ିତ ଚିନ୍ତାଧାରାକୁ ବ୍ୟାହତ କରିପାରିବ ସେ ନେଇ ଆଲୋକପାତ କରିଥିଲେ।

ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ୍ ସାହୁ ଆର୍‌ଟିଏମ୍‌ଏସ୍ ଓ ଟିଡିସିଏସ୍ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ମେସିନ୍‌ର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କିପରି ଉପଯୋଗ ହୋଇପାରିବ ସେ ବିଷୟରେ କହିଥିଲେ। ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ରାକେଶ ମହାନ୍ତି ମେସିନ୍‌କୁ ଚଳାଇ ସମସ୍ତଙ୍କୁ ପ୍ରଦର୍ଶିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ସୌମ୍ୟ ରଂଜନ ଦାଶ, ଡାକ୍ତର ଅମିୟ କୃଷ୍ଣ ସାହୁ, ଡାକ୍ତର ଲଗ୍ନଜିତ୍ ଦାସ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ , ଡାକ୍ତର ରୁପେଶ ସେନାପତି ତଥା ପିଜି ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ

ଭୁବନେଶ୍ୱର: ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।
ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବା ନିମନ୍ତେ ଆମେ ଭାରତୀୟ ତଥା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଗୁଡିକ ସହ ସହଭାଗିତା କରୁଛୁ। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ଟି ଭାରତୀୟ ଓ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସହିତ ସୋଆ ବୁଝାମଣା ସ୍ୱାକ୍ଷରିତ କରି ସାରିଥିବା ବେଳେ ଏମାନଙ୍କ ମଧ୍ୟରେ ୩୯ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଫେସର ନନ୍ଦ କହିଛନ୍ତି।
ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ଓ ଜଳବାୟୁ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ସୋଆରେ ଅଟଳ ଇନୋଭେସନ ମିଶନ ପକ୍ଷରୁ ଅଟଳ ଇନକ୍ୟୁବେସନ ସେଂଟର (ଏଆଇସି) ପ୍ରତିଷ୍ଠା ନିମନ୍ତେ ଅନୁମତି ମିଳିଛି ବୋଲି ପ୍ରକାଶ କରି ପ୍ରଫେସର ନନ୍ଦ ଏହା ଅଭିନବ ଷ୍ଟାର୍ଟଅପ ଗୁଡିକୁ ନିରନ୍ତର ବ୍ୟାବସାୟିକ ପ୍ରତିଷ୍ଠାନରେ ପରିଣତ କରିବ ବୋଲି କହିଥିଲେ।
ସୋଆ ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଓ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ କାର‌୍ୟ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ।
ଜାତୀୟ ଶିକ୍ଷା ନୀତି ୨୦୨୦ ବହୁବିଧ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ପ୍ରସଙ୍ଗ ଉପରେ ଆଲୋକପାତ କରି  ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମଲ୍‌ଟି ଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି (ମେରୁ) ଚିନ୍ତାଧାରାର ନିକଟବର୍ତୀ । ଆମେ ଏହି କ୍ୟାଟେଗୋରିରେ ରହି ଗବେଷଣା କାର‌୍ୟ୍ୟକୁ ଆଗେଇ ନେବାକୁ ଆଗ୍ରହୀ ବୋଲି ସେ କହିଥିଲେ।
