Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଆଣ୍ଟି ଏକ୍ସଟୋର୍ଶନ(ଦାଦା ବଟି ) ସ୍କ୍ୱାର୍ଡ ଗଠନ

ଖୋର୍ଦ୍ଧା : ପାର୍ବଣ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ  ଭାବେ ଆଦାୟ କରାଯାଉଥିବା ଦାଦା ବଟିକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ତରଫରୁ ଏକ ଆଣ୍ଟି ଏକ୍ସଟୋର୍ଶନ(ଦାଦା ବଟି ) ସ୍କ୍ୱାଡ଼ ଗଠନ କରାଯାଇଛି । ଏହି ସ୍କ୍ୱାଡ଼ରେ ଜଣେ ଇନ୍ସପେକ୍ଟର, ଜଣେ ଏ.ଏସ.ଆଇ ଏବଂ4 ଜଣ କନେଷ୍ଟବଳଙ୍କ  ସହିତ  ଡି.ଏସ.ପି  ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟ ଦାୟିତ୍ୱ ରେ ରହିବେ । ଜିଲ୍ଲାର  କୌଣସି ସ୍ଥାନରେ ଯଦି ଦାଦାବଟି କିମ୍ବା ପୂଜା ଚାନ୍ଦା ଆଦାୟ ଜନିତ ମାମଲା କୌଣସି ବ୍ୟକ୍ତିଙ୍କ ନଜରକୁ ଆସେ ତେବେ ତୁରନ୍ତ ସେହି ବ୍ୟକ୍ତି ଡି.ଏସ.ପି ଶ୍ରୀ ସୁନିଲ କାନ୍ତ ମହାନ୍ତି( 9437208801) କିମ୍ବା ଇନ୍ସପେକ୍ଟର ଅର୍ଚନା ମଲ୍ଲିକ(7008401054)ଙ୍କ ନମ୍ବରରେ ଖବର ଦେବା ପାଇଁ ଖୋର୍ଦ୍ଧା ଏସ ପି ଶ୍ରୀ ଅଜେୟ ପ୍ରତାପ ସ୍ୱାଇଁ  ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି  ।

ସୂଚନାଯୋଗ୍ୟ, ଦାଦାମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍‌ ପୋଲିସ୍‌ ଅଣ୍ଟାଭିଡିଛି । ଏହି କ୍ରମରେ ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ ସମେତ 10 ଜଣ ଦାଦା ବଟି ଆଦାୟକାରୀଙ୍କୁ ପୋଲିସ୍‌ ଗିରଫ କରିଛି ।