Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ମ୍ୟାଚ୍ ପରେ ହୃଦୟ ଜିତିଲେ ବିରାଟ କୋହଲି, ପାକିସ୍ତାନୀ ଖେଳାଳିଙ୍କୁ ଉପହାର ଦେଲେ ଅଟୋଗ୍ରାଫ୍ ଜର୍ସି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୫ ୱିକେଟ୍ ରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ ପରେ ସେ ପାକିସ୍ତାନ ଖେଳାଳି ହ୍ୟାରିସ୍ ରାଉଫଙ୍କ ସହ କଥା ହୋଇଛନ୍ତି। ଏହା ସହିତ କୋହଲି ତାଙ୍କୁ ତାଙ୍କ ଜର୍ସି ମଧ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ବହୁତ ପସନ୍ଦ ହେଉଛି।

ବିସିସିଆଇ ଏକ ଭିଡିଓ ଟ୍ୱିଟ କରିଛି। ଏଥିରେ କୋହଲି ଏବଂ ରାଉଫ ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି। ବାର୍ତ୍ତାଳାପ ପରେ କୋହଲି ରାଉଫଙ୍କୁ ତାଙ୍କ ଜର୍ସିରେ ଏକ ଅଟୋଗ୍ରାଫ୍ ଦେଇଛନ୍ତି ଏବଂ ତାହାକୁ ସେ ଉପହାର ଦେଇଛନ୍ତି। କୋହଲିଙ୍କ ଏହି କାର୍ଯ୍ୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ବିସିସିଆଇର ଏହି ଭିଡିଓକୁ ଖୁବ୍ କମ୍ ସମୟ ମଧ୍ୟରେ ଟ୍ୱିଟରରେ ୧୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ସହିତ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଥମେ ବ୍ୟାଟିଂ କରୁଥିବାବେଳେ ପାକିସ୍ତାନ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରିଜୱାନ୍ ଦଳ ପାଇଁ ସର୍ବାଧିକ ୪୩ ରନ୍ ର ପାଳି ଖେଳିଥିଲେ। ରାଉଫ ଅପରାଜିତ ରହିଥିଲେ। ଏହାର ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। କୋହଲି ୩୫ ରନ୍ ସଂଗ୍ରହ କରିଥିଲେ ଏବଂ ପାଣ୍ଡ୍ୟା ୩୩ ରନ୍ କରି ଭାରତକୁ ବିଜେତା କରିଥିଲେ।