Categories
ଆଞ୍ଚଳିକ

ଗରିବ ଅବହେଳିତ ଛାତ୍ରମାନଙ୍କୁ ବସ୍ତ୍ର, ମଶାରୀ, ପଙ୍ଖା, ଖାଦ୍ୟ ସାମଗ୍ରୀ ବାଣ୍ଟିଲା ସିଲ୍କ ସିଟି ମହିଳା ସଙ୍ଗଠନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ୱାଧୀନତା ଦିବସ ଉପଲେକ୍ଷ ସିଲ୍କ ସିଟି ମହିଳା ପ୍ରାତଃ ଭ୍ରମଣ ସଙ୍ଗଠନ ପକ୍ଷରୁ ଆମ୍ବପୁଆ ଠାରେ ଅବସ୍ଥିତ ରାମ କୃଷ୍ଣ ମିଶନ ଆଶ୍ରମରେ ଅବସ୍ଥାନ କରୁଥିବା ଗରିବ ଅବହେଳିତ ଛାତ୍ରମାନଙ୍କୁ ବୈଦିକ ବସ୍ତ୍ର, ମଶାରୀ, ଦୁଇଗୋଟି ପଙ୍ଖା, ଖାଦ୍ୟ ସାମଗ୍ରୀ, ଚାଉଳ ଡାଲି ଓ ମିଠା ଇତ୍ୟାଦି ସାମଗ୍ରୀ ସବୁ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ଲବ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ କୁସୁମ, ସମ୍ପାଦିକା ସୂର୍ଯ୍ୟ କୁମାରୀ, କୋଷାଧ୍ୟକ୍ଷ ରଜନୀ, ସାମଗ୍ରୀ ଦାତ୍ତା, ଏସ୍ ଗୌରୀ, ଗାନ୍ଧି ନଗର ଅଞ୍ଚଳରେ ଥିବା ଏହି କ୍ଲବର ସଦସ୍ୟ ଏବଂ ସାଥୀମାନଙ୍କୁ ନେଇ ଆଶ୍ରମରେ ରହିଥିବା ପିଲାମାନଙ୍କୁ ସାମଗ୍ରୀ ବଣ୍ଟନ୍ କରି ଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଭିକାରୀ ନାୟକ ନେତୃତ୍ୱରେ କ୍ଲବର ସଭ୍ୟ ସଭ୍ୟାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।

କ୍ଲବର ମୁଖ୍ୟ ସଭାନେତ୍ରୀଙ୍କୁ ଅନୁରୋଧ କରିଥିଲେ, ଯାହାକି ଆଶ୍ରମର ଛାତ୍ରମାନଙ୍କୁ ନେଇ କିପରି କ୍ଲବର ଅନ୍ୟ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିବା ସହିତ ଆଶ୍ରମର ଉନ୍ନତି ନିମନ୍ତେ ଦୃଷ୍ଟି ଦେବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ଉକ୍ତ ସଭାରେ ଆଶ୍ରମର ମୁଖ୍ୟ ସହଯୋଗୀ, ପ୍ରଫେସର ନାରାୟଣ ପଣ୍ଡା, କ୍ଲବର ସମସ୍ତ ସଦ୍ୟସମାନଙ୍କୁ ଧନ୍ୟଵାଦ ଦେଇ ପିଲାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସଭା ସମାପ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍ସ ଭୁବନେଶ୍ୱରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୮ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଡ. ବିଶ୍ବାସ ସ୍ୱାସ୍ଥ୍ୟ, ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ଅନୁଷ୍ଠାନ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଏକ ଉତ୍କର୍ଷ କେନ୍ଦ୍ର ପାଲଟିଥିବା ସେ ପ୍ରକାଶ କରିଥିଲେ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏମ୍‌ସ ଭୁବନେଶ୍ୱର ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଡ. ବିଶ୍ବାସ। ନିକଟରେ ଏହି ଅନୁଷ୍ଠାନକୁ ଏନ୍ଆଇଆରଏଫ୍ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି।

ଏହି ଅବସରରେ କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ, ଡିନ୍‌ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ବରିଷ୍ଠ ପ୍ରାଶାସନିକ ଅଧିକାରୀ ରଶ୍ମି ରଂଜନ ସେଠୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏମ୍‌ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଉତ୍ସାହର ସହ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଉତ୍ସାହର ସହ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ସୋଆର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଏବଂ ସିକ୍ୟୁରିଟି ସୁରକ୍ଷା କର୍ମଚାରୀ ପରେଡ୍‌ରେ ସାମିଲ ହୋଇଥିବା ବେଳେ ପ୍ରଫେସର ମିଶ୍ର ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ଦେଶକୁ ସ୍ୱାଧୀନ କରିବାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ସମ୍ପର୍କରେ ବଖାଣି ପ୍ରଫେସର ମିଶ୍ର ନିଜ ଅଭିଭାଷଣରେ ସ୍ୱାଧୀନତା ଦାୟିତ୍ୱବୋଧତାର ଅନ୍ୟ ଏକ ଦିଗ ବୋଲି ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଭିତିକ ସଂଗୀତ ଓ ନୃତ୍ୟ ସମ୍ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନିକଟରେ ପ୍ରକାଶିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ସ ୨୦୨୪ରେ ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟ ଭାବେ ନିଜର ସ୍ଥାନ ହାସଲ କରିଛି ସୋଆ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଓଏସ୍‌ଡି ପ୍ରହଲ୍ଲାଦ ମହାନ୍ତି, ଜଏଂଟ ରେଜିଷ୍ଟ୍ରାର ଭିଷ୍ମ ଚରଣ ଦାସ, ଡାଇରେକ୍ଟର (ରିସୋର୍ସ) ତଥା ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ, ଡାଇରେକ୍ଟର (ଲିଗାଲ ଆଫେୟାର୍ସ) ସଞ୍ଜୟ କୁମାର ସାହୁ, ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଆୟୋଜିତ ପରେଡ୍‌ରେ ସୋଆର ପ୍ଲସ୍ ଟୁ ସାଇନ୍ସ କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ (ଆଇଏଚ୍‌ଏସ୍‌ଇ)ର ଛାତ୍ରଛାତ୍ରୀ ପ୍ରଥମ ପୁରସ୍କାର ନେଇଥିବା ବେଳେ ଆଇଏଏସ୍‌ର ଛାତ୍ରଛାତ୍ରୀ ଦ୍ୱିତୀୟ ଏବଂ ଏନ୍‌ଏସ୍‌ଏସ୍‌ର ଛାତ୍ରଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସ୍ୱାଧୀନତା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଜାତୀୟ ପତାକା ଉତୋଳନ କରିଥିଲେ। ଏହି ଅବସରରେ ସୋଆର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର ଓ ସେଂଟର ଫର୍ କ୍ୱାଂଟମ୍ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକାରେ ନୂତନ କମାଣ୍ଡିଂ ଅଫିସର ଭାବେ ଯୋଗ ଦେଲେ ବି ଦୀପକ ଅନୀଲ

