Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କୁ ଭେଟିଲେ ବିଜେଡିର ଚାରି ଜଣ ତୁଙ୍ଗ ବିଧାୟକ, କାରଣ କଣ ?

ଭୁବନେଶ୍ବର: ଆଜି ସଂଧ୍ୟାରେ ବିଜେଡିର ଚାରିଜଣ ତୁଙ୍ଗ ବିଧାୟକ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରକୁ ଯାଇ ଏମାନେ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଛନ୍ତି। ସେହି ଚାରିଜଣ ବିଧାୟକ ହେଲେ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ ଏବଂ ପ୍ରଣବ ବଳବନ୍ତରାୟ।

ତେବେ ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାକ୍ଷାତ କରିଛନ୍ତି। କାରଣ ହେଲା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା। ସେମାନେ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରିଛନ୍ତି ଯେ ଓଡିଶାର ଜଣେ ରାଷ୍ଟ୍ରପତି ହେବା ଗର୍ବର ବିଷୟ। ସେଥିପାଇଁ ସେମାନେ ତାଙ୍କ ବିଧାୟକ ଏବଂ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଚେଷ୍ଠା କରନ୍ତୁ ବୋଲି ଅନୁରୋଧ କରିଛନ୍ତି।