Categories
ଆଜିର ଖବର ରାଜ୍ୟ ଖବର

କମୋଡର ଋତୁରାଜଙ୍କ ଠାରୁ ଆଇଏନଏସ ଚିଲିକା କମାଣର ପଦଭାର ସମ୍ଭାଳିଲେ କମୋଡର ଏନପି ପ୍ରଦୀପ

ଭୁବନେଶ୍ବର: ୨୬ ଜାନୁଆରୀ ୨୦୨୧ ଦିନ ଏକ ସମାରୋହ ପରେଡରେ କମୋଡର ଏନପି ପ୍ରଦୀପ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକାର କମାଣ ଏବଂ ନୌସେନା ଅଧିକାରୀ ଓଡିଶାର ଦାୟିତ୍ୱ କମୋଡର ଋତୁରାଜ ସାହୁଙ୍କ ଠାରୁ ଗ୍ରହଣ କରିଛନ୍ତି।

ଆଇଏନଏସ ଚିଲିକାର ଅଧିକାରୀ ଗଣ ଓ ନାବିକମାନେ କମୋଡର ଋତୁରାଜ ସାହୁଙ୍କ ୨୨ ମାସର କାର୍ଯ୍ୟକାଳ ଶେଷରେ ଏକ ପାରମ୍ପାରିକ ସମାରୋହରେ ବିଦାୟ ଦେଇଥିଲେ। କମୋଡର ଋତୁରାଜ ସାହୁ ଖୁବ୍ ଶୀଘ୍ର କୋଲକାତାର ଆଇଏନଏସ ନେତାଜୀ ସୁବାଷର କମାଣ ଓ ନୌସେନା ଅଧିକାରୀ (ପଶ୍ଚିମ ବଙ୍ଗ) ର ଦାୟିତ୍ଵ ଗ୍ରହଣ କରିବେ।

କମୋଡର ଏନପି ପ୍ରଦୀପ ଯେ କି କେରଳର ଭାଡାନାମକୁରୁସିରୁ ଅସିଛନ୍ତି। ସେ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ଖଡଗ ବଲସା) ର ପୁରତନ ଛାତ୍ର। ଏହି ଅଧିକାରୀ ୧୯୯୨ ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗଦାନ କରିଥିଲେ।

ଦୀର୍ଘ ୨୯ ବର୍ଷର ନୌସେନା ସେବା ସମୟରେ ଏହି ଅଧିକାରୀ ନୌସେନା ଜାହାଜ ରାଜପୁତ, ରଣଜିତ, କୀର୍ପାନରେ ଜାହାଜ ପଥପ୍ରଦର୍ଶକ ଅଧିକାରୀ ରୂପେ ଏବଂ ଭାରତୀୟ ନୌସେନା ଜାହାଜ ବିନାଶ, କେଶରୀ ଏବଂ ଗଙ୍ଗାରେ କମାଣ ଅଧିକାରୀ ରୂପେ କାର୍ଯ୍ୟ କରିଛନ୍ତି।

ତାଙ୍କର ଅନ୍ୟ ନିଯୁକ୍ତି ମଧ୍ୟରେ ଏନଡିଏରେ ସ୍କାଡନ କମାଣ୍ଡର, ନୌସେନା ଅପରେଶନର ଯୁଗ୍ମ ନିର୍ଦ୍ଦେଶକ (ନେଟ ଆସେସମେଣ୍ଟ କକ୍ଷ) ଏମଡିସିସି କମାଣ ଅପରେସନ ଅଧିକାରୀ (ଦକ୍ଷିଣ ନୌସେନା କମାଣ) କପ୍ତାନ କାର୍ଯ୍ୟଶୈଳୀ ସ୍ଥାନୀୟ କାର୍ଯ୍ୟଦଳ (ପଶ୍ଚିମ) ଏବଂ କମୋଡର (ଯୋଜନା) ପୂର୍ବାଞ୍ଚଳ ନୌସେନା କମାଣ ଭାବରେ କାର୍ଯ୍ୟ କରିଛନ୍ତି।

ସେ ମଧ୍ୟ ଶ୍ରୀଲଙ୍କାରେ ନୌସେନା ସମୁଦ୍ର ଜାହାଜ ସମ୍ଭନ୍ଧିତ ପ୍ରତିଷ୍ଠାନ ସଂସ୍ଥା ତ୍ରିକୋମାଲୀ ରେ ପ୍ରଶିକ୍ଷକ ଭାବେ କୁଟନୈତିକ କାର୍ଯ୍ୟ ସମ୍ପାଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ

ସୀତାରାମ ଅଗ୍ରୱାଲ

ଚିଲିକା, ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀ ମାନଙ୍କ ପାଠ୍ୟକ୍ରମ ସମାପନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ତଟରକ୍ଷୀ ବାହିନୀ ପ୍ରଶିକ୍ଷାାର୍ଥୀମାନଙ୍କ ଏହି ପ୍ରଶିକ୍ଷଣ ସମାରୋହକୁ ଆଇଏନଏସ ଚିଲିକାର ଅଧିକାରୀ କମୋଡର ରୁତୁରାଜ ସାହୁ ନୀରିକ୍ଷକ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିରିକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତ୍ତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ କର୍ତ୍ତବ୍ୟ ବଜାୟ ରଖି ଆଗକୁ ସମ୍ମାନ ଓ ସାହସର ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ସମାରୋହରେ ଉପସ୍ଥିତ ହୋଇ ପାରିନଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତାଙ୍କୁ ବି ଅଭିନନ୍ଦନ ଜଣାଇଥିଲେ।

ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକୃଟ୍, ଏମ.ଡି.ରାଓ ନାବିକ (ସାଧାରଣ ଡ୍ୟୁଟି) ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପାଠ୍ୟକ୍ରମ ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଏକ ଚା ଭୋଜିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ପତ୍ରିକା ଅଙ୍କୁର ଉନ୍ମୋଚିତ ହୋଇଥିଲା।