ଚିଲିକା (ସୀତାରାମ ଅଗ୍ରୱାଲ): ସ୍ୱାଧୀନତା ଦିବସ ଅବସରରେ ଭୀରତୀୟ ନୌସେନାର ପ୍ରଶିକ୍ଷଣ ଅନୁଷ୍ଠାନ ଆଇଏନଏସ ଚିଲିକାରେ ନୂତନ କମାଣ୍ଡିଂ ଅଫିସର ତଥା ଓଡିଶା ଇନଚାର୍ଜ ନାଭାଲ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବି ଦୀପକ ଅନୀଲ।  କମୋଡର ବି ଦୀପକ ଅନୀଲ ଏହା ପୂର୍ବରୁ ବିଶାଖାପାଟଣା ସ୍ଥିତ ଇଷ୍ଟର୍ନ ନାଭାଲ କମାଣ୍ଡର ପ୍ଲାନ କମୋଡର ଭାବେ କାର୍ଯ୍ୟ କରୁଥିଲେ।

ତେବେ ପୂର୍ବତନ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଏସଏସବି ଭୋପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବାରୁ ଗୁରୁବାର ଦିନ କମାଣ୍ଡିଂ ଅଫିସର ବି ଦୀପକ ଅନୀଲଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି।

ଆଇଏନଏସ ଚିଲିକା ପକ୍ଷରୁ କମାଣ୍ଡିଂ ଅଫିସର ଅନୀଲଙ୍କୁ ନୌସେନା ଅଧିକାରୀ ଏବଂ ଯବାନମାନେ ଅଭିବାଦନ ଜଣାଇଥିଲେ। ଆଇଏନଏସ ଚିଲିକାର ଭିତ୍ତିଭୂମି ସୁଦୃଢ କରିବା ତଥା ପ୍ରଶିକ୍ଷାର୍ଥୀ ଯବାନମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ ଦିଗରେ ଗୁରୁତ୍ୱଦେବା ନେଇ କହିଛନ୍ତି ନୂତନ କମାଣ୍ଡିଂ ଅଫିସର କମୋଡର ବି ଦୀପକ ଅନୀଲ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ତା’ର ସଫଳତା ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଦେଶପ୍ରେମୀଙ୍କ ଆତ୍ମ ବଳିଦାନ ଆମ ପାଇଁ ସ୍ମରଣୀୟ।

ଦେଶପ୍ରେମ ଭାବନାରେ ଉଦ୍.ବୁଦ୍ଧ ହେବା ସହ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଭିନ୍ନତା ମଧ୍ୟରେ ଏକତା ଆମର ଆଦର୍ଶ, ନିଜ ସାମର୍ଥ୍ୟ ଭିତରେ ମାତୃଭୂମିର ସେବା କରିବାର ଦାୟିତ୍ୱ ବିଦ୍ୟାର୍ଥୀମାନେ ନିଷ୍ଠାର ସହ ନିର୍ବାହ କରିବା ଉଚିତ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ସ୍ତୁତି ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ, ମନ୍ତ୍ର ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷିତ ହୋଇଥିଲା। ଦେଶାତ୍ମବୋଧକ ସାମୂହିକ ସଙ୍ଗୀତ ଓ ଆଦିବାସୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରାଯିବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Categories
ଆଞ୍ଚଳିକ

ସ୍ୱାଧୀନତା ଦିବସରେ ଉପଲକ୍ଷେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

ରଣପୁର: ଆଉ ମାତ୍ର କିଛି ଦିନ ୭୮ତମ ସ୍ୱାଧୀନତା ଦିବସ ପାଳନ। ଏହାକୁ ଧୂମଧାମ ସହ ପାଳନ ନିମନ୍ତେ ରଣପୁର ଶିକ୍ଷା ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି। ଏ ନେଇ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ଇଁରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଁରାଜୀ ପ୍ରବନ୍ଧ, ଚିତ୍ରାଙ୍କନ, ଦେଶାତ୍ମକବୋଧ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଛି।

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରେ ଆଜି ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକଙ୍କ ସହଯୋଗରେ ନରସିଂହପୁର କ୍ଲଷ୍ଟରରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟ ଯୋଗ ଦେଇଥିଲେ। ମଣ୍ଡଳ ସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର ପରିଚାଳନା କରିଥିଲେ।

ଅବସର ପ୍ରାପ୍ତ ଶିକ୍ଷକ ଫକୀର ଚରଣ ନାୟକ, ପ୍ରଶାନ୍ତ କୁମାର ରଥ, ବରିଷ୍ଠ ଶିକ୍ଷକ ପୁଷ୍କର ପ୍ରଧାନ, ନୀଳାଦ୍ରି ସୁବୁଦ୍ଧି, ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ଲକ୍ଷ୍ମୀ ଦେଇ, ଭାଗବତ ଜେନା, କବିତା ଜେନା, ଅଜୟ କୁମାର ସାହୁ, ସୁଷମା ପ୍ରଧାନ, ବିଜୟ କୁମାର ଚମ୍ପତ୍ତି ପ୍ରମୁଖ ମୂଲ୍ୟାୟନରେ ସହଯୋଗ କରିଥିଲେ। ବିଦ୍ୟାଳୟ କର୍ମଚାରୀ ମାଧବ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗୀ କରିଥିଲେ।

