Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମ୍ବୁଲାନ୍ସ ଉପରେ ଆକ୍ରମଣ କଲା ଇସ୍ରାଏଲ୍: ପ୍ରିୟଙ୍କା ଗାନ୍ଧୀ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ତୁରନ୍ତ ଯୁଦ୍ଧ ବିରାମ କରିବାକୁ କହିଛନ୍ତି।

ଗାଜା ସହରର ଅଲ-ଶିଫା ହସ୍ପିଟାଲ ବାହାରେ ଏକ ଆମ୍ବୁଲାନ୍ସ ଉପରେ ଇସ୍ରାଏଲର ହୋଇଥିବା ଆକ୍ରମଣ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣା ଭୟଙ୍କର ଏବଂ ଲଜ୍ଜାଜନକ।

ସେ କହିଛନ୍ତି ଯେ, ସଂପୂର୍ଣ୍ଣ ପରିବାରକୁ ଶେଷ କରି ଦିଆଯାଇଛି, ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଉପରେ ବୋମା ମାଡ କରାଯାଇଛି, ଶରଣାର୍ଥୀ ଶିବିରକୁ ଟାର୍ଗେଟ କରାଯାଇଛି ଏବଂ ତଥାପି ତଥାକଥିତ ‘ମୁକ୍ତ’ ବିଶ୍ଵର ନେତାମାନେ ପାଲେଷ୍ଟାଇନରେ ନରସଂହାର ପାଇଁ ଆର୍ଥିକ ଘୋଷଣା ଏବଂ ସହାୟତା ଘୋଷଣା କରୁଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ଯୁଦ୍ଧ ବିରାମ ଏକ ବହୁତ ଛୋଟ ପଦକ୍ଷେପ। ଏହା ତୁରନ୍ତ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା କାର୍ଯ୍ୟକାରୀ ହେବା ଆବଶ୍ୟକ, ନଚେତ୍ ଏହାର କୌଣସି ନୈତିକ ଅଧିକାର ରହିବ ନାହିଁ।”