Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନୂଆ କୃଷି ଆଇନ କୃଷକଙ୍କ ପାଇଁ ଆୟ ବଢାଇବ: ଆଇଏମଏଫ ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ

ନୂଆଦିଲ୍ଲୀ: ବିଗତ ଦୁଇ ମାସ ହେଲା ନୂଆ କୃଷି ଆଇନକୁ ନେଇ ଚାଷୀ ସଂଗଠନ ବିରୋଧ କରୁଛନ୍ତି। ଯେଉଁଥିରେ ପଞ୍ଜାବ, ହରିୟଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ କୃଷକ ସାମିଲ ହୋଇଛନ୍ତି। ଏହା ଭିତରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ୧୧ ପର୍ଯ୍ୟାୟର ଆଲୋଚନା ହୋଇ ବିଫଳ ହୋଇଛି।

ତେବେ ଏନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ଏକ ମନ୍ତବ୍ୟ ଦେଇଛନ୍ତି। ଗୀତା କହିଛନ୍ତି ଯେ, ନୂଆ କୃଷି ଆଇନରେ କୃଷକଙ୍କ ପାଇଁ ଆୟ ବଢାଇବାର କ୍ଷମତା ଅଛି। ଏହି କୃଷି ଆଇନ ଦ୍ଵାରା ମଧ୍ୟସ୍ଥି ବ୍ୟବସ୍ଥା ଦୂର ହେବ ଏବଂ ଚାଷୀ ନିଜର ଫସଲ ଇଚ୍ଛା ମୁତାବକ ବିକ୍ରି କରିବାରେ ସ୍ଵାଧୀନତା ପାଇବ। କିନ୍ତୁ ଏହାସହିତ ଦୁର୍ବଳ କୃଷକମାନଙ୍କୁ ସାମାଜିକ ସୁରକ୍ଷା ମିଳିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ।