Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଅଦଳ ବଦଳ, ଦେଖନ୍ତୁ ତାଲିକା

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ହେଲା ଅଦଳ ବଦଳ: ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ଏହି ଦାୟିତ୍ଵ

ଭୁବନେଶ୍ଵର: ରାଜ୍ୟରେ ଆଜି ଆଇଏଏସ ସ୍ତରରେ ଅଦଳ ବଦଳ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ ଅଧକାରୀ ପରାଗ ଗୁପ୍ତାଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ମିଳିଛି। ସେହିଭଳି ବିଜୟ ଆରୋରାଙ୍କୁ ଜିଏ ଏବଂ ପିଜି ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

Categories
ଆଜିର ଖବର ଆଞ୍ଚଳିକ

ଆଇଆଇସି ସ୍ତରରେ ଅଦଳ ବଦଳ: ଖୋର୍ଦ୍ଧା ଟାଉନ୍ ଥାନାକୁ ଯିବେ ବାଣପୁର ଥାନା ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ।

ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଶ୍ରୀ ପଟ୍ଟନାୟକ। ପୂର୍ବରୁ ଏକାଧିକ ଆଇଆଇସି ବାଣପୁର ଥାନାକୁ ଆସିଥିବାବେଳେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଏବଂ ଜନସାଧାରଣଙ୍କ ସମ୍ପର୍କ ବେଶ ନିବିଡ଼ ହୋଇପାରିଛି।

ଅନୁରୂପଭାବେ ନିକଟରେ ବାଣପୁର ଥାନାର ପୂର୍ବତନ ଏସଆଇ ବିଜୟ ମଲ୍ଲିକଙ୍କ ପଦୋନ୍ନତି ହୋଇଥିବାବେଳେ ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଆଇଆଇସି ରୂପେ ଦାୟିତ୍ୱ ନିର୍ବାହ କରିବେ।

ସୂଚନା ଥାଉକି ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟଙ୍କ ଯାଜପୁର ଏସଡ଼ିପିଓ ଭାବେ ଦୀର୍ଘଦିନ ହେଲା ପଦୋନ୍ନତି ହୋଇସାରିଛି।