Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରିଡା: ଅବିନାଶ ସାବଲ ଓ ତେଜିନ୍ଦର ପାଲ ସିଂଙ୍କୁ ସ୍ଵର୍ଣ୍ଣ, ଗଲ୍ଫରେ ପ୍ରଥମ ମିଳିଲା ପ୍ରଥମ ପଦକ

ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ଏସୀୟ ଗେମ୍ସରେ ଭଲ ପ୍ରଦର୍ଶନ କରୁଛନ୍ତି। ଅବିନାଶ ସାବଲଙ୍କ ରେକର୍ଡ ଭାଙ୍ଗିବା ପ୍ରଦର୍ଶନ ପ୍ରଥମ ଭାରତୀୟ ବ୍ୟକ୍ତି ଭାବରେ ଏସୀୟ ଗେମ୍ସରେ ୩୦୦୦ ମିଟର ଷ୍ଟିପଲଚେସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତେଜିନ୍ଦର ପାଲ ସିଂ ତୁର ପୁରୁଷ ସଟ୍‌ପୁଟରେ ନିଜ ଟାଇଟଲ ବଜାୟ ରଖିଛନ୍ତି। ବକ୍ସର ନିହାତ୍ ଜରିନ୍ ଏସୀୟ ଗେମ୍ସରେ ମହିଳା ୫୦ କିଲୋଗ୍ରାମ ସେମିଫାଇନାଲ ମ୍ୟାଚ୍ ହାରିଯାଇଛନ୍ତି ଏବଂ ତାଙ୍କୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି।

ଆଜି ଭାରତ ଗଲ୍ଫରେ ପ୍ରଥମ ପଦକ ପାଇଛି, ଯେଉଁଠାରେ ଅଦିତି ଅଶୋକ ରୌପ୍ୟ ପଦକ ପାଇଛନ୍ତି। ଏଥି ସହିତ ମହିଳା ସୁଟରମାନେ ଟିମ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏହା ପରେ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତି ସୁଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ କିନାନ ଚେନ୍ନାଇ ଡବଲ ଟ୍ରାପ ସୁଟିଂରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଆଜି ଭାରତ ଏପର୍ଯ୍ୟନ୍ତ ୪ ଟି ପଦକ ପାଇଛି।