ଗତ କିଛି ବର୍ଷ ମଧ୍ୟରେ ସୋଆର ଅଗ୍ରଗତିକୁ ଅତିଥି ଭାବେ ଯୋଗଦେଇଥିବା ୩ ଜଣ କୁଳପତି ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରଫେସର ରାଉଳ କରୋନା ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍‌ମାନ ପରିଚାଳିତ କରାଯାଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ହଜାର ହଜାର ଲୋକଙ୍କର ଜୀବନକୁ ବଂଚାଇବା ଭଳି ମାନବୀୟ କାର‌୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ବିଶ୍ୱବିଦ୍ୟାଳୟର ଆରମ୍ଭ ସମୟକୁ ସ୍ମରଣ କରି ପ୍ରଫେସର ରାଉଳ କହିଥିଲେ ଯେ ସୋଆ ଯେଉଁଭଳି ଭାବରେ ନିଜକୁ ବିକଶିତ କରିପାରିଛି ସେ ନିମନ୍ତେ ସମସ୍ତ ଶ୍ରେୟ ଏହାର ଦୂରଦର୍ଶୀ ନେତୃତ୍ୱକୁ ହିଁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଥିବା ସମସ୍ତ ଆବଶ୍ୟକତାକୁ ସୋଆ ପୂରଣ କରିବାରେ ସକ୍ଷମ ବୋଲି ସେ କହିଥିଲେ।
ସୋଆକୁ ଏକ ସଫଳ କାହାଣୀ ବୋଲି ବର୍ଣ୍ଣନା କରି ପ୍ରଫେସର ରଥ ବିଶ୍ୱବିଦ୍ୟାଳୟ ୨୦୨୩ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଙ୍ଗରେ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇବା ସହିତ ନାକ୍ ପକ୍ଷରୁ ସର୍ବୋଚ୍ଚ ଏ++ ଗ୍ରେଡରେ ପୁନଃ ସ୍ୱୀକୃତି ଲାଭ କରିଥିବା କହିଥିଲେ।
ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ଭଲ ମଣିଷ ଭାବେ ଗଢ଼ି ତୋଳିବା। ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଦକ୍ଷତା ଗୁଡିକୁ କିଭଳି ପ୍ରସ୍ଫୁଟିତ କରାଯାଇ ପାରିବ ସେ ଦିଗରେ କାର‌୍ୟ୍ୟ କରିବା ନେଇ ଗୁରୁତ୍ୱାରୋପ କରାଯାଇଥିବା ପ୍ରଫେସର ରଥ କହିଥିଲେ।
ପାଠ୍ୟକ୍ରମର ୪୦ ପ୍ରତିଶତ ଅନ୍‌ଲାଇନ୍ ଯୋଗେ ପଢ଼ାଯିବା ନେଇ ୟୁଜିସି ନିର୍ଦ୍ଦେଶ ଦେଇଥିବା ଦର୍ଶାଇ ପ୍ରଫେସର ରଥ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କର କେଉଁ କ୍ଷେତ୍ରରେ ଆଗ୍ରହ ରହିଛି ବୋଲି ତାହା ବୁଝିବା ଆବଶ୍ୟକ।
ଏହି ଅବସରରେ ପ୍ରଫେସର ବିଶ୍ୱାଳ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ସେ ଯେତେବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପ୍ରତିଷ୍ଠା କରିବା ବିଷୟ ଚିନ୍ତା କରିଥିଲେ ସେତେବେଳେ ଖୁବ୍ କମ୍ ଲୋକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣା କରିବା କଥା ଭାବୁଥିଲେ। ଚିରାଚରିତ ପାଠ୍ୟକ୍ରମରୁ ଆଗକୁ ପ୍ରାୟତଃ କେହି ଚିନ୍ତା କରିନଥାନ୍ତି। ଏହାର ମୂଳଦୁଆକୁ ପ୍ରଫେସର ନାୟକ ବଳିଷ୍ଠ ଭାବେ ସ୍ଥାପନ କରିଥିବା ବେଳେ ତାଙ୍କର ଉଦ୍ଦେଶ୍ୟ ଅକପଟ ଥିଲା। ଏହି ବିଶ୍ୱବିଦ୍ୟାଳୟର ଏଭଳି ଉନ୍ନତିକୁ ଦେଖି ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ବିଶ୍ୱାଳ କହିବା ସହ ଏନଆଇଆରଏଫ ର‌୍ୟାଙ୍କିଙ୍ଗରେ ସୋଆ ଉଚ୍ଚସ୍ଥାନରେ ରହିବା କେବଳ ନିରନ୍ତର ଉଦ୍ୟମ ଓ ଦୂରଦର୍ଶୀ ନେତୃତ୍ୱର ପ୍ରତିଫଳନ ବୋଲି କହିଥିଲେ।
ଭବିଷ୍ୟତରେ ସୋଆ ଓଡ଼ିଶାରୁ ବହୁ ଉର୍ଦ୍ଧ୍ୱକୁ ଯାଇ ଦେଶ ବାହାରେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। କାର‌୍ୟ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନସେନର ଡିନ୍ ପ୍ରଫେସର ନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଜି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁଳୁଗୁଳି ଯୋଗୁଁ ମୌସୁମୀ ଦୁର୍ବଳ ହୋଇ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ଏଥିରେ କୁହାଯାଇଛି।

