Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌କୁ ଗଲେ 51 ଜଣ ଅମାନିଆ

ପାରାଦୀପ : 51 ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ ପଠାଇଲା ପ୍ରଶାସନ । ଷଣ୍ଢକୁଦ ବସ୍ତିରୁ ଠାବ କରି ଆନ୍ଧ୍ରଫେରନ୍ତାଙ୍କୁ କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ପଠାଯାଇଛି । ଆନ୍ଧ୍ରରୁ ଫେରି କ୍ବାରେଣ୍ଟିନ୍‌ ନ ରହି ସିଧା ଷଣ୍ଢକୁଦ ବସ୍ତିକୁ ଆସିଥିଲେ ପ୍ରବାସୀ । ବାରଣ କରିବାରୁ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା ।  ଜଟାଧାର ମୁହାଣ ସାମୁଦ୍ରିକ ପୋଲିସ୍‌ ସହାୟତାରେ ପୌର ପ୍ରଶାସନ ଏହି ଅମାନିଆ ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ ସେଣ୍ଟରକୁ ପଠାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀଙ୍କ ଆଗମନ ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ପ୍ରବାସୀମାନଙ୍କୁ କ୍ବାରେଣ୍ଟିନରେ ରଖୁଛନ୍ତି । କିନ୍ତୁ କିଛି ପ୍ରବାସୀ ଏହାକୁ ନ ମାନି ମନମାନି କରୁଥିବାର ଅଭିଯୋଗ ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଚେନ୍‌ ପୁଲିଂ କରି ଟ୍ରେନ୍‌ ଅଟକାଇଲେ ଅମାନିଆ ପ୍ରବାସୀ

ଅନୁଗୁଳୁ : ଅନୁଗୁଳ ମଝିକା ନିକଟରେ ଟ୍ରେନ୍‌ ଅଟକାଇଛନ୍ତି ପ୍ରବାସୀ ଶ୍ରମିକ। ଚେନ୍‌ ପୁଲିଂ କରି ଖସି ଯିବାକୁ ଟ୍ରେନ୍‌ ଅଟକାଇଥିବାର ଅଭିଯୋଗ ହୋଇଛି।  ଏନେଇ ସାତ ଜଣଙ୍କୁ ଅଟକ ରଖି କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ନେଇଛି ଜିଲ୍ଲା ପ୍ରଶାସନ । ଆଉ କିଛି ପ୍ରବାସୀ ଲୁଚି ପଳାଇଥିବା ସନ୍ଦେହ ରହିଥିବାରୁ ଏନେଇ ପୋଲିସ୍‌ ତନାଘନା ଜାରି ରଖିଛି ।

ରାଜ୍ୟର କରୋନା ମାନଚିତ୍ରରେ ଅନୁଗୁଳ ଜିଲ୍ଲା ଆଜି ଯୋଡ଼ିହୋଇଛି। ଆଜି ସକାଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାବେଳେ ଆଉ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଏହା 15ରେ ପହଞ୍ଚିଛି । ଜିଲ୍ଲାରେ ଏକକାଳୀନ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ର ଘୋଷଣା କରିବା ସହ ରେଡ୍‌ ଜୋନ ଭଳି କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।