Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ପାଳିତ ହେଲା ରାମ ନବମୀ: ଆକର୍ଷଣୀୟ ମେଢ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ

ରଣପୁର: ଆଜି ପ୍ରବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଚଳ ହୋଇ ଉଠିଥିଲା। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ରଣପୁରରେ ଦ୍ୱିତୀୟ ଥର ପାଇଁ ଧୁମ୍‌ଧାମ୍ ସହ ବିଶାଳ ଶୋଭାଯାତ୍ରା କରାଯାଇ ରାମନବମୀ ଉତ୍ସବକୁ ବହୁ ଆଡମ୍ବର ଭାବେ ପାଳନ କରାଯାଇଛି। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା। ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓ ବଡଦାଣ୍ଡ ଗେରୁଆ ହନୁମାନ ପତକାରେ ଆଛାଦିତ ହୋଇ ଯାଇଥିଲା।

ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା। ସେଠାରେ ହଜାର ହଜାର ରାମ ଭକ୍ତମାନଙ୍କ ରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା। ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ବାଜା, ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲେ।

ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପି ଥିଲା। ଏଥିରେ ଏକ ଦଶପୁଂଟର ରାମମୂତୀ ର୍ ଓ ହନୁମାନଙ୍କ ମୂର୍ତୀ ସାମିଲ ହୋଇଥିଲା। ଢୋଲ ,ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ, ଘୋଡା ନାଚ, ହାତୀ-ସିଂହ ଲଢେଇ, ଅଘୋରୀ ନୃତ୍ୟ, ପାଇକ ନୃତ୍ୟ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇ ନଗର ପରିକ୍ରମା କରାଯାଇ ଥିଲା।

ଏହି ଶୋଭାଯାତ୍ରାରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇ ଏହି ମାହୋଲକୁ ଆନନ୍ଦର ସହ ଉପଭୋଗ କରିଥିଲେ। ଶୋଭାଯାତ୍ରାଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀ ରାମଙ୍କର ଆଳତି କରାଯାଇଥିଲା। ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ପ୍ରଭୁ ରାମଚନ୍ଦ୍ରଙ୍କ ଭଜନରେ ଯୁବକ ମାନେ ଗୀତର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା।

ଆଜି ରାମନବମୀ ଉପଲକ୍ଷ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗକୁ ରଣପୁର ବଜରଙ୍ଗ ଦଳ ଓ ଶ୍ରୀରାମ ସେନା ସଂଗଠନର ଆକର୍ଷଣୀୟ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୫ ଘଂଟାର ଶୋଭାଯାତ୍ରା ପରେ ରାମ ଭକ୍ତମାନେ ରଣପୁର ଅଧୀଷ୍ଠତ୍ରି ଦେବୀ ମା ମଣିନାଗଙ୍କ ନିକଟରେ ପହଚିଂଥିଲେ।

ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଲେ ପ୍ରତି ଛକ ମାନଙ୍କରେ ଶହଶହ ଶ୍ରଦ୍ଧାଳୁ ମାନେ ଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା। ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରଶାଦ ସେବନ କରିଥିଲେ। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନର ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ। ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ରଣପୁର ପୋଲିସ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।