ସେହିପରି ଗୌରାଙ୍ଗପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ରଙ୍କ ତତ୍ତ୍ୱବଧାନରେ ଯଦୁପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ଓ ଜୟ ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଅତିଥି ଭାବେ ଗ୍ରାମ ସଭାପତି ରଙ୍ଗନାଥ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ନାୟକ, ସୁକାନ୍ତ କୁମାର ରାୟସିଂହ, ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବରିଷ୍ଠ ଶିକ୍ଷକ ପବିତ୍ର ପ୍ରଧାନ, ନୃସିଂହ ଚରଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଯଦୁପୁର ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ଆଧାରରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ୨ କୋଟି ଲକ୍ଷପତି ଦିଦି ତିଆରି କରିବା ବିଷୟରେ କହିଥିଲେ, ଅର୍ଥାତ୍ ୨ କୋଟି ଏସଏଚଜି କିମ୍ବା ଅଙ୍ଗନବାଡି ଦିଦିଙ୍କୁ ଲକ୍ଷପତି କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଥିବା ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରୀ ଉପରେ ସେ ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ କୃଷି ତଥା ଆନୁଷଙ୍ଗିକ ଉଦ୍ଦେଶ୍ୟରେ ୧୫,୦୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଡ୍ରୋନ ଯୋଗାଇବା ବିଷୟରେ କହିଥିଲେ । ମହିଳା ଏସଏଚଜି ର ତାଲିମ ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ଉପରେ ନଜର ରଖିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯୋଜନାଗୁଡିକର ଏକ ସୂଚନା ପ୍ରଦାନ କରାଯାଇଥିଲା ।

ସୁଲଭ ଔଷଧର ଉପଲବ୍ଧତା ବୃଦ୍ଧି ପାଇଁ ଭାରତରେ ଜନ ଔଷଧି ଷ୍ଟୋର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ। ଏହି ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ରଣନୀତିର ସମୀକ୍ଷା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ୍ କିଲ୍ଲା ଠାରେ ଦେଇଥିବା ଭାଷଣରେ ଯେଉଁ ଘୋଷଣା ଗୁଡିକ କରିଥିଲେ ସେଗୁଡିକର ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କର ଗୃହ ପାଇଁ ସୁଲଭ ଋଣ ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ସେଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପରିବାର ମାନଙ୍କ ପାଇଁ ସୌର ଶକ୍ତି ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୬ଜି ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତ ୬ଜି ରୋଲଆଉଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଏହି ବାର୍ତ୍ତା ଦେଇଛନ୍ତି । ଅନେକ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ୬ଜି ଇଣ୍ଟରନେଟ୍ ସଂଯୋଗ ପାଇଁ ପ୍ରସ୍ତୁତ ହେଉଛି ।

ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି, କିନ୍ତୁ ଏହା ପରେ ମଧ୍ୟ ଏଠାରେ ସବୁଠାରୁ ସୁଲଭ ଡାଟା ପ୍ଲାନ୍ ଏବଂ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏକ ସମୟ ଥିଲା ଯେତେବେଳେ ଭାରତକୁ କେବଳ ସାପର ଦେଶ କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଭାରତ ସବୁ ଦିଗରେ ଅଗ୍ରଗତି କରୁଛି । ୫ଜି ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଭାରତ ଏବେ ୬ଜି ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ।

୬ଜି ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୫ଜିରୁ ୬ଜିକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି ଏବଂ ଏଥିପାଇଁ ଏକ ୬ଜି ଟାସ୍କ ଫୋର୍ସ ମଧ୍ୟ ପ୍ରସ୍ତୁତ କରାଯାଇଛି । ଦେଶର ୭୦୦ରୁ ଅଧିକ ଜିଲ୍ଲାର ଲୋକଙ୍କ ପାଖରେ ୫ଜି ସୁବିଧା ରହିଛି ଏବଂ ଏହି ସଂଖ୍ୟା ସହିତ ଭାରତ ୫ଜି କାର୍ଯ୍ୟକାରୀ କରିବାରେ ଦ୍ରୁତତମ ଦେଶ ପାଲଟିଛି ବୋଲି ସେ ସୂଚନା ଦେଇଛନ୍ତି ।

୬ଜି ପାଇଁ ପ୍ରସ୍ତୁତି ଚାଲିଛି

ଏହା ପ୍ରଥମ ଥର ନୁହେଁ ଯେ ପିଏମ ମୋଦୀ ୬ଜି ବିଷୟରେ କହୁଛନ୍ତି କିମ୍ବା ୬ଜି ପାଇଁ ପ୍ରସ୍ତୁତ ହେଉଛନ୍ତି । ଗତବର୍ଷ ଟ୍ରାଇର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆମେ ୬ଜି ସେବା ଆରମ୍ଭ କରିବୁ ଏବଂ ଆମର ଟାସ୍କଫୋର୍ସ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି ।

ଦେଶରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଇଣ୍ଟରନେଟ୍ ଉପଭୋକ୍ତା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି ଏବଂ ସରକାର ଭଲ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଛନ୍ତି, ଯେଉଁ କାରଣରୁ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଡାଟା ପ୍ଲାନ୍ ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଛି ।

ବର୍ତମାନ ୬ଜି ଟେକ୍ନୋଲୋଜି ଉପଲବ୍ଧ ନାହିଁ, କିନ୍ତୁ ଟାସ୍କ ଫୋର୍ସ ଗଠନକରିବାର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱସ୍ତରୀୟ ଅଭ୍ୟାସ ସହ ଜଡ଼ିତ ରହିବା ଉଚିତ ଏବଂ ଯେତେବେଳେ ବିଶ୍ୱକୁ ୬ଜି ସଂଯୋଗ ଆସିବ, ସେତେବେଳେ ଭାରତ ଏହି ମାମଲାରେ ପଛରେ ପଡିବା ଉଚିତ ନୁହେଁ ଏବଂ ତୁରନ୍ତ ନୂତନ ବ୍ୟାଣ୍ଡୱିଥ୍ ଆରମ୍ଭ କରିପାରିବ ।

