Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ପୋଲିସ ଏବଂ ସେନାର ମିଳିତ ଚଢାଉ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ

ଶ୍ରୀନଗର: ଆତଙ୍କବାଦୀ ଲୁଚି ରହିଥିବା ଠିକଣା ଉପରେ ଗତକାଲି ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଚଢାଉ କରାଯାଇଛି। ଚଢାଉ ବେଳେ ଆତଙ୍କବାଦୀମାନଙ୍କ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ପୋଲିସ କହିଛି ଯେ, ନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ ବରମୁଲ୍ଲା ପୋଲିସର ମିଳିତ ଟିମ୍ ଏବଂ ୫୨ ରାଷ୍ଟ୍ରିୟ ରାଇଫଲ୍ସ (ଆରଆର) ସକାଳେ ବରମୁଲ୍ଲା ଜିଲ୍ଲାର ଦୁଦବାଗ- ଟିୱାଇ ଶାହ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଅପରେସନ୍ ସମୟରେ ଗଛ ତଳେ ପୋଟା ହୋଇରହିଥିବା ଦୁଇଟି ବାକ୍ସ, ଏକେ ୪୭ର ୧୪୬୦ ରାଉଣ୍ଡ ଗୁଳି ସହ ଏକ ଛିଣ୍ଡା ବ୍ୟାଗ ଉଦ୍ଧାର କରାଯାଇଥିଲା।

ସେ କହିଛନ୍ତି ଯେ, ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆପତ୍ତିଜନକ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି କରିଛି।