Categories
ଅପରାଧ ଆଜିର ଖବର ଜାତୀୟ ଖବର

 ଏନକାଉଣ୍ଟର ନେଇ ଅନେକ ପ୍ରଶ୍ନ, କାର ଓଲଟିଲା ? ନା ଓଲଟାଇ ଦିଆଗଲା ?

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି।
STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି?

ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସିଲେ ସ୍ପଷ୍ଟ ହୋଇଯିବ ବିକାଶ ସତରେ ପାଉଥିଲା କି ରାଜନୈତିକ ଆଶ୍ରୟ।

ଏତେବଡ କୁଖ୍ୟାତ ଅପରାଧୀ ଯେତେବେଳେ 8 ଜଣ ପୋଲିସଙ୍କୁ ମାରିବା ପରେ ବି ସମସ୍ତଙ୍କୁ ଚକମା ଦେଇ କାନପୁରରୁ ଫରିଦବାଦ ଦେଇ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ପହଞ୍ଚି ପାରୁଛି, ସେହି ଅପରାଧୀକୁ ଯେତିକି ସୁରକ୍ଷା ଦେଇ ଆଣିବା କଥା ତାହା ହୋଇଥିଲା କି ନାହିଁ, ତାହା ବି ତଦନ୍ତ ସାପେକ୍ଷ। ଗିରଫ ପରେ ବି ବିକାଶକୁ ଏନକାଉଣ୍ଟର କରାଯିବ ବୋଲି ଗତକାଲି ଠାରୁ ହିଁ ଆଶଙ୍କା ପ୍ରକାଶ ପାଇଥିଲା।