Categories
ଅପରାଧ ଆଞ୍ଚଳିକ

ସ୍ବର୍ଣ୍ଣ ଅଳଙ୍କାର ଚୋରି, ଘରର ମହିଳା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ରହୁଥିବା ଏମ୍ ମୀନା କୁମାରୀ ନାମରେ ଜନୈକା ମହିଳାଙ୍କ ଏକ ମଙ୍ଗଳସୁତ୍ର ସ୍ବର୍ଣ୍ଣ ଅଳଙ୍କାର ଚୋରି ଘଟଣାରେ ଗୋଷାଣୀ ନୁଆଁଗାଁ ଥାନାରେ ଅଭିଯୋଗ କରିଛନ୍ତି।

ସୁଚନା ଅନୁଯାୟୀ ଅଭିଯୋଗକାରିଣୀ ମହିଳାଙ୍କ ଏକ ମଙ୍ଗଳସୁତ୍ର ଛିଡ଼ି ଯାଇଥିବାରୁ ଉକ୍ତ ଅଳଙ୍କାରକୁ ଶୋଇବା ଘରର କାଠ ଆଲମାରୀରେ ରଖିଥିଲେ। ଯେଉଁଥିରେ କି ତାଲା ପଡୁନଥିଲା। କିଛି ଦିନ ପରେ ମୀନା କୁମାରୀ ଉକ୍ତ ଅଳଙ୍କାରକୁ ତିଆରି କରିବା ପାଇଁ ଅଳଙ୍କାରକୁ ଖୋଜିବା ବେଳେ ନପାଇ ଉକ୍ତ ମହିଳା କର୍ମଚାରୀଙ୍କୁ ପଚାରିଥିଲେ। କାରଣ ସେ ଘରକୁ ଆଉ କାହାର ଚଳପ୍ରଚଳ ନଥିଲା। କିନ୍ତୁ ସେ ମନା କରିବାରୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।