Categories
ଆଜିର ଖବର ଜାତୀୟ ଖବର

ଦୁଇ ମାସ ପାଇଁ ହାଓଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍ ଏବଂ ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ

ଭୁବନେଶ୍ଵର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ / ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ର ମାର୍ଗ ପରିବର୍ତ୍ତନ କରାଯାଇଥିବାବେଳେ ହାଓଡ଼ା-ଏସଏସପିଏନ ଏକ୍ସପ୍ରେସ ର ଆଂଶିକ ବାତିଲ କରାଯାଇ ଅଛି।

22831/22832 ହାଓଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) – ହାଓଡ଼ା ଏକ୍ସପ୍ରେସ 06.12.2023 ରୁ 07.02.2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାଓଡ଼ା ଠାରୁ ଏବଂ 08.12.2023 ରୁ 09.02.2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନ ଠାରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ।

ସେହିଭଳି, 18464/1843 ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ 8 ଡିସେମ୍ବର 2023 ରୁ 8 ଫେବୃଆରୀ 2024 ପର୍ଯ୍ୟନ୍ତ ବେଙ୍ଗାଲୁରୁ ଠାରୁ ଏବଂ 7 ଡିସେମ୍ବର 2023 ରୁ 7 ଫେବୃଆରୀ 2024 ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାବିତ ହେବ ଟ୍ରେନ ସେବା

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବାମରା ଏବଂ ଧରୁଆଡିହ ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡୁଥିବା ନିମ୍ନଲିଖିତ ଟ୍ରେନଗୁଡିକ ଦିନକ ପାଇଁ ନିମ୍ନମତେ ପ୍ରଭାବିତ ହେବ।

ବାତିଲ ହେବାକୁ ଥିବା ଟ୍ରେନ୍:

1. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 26.04.2023 ଦିନ।

2. 18108 ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଜଗଦଲପୁରରୁ 25.04.2023 ଦିନ।

3. 18107 ରାଉରକେଲା-ଜଗଦଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାଉରକେଲାରୁ 26.04.2023 ଦିନ।

4. 18118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ଗୁଣୁପୁରରୁ 25.04.2023 ଦିନ।

5. 18117 ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ 26.04.2023 ଦିନ।

ଟ୍ରେନର ସମୟରେ ପରିବର୍ତ୍ତନ:

1. 25.04.2023 ଦିନ ବାଙ୍ଗାଲୋରରୁ ଛାଡିବାକୁ ଥିବା 12836 ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ।

2. 26.04.2023 ଦିନ ସମ୍ବଲପୁରରୁ ଛାଡିବାକୁ ଥିବା 18311 ସମ୍ବଲପୁର-ବନାରସ ଏକ୍ସପ୍ରେସ 02 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ।

3. 25.04.2023 ଦିନ ଋଷିକେଶରୁ ଛାଡିବାକୁଥିବା 18478 ଯୋଗ ନାଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ।

ଟ୍ରେନର ଆଂଶିକ ବାତିଲ:

A. 26.04.2023 ଦିନ ହାଓଡ଼ାରୁ ଛାଡିବାକୁ ଥିବା 12871 ହାଓଡ଼ା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ଚକ୍ରଧରପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଚକ୍ରଧରପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ବାତିଲ ହୋଇ ରହିବ। ଏହି ଟ୍ରେନ୍ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ହାଓଡ଼ାକୁ ଫେରିବ।

B. 26.04.2023 ଦିନ କଣ୍ଟାବାଞ୍ଜୀରୁ ଛାଡିବାକୁ ଥିବା 22862 କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଝାରସୁଗୁଡା ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଝାରସୁଗୁଡାରୁ ହାଓଡ଼ା ପର୍ଯ୍ୟନ୍ତ ବାତିଲ ରହିବ। ଏହି ଟ୍ରେନ୍ ଟିଟିଲାଗଡ / କାଣ୍ଟାବାଞ୍ଜିକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଫେରିବ।

C. 25.04.2023 ଦିନ ପୁରୀରୁ ଛାଡିବାକୁ ଥିବା 18452 ପୁରୀ-ହଟିଆ ତପସ୍ୱିନି ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ସମ୍ବଲପୁରରୁ ହଟିଆ ପର୍ଯ୍ୟନ୍ତ ବାତିଲ ରହିବ।

D. 26.04.2023 ଦିନ ହଟିଆରୁ ଛାଡିବାକୁ ଥିବା 18451 ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସ ହଟିଆ ପରିବର୍ତ୍ତେ ସମ୍ବଲପୁରରୁ ପୁରୀ ଯାତ୍ରା କରିବ। ହଟିଆରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ।

ଟ୍ରେନ ବାତିଲ୍:

08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର 6 ରୁ 11 ନଭେମ୍ବର, 2022 ମଧ୍ୟରେ ଏବଂ ଜୁନାଗଡ଼ ରୋଡରୁ 7 ରୁ 12 ନଭେମ୍ବର, 2022 ପର୍ଯ୍ୟନ୍ତ ବାତିଲ ରହିବ।

08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ 7 ରୁ 12 ନଭେମ୍ବର, 2022 ମଧ୍ୟରେ ଏବଂ ବିଲାସପୁରରୁ 6 ରୁ 11 ନଭେମ୍ବର, 2022 ମଧ୍ୟରେ ବାତିଲ ରହିବ।

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ 6 ରୁ 11 ନଭେମ୍ବର, 2022 ମଧ୍ୟରେ ଏବଂ ରାୟପୁର ରୋଡରୁ 7 ରୁ 12 ନଭେମ୍ବର, 2022 ମଧ୍ୟରେ ବାତିଲ ରହିବ।

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 7 ରୁ 11 ନଭେମ୍ବର, 2022 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

ହାଓଡ଼ା ଠାରୁ ଛାଡିବାକୁ ଥିବା 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 7 ରୁ 10 ନଭେମ୍ବର ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ 9 ରୁ 12 ନଭେମ୍ବର ମଧ୍ୟରେ ଉଭୟ ପାର୍ଶ୍ୱରୁ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ।

12871 & 22861/12872 & 22862 ହାଓଡ଼ା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 7 ରୁ 11 ନଭେମ୍ବର, 2022 ମଧ୍ୟରେ ହାଓଡ଼ା ଠାରୁ ଏବଂ 8 ରୁ 12 ନଭେମ୍ବର, 2022 ମଧ୍ୟରେ କଣ୍ଟାବାଞ୍ଜି/ଟିଟିଲାଗଡ଼ ଠାରୁ ଉଭୟ ପାର୍ଶ୍ୱରୁ ହାଓଡ଼ା ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଏବଂ ବାଲାଙ୍ଗୀର ଓ କଣ୍ଟାବାଞ୍ଜି/ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଆଂଶିକ ବାତିଲ୍ ହେଲା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସୁପର ଫାଷ୍ଟ ଟ୍ରେନ

ଭୁବନେଶ୍ବର: ଆଜି 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସୁପର ଫାଷ୍ଟ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

ଆଜି 08264/08263 ବିଳାସପୁର-ଟିଟିଲାଗଡ଼-ବିଳାସପୁର ସ୍ପେଶାଲ ଉଭୟ ପାର୍ଶ୍ୱରୁ ବିଳାସପୁର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଟିଟିଲାଗଡ ମଧ୍ୟରେ ବାତିଲ ରହିବ।