Categories
ବିଶେଷ ଖବର ବ୍ୟବସାୟ

ଖୁବ ଶିଘ୍ର ଜୋମାଟୋ ବନ୍ଦ କରିବ ତାହାର ବ୍ୟବସାୟିକ କାର୍ଯ୍ୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅନ ଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ସଂଯୁକ୍ତ ଆରବ ଏମିରେଟ୍ସ ବ୍ୟତୀତ ସମସ୍ତ ଆନ୍ତର୍ଜାତୀୟ ବଜାରରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ଏ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଇଛି। ଯେଉଁ ଆନ୍ତର୍ଜାତୀୟ ବଜାରରୁ ଜୋମାଟୋ ବାହାରିବ ସେଗୁଡିକ ହେଲା ବ୍ରିଟେନ, ଆମେରିକା, ସିଙ୍ଗାପୁର ଏବଂ ଲେବାନନ୍ ଅନ୍ତର୍ଭୁକ୍ତ।

ଜୋମାଟୋ, ନିକଟରେ ଏହାର ଆଇପିଓ ଲଞ୍ଚ କରିଥିବା ବେଳେ ଏହାର ବୃହତ୍ତମ ବଜାର ଭାରତ ଏବଂ ଲାଭଜନକ ୟୁଏଇ ଉପରେ ଧ୍ୟାନ ଦେବ ବୋଲି ବିଜିନେସ ଇନସାଇଡର୍ ରିପୋର୍ଟରେ ଦର୍ଶାଯାଇଛି। ଜୋମାଟୋ ଏହାର ବ୍ୟବସାୟ କ୍ଷେତ୍ରଗୁଡ଼ିକୁ ଭାରତ, ୟୁଏଇ ଏବଂ ବିଶ୍ବର ଅନ୍ୟାନ୍ୟ ଶ୍ରେଣୀଭୁକ୍ତ କରିଛି।

ଏହି ସପ୍ତାହରେ ଜୋମାଟୋ ଘୋଷଣା କରିଥିଲା ​​ଯେ ସେପ୍ଟେମ୍ବର 30 ରେ ଶେଷ ହୋଇଥିବା ତ୍ରୟ ମାସିକ ରେଜଲଟରେ କଂପାନୀର କ୍ଷତିର ପରିମାଣ 430 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟତଃ ବିତରଣ ମୂଲ୍ୟ ବୃଦ୍ଧି ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି। ଗତ ବର୍ଷ ସମାନ ଅବଧିରେ କମ୍ପାନୀ 229 କୋଟି ଟଙ୍କା କ୍ଷତି କରିଥିଲା।