Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘର ବିକ୍ରି କରିବାକୁ କହି ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆଇନାବନ୍ଧ ସାହିର ଶିବଶଙ୍କର ପାତ୍ର ନାମକ ଜନୈକ ଯୁବକ ନିଜ ଘର ବିକ୍ରି କରିବାକୁ କହି ଗେଟ୍ ବଜାର ନିକଟସ୍ଥ ଚନ୍ଦ୍ରମଣି ପେଟା ସାହିର ଏ. ନମିତା ଗୁପ୍ତା ନାମ୍ନୀ ଜଣେ ମହିଳାଙ୍କ ଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଶିବଶଙ୍କର ଘର ବିକ୍ରି ନକରି ଦିନ ପରେ ଦିନ ଗଡ଼େଇ ଚାଲିଲେ।

ଶେଷରେ ନମିତା ଅଗ୍ରୀମ ଟଙ୍କା ଫେରାଇବାକୁ କହିବାରୁ ଶିବଶଙ୍କର ୟୁନାଇଟେଡ଼ ବ୍ୟାଙ୍କ ଆକାଉଣ୍ଟ ରୁ ୨ ଲକ୍ଷ ଓ ୧୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ନମିତା ବ୍ୟାଙ୍କକୁ ଟଙ୍କା ଉଠାଇ ପାଇଁ ଯାଇ ଦେଖିଲା ବେଳେ ଶିବଶଙ୍କର ଦେଇଥିବା ଚେକ୍ ରେ କିଛି ଅର୍ଥ ଜମା ନାହିଁ। ଏହି ବିଷୟରେ ଶିବଶଙ୍କରଙ୍କୁ କହିଲେ ମଧ୍ୟ ସେ ଧରା ଛୁଆଁ ନଦେବାରୁ ଶେଷରେ ନମିତା ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାରଙ୍କୁ ଅଭିଯୋଗ କରିଥିଲେ। ଏସ୍ ପି ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପାଇଁ ବଡ଼ବଜାର ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

ବଡ଼ବଜାର ଥାନା ପୋଲିସ୍ ନମିତାଙ୍କ ଅଭିଯୋଗ ଗ୍ରହଣ କରି ଠକିଥିବା ଶିବଶଙ୍କର ବିରୋଧରେ ଏତଲା ନଂ ୨୦୯/୨୩ ଓ ଧାରା ୪୨୦ ଅନୁଯାୟୀ ମାମଲା ରୁଜୁ କରିଛି ଓ ଉପ ଆରକ୍ଷୀ ନୀରିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି।