Categories
ଆଜିର ଖବର ଜାତୀୟ ଖବର

ଭୁଶୁଡି ପଡିଲା ନିର୍ମାଣାଧୀନ ରେଳ ବ୍ରିଜ: ୧୭ ମୃତ, ପ୍ରଧାନମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି

ନୂଆଦିଲ୍ଲୀ: ଆଜି ମିଜୋରାମରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡି ପଡିଛି। ଏହି ଘଟଣାରେ ୧୭ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅଧିକାରୀ କହିଛନ୍ତି ଯେ, ଅନେକ ଲୋକ ଘଟଣାସ୍ଥଳରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ, ବ୍ରିଜ ଭୁଶୁଡ଼ିବା ବେଳେ ପ୍ରାୟ ୩୫ ରୁ ୪୦ ଜଣ କର୍ମଚାରୀ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ”ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତ ମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ।”

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ମଧ୍ୟ ରାତ୍ରୀରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ଘଟି ୧୫ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇଟି ପିଲା ଅଛନ୍ତି। ନିକଟସ୍ଥ କୌଣସି ଏକ ଗାଁ କୁ କନ୍ୟା ଯାତ୍ରୀ ବସ୍ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅପରପକ୍ଷରୁ ଗୁଡ଼ାରୀ ଠାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓ ଏସ୍ ଆର୍ ଟି ସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇ ଏହି ଭଳି ଘଟଣା ଘଟିଥିଲା ଓ ଉଭୟ ବସ୍ ର ଡ଼୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଶାହାଜାହନପୁରରେ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ, ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଶୃଙ୍ଖଳରେ କୁହାଯାଇଛି ଯେ, “ଉତ୍ତର ପ୍ରଦେଶର ଶାହାଜାହନପୁରରେ ଟ୍ରାକ୍ଟର ଟ୍ରଲି ନଦୀରେ ଖସି ପଡିବା ଘଟଣା ବେଶ ମର୍ମାହତ କରିଛି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ”

“ଶାହଜାହାନପୁରରେ ଦୁର୍ଘଟଣାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ସମୂର୍ଣ୍ଣ ତତ୍ପରତାର ଲାଗି ପଡିଛନ୍ତି। ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଛି: ପ୍ରଧାନମନ୍ତ୍ରୀ”

“ଉତ୍ତର ପ୍ରଦେଶର ଶାହାଜାହନପୁର ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ।”

Categories
ଆଜିର ଖବର ଜାତୀୟ ଖବର

ପଦଯାତ୍ରାରେ ସାମିଲ କୃଷକଙ୍କ ମୃତ୍ୟୁ, ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ନାଶିକରୁ ମୁମ୍ବାଇକୁ ଆସୁଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର କୃଷକ ପଦଯାତ୍ରା ବର୍ତ୍ତମାନ ସରକାରଙ୍କୁ ଭେଟିବା ପରେ ଥାନେ ଜିଲ୍ଲାର ୱାସିନ୍ଦରେ ଅଟକି ରହିଛନ୍ତି। ଏହି ସମୟରେ ମୋର୍ଚ୍ଚାରେ ଭାଗ ନେଇଥିବା ୫୮ ବର୍ଷିୟ କୃଷକ ପୁଣ୍ଡାଲିକ୍ ଅମ୍ବୋ ଯାଦବଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ଅଖିଳ ଭାରତୀୟ କିଷାନ ସଭା (AKIS) ର ସଂଯୋଜକ ତଥା ନେତା ଅଜିତ ନଭଲେଙ୍କ ଅନୁଯାୟୀ ପୁଣ୍ଡଲିକ ଆରମ୍ଭରୁ ମୋର୍ଚ୍ଚାରେ ଜଡିତ ଥିଲେ। ଆଗରେ କ୍ରମାଗତ ପଦଯାତ୍ରା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।