Categories
ଆଜିର ଖବର ଜାତୀୟ ଖବର

ଦେଶକୁ ଆଗକୁ ନେବା ପାଇଁ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ନେତୃତ୍ୱାଧୀନ ବିକାଶର ଗୁରୁତ୍ୱ ଏବଂ ଦେଶକୁ କିପରି ଆଗକୁ ନେବା ଜରୁରୀ ତାହା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଆଜି ଭାରତ ଗର୍ବର ସହିତ କହିପାରେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସର୍ବାଧିକ ମହିଳା ପାଇଲଟ୍ ଅଛନ୍ତି। ମହିଳା ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରଯାନ ମିଶନର ନେତୃତ୍ୱ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜି -୨୦ ରେ ମହିଳା ନେତୃତ୍ୱ ବିକାଶ ପ୍ରସଙ୍ଗକୁ ଆଗକୁ ନେଇଛନ୍ତି ଏବଂ ଜି -୨୦ ଦେଶ ଏହାକୁ ଗ୍ରହଣ କରିଛନ୍ତି ଏବଂ ଏହାର ଗୁରୁତ୍ୱକୁ ସ୍ୱୀକାର କରୁଛନ୍ତି।

‘ନାରୀ ସମ୍ମାନ’ ବିଷୟରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ତାଙ୍କର ଏକ ବୈଦେଶିକ ଗସ୍ତରୁ ଏକ ଅଭିଜ୍ଞତା ପ୍ରଦାନ କରିଥିଲେ, ଯେଉଁଠାରେ ସେହି ଦେଶର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ ଭାରତର ମହିଳାମାନେ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପଢ଼ୁଛନ୍ତି କି? ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହାର ଉତ୍ତର ଦେଇଛନ୍ତି ଯେ ଆଜି ଆମ ଦେଶରେ ଝିଅମାନେ ଏସଟିଇଏମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ) ର ଶିକ୍ଷାରେ ପୁଅମାନଙ୍କ ଠାରୁ ଆଗରେ ଅଛନ୍ତି ଏବଂ ଆଜି ବିଶ୍ୱ ଆମର ଏହି କ୍ଷମତାକୁ ଦେଖୁଛି।

Categories
ଆଜିର ଖବର ଜାତୀୟ ଖବର

ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଥିବାବେଳେ ଆମେ ରାସ୍ତା ଦେଖାଇଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ଜି-୨୦ ଶିଖର ସମ୍ମିଳନୀ ପାଇଁ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଅବଧାରଣରକୁ ସମ୍ମୁଖରେ ରଖିଛୁ ଏବଂ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ। ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ବିଶ୍ୱ ସହିତ ମିଳିମିଶି ଅନ୍ତରାଷ୍ଟ୍ରୀୟ ସୌର ମେଂଟ ପ୍ରତିଷ୍ଠା କରିଛୁ ଏବଂ ଏବେ ଅନେକ ଦେଶ ଅନ୍ତରାଷ୍ଟ୍ରୀୟ ସୌର ମେଂଟର ଅଂଶ ପାଲଟି ଯାଇଛନ୍ତି। ଆମେ ଜୈବ ବିବିଧତାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛୁ ଆଉ ‘ବିଗ କ୍ୟାଟ ସହଯୋଗ’ର ବ୍ୟବସ୍ଥାକୁ ଆଗକୁ ବଢାଇଛୁ।

Categories
ବିଶେଷ ଖବର

ତିନି ଦଶନ୍ଧିର ଅସ୍ଥିରତା ପରେ ଏକ ସ୍ଥିର ସରକାର ଗଠନ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଲାଲ୍ କିଲାରୁ 77 ତମ ସ୍ୱାଧୀନତା ଦିବସ ଅବସରରେ 140 କୋଟି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦଶନ୍ଧିର ଅନିଶ୍ଚିତତା, ଅସ୍ଥିରତା ଏବଂ ରାଜନୈତିକ ବାଧ୍ୟବାଧକତା ପରେ ଏକ ଶକ୍ତିଶାଳୀ ତଥା ସ୍ଥିର ସରକାର ଗଠନ କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ଦେଶରେ ଏପରି ସରକାର ଅଛି ଯାହା ଦେଶର ସନ୍ତୁଳିତ ବିକାଶ ପାଇଁ ‘ସର୍ବ ଜନ ହିତାୟ, ସର୍ବ ଜନ ସୁଖାୟ’ ପାଇଁ ସମୟର ପ୍ରତ୍ୟେକ ମୁହୂର୍ତ୍ତ ଏବଂ ପ୍ରତ୍ୟେକ ଟଙ୍କାକୁ ଦେଶ ବାସୀଙ୍କ ପାଇଁ ଉତ୍ସର୍ଗ କରୁଛି।

ଗୌରବାନ୍ବିତ ଅନୁଭବ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର କେବଳ ଏକ ମାନଦଣ୍ଡ ‘ରାଷ୍ଟ୍ର ପ୍ରଥମ’ ସହିତ ସାମିଲ୍ ରହିଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଅମଲାତନ୍ତ୍ରକୁ ତାଙ୍କ ହାତ ଏବଂ ପାଦ ବୋଲି କହିଛନ୍ତି, ଯେଉଁମାନେ ଭାରତର ପ୍ରତ୍ୟେକ କୋଣରେ କାର୍ଯ୍ୟ କରୁଛନ୍ତି ଏବଂ ପରିବର୍ତ୍ତନ ଆଣୁଛନ୍ତି ଏବଂ ସେଥିପାଇଁ ଏହି ‘ସଂସ୍କାର, ପ୍ରଦର୍ଶନ, ରୂପାନ୍ତର’ ଅବଧି ବର୍ତ୍ତମାନ ଭାରତର ଭବିଷ୍ୟତ ଗଠନ କରୁଛି। ଆମେ ସେହି ଶକ୍ତିଗୁଡ଼ିକୁ ଦେଶ ମଧ୍ୟରେ ପ୍ରୋତ୍ସାହିତ କରୁଛୁ, ଯାହା ଆସନ୍ତା ହଜାରେ ବର୍ଷର ମୂଳଦୁଆକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି।