ତେବେ ଜୁଲାଇ ୧୮ରେ ଉତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ସେହି ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଜୁଲାଇ ୨୦ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି।
ଏହାର ପ୍ରଭାବରେ ଜୁଲାଇ ୨୧ ରୁ ୨୩ ତାରିଖ ମଧ୍ୟରେ ଉତର-ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନେଇ ସୋଆ ଏବଂ ଆଇସିଏମ୍‌ଆର-ଆର୍‌ଏମ୍‌ଆର୍‌ସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଇସିଏମ୍‌ଆର୍‌- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଓ ସୋଆ ମିଳିତ ଭାବରେ ଟାସ୍କଫୋର୍ସ ଗବେଷଣା ଓ ପ୍ରକଳ୍ପ ନିମନ୍ତେ ରାଜ୍ୟ, ଜାତୀୟ ଏବଂ ଆନ୍ତିର୍ଜାତିକ ସ୍ତରରେ ଉପଲବ୍ଧ ଅନୁଦାନର ଉପଯୋଗ କରି ଗବେଷଣ। କରିବେ।

ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ସ୍କଲାରମାନେ ସୋଆରେ ମେଡିକାଲ୍ ସାଇନ୍ସ, ପବ୍ଲିକ୍ ହେଲ୍‌ଥ, ମାଇକ୍ରୋ ବାୟୋଲୋଜି, ଫାର୍ମାସି, ନର୍ସିଂ ଏବଂ ବାୟୋଟେକ୍ନୋଲୋଜି ବିଷୟରେ ଗବେଷଣା କରିବେ। ସେହିପରି ସୋଆ ମଧ୍ୟ ଆଇସିଏମ୍‌ଆର୍‌- ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକମାନଙ୍କୁ ପିଏଚ୍‌ଡି କାର୍ଯ୍ୟରେ ତତ୍ୱାବଧାନ କରିବା ନିମନ୍ତେ ରିସର୍ଚ୍ଚ ଗାଇଡ୍ ଏବଂ କୋ-ଗାଇଡ୍ ଭାବେ ସାମିଲ କରିବ।

ଏହା ବ୍ୟତୀତ ଉଭୟ ସୋଆ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ରିସର୍ଚ୍ଚ ସ୍କଲାରମାନେ ଉଭୟ ଅନୁଷ୍ଠାନର ଉପଲବ୍ଧ ସୁବିଧା ସୁଯୋଗକୁ ଗବେଷଣା ନିମନ୍ତେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ସୋଆ ଏବଂ ସଂମ୍ପୃକ୍ତ କେନ୍ଦ୍ରୀୟ ଅନୁଷ୍ଠାନ ମଧ୍ୟରେ ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥ ପ୍ରୋଗ୍ରାମ ନିମନ୍ତେ ଫ୍ୟାକଲ୍ଟିମାନଙ୍କର ଆଦାନ ପ୍ରଦାନ କରାଯିବ।

ପାଂଚ ବର୍ଷ ପାଇଁ ହୋଇଥିବା ଏହି ବୁଝାମଣା ପତ୍ରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଡକ୍ଟର ପତି କହିଛନ୍ତି ଯେ ବୁଝାମଣା ଅନୁଯାୟୀ ଗବେଷଣାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ଜନସ୍ୱାସ୍ଥ୍ୟକୁ ପ୍ରମୁଖ ସ୍ଥାନ ଦିଆଯିବ। ସୋଆ ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଅନେକ ଗବେଷଣା କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ଉଭୟ ଅନୁଷ୍ଠାନ ଏକ୍ରତ କାର୍ଯ୍ୟ କରି ଅଧିକ ସଫଳ ହୋଇପାରିବେ। ସୋଆ ଗବେଷଣା ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇସିଏମ୍‌ଆର୍ ଠାରୁ ପୂର୍ବରୁ ମଧ୍ୟ ଅନୁଦାନ ପାଇଥିବା ବେଳେ ଏହି ରାଜିନାମା ଦ୍ୱାରା ଏହା ଅଧିକ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମିଳିତ ଭାବେ ଅନେକ ଗବେଷଣା କାର୍ଯ୍ୟ, ସମ୍ମିଳନୀ ଏବଂ ସେମିନାର ହୋଇପାରିବ। ଦୁଇଟି ଅନୁଷ୍ଠାନ ମଧ୍ୟରେ ଏହା ଦ୍ୱାରା ସମ୍ପର୍କ ସୁଦୃଢ଼ ହେବ ବୋଲି ସେ କହିଥିଲେ।

ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ପ୍ରମୋଦ କୁମାର ପଣ୍ଡା ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ ଓ ଡକ୍ଟର ମହେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି।

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି। ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି।

ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍‌ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି।

ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍‌ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍‌ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍‌ଏ ର ୟୁନିଭର୍ସିଟି ଅଫ୍ ୱାଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି।

ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି। ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି। ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍‌ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।