Categories
ଆଞ୍ଚଳିକ

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ସକାଳେ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ।

ଖବର ମୁତାବକ ସକାଳେ ବିଧାରପୁର ଗ୍ରାମର ଦୀନବନ୍ଧୁ ସ୍ୱାଇଁଙ୍କ ଏକମାତ୍ର ପୁଅ ଦିଲ୍ଲୀପ ସ୍ୱାଇଁ (୩୫) ଗାଧେଇବା ପାଇଁ ପୋଖରୀକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀ ମଧ୍ୟରେ ପଡି ଯାଇଥିଲେ। ଦିଲ୍ଲୀପ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀରେ ତାଙ୍କୁ ଭାସୁଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।