Categories
ବିଶେଷ ଖବର

ଆକାଶବାଣୀ କଟକ ପକ୍ଷରୁ ସ୍ୱତନ୍ତ୍ର କୋଭିଡ-୧୯ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ

କଟକ: ଆକାଶବାଣୀ କଟକ ସମାଚାର ବିଭାଗ ଦୈନିକ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମକୁ ଏକ ନୂତନ ଶୈଳୀରେ ଆରମ୍ଭ କରିଛି। ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି କାର୍ଯ୍ୟକ୍ରମରେ କେବଳ କୋଭିଡ-୧୯ ସମ୍ପର୍କିତ ସୂଚନା ଉପରେ ଗୁରୁତ୍ୱାରୋପ କରାଯିବ। ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର କୋଭିଡ ସଂକ୍ରମଣ, ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ, କୋଭିଡ ଯୋଦ୍ଧାଙ୍କ ପ୍ରଶଂସନୀୟ ଉଦ୍ୟମ ଏବଂ କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏଥିସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ସାମିଲ କରାଯିବ।

ଏହି କାର୍ଯ୍ୟକ୍ରମଟି ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୨୫ ରୁ ୭.୩୦ ମଧ୍ୟରେ ପ୍ରସାରିତ ହେବ। ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଶନିବାର (୧୯.୦୯.୨୦୨୦) ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଉପରେ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି।