Categories
ଆଜିର ଖବର ଜାତୀୟ ଖବର

ମହିଳା ସାଂସଦଙ୍କୁ ଏସିଡ ଆକ୍ରମଣ ଧମକ: ଶିବସେନା ସାଂସଦଙ୍କ ଉପରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଲୋକସଭାରେ ଜଣେ ମହିଳା ସାଂସଦଙ୍କୁ ଶିବସେନା ସାଂସଦ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଶିବସେନା ସାଂସଦ ଅରବିନ୍ଦ ସାବନ୍ତଙ୍କ ଉପରେ  ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ଲୋକସଭାରେ ମହାରାଷ୍ଟ୍ର ସରକାର ବିରୋଧରେ ନବନୀତ ମାମଲା ଉଠାଇଥିଲା। ଏହା ପରେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ତାଙ୍କୁ ଫୋନ କରିଥିଲେ। ଏବଂ ଅରବିନ୍ଦ ତାଙ୍କୁ ଜେଲ ପଠାଇବା ପାଇଁ ଧମକ ଦେଇଥିଲେ। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବନୀତ ଅଭିଯୋଗ କରିଛନ୍ତି। ଏହା ସହିତ ଶିବସେନା ଲେଟର ହେଡରେ ତାଙ୍କୁ ଏସିଡ ଆକ୍ରମଣ କରିବା ଭଳି ଧମକ ମଧ୍ୟ ଦିଆଯାଉଛି ସେ ଅଭିଯୋଗ କରିଛନ୍ତି।

ସେ ଏକ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁଭଳି ଭାବେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ମୋତେ ଧମକ ଦେଉଛନ୍ତି, ଏହା ମୋ ପାଇଁ ନୁହେଁ ସମଗ୍ର ଦେଶର ମହିଳାମାନଙ୍କ ପ୍ରତି ଅପମାନ ଅଟେ। ତେଣୁ ଅରବିନ୍ଦଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାରେ ଅରବିନ୍ଦ ସାବନ୍ତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ମହିଳାଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବା ଭଳି ଧମକି ହେଉଛି, ତେବେ ସେ ତାଙ୍କ ସାଥିରେ ଠିଆ ହେବେ।