ସନ୍ତୁଳିତ ବିକାଶ ପାଇଁ ନୂତନ ମନ୍ତ୍ରଣାଳୟ ଗଠନ କରାଯାଇଛି

ବିଭିନ୍ନ କ୍ଷେତ୍ରରେ ନୂତନ ମନ୍ତ୍ରଣାଳୟ ଗଠନ କରି ଦେଶରେ ସନ୍ତୁଳିତ ବିକାଶ ଦିଗରେ ସରକାରଙ୍କ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଶ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱରେ ଯୁବ ଶକ୍ତି ଏବଂ ଯୁବକମାନଙ୍କର ଦକ୍ଷତା ବିକାଶର ଆବଶ୍ୟକ ରହିଛି। ଦକ୍ଷତା ବିକାଶ ପାଇଁ ନୂତନ ମନ୍ତ୍ରଣାଳୟ କେବଳ ଭାରତର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ବର ଆବଶ୍ୟକତା ମଧ୍ୟ ପୂରଣ କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଜଳ ଶକ୍ତି ମନ୍ତ୍ରଣାଳୟ ଆମ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପରିବେଶର ସୁରକ୍ଷା ପାଇଁ ସମ୍ବେଦନଶୀଳ ପ୍ରଣାଳୀର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଛୁ ଏବଂ ଧ୍ୟାନ ଦେଉଛୁ। କରୋନା ମହାମାରୀର ଅନ୍ଧକାର ସମୟରେ ଭାରତ କିପରି ଆଲୋକ ଦେଖାଇଲା ସେ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ସରକାର ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି ଏବଂ ଆଜି ଯୋଗ ଏବଂ ଆୟୁଷ ବିଶ୍ୱରେ ଅନେକ ସଫଳତା ଲାଭ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ କରୋନାକୁ ସଫଳତାର ସହିତ ନିୟନ୍ତ୍ରଣ କରାଯିବା ପରେ ସମଗ୍ର ବିଶ୍ବ ସ୍ବାସ୍ଥ୍ୟ ଚିକିତ୍ସା ଦିଗରେ କାର୍ଯ୍ୟ କରୁଛି ଯାହାକି ସମୟର ଆବଶ୍ୟକତା ଅଟେ।

ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ପାଇଁ ପୃଥକ ମନ୍ତ୍ରଣାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସରକାର ତଥା ଦେଶର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ତଥା ପ୍ରମୁଖ ସ୍ତମ୍ଭ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଯାହା ଦ୍ବାରା ସମାଜ ଦ୍ବାରା କେହି ଏବଂ ସେହି ଶ୍ରେଣୀ ସରକାରଙ୍କ ଦ୍ବାରା ଘୋଷିତ ଲାଭ ପାଇବାକୁ ପଛରେ ରହିବେ ନାହିଁ।

ସମବାୟ ଆନ୍ଦୋଳନକୁ ସମାଜର ଅର୍ଥନୀତିର ଏକ ପ୍ରମୁଖ ଅଂଶ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ନବନିର୍ମିତ ସମବାୟ ମନ୍ତ୍ରଣାଳୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ଏହାର ନେଟୱାର୍କ ବିସ୍ତାର କରୁଛି ଯାହା ଦ୍ବାରା ଗରିବ ଶ୍ରେଣୀର ଲୋକମାନଙ୍କୁ ଶୁଣା ଯାଇପାରିବ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ ହେବ। ଏକ ଛୋଟ ୟୁନିଟ୍ ର ଅଂଶ ହୋଇ ଦେଶର ବିକାଶ ଦିଗରେ ଏକ ସଂଗଠିତ ଉପାୟରେ ସହଯୋଗ କରିବାକୁ ମନ୍ତ୍ରଣାଳୟ ସେମାନଙ୍କୁ ସୁବିଧା ପ୍ରଦାନ କରୁଛି ସେ କହିଛନ୍ତି, “ସହଯୋଗ ମାଧ୍ୟମରେ ଆମେ ସମୃଦ୍ଧିର ମାର୍ଗ ଗ୍ରହଣ କରିଛୁ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି।

ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ।’’

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆମ ସ୍ୱାଧୀନତା ଦିବସରେ ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିଙ୍ଗ।’’

ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ।’’

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ତରଫରୁ ହୋଇଥିବା ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆପଣଙ୍କ ସ୍ନେହିଳ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ମୋର ପ୍ୟାରିସ ଯାତ୍ରାକୁ ମୁଁ ପୁନଃ ସ୍ମରଣ କରୁଛି ଏବଂ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ ପାଇଁ ଆପଣଙ୍କ ଉତ୍ସାହକୁ ପ୍ରଶଂସା କରୁଛି।’’

ମରିସସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆପଣଙ୍କ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଆପଣଙ୍କୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ।’’

Categories
ବିଶେଷ ଖବର

ସରକାରୀ ଯୋଜନାଗୁଡ଼ିକ ୧୩.୫ କୋଟି ଲୋକଙ୍କୁ ଦାରିଦ୍ର୍ୟର ଶୃଙ୍ଖଳା ଭାଙ୍ଗିବା ପାଇଁ ସକ୍ଷମ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କ ସମ୍ବୋଧନରେ ଏହା ମନେ ପକାଇଥିଲେ ଯେ, ଭାରତ ୨୦୧୪ ମସିହାରେ ଦଶମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଜି ୨୦୨୩ରେ ନିଜ ସ୍ଥାନରେ ଉନ୍ନତି ଆଣି ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇ ପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ, ସରକାରୀ ସୁବିଧା ହସ୍ତାନ୍ତର କରିବାରେ ରହିଥିବା ରନ୍ଧ୍ରକୁ ବନ୍ଦ କରିବା ଏବଂ ଏକ ସୁଦୃଢ଼ ଅର୍ଥନୀତି ସୃଷ୍ଟି କରିବା ଏବଂ ଗରିବ ଲୋକ ମାନଙ୍କର କଲ୍ୟାଣ ସାଧନ ପାଇଁ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବା ଯୋଗୁଁ ଏହି ଅଭିବୃଦ୍ଧି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜି , ମୁଁ ଦେଶବାସୀଙ୍କୁ ଏହା କହିବାକୁ ଚାହୁଁଛି ଯେ, ଯେତେବେଳେ ଦେଶ ଅର୍ଥନୈତିକ ଭାବେ ସମୃଦ୍ଧ ହୋଇଥାଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ନାଗରିକ ଏବଂ ରାଷ୍ଟ୍ରର ସାମର୍ଥ୍ୟ ବୃଦ୍ଧି କରିଥାଏ । ଯଦି କୌଣସି ସରକାର ନିଜ ନାଗରିକ ମାନଙ୍କର କଲ୍ୟାଣ ପାଇଁ ଏହାକୁ ସଚ୍ଚୋଟ ଭାବରେ ଖର୍ଚ୍ଚ କରିବାକୁ ସଂକଳ୍ପ ନିଅନ୍ତି, ତେବେ ହିଁ ଜଣେ ଏଭଳି ବିରଳ ପ୍ରଗତିଶୀଳ ଫଳାଫଳ ହାସଲ କରି ପାରିବ ।”

