Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଜେଲ୍ ଦଣ୍ଡ ଓ ଜରିମାନା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୦ ଜୁନ ମାସ ୩ ତାରିଖରେ ଜନୈକା ନାବାଳିକା ନିଜ ସମ୍ପର୍କୀୟଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରକୁ ଯାଉଥିବା ବେଳେ ସୁବାସ ମହାନ୍ତି ନାମକ ଜଣେ ବ୍ୟକ୍ତି ବାଟରେ ଉକ୍ତ ନାବାଳିକାକୁ ମୋଟରସାଇକେଲରେ ଉଠାଇ ନେଇ ନିକଟସ୍ଥ ଏକ ମନ୍ଦିର ନିକଟ ନିଚ୍ଛାଟିଆ ଜାଗାରେ ଦୁଷ୍କର୍ମ କରିଥିଲା। ସେଠାରୁ ଫେରି ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ବଡ଼ବଜାର ଥାନା ପୋଲିସ ଏତଲା ନଂ ୧୨୧/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତତ୍କାଳୀନ ଜନୈକା ମହିଳା ଉପନିରୀକ୍ଷକଙ୍କ ଦ୍ଵାରା ତଦନ୍ତ ଚଳାଇ ଠିକ ପରଦିନ ଅଭିଯୁକ୍ତ ସୁବାସକୁ ଗିରଫ କରି ପୋସ୍କ ଅଦାଲତକୁ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ସୁବାସକୁ ୩ ବର୍ଷ କାରାଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।