ଏହି ସମୟରେ କୃଷି ମନ୍ତ୍ରୀ ଦାଦା ଭୁସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କୃଷକ ପୁଣ୍ଡଲିକ ଯାଦବଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏଥି ସହିତ ଅଜିତ ନଭଲେଙ୍କ ନାମ ବିଭିନ୍ନ ଦାବି ପାଇଁ ଆଗରେ ଥିବା ମନ୍ତ୍ରୀ ତଥା ନେତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ନକରିବା ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ କୃଷକ, କୃଷି ଶ୍ରମିକ ଏବଂ ବହୁ ଆଦିବାସୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ମୋର୍ଚ୍ଚାରେ ବହୁ ସଂଖ୍ୟକ ପିଆଜ ଉତ୍ପାଦନ କରୁଥିବା କୃଷକ ମଧ୍ୟ ଉପସ୍ଥିତ ଅଛନ୍ତି। ନାଶିକର ଚାନ୍ଦୱଡ ତାଲୁକର ସୁରେଶ ବନକର ପାଞ୍ଚ ଏକର ପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଢ ଲକ୍ଷ ଟଙ୍କା ପାଇଛନ୍ତି। ତାଙ୍କ ପରି ଅନ୍ୟ କୃଷକମାନେ ଅଛନ୍ତି ଯେଉଁମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ୩୦୦ ଟଙ୍କା ଅନୁଦାନରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁରେଶ ବନକର କହିଛନ୍ତି ଯେ, ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଙ୍କୁ ଦେଢ ଲକ୍ଷ ଟଙ୍କା ମିଳିଛି। ମୁଁ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଋଣ ନେଇଥିଲି, ବର୍ତ୍ତମାନ ମୋତେ ଅନ୍ୟ କାହାଠାରୁ ୫୦ ହଜାର ଟଙ୍କା ନେଇ ବ୍ୟାଙ୍କକୁ ଦେବାକୁ ପଡିବ। ଯଦି ଋଣ ଠିକ୍ ସମୟରେ ପରିଶୋଧ ନହୁଏ, ତେବେ ବ୍ୟାଙ୍କ ପରେ ଋଣ ଦିଅନ୍ତି ନାହିଁ।

Categories
ବିଶେଷ ଖବର

ଗୋପାଳପୁର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନି ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଡମ୍ବା ଦଳ ଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ବର: ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ବିଶେଷ ଖବର

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାଡଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକ ମାନେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିକ୍ଷୋଭକାରୀଙ୍କ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କଲେ କେସିଆର, ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ହାଇଦ୍ରାବାଦ: ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦରେ ଗତକାଲି ୧୯ ବର୍ଷିୟ ରାକେଶଙ୍କର ମୃତ୍ୟୁ ଘଟିଛି। ନୂତନ ସ୍ୱଳ୍ପକାଳୀନ ସାମରିକ ନିଯୁକ୍ତି ଅର୍ଥାତ୍ ଅଗ୍ନିପଥ ଯୋଜନାକୁ ବିରୋଧ କରି ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦୁର୍ବୃତ୍ତଙ୍କ ଉପରକୁ ପୋଲିସ ଗୁଳି ଚଳାଇବା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ପ୍ରାୟ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କେସିଆର କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରେଳବାଇ ପୋଲିସର ଗୁଳି ବିନିମୟରେ ୱାରଙ୍ଗାଲର ବାସିନ୍ଦା ରାକେଶଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରିଛି ଯେ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ଏବଂ ତାଙ୍କ ପରିବାରର ଜଣେ ସଦସ୍ୟ ସରକାରୀ ଚାକିରି ପାଇବେ।

ଏହି ପ୍ରତିବାଦରେ ନିହତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ କେନ୍ଦ୍ରର “ଭୁଲ ନୀତି” କୁ ମୁଖ୍ୟମନ୍ତ୍ରୀ କେସିଆର ଦାୟୀ କରିଛନ୍ତି ଏବଂ ତେଲେଙ୍ଗାନାର ପିଲାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବେ ବୋଲି କହିଛନ୍ତି। ତେଲେଙ୍ଗାନା ମଧ୍ୟ ଦେଶର ଏକ ପ୍ରମୁଖ ରାଜ୍ୟ ଯେଉଁଠାରେ ପ୍ରତିରକ୍ଷା ସେବାରେ ନିଯୁକ୍ତି ପାଇଁ କେନ୍ଦ୍ର ଅଗ୍ନିପଥ ଯୋଜନା ଘୋଷଣା କରିବା ପରେ ଗତ କିଛି ଦିନ ମଧ୍ୟରେ ବିରୋଧ ତୀବ୍ର ହୋଇଛି।

Categories
ବିଶେଷ ଖବର

ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ପରିବାରଙ୍କ ପାଇଁ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଜୀବି ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରିଛି।

ଏହି ୧୭ଜଣିଆ ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି। ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆଉ କିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରଧିନ ରହିଛି। ସେ ବାବଦରେ ଜିଲ୍ଲାସ୍ତରରେ ଅନୁସନ୍ଧାନ ଜାରି ରହିଛି। ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଏହି ୧୭ ଜଣ କର୍ମଜୀବି ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୁଳକ ସହାୟତା ପାଇଁ ମୋଟ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଜଲଗାଓଁ ଓ କୁର୍ଣ୍ଣୁଲ ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏବଂ ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି।

ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, “ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”।

ସେହିପରି ମହାରାଷ୍ଟ୍ରର ଜଲଗାଓଁଠାରେ ଘଟିଥିବା ହୃଦୟ ବିଦାରକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଅନୁମୋଦନ କରିଛନ୍ତି। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋରାପୁଟ ସଡକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ ଓ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।