କେନ୍ଦ୍ରରୁ ରାଜ୍ୟ ମାନଙ୍କୁ ପାଣ୍ଠି ହସ୍ତାନ୍ତର ୩୦ ଲକ୍ଷ କୋଟିରୁ ୧୦୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି

ବିଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଅଗ୍ରଗତିର ବିବରଣୀ ପ୍ରଦାନ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପରିସଂଖ୍ୟାନ ପରିବର୍ତ୍ତନର ଏକ ଆକର୍ଷଣୀୟ କାହାଣୀ କହୁଛି । ଏହି ପରିବର୍ତ୍ତନ ବିଶାଳ ଏବଂ ଦେଶର ଅସୀମ ସାମର୍ଥ୍ୟର ପ୍ରମାଣ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୦ ବର୍ଷ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ କୋଟି ଟଙ୍କା ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଉଥିଲା । ଗତ ୯ ବର୍ଷ ମଧ୍ୟରେ , ଏହି ସଂଖ୍ୟା ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । “ପୂର୍ବରୁ, ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ ଭାରତ ସରକାରଙ୍କ କୋଷାଗାରରୁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଜି ତାହା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି” ।

ଗରିବଙ୍କ ପାଇଁ ବାସ ଗୃହ ଯୋଗାଣ ୪ ଗୁଣ ବୃଦ୍ଧି ପାଇଛି, ଚାଷୀ ମାନଙ୍କ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ୟୁରିଆ ରିହାତି ପ୍ରଦାନ କରାଯାଇଛି

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଥିଲେ ଯେ, ପୂର୍ବରୁ ଗରିବଙ୍କ ଗୃହ ନିର୍ମାଣ ପାଇଁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆଜି ଏହା ୪ ଗୁଣ ବୃଦ୍ଧି ପାଇଛି ଏବଂ ଗରିବ ଲୋକମାନଙ୍କର ଗୃହ ନିର୍ମାଣ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । କେତେକ ବିଶ୍ୱ ବଜାରରେ ୩,୦୦୦ ଟଙ୍କାରେ ବିକ୍ରି ହେଉଥିବା ୟୁରିଆ ବସ୍ତା ଚାଷୀଙ୍କୁ ୩୦୦ ଟଙ୍କାରୁ ଅଧିକ ମୂଲ୍ୟରେ ଦିଆ ଯାଉନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ବିଶ୍ୱର କେତେକ ବଜାରରେ ଯେଉଁ ୟୁରିଆ ବସ୍ତା ପିଛା ୩ ହଜାର ଟଙ୍କାରେ ବିକ୍ରି ହେଉଛି, ଆମେ ଆମ ଚାଷୀ ମାନଙ୍କୁ ୩୦୦ ଟଙ୍କାରେ ତାହା ଯୋଗାଇ ଦେଉଛୁ, ସେହି ବାବଦକୁ ସରକାର ଚାଷୀମାନଙ୍କ ପାଇଁ ୟୁରିଆ ଉପରେ ୧୦ ଲକ୍ଷ କୋଟି ଟଙ୍କାର ରିହାତି ପ୍ରଦନ କରୁଛନ୍ତି ।

ମୁଦ୍ରା ଯୋଜନା ପ୍ରାୟ ୧୦ କୋଟି ନାଗରିକଙ୍କୁ ନିଯୁକ୍ତି ସୃଷ୍ଟିକାରୀ ହେବା ପାଇଁ ସକ୍ଷମ କରିଛି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୁଦ୍ରା ଯୋଜନା କୋଟି କୋଟି ନାଗରିକଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ଏବଂ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ସକ୍ଷମ କରିଛି । ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ ଥିବା ମୁଦ୍ରା ଯୋଜନା ଆମ ଦେଶର ଯୁବକମାନଙ୍କ ପାଇଁ ସ୍ୱରୋଜଗାର, ବ୍ୟବସାୟ ଏବଂ ଉଦ୍ୟୋଗ ନିମନ୍ତେ ଅନେକ ସୁଯୋଗ ପ୍ରଦାନ କରିଛି । ପାଖାପାଖି ୮ କୋଟି ଲୋକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଆଠ କୋଟି ଲୋକ କେବଳ ସେମାନଙ୍କ ବ୍ୟବସାୟ ଆରମ୍ଭ କରି ନାହାନ୍ତି ; ପ୍ରତ୍ୟେକ ଉଦ୍ୟୋଗୀ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୮ କୋଟି ନାଗରିକଙ୍କ ପାଖରେ ଉପଲବ୍ଧ ମୁଦ୍ରା ଯୋଜନା ମାଧ୍ୟମରେ ୮୧୦ କୋଟି ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର କ୍ଷମତା ହାସଲ କରାଯାଇଛି” । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌- ୧୯ ମହାମାରୀ ସମୟରେ ବ୍ୟବସାୟ ଗୁଡ଼ିକୁ ମଧ୍ୟ ସମର୍ଥନ କରାଯାଇଥିଲା, ଯେଉଁଥିରେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ବୁଡ଼ିବାରୁ ରୋକିଥିଲା ଏବଂ ସେମାନଙ୍କୁ ଶକ୍ତି ପ୍ରଦାନ କରିଥିଲା ।

“ୱାନ୍ ରାଙ୍କ ୱାନ ପେନସନ୍‌” କାର୍ଯ୍ୟକ୍ରମ କିପରି ଆମ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଭାରତର ରାଜକୋଷରୁ ୭୦,୦୦୦ କୋଟି ଟଙ୍କାର ଲାଭ ପ୍ରଦାନ କରିଛି, ତାହା ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଆମର ଅବସରପ୍ରାପ୍ତ ସୈନିକ ମାନଙ୍କ ପରିବାରକୁ ଏହି ଟଙ୍କା ମିଳିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଗୁଡ଼ିକ କେବଳ କିଛି ଉଦାହରଣ ଏବଂ ଆହୁରି ଅନେକ ପଦକ୍ଷେପ ଅଛି ଯାହା ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି, ଦେଶର ବିଭିନ୍ନ କୋଣଅନୁକୋଣରେ ନିଯୁକ୍ତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଦେଶର ବଜେଟ୍‌କୁ ବିଭିନ୍ନ ବର୍ଗରେ ଅନେକ ଗୁଣ ବୃଦ୍ଧି କରାଯାଇଛି ।

