Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବାହୁଡ଼ା ଯାତ୍ରାରେ ମୁକ୍ତି ଲାଭ କଲା “ଝୁଲରେ କାଳିଆ ଝୁଲ”

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କୁଡ଼ାନାଳୀ ଗ୍ରାମରେ ପ୍ରତିଷ୍ଠିତ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଏକ ଜଗନ୍ନାଥ ଭଜନ ଲୋକାର୍ପିତ ହୋଇଛି।

“ଝୁଲ ରେ କାଳିଆ ଝୁଲ” ଶୀର୍ଷକ ଏହି ଭଜନ ଟିକୁ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଆନୁଷ୍ଠାନିକ ଭାବେ ଲୋକର୍ପିତ କରି ସୁନ୍ଦର ଭଜନ ଟି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତ କରିଥିବା ରୁ ‘ଆଦ୍ୟାଶା ମ୍ୟୁଜିକ”ଟିମ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ପରିଚାଳନା ନିର୍ଦ୍ଦେଶକ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଏହି ଭଜନ ଟିକୁ ନଟବର ବଲ୍ଲଭ ଦାଶ ରଚନା କରି ଥିବା ବେଳେ କଣ୍ଠଦାନ କରିଛନ୍ତି ପୂଜା ରାଣୀ। ବିନୋଦ କୁମାର ଏହାର ସଂଗୀତ ନିର୍ଦ୍ଦେଶନା ଦେଇ ଥିବା ବେଳେ ଆୟୁଷ ରଞ୍ଜନ ରାଉତ ପ୍ରଯୋଜନା ପରିଚାଳନା ରହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁକ୍ତିଲାଭ କଲା ଆଦ୍ୟାଶା ମ୍ୟୁଜିକର ଦେଶାତ୍ମବୋଧକ ଗୀତ ‘ସୁନ୍ଦର ଓଡିଶା ଭୂଇଁ’

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡ କୁଡ଼ାନାଳୀ ଗ୍ରାମର ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ରଜ ପର୍ବରେ ଏକ ଦେଶାତ୍ମବୋଧକ ଗୀତ ଲୋକାର୍ପିତ ହୋଇଛି। “ସୁନ୍ଦର ଓଡ଼ିଶା ଭୁଇଁ” ଶୀର୍ଷକ ଏହି ଗୀତ ଟିକୁ ସମ୍ବଲପୁର ମାନ୍ୟବର ସାଂସଦ ନିତେଶ ଗଙ୍ଗଦେବ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିବା ସହ ଦେଶାତ୍ମବୋଧକ ଗୀତଟି ସୁନ୍ଦର ହୋଇଛି ବୋଲି ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଏହି ଗୀତ ଟିକୁ ଡକ୍ଟର ତନ୍ନୟ କୁମାର ରଚନା କରିଥିବେଳେ ସ୍ୱର ଦେଇଛନ୍ତି ସୀମାରାଣୀ ସାହୁ ଓ ତନ୍ମୟ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଜିତେନ ଦେଇଥିବେଳେ ପ୍ରଯୋଜନା ପରିଚାଳନା କରିଛନ୍ତି ଆୟୁଷ ରଞ୍ଜନ ରାଉତ।