Categories
ଆଜିର ଖବର ଜାତୀୟ ଖବର

ଆମେରିକାର ବୈଦେଶିକ ଏବଂ ପ୍ରତିରକ୍ଷା ସଚିବଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ ସାକ୍ଷାତ କରିଛନ୍ତି ।

ଦୁଇ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ “୨+୨” ଫର୍ମାଟରେ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ।

ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା, ମହାକାଶ, ସ୍ୱାସ୍ଥ୍ୟ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଣତନ୍ତ୍ର, ବହୁମତ ଏବଂ ଆଇନର ଶାସନ ପ୍ରତି ସମ୍ମାନ ଉପରେ ଆଧାରିତ ।
ପଶ୍ଚିମ ଏସିଆରେ ସାମ୍ପ୍ରତିକ ପରିସ୍ଥିତି ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଏହି ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ନିବିଡ଼ ସମନ୍ୱୟ ଜାରି ରଖିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସହ ନିୟମିତ ମତ ବିନିମୟ ଜାରି ରଖିବାକୁ ଆଗ୍ରହୀ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବର ୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର ୭ ତାରିଖରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ସେପ୍ଟେମ୍ବର ୧୦ତାରିଖରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଏବଂ ସେପ୍ଟେମ୍ବର ୧୦ତାରିଖରେ ୱାଶିଂଟନ୍ ଡିସିକୁ ଫେରିବେ।

ସେପ୍ଟେମ୍ବର ୯ ଓ ୧୦ତାରିଖରେ ନୂଆଦିଲ୍ଲୀରେ ଜି-୨୦ ନେତା ସମ୍ମିଳନୀ ଆୟୋଜନ କରିବ ଭାରତ। ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଜି-୨୦ର ସଭାପତିଭାବେ ଦାୟିତ୍ୱ ଗ୍ରହଣ କରିବା ସହ ସମଗ୍ର ଦେଶରେ ଅନେକ ବୈଠକ ଆୟୋଜନ କରିଆସୁଛି।

ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ବାଇଡେନ୍ କହିଥିଲେ ଯେ ସେ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀକୁ ଅପେକ୍ଷା କରିଛନ୍ତି।

ସେ (ବାଇଡେନ) ଚଳିତ ଜି-୨୦ ଅଧ୍ୟକ୍ଷତାରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଛନ୍ତି, ଯାହା ଜଳବାୟୁ ପରିବର୍ତ୍ତନ, ମହାମାରୀ, ଦୁର୍ବଳତା ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ବହୁପକ୍ଷୀୟ ଅନୁଷ୍ଠାନ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଉପରେ ନୂତନ ଧ୍ୟାନ ଦେବା ସହିତ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବା ଏବଂ ଶକ୍ତିଶାଳୀ, ସ୍ଥାୟୀ, ସନ୍ତୁଳିତ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧିର ମୂଳଦୁଆ ପକାଇବା ଉପରେ ନୂତନ ଧ୍ୟାନ ଦେଇଛି। ଭାରତ ଓ ଆମେରିକା ର ମିଳିତ ବିବୃତିରେ ଏହା କୁହାଯାଇଛି।

ସାର୍ବଭୌମ ଋଣ ପୁନର୍ଗଠନ ପ୍ରକ୍ରିୟାରେ ଉନ୍ନତି ଆଣିବା ସମେତ ଜି-୨୦ ନେତା ସମ୍ମିଳନୀପାଇଁ ମିଳିତ ପ୍ରାଥମିକତା ପୂରଣ କରିବା ପାଇଁ ଜି-୨୦କୁ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନ୍ ଏକଜୁଟ ହୋଇଛନ୍ତି। ସମସ୍ତ ବିକାଶଶୀଳ ଦେଶଗୁଡ଼ିକୁ ସମର୍ଥନ କରିବା ପାଇଁ ବିଶ୍ୱବ୍ୟାଙ୍କରେ ନୂତନ ରିହାତି ଆର୍ଥିକ ଯୋଗାଣ ସମେତ ବହୁପାକ୍ଷିକ ବିକାଶ ବ୍ୟାଙ୍କ ବିକାଶ ଏଜେଣ୍ଡାକୁ ଆଗକୁ ବଢ଼ାଇବା; ଏବଂ ବୈଶ୍ୱିକ ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ ପାଇଁ ଭାଗିଦାରୀ ମାଧ୍ୟମରେ ଗୁଣାତ୍ମକ, ସ୍ଥାୟୀ ଏବଂ ସହାୟକ ଭିତ୍ତିଭୂମି ପାଇଁ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଏକତ୍ରିତ କରିବା ପାଇଁ ଆକାଂକ୍ଷାର ସ୍ତର ବୃଦ୍ଧି କରିବା।

