Categories
ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ମନୋନୀତ କଲେ ଆକାଶ ଚୋପ୍ରା: ଅଧିନାୟକ ବିରାଟ ଦେଇପାରନ୍ତି ମୋହର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ଖେଳାଳି ମନୋନୀତ କରିଛନ୍ତି। ଏହି ମ୍ୟାଚ ଆସନ୍ତା ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବ।

ତେବେ ଫାଇନାଲ ମ୍ୟାଚ ପାଇଁ ପୁର୍ବତନ ଖେଳାଳି ଏମିତି ଏକ ପ୍ଲେଇଙ୍ଗ ଏକାଦଶ ଟିମ ମନୋନୀତ କରିଛନ୍ତି, ଯେଉଁଥିରେ ଅଧିନାୟକ ବିରାଟ କୋହିଲୀ ମଧ୍ୟ ମୋହର ଲଗାଇପାରନ୍ତି। ଆକାଶ ଚୋପ୍ରା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଶୁଭମାନ ଗିଲ ଏବଂ ରୋହିତ ଶର୍ମାଙ୍କୁ ଚୟନ କରିଥିବା ବେଳେ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଚେତେଶ୍ଵର ପୂଜାର, ଚତୁର୍ଥରେ ବିରାଟ କୋହିଲୀ ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଚୟନ କରିଛନ୍ତି।

ସେହିଭଳି ଷଷ୍ଠ ନମ୍ବର ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ତାଲିକାରେ ରଖିଛନ୍ତି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ସ୍ଥାନ ଦେଇଛନ୍ତି। ତେବେ ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ଆକାଶ ତାଲିକାରୁ ବାଦ ଦେଇଛନ୍ତି। ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ରଖିଥିବା ବେଳେ ଇଶାନ୍ତ ଶର୍ମା ଏବଂ ଜସପ୍ରିତ ବୁମରାଙ୍କୁ ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ଦେଇଛନ୍ତି।