ଚେନ୍‌ ପୁଲିଂ କରି ଟ୍ରେନ୍‌ ଅଟକାଇଲେ ଅମାନିଆ ପ୍ରବାସୀ

Published: May 10, 2020, 9:56 pm IST

ଅନୁଗୁଳୁ : ଅନୁଗୁଳ ମଝିକା ନିକଟରେ ଟ୍ରେନ୍‌ ଅଟକାଇଛନ୍ତି ପ୍ରବାସୀ ଶ୍ରମିକ। ଚେନ୍‌ ପୁଲିଂ କରି ଖସି ଯିବାକୁ ଟ୍ରେନ୍‌ ଅଟକାଇଥିବାର ଅଭିଯୋଗ ହୋଇଛି।  ଏନେଇ ସାତ ଜଣଙ୍କୁ ଅଟକ ରଖି କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ନେଇଛି ଜିଲ୍ଲା ପ୍ରଶାସନ । ଆଉ କିଛି ପ୍ରବାସୀ ଲୁଚି ପଳାଇଥିବା ସନ୍ଦେହ ରହିଥିବାରୁ ଏନେଇ ପୋଲିସ୍‌ ତନାଘନା ଜାରି ରଖିଛି ।

ରାଜ୍ୟର କରୋନା ମାନଚିତ୍ରରେ ଅନୁଗୁଳ ଜିଲ୍ଲା ଆଜି ଯୋଡ଼ିହୋଇଛି। ଆଜି ସକାଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାବେଳେ ଆଉ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଏବେ ଏହା 15ରେ ପହଞ୍ଚିଛି । ଜିଲ୍ଲାରେ ଏକକାଳୀନ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ର ଘୋଷଣା କରିବା ସହ ରେଡ୍‌ ଜୋନ ଭଳି କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Related posts