ଏହା ପୂର୍ବରୁ ଆମେରିକାର ଦକ୍ଷିଣ ଓ ମଧ୍ୟ ଏସିଆ ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ କହିଥିଲେ ଯେ ରାଷ୍ଟ୍ରପତି ବାଇଡେନ୍ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଗସ୍ତରେ ଆସିବେ।

ଭାରତ-ଆମେରିକା ସମ୍ପର୍କ ପାଇଁ ଏହା ଏକ ବଡ଼ ବର୍ଷ ହେବାକୁ ଯାଉଛି। ଭାରତ ଜି-୨୦ ଆୟୋଜନ କରୁଥିବା ବେଳେ ଆମେରିକା ଏପେକ୍, ଜାପାନ ଜି-୭ ଆୟୋଜନ କରୁଛି। ଆମପାଖରେ କ୍ୱାଡ଼୍‍ର ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ ନେତୃତ୍ୱ ଭୂମିକା ଗ୍ରହଣ କରୁଛନ୍ତି ଏବଂ ଏହା ଆମକୁ ଆମ ଦେଶକୁ ନିକଟତର କରିବାର ସୁଯୋଗ ପ୍ରଦାନ କରେ ବୋଲି ଲୁ କହିଛନ୍ତି।

ମାର୍ଚ୍ଚ ମାସରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଜି-୨୦ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଥିବା ବେଳେ ଟ୍ରେଜେରୀ ସଚିବ ଜେନେଟ୍ ୟେଲେନ୍ ଏବଂ ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ଇଣ୍ଡିଆ ୟୁଏସ୍ ଫୋରମରେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଭାବପ୍ରବଣ ହେଲେ କମଲା ହାରିସ, ସାର୍ବଜନୀନ କଲେ ସହ ଜଡିତ ସ୍ମୃତି

ନ୍ୟୁୟର୍କ: ଆମେରିକା ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍ ଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ କମଲା ହାରିସ୍ ଭାରତ ସହ ଜଡିତ ତାଙ୍କ ସ୍ମୃତି ବିଷୟରେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ କହିଥିଲେ ଯେ, ଭାରତର ଇତିହାସ ଏବଂ ଶିକ୍ଷା ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ଦର୍ଶନ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି। ଏହି ସମୟରେ ସେ ଦକ୍ଷିଣର ଇଡଲି ଏବଂ ତାଙ୍କ ଭଉଣୀ ମାୟାଙ୍କ କଥା ମଧ୍ୟ ଆଲୋଚନା କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ସେ ଏହି ଦେଶ ସହିତ ଗଭୀର ଭାବରେ ଜଡିତ। ଭାରତର ଇତିହାସ ଏବଂ ଏହି ଦେଶର ଶିକ୍ଷା କେବଳ ମୋତେ ପ୍ରଭାବିତ କରିନାହିଁ, ବରଂ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱକୁ ଆକୃଷ୍ଟ କରିଛନ୍ତି। ଆମେରିକାର ଉପରାଷ୍ଟ୍ରପତି କହିଥିଲେ ଯେ, ଇତିହାସକୁ ଦେଖିଲେ ଭାରତ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି। ନିଜର ମତକୁ ଆଗକୁ ବଢାଇ ସେ କହିଥିଲେ ଯେ, ଅସ୍ତ୍ରଶସ୍ତ୍ର ବିନା ନାଗରିକ ଅମାନ୍ୟ ଆନ୍ଦୋଳନ କେବଳ ଭାରତରୁ ଆସିଛି।

