Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ଗିରଫ ହେଲେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା

ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି। ଆଜି ଭିଜିଲାନ୍ସ ବିଭାଗ ଉମେଶ ଚନ୍ଦ୍ର ଜେନାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଭିଜିଲାନ୍ସ ବିଭାଗ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଥିଲା। ଚଢାଉ ବେଳେ ତାଙ୍କ ଘରୁ ୧.୬୪ କୋଟି ଟଙ୍କା ଜବତ ହୋଇଥିଲା। ଏହାସହିତ ୬୫୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିଲା।

ଏତଦବ୍ୟତୀତ ତାଙ୍କ ନାମରେ ଭୁବନେଶ୍ୱରରେ ଗୋଟିଏ ଓ କେନ୍ଦୁଝରରେ ୩ଟି ବିଲ୍ଡିଂ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୫ଟି ପ୍ଲଟ ରହିଛି। ଆୟ ତୁଳନାରେ ଉମେଶଙ୍କ ସମ୍ପତ୍ତି ୩୬୮ ପ୍ରତିଶତ ବଢିଥିବା ଜଣାପଡିଛି।