Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍ ସ୍ତରରେ ହେଲା ଛୋଟ ଅଦଳବଦଳ: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କୁ ମିଳିଲା କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଆଇଏଏସ୍ ବିଶାଲ ଦେବଙ୍କୁ ଅର୍ଥ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।

ଡି.କେ ସିଂହଙ୍କୁ ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ଆର ଭିନେଲ୍‌କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ଦାୟିତ୍ୱ ଭାବେ ନିଯୁକ୍ତି ମିଳିଛି।

ତେବେ ବର୍ତ୍ତମାନ ବିଶାଲ ଦେବ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଅଶୋକ ମିନା ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଡି.କେ ସିଂହ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିବା ବେଳେ ସୁରେନ୍ଦ୍ର କୁମାର ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଆର ଭିନେଲ୍‌କ୍ରିଷ୍ଣା ଦାୟିତ୍ଵ ତୁଲାଉଛନ୍ତି।