Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯଦି ଏହି କାର୍ଯ୍ୟ କରୁଛନ୍ତି ତେବେ ଆପଣ ନିହାତି ସ୍ନାନ କରନ୍ତୁ, ନଚେତ ସ୍ବାସ୍ଥ୍ୟ ହେବ ଖରାପ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ସ୍ନାନ ସହ ଜଡିତ ଅନେକ କଥା କହିଛନ୍ତି। ସେଥିରେ ଆମେ କେଉଁ ସମୟରେ ଗାଧୋଇବା ଉଚିତ ଏବଂ କେଉଁ ସମୟରେ ସ୍ନାନ କରିବା ଉଚିତ୍ ନୁହେଁ।

ତେବେ କେଉଁ କେଉଁ ପରିସ୍ଥିତିରେ ଆମମାନଙ୍କୁ ଗାଧୋଇବା ନିହାତି ଆବଶ୍ୟକ ପଡେ ସେ ସଂପର୍କରେ ଚାଣକ୍ୟ ତଥ୍ୟ ରଖିଛନ୍ତି। ସାଧାରଣତଃ ଆମେ ପ୍ରତିଦିନ ସକାଳେ ସ୍ନାନ କରିଥାଉ, କିନ୍ତୁ ଆଚାର୍ଯ୍ୟଙ୍କ ଅନୁଯାୟୀ, ଯେତେବେଳେ ଆମେ ଏହି ପରିସ୍ଥିତିରେ ଥାଉ, ନିଶ୍ଚିତ ଭାବରେ ଗାଧୋଇବା ଉଚିତ। ଏହା ଯଦି ନ କରାଯାଏ ତେବେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିପାରେ, କାରଣ ଆମର ଖାଦ୍ୟ ସହିତ ଆମର ଦୈନନ୍ଦିନ କାର୍ଯ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ଶରୀରକୁ ତେଲରେ ମାଲିସ୍ କରିବା ପରେ ସ୍ନାନ କରନ୍ତୁ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆମ ଶରୀରକୁ ଅଧିକ ପରିମାଣର ତେଲ ଦରକାର, କାରଣ ଏହା ଆମ ଶରୀରକୁ ଚମକଦାର ଏବଂ ସୁସ୍ଥ କରିଥାଏ। ତେଣୁ, ସପ୍ତାହରେ ଗୋଟିଏ ଦିନ ତେଲ ମାଲିସ୍ କରାଯିବା ଆବଶ୍ୟକ। କିନ୍ତୁ ସେହି ସମୟରେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ତେଲକୁ ମାଲିସ୍ କରିବା ପରେ ତୁରନ୍ତ ସ୍ନାନ କରାଯିବା ଉଚିତ। ଏହା କରିବା ଦ୍ବାରା, ଆପଣଙ୍କ ଶରୀରରୁ ସମସ୍ତ ମଇଳା ବାହାରକୁ ଆସିବ, ଯାହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁସ୍ଥ କରିବ। ସ୍ନାନ ନକରି ଘରୁ ବାହାରକୁ ନ ଯିବା ଅଶୁଭ ହେବ।

ମୃତକଙ୍କ ଶେଷ ଯାତ୍ରାରୁ ଫେରିବା ପରେ ସ୍ନାନ କର – ଯଦି କେହି ମରିଯାଇଛନ୍ତି ଏବଂ ତୁମେ ତାଙ୍କ ଅନ୍ତିମ ସଂସ୍କାରକୁ ଯାଉଛ, ତେବେ ସେଠାରୁ ଫେରି ତୁରନ୍ତ ସ୍ନାନ କର। ସ୍ନାନ ନ କରି ଘର ଭିତରେ ମଧ୍ୟ ପ୍ରବେଶ କରିବା ଉଚିତ୍ ନୁହେଁ । ଏହା ପଛର କାରଣ, ଆଚାର୍ଯ୍ୟ କହିଛନ୍ତି ଯେ ଯେତେବେଳେ ଆପଣ ଶବଦାହକୁ ଯାଆନ୍ତି, ସେଠାରେ ଅନେକ ପ୍ରକାରର ଜୀବାଣୁ ଥାଆନ୍ତି ଯାହାକି ଆପଣଙ୍କ ଶରୀରର କୈଣସି ସ୍ଥାନରେ ରହିଥାଏ। ତେଣୁ, ତୁମେ ଆସି ତୁରନ୍ତ ଗାଧୋଇବା ଉଚିତ୍ ଯେପରି ସେହି ଜୀବାଣୁ ଆପଣଙ୍କ ଘରେ ସଂକ୍ରାମଣ ନ ହୁଅନ୍ତି।