“ସାଢ଼େ ୧୩ କୋଟି ଲୋକ ଦାରିଦ୍ର‌୍ୟ ଶୃଙ୍ଖଳା ଭାଙ୍ଗି ନୂଆ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି”

ଏହି ସମସ୍ତ ପ୍ରୟାସ ଗୁଡିକର ଫଳସ୍ୱରୂପ ୧୩.୫ କୋଟି ଗରିବ ଲୋକ ଦାରିଦ୍ର‌୍ୟ ଶୃଙ୍ଖଳାରୁ ମୁକ୍ତ ହୋଇ ସରକାରଙ୍କ ପାଞ୍ଚ ବର୍ଷର ଗୋଟିଏ କାର୍ଯ୍ୟକାଳ ମଧ୍ୟରେ ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହା ଠାରୁ ଜୀବନରେ ଅଧିକ ସନ୍ତୁଷ୍ଟି ଆଉ କିଛି ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଗୃହ ଯୋଜନା ଠାରୁ ଆରମ୍ଭ କରି ରାସ୍ତାର ବିକ୍ରେତାଙ୍କୁ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ୫୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା ଏବଂ ଏହିପରି ଅନେକ ଯୋଜନା ଏହି ୧୩.୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟର କଷ୍ଟରୁ ଉପରକୁ ଉଠିବାରେ ସାହାଯ୍ୟ କରିଛି ।

Categories
ଆଞ୍ଚଳିକ

ବ୍ରହ୍ମପୁର: କରୁଣାଶାନ୍ତି ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କରୁଣାଶାନ୍ତି ମହାବିଦ୍ୟାଳୟରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ କରୁଣାଶାନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ SFDC ର ସହ ପ୍ରତିଷ୍ଠାତା ଦିବ୍ୟେନ୍ଦୁ ପଟ୍ଟନାୟକ, କରୁଣାଶାନ୍ତି ମହାବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ.ରଶ୍ମିତା ମିଶ୍ର ଏବଂ Kash ପରିବାର ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଆଜି ସକାଳ ଆଠ ଘଟିକା ସମୟରେ କରୁଣାଶାନ୍ତି ମହାବିଦ୍ୟାଳୟ ପରିସର ମଧ୍ୟରେ ଶାନ୍ତିର ସହ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Categories
ବିଶେଷ ଖବର

ଆସନ୍ତା ବର୍ଷ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ: ଖଡଗେଙ୍କ ବିବୃତ୍ତି ଉପରେ ବିଜେପି ନେତାଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲାକୁ ନ ଯିବା ବିଷୟରେ କହିଥିଲେ ଯେ, ତାଙ୍କ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖଡଗେ ଆକ୍ରମଣ କରି କହିଥିଲେ ଯେ, ସେ ଆସନ୍ତା ବର୍ଷ ତାଙ୍କ ବାସଭବନରୁ ପତାକା ଉତ୍ତୋଳନ କରିବେ। ଏହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି।

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ହରଦୀପ ସିଂ ପୁରୀ କହିଛନ୍ତି ଯେ, ବୋଧହୁଏ ଖଡଗେ ସାହାବଙ୍କ ଆଖିରେ ସମସ୍ୟା ରହିଛି। ସେ ଲାଲକିଲାକୁ ଆସିନାହାଁନ୍ତି, କିନ୍ତୁ ପରିବାର ସଦସ୍ୟ କିଛି କାର୍ଯ୍ୟକ୍ରମକୁ ଯାଇଛନ୍ତି। ଆମକୁ କହିବାକୁ ପଡିବ ଯେ, ପିଏମ ମୋଦୀ ଆସନ୍ତା ବର୍ଷ ପୁଣିଥରେ ଲାଲକିଲାରୁ ଦେଶର ଲୋକଙ୍କୁ ସମ୍ବୋଧିତ କରିବେ।

ବାସ୍ତବରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଲାଲ କିଲାରୁ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କୁ ସମ୍ବୋଧିତ କରିବେ, କିନ୍ତୁ ଯଦି ବିରୋଧୀ ଦଳ ‘ଇଣ୍ଡିଆ’ ବିଜୟୀ ହୁଏ , ତେବେ ଏହା ଘଟିବ ନାହିଁ।’

ମଲ୍ଲିକାର୍ଜୁନ ଖଡଗେ କ’ଣ କହିଥିଲେ?:

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଲାଲ କିଲା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରୁ ଦୂରେଇ ଯିବା କାରଣ ବିଷୟରେ ପଚରାଯିବାରୁ ଖଡଗେ କହିଥିଲେ ଯେ, ମୋର ଆଖିରେ କିଛି ସମସ୍ୟା ଅଛି। ପ୍ରୋଟୋକଲ୍ ଅନୁଯାୟୀ, ମୁଁ ସକାଳେ ମୋ ବାସଭବନରେ ପତାକା ଉତ୍ତୋଳନ କରିଲି। ଏହା ପରେ ମୋତେ କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ପଡିଲା।

ଖଡଗେ ଆହୁରି କହିଛନ୍ତି ଯେ, ‘ସୁରକ୍ଷା ଏତେ କଠୋର ଯେ ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ କାହାକୁ ଯିବାକୁ ଅନୁମତି ନାହିଁ। ଯଦି ମୁଁ ସେଠାକୁ ଯାଇଥା’ନ୍ତି, ତେବେ ମୁଁ ଏଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥା’ନ୍ତି। ”ସ୍ୱାଧୀନତା ଦିବସରେ ସେ ଏକ ବାର୍ତ୍ତାରେ ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ଅନ୍ୟାୟ ବିରୁଦ୍ଧରେ ଠିଆ ହେବ ଏବଂ ଜିତିବ।

Categories
ଆଜିର ଖବର ଜାତୀୟ ଖବର

୭୭ତମ ସ୍ୱାଧୀନତା ଦିବସରେ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ ମତ୍ସ୍ୟଜୀବୀମାନେ ସାମିଲ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ।

ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତରେ ସରକାର ୭୦,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଯାହା ବିପିଏଲ ପରିବାରମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରିଥାଏ।

ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, ୨୦୦ କୋଟିରୁ ଅଧିକ କୋଭିଡ୍ ଟିକାକରଣର ମାଇଲଖୁଣ୍ଟ ହାସଲ କରିବାରେ ସ୍ୱାସ୍ଥ୍ୟକର୍ମୀ ବିଶେଷ କରି ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କ ନିଷ୍ଠା ଓ ନିରନ୍ତର ପ୍ରୟାସ ରହିଥିଲା। ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। “କୋଭିଡ୍ ସମୟରେ ଏବଂ ଏହାପରେ ବିଶ୍ୱକୁ ସାହାଯ୍ୟ କରିବା ଦ୍ୱାରା ଭାରତ ବିଶ୍ୱର ବନ୍ଧୁ ଭାବରେ ପ୍ରତିଷ୍ଠିତ ହୋଇପାରିଛି”, ସେ ଉଲ୍ଲେଖ କରିଥିଲେ ।

ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଏବଂ ଏକ ଭବିଷ୍ୟତର ଲକ୍ଷ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଜନ ଔଷଧୀ କେନ୍ଦ୍ରଗୁଡ଼ିକ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରି ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ନୂତନ ଶକ୍ତି ପ୍ରଦାନ କରିଛି। ଜନ ଔଷଧି କେନ୍ଦ୍ରସଂଖ୍ୟା ବର୍ତ୍ତମାନର ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ଆଗାମୀ ଦିନରେ ଦେଶ କାର୍ଯ୍ୟ କରିବାକୁ ଯାଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି।

ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା ଜାରି ରହିଛି ଏବଂ ମହିଳାଙ୍କ ମର୍ଯ୍ୟାଦା ଉପରେ ଆକ୍ରମଣ ହେଉଥିବା ଖବର ଆସୁଛି। ମଣିପୁର ଲୋକ ଗତ କିଛି ସମୟ ଧରି ଶାନ୍ତି ବଜାୟ ରଖିଛନ୍ତି ଏବଂ ସେମାନେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟ ଓ କେନ୍ଦ୍ର ସରକାର ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ମିଳିମିଶି କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ’।

Categories
ଆଞ୍ଚଳିକ

ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳନ ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

ରଣପୁର: ସାରା ଦେଶ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ସକାଳ ୬ ଟାରେ ପିଲାମାନେ ରାମଧୂନ ଗୀତ ଗାଇବା ସହ ବିଭିନ୍ନ ସ୍ଲୋଗାନ ଦେଇ ପିଲାମାନେ ଗାଁ ବୁଲିଥିଲେ। ଏହାପରେ ବିଦ୍ୟାଳୟରେ ସକାଳ ୭.୩୦ ଘଟିକା ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ଜାତୀୟ ସଙ୍ଗୀତ, ରଘୁପତି ରାଘବ ଆଦି ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସ ଓ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ବୁଝାଇ ଥିଲେ।

ଏହା ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ ଯୋଗଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ରବିନ୍ଦ୍ର ସଂଗ୍ରାମସିଂହ, ଚନ୍ଦ୍ରକାନ୍ତ ମଙ୍ଗରାଜ, ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀ ସାହୁ ଯୋଗ ଦେଇ ପିଲାମାନଙ୍କୁ ସ୍ୱାଧୀନତା ଦିବସର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ। ଏହା ସହିତ ପିଲାମାନଙ୍କ ମଧ୍ୟରର ଭାଷଣ, ନୃତ୍ୟ, ଚିତ୍ରାଙ୍କନ, ସଙ୍ଗୀତ ଇତ୍ୟାଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଦିଆ ଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ପ୍ରଦୀପ ସେନାଗୁପ୍ତା ଓ ସମସ୍ତ ପାଚିକାମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ।

କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ। ଆଜିର ସମାଜରେ ନ୍ୟାୟିକ ବ୍ୟବସ୍ଥା ବହୁ ଚ୍ୟାଲେଞ୍ଜ ଦେଇ ଗତି କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ। ସଦାବେଳେ ଆମକୁ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଯୁଗୋପଯୋଗୀ ପ୍ରକ୍ରିୟାକୁ ଅନୁକରଣ କରିବାକୁ ପଡ଼ିବ। ଆମ ଦେଶ ଉକ୍ତ ୭୬ ବର୍ଷ ମଧ୍ୟରେ ବହୁ ଉନ୍ନତି କରିଛି। କାଶ୍ମୀର ତାହାର ଏକଜ୍ୱଳନ୍ତ ଉଦାହରଣ। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଭାରତର ନ୍ୟାୟପ୍ରକ୍ରିୟା ସହ ସମାନ ହୋଇଛି। ସରକାର ଆଗକୁ ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ଆଇନକୁ ପରିବର୍ତ୍ତନ କରିବେ ଏବଂ ନୂତନ ଆଇନ ଆମ ପାଇଁ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିବ। ତେଣୁ ପୁରାତନ ଓ ନୂତନ ଉଭୟ ଆଇନ ସହ ଆମକୁ ସଂଶ୍ଲିଷ୍ଟ ହେବାକୁ ପଡିବ ଯାହା ଭବିଷ୍ୟତ ପାଇଁ ନ୍ୟାୟପାଳିକାରେ ବଡ଼ ଆହ୍ୱାନ ବୋଲି ଶ୍ରୀ ମିଶ୍ର କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ କନିଷ୍ଠ ଦେୱାନୀ ବିଚାରପତି ସ୍ନାତକୀ ଦାସ ଉପସ୍ଥିତ ଥିଲେ। ଏହାପରେ ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଏବଂ ସମ୍ପାଦକ ସୁଧୀର ପ୍ରଧାନ ଓ ଅନ୍ୟ ବରିଷ୍ଠ ଓକିଲମାନେ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ଜଗଦୀଶ ପଟ୍ଟନାୟକ, ମହେନ୍ଦ୍ର ସାମନ୍ତସିଂହାର, ମନୋଜ ମହାପାତ୍ର, ସୁନୀଲ ମହାପାତ୍ର, ପ୍ରଦୀପ ସେଠି ଏବଂ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ।