Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୦: କର ବା ମର ସ୍ଥିତିରେ ହାଇଦ୍ରାବାଦ, କୋଲକାତା ପାଇଁ ମୁମ୍ବାଇ ଭରସା

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ  ଲଢେଇ ହେବ। କର ବା ମର ପରିସ୍ଥିତିରେ ହାଇଦ୍ରାବାଦ। ହାଇଦ୍ରାବାଦକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାଙ୍ଗାଲୋର ବିପକ୍ଷରେ ଖେଳିବା ପାଇଁ ହାଇଦ୍ରାବାଦକୁ ସୁଯୋଗ ମିଳିବ। ଯଦି ମୁମ୍ବାଇ ଠାରୁ ପରାଜିତ ହୁଏ, ଟୁର୍ଣ୍ଣାମେଣ୍ଟରୁ ବିଦା ନେବା ସହିତ କୋଲକୋତା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଯଦିବା ମୁମ୍ବାଇ ପାଇଁ ଆଜିର ମ୍ୟାଚଟି ସେତେ ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ ଉଭୟ ହାଇଦ୍ରାବାଦ ଏବଂ କୋଲକୋତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇର ବିଜୟ ପାଇଁ କୋଲକୋତା ଦଳ ଏବଂ ତାଙ୍କର ସମର୍ଥକ ଆଶାବାନ୍ଧି ବସିଥିବା ବେଳେ ହାଇଦ୍ରାବାଦ ବିଜୟ ଲାଭ କରିବା ପାଇଁ ନିଜର ଶତ ପ୍ରତିଶତ କୌଶଳ ଲଗାଇବ।

ସୂଚନା ଯୋଗ୍ୟ ଯେ, ପ୍ଲେ ଅଫ ରେ ଚାରୋଟି ଦଳ ମଧ୍ୟରୁ ତିନୋଟି ଦଳ ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ପ୍ଲେ ଅଫ ତାଲିକାର ଏକ ନମ୍ବର ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଥିବା ବେଳେ ଦୁଇ ନମ୍ବର ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ତୃତୀୟ। ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଛି। ଆଜିର ମ୍ୟାଚର ଫଳାଫଳ ପରେ କେଉଁ ଦଳ ଚତୁର୍ଥ ଦଳ ଭାବେ ପ୍ଲେ ଅଫ କୁ ଉନ୍ନୀତ ହେବ ତାହା ସ୍ପଷ୍ଟ ହେବ।