ଆମ କେଶ କାଟିବା ପରେ ଗାଧୋଇବା ଆବଶ୍ୟକ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଆମେ କେଶ କାଟିବା, ଆମ ଶରୀରରେ ଛୋଟ କେଶ ଝଡ଼ି ପଡି ଥାଏ ଯାହା ସ୍ନାନ ନ କଲେ ବାହାର କରାଯାଇପାରିବ ନାହିଁ। ସେଥିପାଇଁ ଆମେ କେଶ କାଟିବା ପରେ ସ୍ନାନ କରିବା ଜରୁରୀ। ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଆସିବ ନାହିଁ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ସାଧାରଣ ଲୋକଟିଏ ତାହାର ଜୀବନ କାଳ ମଧ୍ୟରେ କି ପ୍ରକାରର କର୍ତ୍ତବ୍ୟ କରିବା ଉଚିତ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି।

ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ।

ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ ଆଉ ସମୟ ପାଇବ ନାହିଁ। ଅନ୍ୟପଟେ ମିତ୍ରଙ୍କୁ ମଧ୍ୟ ସଠିକ ମାର୍ଗ ଦର୍ଶନ କରାଇବା ମଣିଷ ଜୀବନରେ ବଡ ଧର୍ମ ଅଟେ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାମାନେ ଏହି 4ଟି ଗୁଣରେ ପୁରୁଷଙ୍କଠାରୁ ବହୁ ଆଗରେ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ।  ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ।

‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି 4 ଗୁଣ କେଉଁଗୁଡିକ …

ଦୁଇଗୁଣ ଭୋକ ଲାଗେ

ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ।

ପୁରୁଷଙ୍କ ଅପେକ୍ଷା ଅଧିକ ଚାଲାକ୍

ମହିଳାମାନଙ୍କର ଦ୍ୱିତୀୟ ଗୁଣ ବିଷୟରେ ବାଖ୍ୟା କରି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ଚାଲକ ବା ଚତୁର । ସବୁବେଳେ ମହିଳାମାନେ ନିଜ ଜୀବନର ବହୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହୁଅନ୍ତି। ସେହି ଭିତରୁ ବାହାରିବା କୌଶଳ ମଧ୍ୟ ନିଜ ବୁଦ୍ଧି ଦ୍ବାରା ସେମାନେ ହାସଲ କରିଥାନ୍ତି। ସାଧାରଣତଃ କୁହାଯାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାଲାକ। ହେଲା ଚାଣକ୍ୟ ଏହାର ବିପରୀତ କଥା କହିଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ଅଧିକ ସାହସୀ

ଚାଣକ୍ୟ ନୀତି ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ 6 ଗୁଣା ଅଧିକ ସାହସୀ ଅଟନ୍ତି। ମହିଳାମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ଦୈନ୍ୟନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାକୁ ମୁକାବିଲା କରି ନିଜ ଶରୀରରେ ସାହାସର ଶକ୍ତିକୁ ହାସଲ କରିଥାନ୍ତି।

ପୁରୁଷଙ୍କ ଅପେକ୍ଷା ଅଧିକ ଯୌନ ଭାବନା

ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ଆଠ ଗୁଣ ଯୌନ ଭାବନା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭାବନା 8 ଗୁଣ କମ୍ ଅଟେ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ମାତ୍ର ତିନୋଟି ଜିନିଷ ପାଇଁ ଦୀର୍ଘ ବର୍ଷର ସଂପର୍କ ହଠାତ୍ ଭାଙ୍ଗିଯାଏ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବର୍ତ୍ତମାନ ସମୟରେ ମଧ୍ୟ ଲୋକପ୍ରିୟ । ନୈତିକତା ପୁସ୍ତକରେ ବର୍ଣ୍ଣିତ ନୀତିଗୁଡିକ ଅନେକଙ୍କ ପାଇଁ ଟିକେ କଠୋର ହୋଇପାରେ, କିନ୍ତୁ ଜୀବନରେ ମିଳେ ସଫଳତା। ଚାଣକ୍ୟଙ୍କ ଚିନ୍ତାଧାରା ଲୋକଙ୍କୁ ସଠିକ୍ ପଥ ଏବଂ ଜୀବନରେ ସଫଳତା ପାଇବାରେ ସାହାଯ୍ୟ କରେ । ଗୋଟିଏ ପଦରେ, ଚାଣକ୍ୟ କହିଛନ୍ତି ଯେ ତିନୋଟି ଜିନିଷ ପାଇଁ ମଣିଷର ଦୀର୍ଘଦିନର ସମ୍ପର୍କ ଭାଙ୍ଗିଯାଏ।

