Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବିଏସଏନଏଲ ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲ ହରିଶ୍ଚନ୍ଦ୍ର ମହାନ୍ତି, ଆଇ.ଟି.ଏସ୍

ଭୁବନେଶ୍ୱର: ବିଏସଏନଏଲ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧର୍ (ସିଜିଏମ୍) ଭାବେ ଆଇ.ଟି.ଏସ୍ ହରିଶ୍ଚନ୍ଦ୍ର ମହାନ୍ତି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଗ୍ରାହକମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଛିନ୍ନ ଭାବେ ଯୋଗାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହାକମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ, ଡାଟା ଏବଂ ଆଧୁନିକତମ ସେବା ପ୍ରଦାନ ଜାରି ରଖିବ।

ସେ ଏହା ମଧ୍ୟ ସ୍ପଷ୍ଟ୍ କରିଛନ୍ତି କି, ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାରାଜ୍ୟର ଦୁର୍ଗମ ଅଞ୍ଚଳରେ ମଧ୍ୟ ଜନସାଧାରଣଙ୍କୁ ବିନା ଲାଭରେ/ ର୍ଯଥାର୍ଥ ମୂଲ୍ୟର ଲ୍ୟାଣ୍ଡଲାଇନ, ମୋବାଇଲ୍ ଏବଂ ଏଫଟିଟିଏଚ୍ (FTTH) ବସବା ଉପଲବଧ କରାଇବାକୁ ସର୍ବାଧିକ ଗୁରୁତ୍ଵ ଦେଇଆସୁଅଛି। ବିଏସଏନଏଲ (BSNL) ର ଆକର୍ଷଣୀୟ ଟାରିଫ ପ୍ଲାନ/ଯୋଜନା ଯୋଗୁଁ ବିଳମ୍ବରେ ହେଲେ ମଧ୍ୟ ଗ୍ରାହାକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି।  ଅପ୍ଟିକାଲ୍ ଫାଇବର ମାଧ୍ୟମରେ ହାଇ-ସ୍ପିଡ୍ ଇଣ୍ଟର ନେଟ୍ ସେବା ସହିତ ଘରେ ରହି ଅନଲାଇନ୍ ମାଧ୍ୟମବର କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏବଂ କ୍ଲାସରେ ଯୋଡି ହେବା ପାଇଁ ଛାତ୍ରଛାତ୍ରୀମାନଙ୍କର ବିଏସ୍ଏନ୍ଏଲ୍ ପ୍ରଥମ ପସନ୍ଦ।

ବିଏସଏନଏଲର ସହଯୋଗରେ ଅପ୍ଟିକାଲ ଫାଇବର ମାଧ୍ୟମରେ ଗ୍ରାମାଞ୍ଚଳକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଖୁବଶୀଘ୍ର ଓଡିଶାର ବିଭିନ୍ନ ଜିଲ୍ଲାରେ ୪ ଜିସେବା ଉପଲବ୍ଧ ହେବ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।