Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଏକାଧିକ ଚୋରି ମାମଲାରେ ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୁହୁଡି ଛକ କଷାକେନ୍ଦୁ ନିକଟରେ ବାଇକ୍ ଚୋରୀ ଅଭିଯୋଗ ହେବାପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଗୟା ନାୟକ ଓ ଅନାମ ନାୟକ।

ଅନୁରୂପ ଭାବେ କାଳୁପଡା ଘାଟ ଅଞ୍ଚଳର ଏକ ମେଡିସିନ ଷ୍ଟୋରରୁ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଚଣ୍ଡେଶ୍ୱର ଅଞ୍ଚଳର ମହେଶ ପ୍ରଧାନ।

ଖବର ମୁତାବକ କାଳୁପଡାଘାଟ ଅଁଳାଡି ଛକରେ ଥିବା ଜୟ ହନୁମାନ ମେଡିସିନ ଷ୍ଟୋରରୁ ସ୍କାଏଲାଇଟ୍ ଭାଙ୍ଗି ସିସିଟିଭିର ହାର୍ଡଡିସ୍କ ସାଙ୍ଗକୁ ନଗଦ ୬ ହାଜର ଟଙ୍କା ଚୋରି କରିଥିଲେ ମହେଶ। ଏ ନେଇ ଦୋକାନୀ ଜଣକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ କରି ମହେଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଆଇଆଇସି ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।