ଚାଣକ୍ୟ କହିଛନ୍ତି ଯେ ଯେତେବେଳେ କ୍ରୋଧ, ଜିଦ୍ ଏବଂ ମୁକାବିଲା ମନୋଭାବ ପରି ଜିନିଷ ରହେ ସେତେବେଳେ ସମ୍ପର୍କର ଭାଙ୍ଗିବାର ରାସ୍ତା ଖୋଲିଯାଏ। ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଏହି ତିନୋଟି ଜିନିଷ ଜଣେ ବ୍ୟକ୍ତିଙ୍କ ଜୀବନରେ ଆସେ, ସେତେବେଳେ ସେ ବୁଝିବା ଉଚିତ୍ କୌଣସି ନା କୌଣସି ପରିସ୍ଥିତିରେ ସମ୍ପର୍କର ପରାଜୟ ନିଶ୍ଚିତ ହେବ। ସେଥି ପାଇଁ ଜିଦଖୋର ପ୍ରବୃତି ପରିତ୍ୟାଗ କରି ଭଲ ଜୀବନ ଯାପନ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଧର୍ମ

ଦୁନିଆରେ ଟଙ୍କାଠାରୁ ବେଶ୍ ମୂଲ୍ୟବାନ ଜିନିଷ ଅଛି ଯାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଟଙ୍କା ଦୁନିଆର ସବୁକିଛି ନୁହେଁ । ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ । ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ  ଏବଂ ଗୁରୁତ୍ୱପୂର୍ଣ୍ଣ

ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ

  • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ କିଛି ଭୁଲ ନାହିଁ ।

ଟଙ୍କା ଅପେକ୍ଷା ପ୍ରେମ ଅଧିକ ମୂଲ୍ୟବାନ

  • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପ୍ରେମ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ପ୍ରେମ ପାଇଁ ଟଙ୍କା ପ୍ରତ୍ୟାଖ୍ୟାନ କରିବାରେ କିଛି ଭୁଲ୍ ନାହିଁ । ତୁମେ ଟଙ୍କା ରୋଜଗାର କରିପାରିବ କିନ୍ତୁ ତୁମେ କାହାର ପ୍ରେମ କିଣି ପାରିବ ନାହିଁ | ସମ୍ପର୍କର ଗୁରୁତ୍ୱକୁ ସର୍ବଦା ବୁଝିବା ଉଚିତ୍। ଯଦିଓ ପ୍ରେମ ପାଇଁ ଟଙ୍କା ନଷ୍ଟ ହୁଏ, ତେବେ କୌଣସି ଅସୁବିଧା ନାହିଁ।

ଆତ୍ମ ସମ୍ମାନ ଟଙ୍କାଠାରୁ ଅଧିକ ମୂଲ୍ୟବାନ

  • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କର ଆତ୍ମ ସମ୍ମାନ ସର୍ବଦା ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ଟଙ୍କା ରୋଜଗାର କରିବା ପାଇଁ ଜଣେ କେବେବି ଆତ୍ମ ସମ୍ମାନ ହରାଇବା ଉଚିତ୍ ନୁହେଁ। ତୁମେ ହଜିଯାଇଥିବା ଟଙ୍କା ପାଇ ପାରିବ କିନ୍ତୁ ଆତ୍ମ ସମ୍ମାନ ହରାଇବା ପରେ ତାହା ମିଳିବା କଷ୍ଟକର।
Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: କଠିନ ପରିଶ୍ରମ କରି ହାଲିଆ ହେଲେ ମଧ୍ୟ ଏହି ତିନୋଟି ସ୍ଥାନରେ ଆପଣଙ୍କୁ ମିଳିବ ଶାନ୍ତି

ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି।

ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।