Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଭିନବ ଉଦ୍ଭାବନ: ଡିଜେଲ ଜେନେରେଟରରୁ ଅଙ୍ଗାରକାମ୍ଳ ଅବଶୋଷଣ ପାଇଁ ହେଲା ସ୍ୱତନ୍ତ୍ର ଚାମ୍ବର ନିର୍ମାଣ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ଏକ ପଦକ୍ଷେପ ହୋଇଥିବା ଦୃଷ୍ଟିରୁ ଏନଆଇଟି ରାଉରକେଲା ପକ୍ଷରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜେଲ ଜେନେରେଟରରୁ ଅଙ୍ଗାରକାମ୍ଳ ବାଷ୍ପ ଅବଶୋଷଣ ଲାଗି ଏନଆଇଟି ରାଉରକେଲା ପକ୍ଷରୁ ଏକ ଦ୍ୱୈତ ଅବଶୋଷଣ ଚାମ୍ବର ବ୍ୟବହାର କରାଯାଇଛି। ଏହି ଉପକରଣ କ୍ୟାମ୍ପସ ପରିସରରେ ଡିଜେଲ ଜେନେରେଟରରୁ ସୃଷ୍ଟି ହେଉଥିବା ୬୫% ପ୍ରତିଶତ ଅଙ୍ଗାରକାମ୍ଳ ବାଷ୍ପ କମାଇବାରେ ସହାୟକ ହେବ।

ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଝାରସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏନଆଇଟି ରାଉରକେଲା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ସେହିପରି ଏନଆଇଟି ରାଉରକେଲା ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଥିଲେ । ଏହି ଅଭିଯାନରେ ଛାତ୍ରଛାତ୍ରୀମାନେ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ।