Categories
ଆଜିର ଖବର ଜାତୀୟ ଖବର

ମଲରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଲାଗିଛି ଆଠଟି ଦମକଳ

ନୂଆଦିଲ୍ଲୀ, ଦିଲ୍ଲୀର କର୍କାର୍ଡୋମା ଅଞ୍ଚଳରେ ଥିବା ଆଦିତ୍ୟ ମଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଶୀଘ୍ର ଆୟତ କରି ନିଆଯାଇଥିଲା। ଫଳରେ କୈଣସି ପ୍ରାଣହାନି ଘଟି ନ ଥିବାର ଜଣାପଡିଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ଶିଘ୍ର ଆୟତ କରିବା ପାଇଁ ଘଟଣାସ୍ଥଳରେ ଆଠଟି ଦମକଳକୁ ନିୟୋଜିତ କରାଯାଇଥିଲା।

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, “ଆମେ ଏକ କଲ ପାଇଥିଲୁ ଯେ, ଆଦିତ୍ୟ ମଲର ଦ୍ୱିତୀୟ ମହଲାରେ ଥିବା ଏକ କାର୍ଯ୍ୟାଳୟରେ ନିଆଁ ଲାଗିଛି। ଏହାପରେ ସେଠାରେ ତୁରନ୍ତ ପଦକ୍ଷେପ ନିଆଯାଇ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା।