Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଫସିଲେ ତିନି ବନ୍ଧୁ, ଜଣେ ମୃତ

ଭୁବନେଶ୍ବର: ଆଜି ରାଜଧାନୀର ପଟିଆ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୋଟିଏ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି।

ଘଟଣାରୁ ଜଣା ପଡିଛି ଯେ, ଆଜି ଅପରାହ୍ନରେ ଏକ ବିଲେଇ ପଟିଆ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ତିନି ସାଙ୍ଗ ଚେଷ୍ଠା କରିଥିଲେ।

ପ୍ରଥମେ ଜଣେ ସେହି କୂଅ ଭିତରକୁ ପ୍ରବେଶ କରିଥିଲା, ସେ ନ ଆସିବାରୁ ଆଉ ଦୁଇଜଣ ତା ଭିତରେ ପଶିଥିଲେ। ହେଲେ କେହି ହେଲେ ଉପରକୁ ନ ଆସିବାରୁ ଦମକଳ ଅଫିସକୁ ଫୋନ କରାଯାଇଥିଲା।

ଅଗ୍ନିଶମ କର୍ମଚାରୀ ଆସି କୁଅ ଭିତରେ ପଶି ତିନିଜଣଙ୍କୁ ଉଦ୍ଧାର କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ 50 ବର୍ଷ ବୟସ୍କ ସାହୁ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ମାର୍କେଟ ବିଲିଡିଂରେ ଲାଗିଲା ନିଆଁ, ଚାରୋଟି ଦମକଳ ନିୟୋଜିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନଗହ ପୂର୍ଣ୍ଣ ବଜାର ମାର୍କେଟ ବିଲିଡିଂରେ ନିଆଁ ଲାଗିଛି। ରାତି ପ୍ରାୟ 10ଟା 30 ରେ ଏହି ନିଆଁ ଲାଗିଛି ବୋଲି କୁହାଯାଉଛି। ଏହି ବଜାର ଭିତରେ ଥିବା ଉଷା ସୋ ରୁମରେ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିଲା ବେଳକୁ ସେହି ସୋ ରୁମରେ କେହି ନ ଥିଲେ। ଏପରିକି ବଜାର ଗହଳି ମଧ୍ୟ କମିଯାଇଥିଲା।

ଖବର ପାଇବା ପରେ ଭୁବନେଶ୍ବରର ଦମକଳ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ କରିଥିବାର ଜଣପଡିଛି। ଏହି କାର୍ଯ୍ୟରେ ଚାରୋଟି ଦମକଳ ନିୟୋଜିତ ହୋଇଥିଲା ବୋଲି ଅଗ୍ନିଶମ ବିଭାଗ ତରଫରୁ କୁହାଯାଇଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ହୋଇଥିବା ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ୧୧୨ କୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଗୋଟିଏ ନମ୍ବରକୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏଣିକି ୧୧୨ କୁ ଡାଏଲ କରିବାକୁ ପଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ପୂର୍ବରୁ ଏହି ସେବାଗୁଡିକ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିଲା। ଲୋକଙ୍କ ସୁବିଧା ପାଇଁ ଏବେ ଗୋଟିଏ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ତେବେ ଏହି ସେବା ପାଇଁ ୧୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏଥିରେ ୪ ଡିଏସ୍‌ପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନଷ୍ଟେବଳ ନିୟୋଜିତ ହେବେ।