Categories
ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଏକଦିବସୀୟ ମ୍ୟାଚ: ଇଂଲଣ୍ଡକୁ ୩୩୦ ରନ ଟାର୍ଗେଟ ଦେଲା ଭାରତ

ପୁଣେ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ। ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ୧-୧ ରେ ବରାବର ଅଛି। ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ, ସେହି ଦଳ ସିରିଜ କବ୍ଜା କରିବ।

ପୁଣେରେ ଖେଳାଯାଉଥିବା ଆଜିର ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୫୦ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଛି। ତେବେ ଭାରତ ୪୮.୨ ଓଭର ଖେଳି ସମସ୍ତ ୱିକେଟ ହରାଇ ୩୨୯ ରନ କରିପାରିଥିଲା।

ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୭୮ ରନ କରିଥିବା ବେଳେ ରୋହିତ ଶର୍ମା ୩୭, ଶିଖର ଧବନ ୬୭, ଅଧିନାୟକ ବିରାଟ କୋହଲୀ ୭, ଲୋକେଶ ରାହୁଲ ୭, ହାର୍ଦ୍ଦିକ ପାଣ୍ଡ୍ୟା ୬୪, କୃନାଲ ପାଣ୍ଡ୍ୟା ୨୫, ଶ୍ରାଦ୍ଧୁଳ ଠାକୁର ୩୦ ରନ ସଂଗ୍ରହ କରିଥିଲେ।

ସେହିପରି ଇଂଲଣ୍ଡ ଦଳ ପକ୍ଷରୁ ମାର୍କ ଉଡ଼ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଦିଲ ରଶିଦ ୨ ଟି ୱିକେଟ, ସାମ କୁରାନ, ରୀସ ଟୋପ୍ଲି, ବେନ ଷ୍ଟ୍ରୋକ୍ସ, ମୋଇନ ଅଲି, ଲିଆମ ଲିଭିଙ୍ଗ ଷ୍ଟୋନ ୧ ଟି ଲେଖାଏଁ ୱିକେଟ ନେଇଥିଲେ।