Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

ଭୁବନେଶ୍ଵର: ସମରେଶ ରାଉତରାୟଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ନିୟତି” ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାର ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ – ଅକ୍ଷୟ କୁମାର ନାୟକ, ସମ୍ପାଦନା – କେଡ଼ି ସିପୁନ, ଡି.ଆଇ – ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ ରେ ଜେନା ବ୍ରଦର୍ସ ରହିଛନ୍ତି। ଚଳଚ୍ଚିତ୍ର “ନିୟତି” ର ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଏବଂ ଆଗଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି। ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି। ଅନୁରାଗ ପଟ୍ଟନାୟକ ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ତଥା ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ, ଗୀତ୍ , ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନଃରୁଦ୍ଧାର ହୋଇଥିବା ବେଳେ ଚଳଚ୍ଚିତ୍ର ନିୟତି ର କାହାଣୀ ଓଡ଼ିଆ ଦର୍ଶକ ଙ୍କୁ ଏକ ଭିନ୍ନ ସ୍ୱାଦ ଦେବ। ଚଳଚ୍ଚିତ୍ରର ଶୀର୍ଷକରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି। ଚଳଚ୍ଚିତ୍ର “ନିୟତି” କୁ ଓଡିଆ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ମନୋରଂଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରେମରେ ରିସ୍କ ହେଲା ମତେ ଇସ୍କ” ର ଅଡିଓ ଲୋକାର୍ପଣ

ଭୁବନେଶ୍ବର: ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗ ରେ ନିର୍ମାଣ ନୂଆ ଓଡ଼ିଆ ଚଳଚ୍ଚିତ୍ର ” ପ୍ରେମରେ ରିସ୍କ ହେଲା ମତେ ଇସ୍କ ” ର ଅଡିଓ ଲୋକାର୍ପଣ ଭୂବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡଶୀ ରିସର୍ଚ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ରେ ମୁଖ୍ୟ ଅତିଥି ଭାବେ ୟୁନିୟନ୍ ବ୍ୟାଙ୍କ ଚନ୍ଦ୍ରଶେଖରପୁର ର ଶାଖା ପରିଚାଳକ ମାନସ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ମଞ୍ଜରୀ ଟିଭି ର ଚ୍ୟାନେଲ ମୁଖ୍ୟ ରତିକାନ୍ତ ଶତପଥି, ଜୀ ସାର୍ଥକ ର ନନ୍ ଫିକସନ୍ ହେଡ ସାଇ ମଙ୍ଗକିରଣ ମଙ୍ଗରାଜ , କଲର୍ସ ଓଡ଼ିଆ ର ଚ୍ୟାନେଲ ମୁଖ୍ୟ ପ୍ରିୟ ରଞ୍ଜନ ପଣ୍ଡା, ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଓ ଅଭିନେତ୍ରୀ ମାମା ସାମିଲ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ର ଅଡିଓ କୁ ଲୋକାର୍ପଣ କରିଥିଲେ।

ୟୁଏସ୍ ମୋସନ୍ ପିକଚର୍ସ ବ୍ୟାନର ରେ ନିର୍ମିତ ଏହି ଚଳଚ୍ଚିତ୍ର ରେ ନିର୍ଦ୍ଦେଶନା ଦାଇତ୍ଵ ରେ ଅଛନ୍ତି କେ.ମୁରଲୀ କ୍ରିଷ୍ଣା, ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ,ସଙ୍ଗୀତ ନିର୍ଦ୍ଦେଶନା ଦାଇତ୍ଵ ରେ ଅଛନ୍ତି ସଞ୍ଜୟ ଓ ସିତୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ,ଅରପିତା ଚୌଧୁରୀ,ସତ୍ୟଜିତ୍,ନାଭ୍ୟା,ଲିପ୍ସା, ସୁଶାନ୍ତ ଙ୍କ ସହ ଗୀତ ରଚନା କରିଛନ୍ତି ସତ୍ୟାନନ୍ଦ ନାୟକ, ଉମେଶ ସାହୁ,ଏମ୍ ଜେବି ବଣ୍ଟି,ପିଣ୍ଟୁ ଏଥିସହିତ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁରୟାନ୍ ରଥ। ଏଥିରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଶୈଳେନ୍ଦ୍ର, ଦିବ୍ୟା, ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣି, ଅଞ୍ଜନା ମିଶ୍ର, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ।

ସଙ୍ଗୀତ ଲୋକାର୍ପଣ ସହ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ମଧ୍ୟ ଦର୍ଶକ ମାନଙ୍କ ଉଦ୍ଦେଶ୍ୟ ରେ ଅତିଥି ମାନେ ଲୋକାର୍ପଣ କରିଥିଲେ। ଚଳଚ୍ଚିତ୍ର ଅତି ଶିଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।