Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

ଭୁବନେଶ୍ଵର: ନବରାତ୍ରିର ୯ ଦିନରେ ବିଭିନ୍ନ ପ୍ରରୂପରେ ମାତା ଦେବୀଙ୍କୁ ପୂଜା କରାଯାଏ। ଶାରଦୀୟ ନବରାତ୍ରିରେ ୯ ଦିନରେ ମା ଦୁର୍ଗାଙ୍କର ୯ ଟି ରୂପକୁ ପୂଜା କରାଯାଏ। କନ୍ୟା ପୂଜା ଏବଂ ଯଜ୍ଞ ବିନା ନବରାତ୍ରୀ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ, ନବରାତ୍ରୀ ସମୟରେ ଅଷ୍ଟମୀ-ନବମୀ ଦିନ ଯଜ୍ଞ କରିବା ଦ୍ୱାରା ନବଗ୍ରହ, ଦେବତା ଏବଂ ଦେବୀମାନେ ସେମାନଙ୍କର ଅଂଶ ପାଆନ୍ତି, ଯେଉଁଥିପାଇଁ ସେମାନେ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ ଦିଅନ୍ତି। ଆସନ୍ତୁ ଜାଣିବା ଯଜ୍ଞର ସଠିକ୍ ପଦ୍ଧତି ଏବଂ ଏଥିରୁ ପ୍ରାପ୍ତ ଲାଭ….

ନବରାତ୍ରିରେ ଯଜ୍ଞର ଗୁରୁତ୍ୱ:

ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ପୂଜା କରିବା ସହିତ ଯଜ୍ଞ କରିବା ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ। ବିଶ୍ବାସ ଅନୁଯାୟୀ, ନବବ୍ରତ ପୂଜା ଯଜ୍ଞ ବିନା ସମାପ୍ତ ହୁଏ ନାହିଁ। ନବରାତ୍ରୀ ସମୟରେ କିଛି ଲୋକ ପୁରା ନଅ ଦିନ ପାଇଁ ଯଜ୍ଞ କରନ୍ତି। ଯେଉଁମାନେ ନବରାତ୍ରୀ ସମୟରେ ନଅ ଦିନ ପାଇଁ ଯଜ୍ଞ କାରପାରନ୍ତିନାହିଁ, ସେମାନେ ନିଶ୍ଚିତ ଭାବରେ ଅଷ୍ଟମୀ କିମ୍ବା ନବମୀ ଦିନ ଯଜ୍ଞ କରନ୍ତି। ଦୁର୍ଗା ଅଷ୍ଟମୀ ଏବଂ ମହାନବମୀରେ ସର୍ବାର୍ଥ ସିଦ୍ଧ ଯୋଗ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ରହିଥାଏ। ଏହି ଦିନ, ସୂର୍ଯ୍ୟୋଦୟ ପରେ ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ପରେ ଯଜ୍ଞ କରାଯାଇପାରେ। ଯଜ୍ଞ ପରେ କନ୍ୟା ପୂଜା କରନ୍ତୁ।