ଭାରତ ବିଷୟରେ ତାଙ୍କ ସ୍ମୃତି ବିଷୟରେ ହରିସ୍ କହିଥିଲେ ଯେ, ପିଲାବେଳେ ମୋ ମା ମୋତେ ଏବଂ ମୋ ଭଉଣୀ ମାୟାଙ୍କୁ ଦୁଇ ବର୍ଷରେ ଥରେ ଭାରତକୁ ନେଇ ଯାଉଥିଲେ, ଯାହା ଦ୍ଵାରା ଆମେ ଭାରତର ମୂଲ୍ୟବୋଧକୁ ମୂଳରୁ ବୁଝିପାରିବୁ। ତାଙ୍କ ଅଜା, ମାମୁଁ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଭେଟି ପାରିବୁ। କମଲା ହାରିସ୍ ହସି ହସି କହିଥିଲେ ଯେ, ବାସ୍ତବରେ ସେ ଆମକୁ ଇଡଲି ଖାଇବାକୁ ଦେଉଥିଲେ, ଯାହାଦ୍ୱାରା ଆମେ ଭଲ ଇଡଲିସ୍ ର ସ୍ୱାଦ ପାଇପାରିବୁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ମୋର ଅଜା ମୋତେ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଗଣତନ୍ତ୍ର ବିଷୟରେ କହୁଥିଲେ। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଲି। ମା ମଧ୍ୟ ବହୁତ କିଛି ଶିଖାଇଲେ। ତାଙ୍କ ହେତୁ ଆଜି ମୁଁ ଆମେରିକାର ଉପରାଷ୍ଟ୍ରପତି ଭାବରେ ଆପଣଙ୍କ ସାମ୍ନାରେ ଠିଆ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକୀୟ ରିପୋର୍ଟର ଦାବି: ଭାରତରେ ମାନବାଧିକାରର ଅବସ୍ଥା ଖରାପ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗ ଆଜି ମାନବାଧିକାର ପ୍ରସଙ୍ଗରେ ବାର୍ଷିକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ, NCRB ର ତଥ୍ୟ ପ୍ରକାଶ କରିବାବେଳେ, ସେ ଭାରତରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ମାନବାଧିକାର ଏବଂ ଅତ୍ୟାଚାର ବିଷୟରେ କହିଛନ୍ତି।

ଆମେରିକାର ରିପୋର୍ଟ ଦାବି କରିଛି ଯେ, ୨୦୨୨ ମସିହାରେ ଭାରତରେ ମାନବାଧିକାରର ଉଲ୍ଲଂଘନ, ନ୍ୟାୟିକ ହେପାଜତରେ ହତ୍ୟା, ସାମ୍ବାଦିକ ସ୍ୱାଧୀନତା, ଧାର୍ମିକ ତଥା ଅନୁସୂଚିତ ଜାତିଙ୍କୁ ଟାର୍ଗେଟ କରୁଥିବା ହିଂସା ପରି ଘଟଣା ସାମ୍ନାକୁ ଆସିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଙ୍କ ବିଭାଗ ବାର୍ଷିକ ମାନବ ଅଧିକାର ରିପୋର୍ଟ ପ୍ରକାଶ କରିଛି, ଯାହା ସାରା ବିଶ୍ୱରେ ଘଟୁଥିବା ମାନବାଧିକାର ପରିସ୍ଥିତି ବିଷୟରେ ଆମେରିକା ସଂସଦକୁ ସୂଚନା ଦେଇଛି। ବାର୍ଷିକ ରିପୋର୍ଟରେ ଇରାନ, ଉତ୍ତର କୋରିଆ ଏବଂ ମିଆଁମାର ଭଳି ଅନ୍ୟାନ୍ୟ ଦେଶ ସହିତ ଋଷ ଏବଂ ଚାଇନାରେ ମାନବାଧିକାରର ଉଲ୍ଲଂଘନ ଘଟଣାକୁ ସମାଲୋଚନା କରାଯାଇଛି।

