Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଭାରତରେ ଆତ୍ମଘାତୀ ଆକ୍ରମଣ ଯୋଜନା!: ଋଷରୁ ଆଇଏସ୍ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଭାରତରେ ଶାସକ ଦଳର ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ ଗିରଫ କରିଛି। ଏଫଏସବି କହିଛି ଯେ, ଋଷରେ ନିଷିଦ୍ଧ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟର ଜଣେ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଏବଂ ଗିରଫ କରାଯାଇଛି। ସେ ଏସୀୟ ଅଞ୍ଚଳର ନାଗରିକ ଏବଂ ଭାରତରେ ଶାସକ ଦଳର ପ୍ରତିନିଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିଲା।