Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀ ସମସ୍ତଙ୍କର ବିକାଶ କରୁଛନ୍ତି, କଂଗ୍ରେସ ସମାଲୋଚନା କରିବାରେ ବ୍ୟସ୍ତ: ରାମ ମନ୍ଦିରର ମୁଖ୍ୟ ପୂଜାରୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବକା ସାଥ, ସବକା ବିକାଶ’ କରୁଛନ୍ତି, କିନ୍ତୁ ଅନ୍ୟ ପଟେ କଂଗ୍ରେସ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଛି। କଂଗ୍ରେସ ନେତା ଉଦିତ ରାଜଙ୍କ “ମନୁବାଦ୍” ମନ୍ତବ୍ୟ ପରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପ୍ରତିକ୍ରିୟା ଆସିଛି। ପ୍ରକାଶ ଯେ କଂଗ୍ରେସ ନେତା ଉଦିତ ରାଜ ନିକଟରେ ଏକ ନୂଆ ବିବାଦ ସୃଷ୍ଟି କରି କହିଥିଲେ ଯେ ମନୁବାଦ୍ ୫୦୦ ବର୍ଷ ପରେ ଫେରି ଆସୁଛି।

ଉଦିତ ରାଜଙ୍କ ମନ୍ତବ୍ୟର ପ୍ରତିକ୍ରିୟାରେ ଅଯୋଧ୍ୟା ରାମ ମନ୍ଦିରର ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ହେଉଛି ‘ସବକା ସାଥ, ସବକା ବିକାଶ’। କଂଗ୍ରେସ କ୍ଷମତାକୁ ଆସିବାକୁ ଚାହୁଁଛି, କିନ୍ତୁ ତାଙ୍କୁ କ୍ଷମତା ମିଳିବାର ନାହିଁ। କାରଣ ଜନସାଧାରଣ କ୍ଷମତା ଦିଅନ୍ତି, ହେଲେ ଜନସାଧାରଣଙ୍କର ସେମାନଙ୍କ ପ୍ରତି ଆଗ୍ରହ ନାହିଁ। ସେମାନେ କେବଳ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା କାର୍ଯ୍ୟ କରୁଛନ୍ତି।” ଉଦିତ ରାଜ ତାଙ୍କ ବିବୃତ୍ତି ପାଇଁ ବହୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏହାକୁ ସ୍ପଷ୍ଟ କରି କଂଗ୍ରେସ ନେତା କହିଛନ୍ତି ଯେ, ସେ ରାମ ମନ୍ଦିରକୁ ବିରୋଧ କରୁନାହାଁନ୍ତି ଏବଂ ତାଙ୍କ ଟ୍ୱିଟକୁ ମନ୍ଦିର ସହ ଯୋଡିବା ଉଚିତ ନୁହେଁ।