ଭାରତରେ ଏହି ରିପୋର୍ଟର ଏକ ଅଂଶ ଦାବି ହେଉଛି, ସରକାରଙ୍କ ସମସ୍ତ ସ୍ତରରେ ସରକାରୀ ଦୁର୍ନୀତି ପାଇଁ ଉତ୍ତରଦାୟିତ୍ୱର ଅଭାବ ରହିଛି, ଯାହା ଅପରାଧୀଙ୍କୁ ଠିକ୍ ସମୟରେ ଦଣ୍ଡିତ କରାଯାଇପାରୁନାହିଁ। ଏହା ସହିତ, ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତି, ତାଲିମପ୍ରାପ୍ତ ପୋଲିସ ଅଧିକାରୀଙ୍କ ଅଭାବ ଏବଂ ଅତ୍ୟଧିକ ଭାରପ୍ରାପ୍ତ ଏବଂ କମ ସମାଧାନ କରିବାର କୋର୍ଟ ବ୍ୟବସ୍ଥାରେ ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହେବା ମଧ୍ୟ ବହୁତ କମ୍।

ଆମେରିକା ସରକାରଙ୍କ ଏଭଳି ରିପୋର୍ଟକୁ ଭାରତ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ଭାରତରେ ସମସ୍ତଙ୍କ ଅଧିକାରର ସୁରକ୍ଷା ପାଇଁ ଗଣତନ୍ତ୍ରର ସୁ-ପ୍ରତିଷ୍ଠିତ ଅଭ୍ୟାସକୁ ଆହୁରି ମଜବୁତ କରାଯିବା ଆବଶ୍ୟକ ବୋଲି ଭାରତ ଗୁରୁତ୍ୱାରୋପ କରିଛି। ଆମେରିକାର ରିପୋର୍ଟ ଦାବି କରିଛି ଯେ, ଇଣ୍ଟରନେଟ୍ ବନ୍ଦ, ଶାନ୍ତିପୂର୍ଣ୍ଣ ସଭା ଉପରେ ନିଷେଧାଦେଶ, ଦେଶ ତଥା ବିଦେଶରେ ଆନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ଉପରେ ନିର୍ଯ୍ୟାତନା ଭଳି ଘଟଣା ମଧ୍ୟ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ସେ ୨୭ ଏବଂ ୨୮ ଜୁଲାଇରେ ଭାରତ ଗସ୍ତ କରିବେ। ବ୍ଲିଙ୍କେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହା ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ସେ ସାକ୍ଷାତ କରିବେ। ଆମେରିକାର ବୈଦେଶିକ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ବ୍ଲିଙ୍କେନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ସେ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ।

ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି ଯେ, ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ କଥାବାର୍ତ୍ତା ଜାରି ରଖିବା ଏବଂ ଭାରତ-ଆମେରିକାର ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଏହା ଏକ ଭଲ ସୁଯୋଗ।

ଏହି ବିବୃତ୍ତିରେ କୁହାଯାଇଛି ଯେ ଉଭୟ ପକ୍ଷ ଦୃଢ ତଥା ବହୁମୁଖୀ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସେମାନଙ୍କୁ ଆହୁରି ମଜବୁତ କରିବାର ସମ୍ଭାବନା ସମୀକ୍ଷା କରିବେ।

ବିବୃତ୍ତିରେ କୁହାଯାଇଛି ଯେ, କୋଭିଡ-୧୯ ମହାମାରୀରୁ ପୁନରୁଦ୍ଧାର, ଭାରତ-ପ୍ରଶାନ୍ତ ମହାସାଗରୀୟ, ଆଫଗାନିସ୍ତାନ ଏବଂ ମିଳିତ ଜାତିସଂଘରେ ସହଯୋଗ ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ତାଙ୍କ ନୂଆଦିଲ୍ଲୀ ଗସ୍ତ ବ୍ୟତୀତ ବ୍ଲିଙ୍କେନ୍ କୁଏତ ସହର ପରିଦର୍ଶନ କରିବେ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଏହି ଗସ୍ତ ଭାଗିଦାରୀକୁ ମଜବୁତ କରିବା ଏବଂ ସେମାନଙ୍କ ସହଭାଗୀ ପ୍ରାଥମିକତା ଉପରେ ସହଯୋଗକୁ ଦୃଢ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।